କାଜଲ ମିଶ୍ର: ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

କାଜଲ ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । କାଜଲ ପ୍ରଥମେ ଦୂରଦର୍ଶନର ଏକ ଛୋଟ ଟେଲିଫିଲ୍ମର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ସେ ୨୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ତାଙ୍କର ଅଭିନୀତ ଭୂମିକା ଅଞ୍ଜଳୀ ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା ।

କାଜଲ ମିଶ୍ର
ଜନ୍ମ
କାଜଲ ମିଶ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ବୈବାହିକ-ସାଥୀଦୁଷ୍ମନ୍ତ ପଣ୍ଡା

ପ୍ରାରମ୍ଭିକ ଜୀବନ ଏବଂ ପରିବାର

କାଜଲ ମିଶ୍ର ୨୦୧୧ରେ ଓଡ଼ିଆ କଥାଚିତ୍ର ଅଭିନେତା ଦୁଷ୍ମନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କ ବିବାହବେଳେ ଦୁଷ୍ମନ୍ତ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିବା କଥା ଜଣା ପଡ଼ିଥିଲା । ପ୍ରିତୀ ମହାନ୍ତି ନାମକ ଜଣେ ସମ୍ବାଦିକ ଛାତ୍ରୀଙ୍କୁ ସେ ବିବାହ କରିଥିଲେ ବୋଲି ଦର୍ଶାଇ ନିଜକୁ ଦୁଷ୍ମନ୍ତଙ୍କର ପ୍ରଥମ ସ୍ତ୍ରୀ ଭାବରେ ଦାବି କରି ତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।

ଅଭିନୟ ଜୀବନ

କାଜଲ ମିଶ୍ର ପ୍ରଥମେ ଓଡ଼ିଆ ଆଧୁନିକ ଗୀତରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଥ୍ୟାଙ୍କ ୟୁ ଭଗବାନ, ଧଉଳୀ ଏକ୍ସପ୍ରେସ୍, ଏ ମନ ମାନେନା, ଚକା ଚକା ଭଉଁରୀ, ଲାଲ ଟୁକୁ ଟୁକୁ ସାଧବ ବୋହୂ, ନେଇଯା'ରେ ମେଘ ମତେ, ଆଇଲାରେ ଓଡ଼ିଆ ପୁଅ, ସନ୍ଦେହୀ ପ୍ରିୟତମା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

କାଜଲ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ମଧ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କ ଅଭିନୀତ ଅଞ୍ଜଳୀ ଭୂମିକାଟି ସେତେବେଳେ ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୫ ଧର୍ମର ହେବ ଜୟ ରାଖି ସ୍ୱାଇଁ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୬ ଥ୍ୟାଙ୍କ ୟୁ ଭଗବାନ ରାଧା
୨୦୦୭ ଏ ମନ ମାନେନା ଅଞ୍ଜୁ
ଧଉଳୀ ଏକ୍ସପ୍ରେସ ଅନୁ
ଚକା ଚକା ଭଉଁରୀ ରାଧା
ଲାଲ ଟୁକୁ ଟୁକୁ ସାଧବ ବୋହୂ ଜୁଲି ଖଳନାୟିକା
୨୦୦୮ ନେଇଯା'ରେ ମେଘ ମତେ ପୂଜା
୨୦୦୯ ଆଇଲାରେ ଓଡ଼ିଆ ପୁଅ ପ୍ରିୟା
୨୦୧୩ ସନ୍ଦେହୀ ପ୍ରିୟତମା

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ବଡ଼ ଘର ବଡ଼ ଗୁମର କଥା ଇ ଟିଭି ଓଡ଼ିଆ ଅଞ୍ଜଳୀ

ବିବାଦ

ଓଡ଼ିଶାରେ ଗଢ଼ି ଉଠିଥିବା ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାରେ ଜଣେ ପ୍ରଚାରିକା ଭାବରେ କାଜଲ ତାଙ୍କର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ ଏହି ସଂସ୍ଥା ବିରୁଦ୍ଧରେ ତଦନ୍ତ ହୋଇଥିଲା ସେତେବେଳେ କାଜଲ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ।

ଆଧାର

ବାହାର ଆଧାର

Tags:

କାଜଲ ମିଶ୍ର ପ୍ରାରମ୍ଭିକ ଜୀବନ ଏବଂ ପରିବାରକାଜଲ ମିଶ୍ର ଅଭିନୟ ଜୀବନକାଜଲ ମିଶ୍ର ଅଭିନୀତ କଥାଚିତ୍ରକାଜଲ ମିଶ୍ର ଅଭିନୀତ ଧାରାବାହିକକାଜଲ ମିଶ୍ର ବିବାଦକାଜଲ ମିଶ୍ର ଆଧାରକାଜଲ ମିଶ୍ର ବାହାର ଆଧାରକାଜଲ ମିଶ୍ରଡିଡି ଓଡ଼ିଆଧର୍ମର ହେବ ଜୟ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର କଳାଶାରଳା ପୁରସ୍କାରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟମହାପାତ୍ର ନୀଳମଣି ସାହୁକୃଷ୍ଣଇଲନ ମସ୍କକୁନ୍ତଳା କୁମାରୀ ସାବତରାମଚନ୍ଦ୍ର ମିଶ୍ରସୁରେନ୍ଦ୍ର ନାୟକଷଡ଼ଭୁଜ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଗଜପତି ମହାରାଜାବାଲ୍ୟବିବାହଇସଲାମ ଧର୍ମଅକ୍ଷାଂଶଜୟୀରାମ ସାମଲକନଫୁସିଅସବାଦଶିବଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭାରତୀୟ ଜନତା ପାର୍ଟିଓଡ଼ିଶାର ସାଂସଦ ମାନଙ୍କର ତାଲିକାଜହ୍ନିଓଷାବିଜ୍ଞାନ କାହାଣୀକପିଳାସ ଶିବ ମନ୍ଦିରଭାରତର ଜାତୀୟ ପ୍ରତୀକଜଗନ୍ନାଥଙ୍କ ବେଶଗଙ୍ଗାଧର ମେହେରଲିଓନେଲ୍ ମେସିମନମୋହନ ସାମଲଋଷିଆଖଲିପତ୍ରଇଣ୍ଡୋନେସିଆ୨୪ ଅପ୍ରେଲଉର୍ବଶୀନ୍ୟାସନାଲ ଆଲୁମିନିୟମ କମ୍ପାନିହରପ୍ପାସ୍ୱାମୀ ବିବେକାନନ୍ଦମୌଳିକ ସଂଖ୍ୟାଜୟୀ ରାଜଗୁରୁଦେଶକୟାଁ ଜନଜାତିକୋଣାର୍କଓଡ଼ିଶା ବିଧାନ ସଭାଚକରା ବିଷୋୟୀବିଦ୍ୟାଳୟନେଲସନ ମଣ୍ଡେଲାତପସ୍ୱିନୀୟୁ ଟ୍ୟୁବମିଖାଇଲ ଗୋର୍ବାଚୋଭଭିକାରୀ ବଳDarifenacinନଅଙ୍କ ଦୁର୍ଭିକ୍ଷବିଶ୍ୱ ଏଡ୍‌ସ ଦିବସଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମହାଭାରତବାଇପୋଲାର ଡିଜଅଡରରାଶି ଓ ନକ୍ଷତ୍ରପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନଉଇକିଡାଟାସାରଦା ଦେବୀବିକ୍ରମ କେଶରୀ ଦେଓ୨୧🡆 More