ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍

ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ (ଇଂରାଜୀରେ amyotrophic lateral sclerosis ସଂକ୍ଷେପରେ ALS, ଅନ୍ୟ ନାମ ଲାଓ ଗେହ୍‌ରିଗ ରୋଗ Lou Gehrig's disease ଓ ସାର୍କୋ ରୋଗ Charcot disease), ଏକ ନିର୍ଦ୍ଦିଷ୍ଟ ସ୍ନାୟ୍ୟ କ୍ଷୟକାରୀ ରୋଗ ଯେଉଁଥିରେ ସ୍ନାୟୁକ୍ଷୟ ହୋଇ ସ୍ନାୟୁମାନଙ୍କର ମୃତ୍ୟୁ ହୁଏ । ଇଂଲଣ୍ଡରେ ଏହି ରୋଗକୁ ମୋଟୋନିଉରନ୍ ରୋଗ (motor neurone disease ବା MND) କୁହାଯାଏ, କିନ୍ତୁ ଅନ୍ୟମାନେ ସେହି ନାମକୁ ଗୋଟିଏ ଦଳର ନାମ ହିସାବରେ ବ୍ୟବ‌ହାର କରନ୍ତି ଯେଉଁଥିରେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଏକ ରୋଗ ଥାଏ । ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗରେ ମାଂସପେଶୀ ଦୃଢ଼ ହୋଇଯାଏ, କ୍ଷଣିକ ପେଶୀ ସଂକୋଚନ ହୁଏ ଓ କ୍ରମଶଃ ପେଶୀ ପତଳା ହୋଇ ଦୁର୍ବଳ ହୋଇଯାଏ । ଏହା ଫଳରେ ଭଲରେ କଥା କ‌ହି ହୁଏନି ଓ କ‌ହିବା କଥା ସ୍ପଷ୍ଟ ହୁଏନି, ଗିଳିବାରେ ଅସୁବିଧା ହୁଏ ଓ କଷ୍ଟକର ଶ୍ୱାସକ୍ରିୟା ହୁଏ ।

ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
An MRI with increased signal in the posterior part of the internal capsule which can be tracked to the motor cortex consistent with the diagnosis of ALS.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G12.2
ଆଇସିଡ଼ି-୯-ସିଏମ୍335.20
ଓଏମ୍‌ଆଇଏମ୍105400
ରୋଗ ଡାଟାବେସ29148
ମେଡ଼ିସିନ-ପ୍ଲସ000688
ଇ-ମେଡ଼ିସିନneuro/14 emerg/24 pmr/10
Patient UKଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
MeSHD000690

ଏହି ରୋଗର କାରଣ ୯୦ରୁ ୯୫ % କେଶ୍‌ରେ ଅଜଣା ରହିଛି । ୫ରୁ ୧୦ % ରୋଗୀର ପିତାମାତାଙ୍କଠାରୁ ବଂଶାନୁକ୍ରମିକ ଆସିଥାଏ । ଏହି ଜେନେଟିକ୍ କେଶ୍‌ଗୁଡ଼ିକ ମଧ୍ୟରୁ ଅଧା ସଂଖ୍ୟାରେ ଦୁଇତି ନିର୍ଦ୍ଦିଷ୍ଟ ଜିନ୍ ଯୋଗୁ ହୋଇଥାଏ । ଏହା ଫଳରେ ଇଚ୍ଛାକୃତ ମାଂସପେଶୀକୁ ସଂଯୋଗ କରୁଥିବା ସ୍ନାୟୁମାନଙ୍କର ମୃତ୍ୟୁ ହୁଏ । ରୋଗୀର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନାକୁ ଦୂରୀଭୁତ କରାଯାଏ ।

ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗ ଆରୋଗ୍ୟ ହୁଏନି । ରିଲୁଜୋଲ୍ (Riluzole) ନାମକ ଏକ ଔଷଧ ଦେଲେ ୨ରୁ ୩ ମାସ ଆୟୁଷ ବଢ଼ିପାରେ । ନନ୍ ଇନ୍‌ଭେସିଭ୍ ଭେଣ୍ଟିଲେସନ୍‌ଦ୍ୱାରା ଜୀବନ‌ଧାରାର କିଛି ଉନ୍ନତି ହୋଇପାରେ । ଏହି ରୋଗ ପ୍ରାୟ ୬୦ ବର୍ଷ ବୟସରୁ ଆରମ୍ଭ ହୁଏ କିନ୍ତୁ ବଂଶାନୁଗତ ରୋଗ ଥିଲେ ୫୦ରୁ ଆରମ୍ଭ ହୋଇପାରେ । ରୋଗ ଆରମ୍ଭ ପରେ ମୃତ୍ୟୁ ହେବାକୁ ୩ରୁ ୪ ବର୍ଷ ଲାଗେ । ମାତ୍ର ୧୦ % ରୋଗୀ ୧୦ ବର୍ଷରୁ ଅଧିକ ବଞ୍ଚିପାରନ୍ତି । ଅଧିକାଂଶ ଲୋକ ଶ୍ୱାସକ୍ରିୟା ବନ୍ଦ ଯୋଗୁ ମରିଯାଆନ୍ତି । ପୃଥିବୀରେ ଏହି ରୋଗ ହାର ଜଣାନାହିଁ । ୟୁରୋପ ଓ ଆମେରିକାରେ ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗ ଭୋଗନ୍ତି ।

ଚାର୍ଲ୍ସ ବେଲ୍ ୧୮୨୪ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । ସନ ୧୮୬୯ରେ ଜିନ-ମାର୍ଟିନ ସାର୍କୋ (Jean-Martin Charcot) ଏହି ରୋଗର ଲକ୍ଷଣ ସ‌ହିତ ସ୍ନାୟୁଗତ ସମ୍ପର୍କ ଥିବା ଲେଖିଥିଲେ ଓ ୧୮୭୪ ମସିହାରେ ଏହାକୁ ଆମାୟୋଟ୍ରପିକ ଲାଟେରାଲ ସ୍କ୍ଲେରୋସିସ୍ ନାମକରଣ କରିଥିଲେ । ଆମେରିକାର ପ୍ରସିଦ୍ଧ ବେସ୍‌ ବଲ୍ ଖେଳାଳୀ ଲୁଇ ଗେହରିଗ (Lou Gehrig) ଏହି ରୋଗରେ ପୀଡ଼ିତ ହେବାରୁ ସେ ଦେଶରେ ଏ ରୋଗ ସୁପରିଚିତ ହୋଇଗଲା, ଓ ବିଂଶ ଶତାବ୍ଦୀରେ ସ୍ଟିଫେନ୍ ହକିଙ୍ଗ ବିଖ୍ୟାତ ହୋଇଗଲେ । ସନ ୨୦୧୪ରେ ଇଣ୍ଟରନେଟରେ ଏକ ଭିଡିଓ ବରଫ ବାଲ୍ଟି ଚାଲେଞ୍ଜ (ice bucket challenge) ଭାଇରାଲ୍ ହୋଇ ଜନ ସଚେତନତା ଲାଭ କଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ହସ୍ତମୈଥୁନଅଖିଳ ମୋହନ ପଟ୍ଟନାୟକ୩୧ ମାର୍ଚ୍ଚବ୍ରାଉଜରକ୍ଷୀରକୁଷ୍ଠକାଞ୍ଜିଅଅଁଳା ଓଷାଚନ୍ଦ୍ରଶେଖର ଭେଙ୍କଟ ରମଣ୫ ମାର୍ଚ୍ଚଇଲୋପେରିଡୋନଉଇକିଖବରଡେଭିଡ କାମେରନରବୀନ୍ଦ୍ରନାଥ ଠାକୁରଭାରତର ନଦୀ ସମୂହର ତାଲିକାନବ ଚରଣ ମାଝିସରୋଜିନୀ ନାଇଡୁପେଚାବିଭୂତି ଭୂଷଣ ବଳବନ୍ତରାୟସଚ୍ଚିଦାନନ୍ଦ ରାଉତରାୟକୁକୁରଜିନା ସାମଲଗୁଗଲ ମ୍ୟାପ୍ସପ୍ରଣବ ପ୍ରକାଶ ଦାସଜୟୀ ରାଜଗୁରୁଭାସ୍କୋ ଡା ଗାମାଶରଣ ଶ୍ରୀକ୍ଷେତ୍ରସାଧାରଣ ଆପେକ୍ଷିକ ତତ୍ତ୍ୱମିଳିମିଳାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପାଠାଗାରଓଡ଼ିଆ ଭାଷା ଆନ୍ଦୋଳନସାରଳା ମହାଭାରତଅମ୍ଳଜାନଶ୍ରୀବିଜୟ ମିଶ୍ରPimecrolimusଜୁନଯକ୍ଷ୍ମାଆଚାର୍ଯ୍ୟ ହରିହରଭୂଗୋଳଗଜପତି ମହାରାଜାୱାଘା ସୀମା ସମାରୋହନେଲସନ ମଣ୍ଡେଲାକ୍ଲୋନିଡିନଗୀତା ଦାଶଆରବ ସାଗରଜାନକୀ ବଲ୍ଲଭ ପଟ୍ଟନାୟକରମାକାନ୍ତ ରଥଖାରବେଳ ସ୍ୱାଇଁରେବତୀ (କ୍ଷୁଦ୍ରଗଳ୍ପ)ସମ୍ବଲପୁରହୋଲିଜହ୍ନିଓଷାହେପାଟାଇଟିସ ସିଇଷ୍ଟ ଇଣ୍ଡିଆ କମ୍ପାନୀରାଜେନ୍ଦ୍ର କିଶୋର ପଣ୍ଡାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହେପାଟାଇଟିସ ବିସୀତା ବିବାହ୧୯୪୯ଓଡ଼ିଆ ସାହିତ୍ୟଗଣିତଦଶାବତାରକୁନ୍ତଳା କୁମାରୀ ସାବତବାଇପୋଲାର ଡିଜଅଡରଝିନ୍ନ ହିକ୍‌କାଚେକ୍ ଗଣରାଜ୍ୟସୁଶାନ୍ତ ସିଂହ🡆 More