ସାରଳା ମହାଭାରତ

ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ । ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି । ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ । ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ । କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ । ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦଗୁଡ଼ିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା । ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ୱୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି । କବି ସ୍ୱକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ । କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି । ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ । ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସ୍ୱକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୧୬୩୫ତୁ ଯେ ସେଇବୈଜୟନ୍ତ ପଣ୍ଡାଓମ୍ପ୍ରଦୂଷଣଓଷାଅଖିଳ ମୋହନ ପଟ୍ଟନାୟକଗଇଁଠାଓଡ଼ିଶାର ଇତିହାସଶନିବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଆନିହିଲେସନ ଅଫ କାଷ୍ଟଅଭିମନ୍ୟୁ ସାମନ୍ତସିଂହାରସବିତା ବେହେନହୀରାକୁଦ ବନ୍ଧହିନ୍ଦୁ ସମୟ ଗଣନାସୌର ଜଗତରାକ୍ଷୀ ପୂର୍ଣ୍ଣିମାଶ୍ୱେତପଦ୍ମା ପାଢ଼ୀପୁରୀ ବେଳାଭୂମିପ୍ରଧାନ ପୃଷ୍ଠାରାଧାବେଣୁଧର ରାଉତକଳାକଳେବର ଚଉତିଶାକୋଷ୍ଠକାଠିନ୍ୟଉଦୟନାଥ ଷଡ଼ଙ୍ଗୀଜାହାଙ୍ଗୀରଉଇକିଖବରରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶାର ଦୋଳଯାତ୍ରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମ୍ୟୁଚୁଆଲ ଫଣ୍ଡରୁକୁଣା ରଥଯାତ୍ରାଉପବାସସୋନାଲ ମାନସିଂହସୂଚନା ପ୍ରଯୁକ୍ତିବିଦ୍ୟାତାଳଦଣ୍ଡା କେନାଲ୧୯୮୨ଓଡ଼ିଆ ଲିପିଏଇଠି ସ୍ୱର୍ଗ ଏଇଠି ନର୍କମୃତ୍ୟୁଞ୍ଜୟ ରଥଦଣ୍ଡ ନାଟ୧୯୬୨ବିଶ୍ଵ ଓଜୋନ ଦିବସଭାରତର ସଂସ୍କୃତିଓଡ଼ିଶାର ଭୂଗୋଳଦେବୀପ୍ରସନ୍ନ ପଟ୍ଟନାୟକଛେନାପୋଡ଼ଚାଚେରୀ ବେଶମିହିର କୁମାର ମେହେରଜଳନ୍ଧର ଦେବତୁଳସୀ ଦାସବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମାସଶ୍ରବଣ ( ରାମାୟଣ ର ଚରିତ୍ର )ପଟ୍ଟଚିତ୍ର୨୦୦୩୧୭୬୮ଏ. ପି. ଜେ. ଅବଦୁଲ କଲାମରୋହିଣୀ (ନକ୍ଷତ୍ର)ଅଞ୍ଜୁବାଳା ଜେନାକୁଡୁଆଶାଶ୍ୱତ ଯୋଶୀପଣିକିଆଜଣ୍ଡିସ୍ଦୋହାକୋଷ ଓ ବୌଦ୍ଧ ଗାନମହାନଦୀଦରମାକାଳୀଚରଣ ପଟ୍ଟନାୟକ🡆 More