ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି ।
କଳିଙ୍ଗ ଯୁଦ୍ଧ | |||||||||
---|---|---|---|---|---|---|---|---|---|
| |||||||||
ପକ୍ଷ | |||||||||
ମୌର୍ଯ୍ୟ ସାମ୍ରାଜ୍ୟ | କଳିଙ୍ଗ | ||||||||
Commanders and leaders | |||||||||
ଅଶୋକ | Unknown(a young king age between 10-12 years governed by group of ministers,after his father death), Commander-Nandi Dev Ghosh, Vim Dev Mahapatra | ||||||||
Strength | |||||||||
Total ୪୦୦,୦୦୦ | ୬୦,୦୦୦ infantry, ୧୦୦୦ cavalry, ୭୦୦ war elephants | ||||||||
କ୍ଷୟକ୍ଷତି | |||||||||
୧୦୦,୦୦୦ | ୨୦୦,୦୦୦+ (exaggerated figures by Asoka himself) (including civilians) |
ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢ଼ି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
କଳିଙ୍ଗ ସାମ୍ରାଜ୍ୟ, "ଉତ୍କଳ"ନାମରେ ମଧ୍ୟ ଜଣାଥିଲା ,ଭାରତ (ବର୍ତ୍ତମାନ ଇଣ୍ଡିଆ),ଯାହା ବ୍ୟାପାର ପାଇଁ ପୂର୍ବରୁ ଦକ୍ଷିଣ-ପୂର୍ବ ପାଇଁ ପ୍ରକୋଷ୍ଠ ଥିଲା।[ଆଧାର ଲୋଡ଼ା] ସେ ସଂସ୍କୃତି ଓ ନାଗରିକ ସଂହିତା ପାଳନ ପାଇଁ ବ୍ୟବହାର କରୁଥିଲେ। । କଳିଙ୍ଗକୁ ମଗଧ ନିଜ ଅଧୀନକୁ ଆଣିଥିଲା ଯେତେବେଳେ ନନ୍ଦ ଶାସନ କରୁଥିଲେ, ସେ ପୁର୍ନବାର ସ୍ୱଧୀନ ଲାଭ କରିଥିଲା ଯେତେବେଳେ ମୌର୍ଯ୍ୟ ଶାସନ ଆରମ୍ଭ କଲା। ମଗଧର ସମ୍ରାଟ ରାଜ୍ୟ ବିସ୍ତାର ନୀତି ପାଇଁ ଏହା ଗୋଟେ ବଡ଼ ଝଟକା ଥିଲା ଓ କଳିଙ୍ଗକୁ ନିଜ ଅଧୀନକୁ ଏବଂ କଳିଙ୍ଗକୁ ଛୋଟ କରିବାପାଇଁ ମୌର୍ଯ୍ୟ ତାର ରାଜନୀତିକ କ୍ଷତି ସହିବାକୁ ପଡ଼ିଥିଲା।ଏହି କାର୍ଯ୍ୟ ପାଇଁ ଅଶୋକ ସମସ୍ତଙ୍କ ନିକଟରେ ଜଣାଶୁଣା, ଏହା ପରେ ସେ ସିଂହାସନ ଅଧିକାର କରିଥିଲେ।
ମାନବ ଜାତିର ରାଜନୀତିକ ଇତିହାସ ଏକ ବାସ୍ତବରେ ଯୁଦ୍ଧର ଇତିହାସ ଓ ଏମିତି ବହୁ ଯୁଦ୍ଧ କଳିଙ୍ଗ ଯୁଦ୍ଧ ପରି ଯୁଦ୍ଧର ପରିଣତି ମାନବ ସମାଜର ଶାନ୍ତି ପାଇଁ ସଫଳରେ ସମାପ୍ତ ହୋଇଥିଲା।
କଳିଙ୍ଗର ବାଣିଜ୍ୟ କାରବାର ସୁଦୂର ବିସ୍ତାରି ଥିବା ସହ ଏହା ଆର୍ଥିକ ରୂପେ ବହୁତ ସ୍ୱଚ୍ଛଳ ଥିଲା । ତେଣୁ ଅଶୋକ ଏହାକୁ ଲୁଣ୍ଠନ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଉପରେ ଆକ୍ରମଣ କରିଥିଲା ।
ଅଶୋକ ନିଜ ଦୁଇ ଆଖିରେ ଏପରି ରକ୍ତପାତ ଦେଖିଲେ ଏବଂ ଅନୁଭବ କଲେ ଯେ ଏପରି ଭୟାବହ ଦୃଶ୍ୟ ପାଇଁ ସେ ନିଜେ ହିଁ ଦାୟୀ। ପୁରା କଳିଙ୍ଗ ଲୁଣ୍ଠନ ଓ ନଷ୍ଟ ହୋଇଯାଇଥିଲା। ଅଶୋକଙ୍କ ସହ ଯୁଦ୍ଧରେ ୧୦୦୦,୦୦୦ କଳିଙ୍ଗର ଲୋକମାନେ ମାରିଥିଲେ ଏବଂ ପ୍ରୟାତଃ ସମାନ ସଂଖ୍ୟକ ଅଶୋକଙ୍କ ସୈନ୍ୟ ମୃତ୍ୟୁବରଣ କରିଥିଲେ। କିମ୍ବଦନ୍ତୀ ଅନୁସାରେ କଳିଙ୍ଗର ସୈନ୍ୟମାନେ ବିନାଶର ମୁଖ୍ୟ କାରଣ।ହଜାର ହଜାର ପୁରୁଷ ଓ ମହିଳାଙ୍କୁ ଅନ୍ୟ ଦେଶକୁ ପଠାଇ ଦେଇଥିଲେ ।ଅଶୋକ ଯୁଦ୍ଧ ପରର ଦୃଶ୍ୟ ଦେଖି ଗଭୀର ଅନୁତାପ ଓ ଦୁଃଖ ପ୍ରକାଶ କଲେ।
ଅଶୋକ କଳିଙ୍ଗ ଯୁଦ୍ଧ ପାଇଁ ଦାଇ ଏ ସବୁ ଅଶୋକଙ୍କ ଅନୁଶାସନରେ ବର୍ଣ୍ଣନା କରାଯାଇଛି। କଳିଙ୍ଗ ଯୁଦ୍ଧ ପାଇଁ ପ୍ରେରିତ ଅଶୋକ, ଆରମ୍ଭରୁ ସେ ବୌଦ୍ଧ ଧର୍ମରେ ଦୀକ୍ଷିତ ନ ଥିଲେ,ବାକି ଜୀବନ Ahimsa (ଅହିଂସା)ଏବଂ ଧର୍ମ-ବିଜୟ(ଧର୍ମଦ୍ୱାରା ବିଜୟ)ରେ ଲଗାଇଲେ।.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article କଳିଙ୍ଗ ଯୁଦ୍ଧ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.