କାଉଁରିଆ ବା ପିମ୍ପେଇ ହେଉଛି ମାଲଭାସି ପରିବାର ଅନ୍ତର୍ଗତ ଏକ ସପୁଷ୍ପକ, ଦ୍ୱିବୀଜପତ୍ରୀ, ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଦକ୍ଷିଣ ଏସିଆରେ ପ୍ରଥମେ ଚିହ୍ନଟ କରାଯାଇଥିଲା ବୋଲି କୁହାଯାଉଥିଲେ ହେଁ ଏହାର ପ୍ରକୃତ ଉତ୍ପତ୍ତିସ୍ଥଳ ଏ ଯାଏଁ ଜଣା ପଡ଼ିନାହିଁ । ଓଡ଼ିଆ ଓ ସଂସ୍କୃତ ଭାଷାରେ ଏହାକୁ ନଳିତା ବୋଲି ମଧ୍ୟ କୁହାଯାଏ । କାଉଁରିଆ ବା ପିମ୍ପେଇ ସାଧାରଣତଃ ଗଛର ଅନମନୀୟ ଗଣ୍ଡିକୁ କୁହାଯାଇଥାଏ । ଏହି ଗଛରୁ ଜାତ ତନ୍ତୁ ଜାତୀୟ ପଦାର୍ଥ ହେଉଛି ଝୋଟର ଏକ କିସମ ଓ ଏହା ଝୋଟର ବିଭିନ୍ନ ଗୁଣଧର୍ମ ସହିତ ସାମଞ୍ଜସ୍ୟ ରଖିଥାଏ ।
କାଉଁରିଆ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Malvales |
କୁଳ: | Malvaceae |
ପ୍ରଜାତି: | Hibiscus |
ଜାତି: | H. cannabinus |
ବାଇନୋମିଆଲ ନାମ | |
Hibiscus cannabinus |
ଭାଷା | ନାମ |
---|---|
ଓଡ଼ିଆ | କାଉଁରିଆ, ପିମ୍ପେଇ, ନଳିତା |
ସଂସ୍କୃତ | ନଳିତା |
ହିନ୍ଦୀ | ଅମ୍ବାରି |
କନ୍ନଡ଼ | ପୁଣ୍ଡି |
ଗୁଜରାଟୀ | ଅମ୍ବାରି |
ତାମିଲ | ପୁଲିଛାଇ |
ତେଲୁଗୁ | ଗୋଗୁ |
ବଙ୍ଗଳା | ମେସ୍ଟାପଟ |
ମରାଠି | ଅମ୍ବାଡ଼ି |
ମାଲୟାଲମ | ରାଂଜାରୁ |
ସାଁତାଳି | ଦାରେକୁଡ୍ରୁମ |
ସାରା ବିଶ୍ୱରେ ଏହାର ୧୨୯ରୁ ଅଧିକ ନାମ ରହିଛି।
ଏହା ଏକ ବର୍ଷଜୀବୀ ଉଦ୍ଭିଦ ଯାହା ୧.୫ରୁ ୩.୫ ମିଟର ଉଚ୍ଚତାଯାଏଁ ବଢ଼ିଥାଏ। ଏହାର ଗଣ୍ଡି ୧ରୁ ୨ ସେମି ବ୍ୟାସର ହୋଇଥାଏ। ଏହି ଗଛ ପ୍ରାୟତଃ ଶାଖା ପ୍ରଶାଖା ବିଶିଷ୍ଟ। ଏହାର ଫୁଲର ପାଖୁଡ଼ା ଧଳା ବା ହଳଦିଆ ହୋଇଥିଲା ବେଳେ ଏହାର କେନ୍ଦ୍ର ନାରଙ୍ଗୀ ରଙ୍ଗର ହୋଇଥାଏ। ପଳ ବହୁବୀଜବିଶିଷ୍ଟ ହୋଇଥାଏ।
ତନ୍ତୁ ଅମଳ ପାଇଁ ଏହାକୁ ଭାରତ, ବାଂଗ୍ଲାଦେଶ, ଆମେରିକା, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଭିଏତନାମ, ଥାଇଲାଣ୍ଡ, ଆଫ୍ରିକାର କିଛି ଅଂଶ ଓ ଦକ୍ଷିଣପୂର୍ବ ଇଉରୋପର କିଂଚିତ୍ ଅଂଶରେ କରାଯାଏ। ଏବେ ଏହାକୁ ମୁଖ୍ୟତଃ ଚୀନ ଓ ଭାରତରେ ଚାଷ କରା ଯାଉଛି।
ଦଉଡ଼ି, ଖଦଡ କନା (ଝୋଟକନା ପରି) ଆଦି ତିଆରି କରିବାରେ ଏହାର ପ୍ରମୁଖ ବ୍ୟବହାର ହୋଇଥାଏ। ଏହାଛଡ଼ା ଏଥିରୁ କାଗଜ ମଧ୍ୟ ତିଆରି କରାଯାଇଥାଏ।
ଏହାର ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ, ଯାହା ପ୍ରସାଧନ ସାମଗ୍ରୀ, ଶିଳ୍ପ ଓ ଜୈବିକ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ।
ଏହାର ପତ୍ର, ଫୁଲ ଓ ମଞ୍ଜି ମୁଖ୍ୟତଃ ଔଷଧୀୟ କାମରେ ଲାଗିଥାଏ।
This article uses material from the Wikipedia ଓଡ଼ିଆ article କାଉଁରିଆ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.