ଢେଙ୍କାନାଳ: ଓଡ଼ିଶାର ଏକ ସହର

]

ଢେଙ୍କାନାଳ
ସହର
Countryଢେଙ୍କାନାଳ: ଅବସ୍ଥାନ, ଜନଗଣନା, ପର୍ଯ୍ୟଟନ India
Stateଓଡ଼ିଶା
Districtଢେଙ୍କାନାଳ
Government
 • ସାଂସଦତଥାଗତ ଶତପଥୀ
Area
 • ସମୁଦାୟ30.92 km2 (11.94 sq mi)
Elevation
80 m (260 ft)
Population
 • Total୧୧,୯୨,୯୪୮
 • Density1,865/km2 (4,830/sq mi)
Languages
Time zoneUTC+5:30 (IST)
PIN
୭୫୯୦୦୧
Telephone code୦୬୭୬୨
ଯାନବାହାନ ପଞ୍ଚୀକରଣOD 06


ଢେଙ୍କାନାଳ ସହର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଓ ଏକ ପ୍ରମୁଖ ସହର । ଏହା ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ତଳ । ଢେଙ୍କାନାଳ ଏକ ପୁରାତନ ଗଡ଼ଜାତ ରାଜ୍ୟ, ତଥା ରାଜ୍ୟର ଏକ ପୁରାତନ ସହର, ଏଠାରେ ଗୋଟିଏ ଭବ୍ୟ ରାଜ ପ୍ରାସାଦ ମଧ୍ୟ ରହିଛି ।

ଅବସ୍ଥାନ

ଏହି ସହର ସମ୍ବଲପୁର-କଟକ ଜାତୀୟ ରାଜପଥ ମଧ୍ୟରେ ଅବସ୍ଥିତ । କଟକଠାରୁ ସହରର ଦୂରତା ହେଉଛି ୬୦ କି. ମି. । ପୁରାତନ ଅଭିଭକ୍ତ ୧୩ଟି ଜିଲ୍ଲା ଭିତରୁ ଢେଙ୍କାନାଳ ଅନ୍ୟତମ । ପରେ ଏଥିରୁ ଢେଙ୍କାନାଳ ଜିଲା ଓ ଅନୁଗୁଳ ଜିଲା ତିଆରି ହୋଇଛନ୍ତି ।

    ୧. ହିନ୍ଦୋଳ
    ୨. କାମାଖ୍ୟାନଗର
    ୩. ଗନ୍ଦିଆ

ଜିଲ୍ଲାଟି ଓଡ଼ିଶାର ଠିକ୍ ମଧ୍ୟ ଭାଗରେ ଅବସ୍ତିତ । ଏହାର ଗମନା ଗମନ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ଧରଣର.ଜିଲ୍ଲା ମଧ୍ୟରେ ଦୁଇଟି ଜାତୀୟ ରାଜପଥ ତଥା ଏକ ମୁଖ୍ୟ ରେଳ ଲାଇନ୍ ଯାଇଛି । ସେଥିଯୋଗୁ ଓଡ଼ିଶାର ବିଭିନ୍ନ ଭାଗକୁ ଜାତାୟତ କରିବାରେ କିଛି ଅସୁବିଧା ହୁଏ ନାହି. ଏହା ଭୁବନେଶ୍ୱରଠାରୁ ‌‌‌୯୫ କି.ମି. ଦୂରରେ ଅବସ୍ଥିତ ।

ଜନଗଣନା

ଏଠାକାର ମୋଟ ଜନସଂଖ୍ୟା ୧,୧୯୨,୯୪୮ । ପୁରୁଷ ସଂଖ୍ୟା ୬୧୨,୫୯୭ ଓ ମହିଳା ୫୮୦,୩୫୧ । ୨୦୦୧ ଜନଗଣନାଠାରୁ ମୋଟ ଜନସଂଖ୍ୟାରେ ୧୧.୮୨ ଶତକଡ଼ା ବଢ଼ିଥିବା ଜଣାଯାଏ । ୧୯୯୧ର ଜନଗଣନାଠାରୁ ୨୦୦୧ର ଜନଗଣନା ଯାଏଁ ଏହି ବୃଦ୍ଧି ୧୨.୫୬ ଥିଲା ।

ପର୍ଯ୍ୟଟନ

ଢେଙ୍କାନାଳ ସ‌ହରରେ ଥିବା ପର୍ଯ୍ୟଟନସ୍ଥଳମାନ ହେଲେ:

ଗଜ ଲକ୍ଷ୍ମୀପୂଜା ହେଉଛି ଢେଙ୍କାନାଳର ଏକ ପ୍ରମୁଖ ଉତ୍ସବଏହା ପ୍ରାୟ ୧୫ ଦିନ ଧରି ଚାଲିଥାଏ,ଓଡ଼ିଶାର କୋଣ ଅନୁକୋଣରୁ ଲୋକ ଆସିଥାନ୍ତି ଏହାକୁ ଦେଖିବା ଲାଗି । ଏହି ସମୟରେ ଢେଙ୍କାନାଳ ମହୋତ୍ସବ ପାଳନ ହୋଇଥାଏ ତେଣୁ ସହରରେ ଏକ ଉତ୍ସବର ବାତାବରଣ ସୃଷ୍ଠି ହୋଇଥାଏ । ସେତେବେଳେ ସହରଟି ନୂଆ ବୋହୁ ଭଳି ସଜେଇ ହେଇଥିବା ପରି ଲାଗେ ।

  • କପିଳାସ ଢେଙ୍କାନାଳ ସହରଠାରୁ ମାତ୍ର ୨୫ କି.ମି. ଦୁରରେ କପିଳାସ ଅବସ୍ଥିତ, ଯାହାକି ଭଗବାନ ଚନ୍ଦ୍ରଶେଖରଙ୍କ ପାଇଁ ପ୍ରସିଦ୍ଧ । ଏକ ସୁଉଚ ପାହାଡର ସିଖରରେ ପ୍ରଭୁଙ୍କ ମନ୍ଦିର କାଇ କେତେ କାଳରୁ ଶୋଭା ପାଉଅଛି.ଭଗବାନ ଶିବଙ୍କୁ ଦର୍ଶନ କରିବ ଲାଗି ଦିନକୁ ହଜାର୍ ହଜାର୍ ଭକ୍ତଙ୍କର ଭିଡ ସେଇଠି ଲାଗିଥାଏ. ସେଇଥି ପାଇ ସେ କ୍ଷେତ୍ରକୁ ଓଡ଼ିଶାର କୈଳାଶ କୁହାଯାଏ।
  • ସପ୍ତସଜ୍ୟା ଢେଙ୍କାନାଳର ଏକ ଗା ଯାହା ଢେଙ୍କାନାଳ ସାହରଠାରୁ ୧୧ କି-ମି ଦୁରରେ ଅବସ୍ଥିତ ଏହାକୁ ଉତ୍ତମ ସଡକ ପଥଦ୍ୱାରା ସଞ୍ଜୋଗ କରା ଯାଇଛି କିମ୍ବଦନ୍ତି ଅନୁଷାରେ ଏଠାରେ ସପ୍ତରୃଷି ଙ୍କର ଅଶ୍ରମ
ଥିଲା । ପୌରାଣିକ କଥା ଅନୁଷାରେ ରାମଚନ୍ଦ୍ର ବନବାସ ସମୟରେ ଏହି ସୁନ୍ଦର ସ୍ଥାନରେ ଅବସ୍ଥାନ କରିଥିଲେ। ଏହା ଏକ ଉତ୍ତମ ପାର୍ଯଟନ ସ୍ଥଳୀ ରୂପେ ଖ୍ୟାତିଲାଭ କରିଛି। ନିଜ ବ୍ୟାସ୍ତ ଜୀବନଠାରୁ ଦୁରରେ କିଛି ସମୟ କାଟିବା ପାଇ ଏହା ଏକ ପ୍ରକୃଷ୍ଟ ସ୍ଥାନ 

ଯୋରନ୍ଦା - ଢେଙ୍କାନାଳ ସହରଠାରୁ 25 km ଦୂରରେ ଅବସ୍ଥିତ ଏକ ଗ୍ରାମ ଯାହା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପିଠସ୍ଥଳୀ। ଏଠାକାର ମାଘ ମେଳା ପୃଥିବୀର କୋଣ ଅନୁକୋଣରେ ପରିଚିତ।। ପ୍ରସିଦ୍ଧ ଓଡ଼ିଆ କବି ଭୀମ ଭୋଇ ଏହି ଧର୍ମର ପ୍ରଚାର ପ୍ରସାର ପାଇଁ ଏଠାରେ ସାହିତ୍ୟ ସାଧନା କରିଥିଲେ।

ଭାଷା

ଓଡ଼ିଆ, ଢେଙ୍କାନାଳର ସରକାରୀ ଭାଷା ଅଟେ ।

ଆଧାର

Tags:

ଢେଙ୍କାନାଳ ଅବସ୍ଥାନଢେଙ୍କାନାଳ ଜନଗଣନାଢେଙ୍କାନାଳ ପର୍ଯ୍ୟଟନଢେଙ୍କାନାଳ ଭାଷାଢେଙ୍କାନାଳ ଆଧାରଢେଙ୍କାନାଳ

🔥 Trending searches on Wiki ଓଡ଼ିଆ:

ଅଶୋକ (ସମ୍ରାଟ)ଇଣ୍ଟରନେଟପ୍ରତିଭା ରାୟଅଶୋକ ସମ୍ରାଟରାଧାମୋହନ ଗଡ଼ନାୟକମଧୁସୂଦନ ରାଓକିଶୋରୀ ଚରଣ ଦାସଉଇକିଅଭିଧାନଓଡ଼ିଆ କାବ୍ୟ କବିତାରାମଚନ୍ଦ୍ର ବେହେରାରାଜା ରାମମୋହନ ରାୟଚୈତ୍ରହୀରାକୁଦ ବନ୍ଧଜିନା ସାମଲବଳଦେବଜୀଉ ମନ୍ଦିରମହିମା ଧର୍ମଭଗବତ ଗୀତାଅମରପୋଇତୁଷାରକାନ୍ତି ବେହେରା୪ ଜାନୁଆରୀଇଣ୍ଡୋନେସିଆପୋଙ୍ଗଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୧୧ ଅପ୍ରେଲGlobe ruptureଓଡ଼ିଆ ଖାଦ୍ୟସତ୍ୟବାଦୀ ବନ ବିଦ୍ୟାଳୟଧାତୁ୧୩ ଅପ୍ରେଲ୮ ଫେବୃଆରୀବୃହସ୍ପତିବୈଷୟିକ ବିଜ୍ଞାନରେଭେନ୍‌ସା କଲିଜିଏଟ ସ୍କୁଲ୨୦୦୩୨୯ ଅପ୍ରେଲପୌଷମହମ୍ମଦନନ୍ଦ କିଶୋର ବଳରାମକୃଷ୍ଣ ନନ୍ଦଧର୍ମସାମାଜିକ ବିଜ୍ଞାନହୃଷୀକେଶ ପଣ୍ଡାଭକ୍ତ ଚରଣ ଦାସବଡ଼ି୫ ଫେବୃଆରୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବାଲେଶ୍ୱରଅପରେଟିଙ୍ଗ ସିଷ୍ଟମବିଜୁ ପଟ୍ଟନାୟକଚୈତ୍ର ପୂର୍ଣ୍ଣିମାଲୋକ ସଭାଚିକିତ୍ସା ବିଜ୍ଞାନକଲମ୍ବିଆପଇସାଶୀତଳ ଷଷ୍ଠୀ ଯାତ୍ରାତିର୍ଥେଶ୍ୱର ଶିବ ମନ୍ଦିରନଅଙ୍କ ଦୁର୍ଭିକ୍ଷହିନ୍ଦୁ ବିବାହ ଅଧିନିୟମ, ୧୯୫୫ଓଧପକ୍ଷୀ୧ ଅପ୍ରେଲପଦାର୍ଥଦୀପକ ମିଶ୍ରଧର୍ମେନ୍ଦ୍ର ପ୍ରଧାନଜ୍ୟୈଷ୍ଠମନୋଜ ଦାସଅଶ୍ୱିନୀ କୁମାର ଘୋଷଲିଙ୍ଗରାଜ ମନ୍ଦିରଜଗନ୍ନାଥ ମନ୍ଦିରବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଅର୍ଥଶାସ୍ତ୍ର🡆 More