ଆଇସ ବକେଟ ଚ୍ୟାଲେଞ୍ଜ

ଅାଇସ ବକେଟ ଚ୍ୟାଲେଞ୍ଜ, ବେଳେବେଳେ ଏଏଲଏସ ଅାଇସ ବକେଟ ଚ୍ୟାଲେଞ୍ଜ ନାମରେ ମଧ୍ୟ ଜଣା, ଜଣଙ୍କ ମୁଣ୍ଡରେ ବରଫମିଶା ପାଣି ଢାଳି ଆମ୍ୟୋଟ୍ରୋପିକ ଲାଟେରାଲ ସ୍କ୍ଲେରୋସିସ (ଏଅଲଅସ) ରୋଗ ନିମନ୍ତେ ସଚେତନତା ସୃଷ୍ଟି କରିବା ଓ ଏଥହାର ଗବେଷଣା ନିମନ୍ତେ ପାଣ୍ଠି ସଂଗ୍ରହ ନିମନ୍ତେ ଏକ କାର୍ଯ୍ୟକ୍ରମ । ୨୦୧୪ ମଧ୍ୟ ଆଡ଼କୁ ଏହା ସୋସିଆଲ ମିଡ଼ିଆଦ୍ୱାରା ଜଣାଶୁଣା ହେବାରେ ଲାଗିଲା । କିଛି ଲୋକ ଚ୍ୟାଲେଞ୍ଜରୁ ମିଳୁଥିବା ପଇସା ଅନ୍ୟାନ୍ୟ ସଙ୍ଗଠନକୁ ଦାନ କରିବା ପସନ୍ଦ କରୁଥିଲେ ମଧ୍ୟ ପ୍ରାୟ ଯୁକ୍ତରାଷ୍ଟ୍ର ଆମେରିକା ଲୋକେ ଏଏଲଏସ ଆସୋସିଅଏସନ ପାଇଁ ଭାଗନିଅନ୍ତି ଓ ଯୁକ୍ତରାଜ୍ୟରେ ଲୋକେ ମୋଟର ନିଉରନ ଡିଜିଜ ଆସୋସିଏସନରେ ଭାଗ ନିଅନ୍ତି ।

ଆଇସ ବକେଟ ଚ୍ୟାଲେଞ୍ଜ
ଏଏଲଏସ ଆଇସ ବକେଟ ଚ୍ୟାଲେଞ୍ଜ କରିବା

ଏହି ଚ୍ୟାଲେଞ୍ଜରେ ଭାଗନେଉଥିବା ବ୍ୟକ୍ତିମାନଙ୍କୁ ନିଜ ମୁଣ୍ଡରେ ବରଫମିଶା ପାଣି ଢାଳିବା ବେଳେ ଭିଡ଼ିଓ ଉତ୍ତୋଳନ କରି ଏବଂ ବାକିମାନଙ୍କୁ ସେହି ଭଳି କରିବାର ଚ୍ୟାଲେଞ୍ଜ ପାଇଁ ବାଛିବାକୁ ପଡ଼େ । ଏଥିରେ ବଛାଯାଉଥିବା ବ୍ୟକ୍ତିଙ୍କୁ ୨୪ ଘଣ୍ଟା ଭିତରେ ପ୍ରତିଯୋଗିତାରେ ଭାଗନେବାକୁ ପଡ଼େ ନଚେତ ଏକ ଦାତବ୍ୟ ଆର୍ଥିକ ଅନୁଦାନ ଭାବେ ଜୋରିମାନା ଦେବାକୁ ପଡ଼େ ।

ଇତିହାସ

ଆରମ୍ଭ

ଆଟଲାଣ୍ଟା ଫାଲକନ୍ସ ଖେଳାଳିଗଣ, କୋଚ ଓ ଅଧିକାରୀମାନେ ଆଇସ ବକେଟ ଚ୍ୟାଲେଞ୍ଜରେ ଭାଗ ନେଉଛନ୍ତି

ଆର୍ଥିକ ଅନୁଦାନ ଲାଗି ଜଣଙ୍କ ମୁଣ୍ଡରେ ବରଫ-ଥଣ୍ଡା ପାଣି ଢାଳିବାର ଆରମ୍ଭ ଠିକ ଭାବେ ଜଣା ପଡ଼ିନାହିଁ ଓ ଏକାଧିକ ଆଧାରରୁ ଏହା ଆସିଥିବା କୁହାଯାଏ ।[clarification needed] ସବୁଠାରୁ ଅଧିକ ଗ୍ରହଣୀୟ ଆଧାର ଅନୁସାରେ ଏହି ଶ୍ରେୟ, ମାର୍ଚ୍ଚ ୨୦୧୨ରେ ଏଏଲଏସରେ ପିଡ଼ୀତ ବୋଷ୍ଟନ ସହର ନିବାସୀ ପିଟ ଫ୍ରେଟ୍ସଙ୍କୁ ଯାଇଥାଏ ।

୨୦୧୩ର ମଧ୍ୟ ଭାଗରୁ ୨୦୧୪ର ଆରମ୍ଭ ଯାଏ, "କୋଲ୍ଡ଼ ୱାଟର ଚ୍ୟାଲେଞ୍ଜ" ନାମକ ଏକ ଅଜଣା ଚ୍ୟାଲେଞ୍ଜ ଉତ୍ତର ଯୁକ୍ତରାଷ୍ଟ୍ର ଆମେରିକାର ସୋସିଆଲ ମିଡ଼ିଆରେ ଖ୍ୟାତିଲାଭ କରିଥିଲା । ଏହି ଚ୍ୟାଲେଞ୍ଜରେ କ୍ୟାନସର ଗବେଷଣା ନିମନ୍ତେ ଅର୍ଥ ଅନୁଦାନ ଦେବା କିମ୍ବା ପାଣିକୁ ଡେଇଁବାର ବିକଳ୍ପ ରହିଥିଲା ।

ମଇ ୨୦୧୪ରେ ଇଣ୍ଡିଆନାର ସାଲେମରେ ହୋଇଥିବା ଏହି ଚ୍ୟାଲେଞ୍ଜର ଏକ ସଂସ୍କରଣରେ ପ୍ରତିଯୋଗୀମାନଙ୍କୁ ଥଣ୍ଡା ପାଣିରେ ବୁଡ଼ିବା ପରେଦାତବ୍ୟ ନିମନ୍ତେ ଅର୍ଥ ଅନୁଦାନ ଦେବାକୁ ପଡ଼ୁଥିଲା । ଉଦାହରଣ ସ୍ୱରୂପ ଅସ୍ତ୍ରୋପଚାର କରାଯାଇ ନପାରିବା ଭଳି ମସ୍ତିଷ୍କ ଟ୍ୟୁମରର ଚିକିତ୍ସା ପାଇଁ ଏହି ରୋଗରେ ଛିହ୍ନଟ ହୋଇଥିବା ଏକ ସ୍ଥାନୀୟ ଶିଶୁକୁ ଅନୁଦାନ ଦେବା ; ଆଉ ଏକ ସଂସ୍କରଣରେ,କ୍ୟାନସର ସୋସାଇଟି ଅଫ ନିଉ ଜେଲାଣ୍ଡର ଅକଲ୍ୟାଣ୍ଡ ଶାଖାକୁ ଏହି ଅନୁଦାନ ଦିଆଯାଉଥିଲା ।

ସ୍ପେସାଲ ଅଲିମ୍ପିକଦ୍ୱାରା ବ୍ୟବହୃତ ପୋଲାର ପ୍ଲଞ୍ଜ ନାମକ ଏକ ଆର୍ଥିକ ଅନୁଦାନ ରହିତ ସ୍ପିନ-ଅଫ ପାଇଁ ୨୦୧୪ର ଆରମ୍ଭରେ ନ୍ୟାସନାଲ ଫଲେନ ଫାୟାରଫାଇଟରସ ଫାଉଣ୍ଡେସନ ଏକ ଅନୁଦାନ ସଂଗ୍ରହକାରୀ ଭାବେ ଏହି "କୋଲ୍ଡ଼ ୱାଟର ଚ୍ୟାଲେଞ୍ଜ"କୁ ଜନପ୍ରିୟ କରାଇଥିଲା ।

୨୦୧୪ ମସିହା ମଇ ୨୦ ତାରିଖରେ ନିଉ ଜର୍ସିର ୱାସିଙ୍ଗଟନ ଟାଉନସିପଠାରେ ଅଗ୍ନିଶନ ବିଭାଗ ନିଆଁ ଲିଭା କଳ ବ୍ୟବହାର କରି "କୋଲ୍ଡ଼ ୱାଟର ଚ୍ୟାଲେଞ୍ଜ"ର ଏକ ଭିଡ଼ିଓ ଇଉଟିଉବରେ ଦେଇଥିଲେ । ଏଥିରେ ଭାଗନେଇଥିବା ସଭ୍ୟମାନେ ଅଗ୍ନିଶମ ବିଭାଗର ଉପକରଣମାନ ବିନା ଅନୁମତିରେ ବ୍ୟବହାର କରିଥିବାରୁ ଦଣ୍ଡିତ ହୋଇଥିଲେ ।


ଆଧାର

Tags:

ଯୁକ୍ତରାଷ୍ଟ୍ର ଆମେରିକା

🔥 Trending searches on Wiki ଓଡ଼ିଆ:

ଟାହିଆଲାଗି ବେଶଯୌନ ଉତ୍ପୀଡ଼ନଦାମୋଦର ରାଉତବିର୍ସା ମୁଣ୍ଡାରାମାୟଣରାଜନୀତି ବିଜ୍ଞାନପଲଉଖଞ୍ଜଣିହରିପ୍ରସାଦ ଚୌରାଶିଆରାଧାନାଥ ରାୟଅନନ୍ତ ବାସୁଦେବ ମନ୍ଦିରଓଡ଼ିଆ ଉଇକିପିଡ଼ିଆଜ୍ୟୋତିର୍ଲିଙ୍ଗପୁନମ ମିଶ୍ରକିଶୋରୀ ଚରଣ ଦାସଓଡ଼ିଆ ଭାଗବତରାଜେନ୍ଦ୍ର କିଶୋର ପଣ୍ଡାଭାରତଭଗବତୀ ଚରଣ ପାଣିଗ୍ରାହୀଓଡ଼ିଶାର ଇତିହାସସତ୍ୟେନ୍ଦ୍ର ନାଥ ବୋଷଟ୍ରାଲୋକିନୁମାବଫକୀର ମୋହନ ସେନାପତିକଳାପାହାଡ଼ଓଡ଼ିଆ ରାମାୟଣକଳାହାଣ୍ଡି ଜିଲ୍ଲାଗର୍ଭାଶୟ କର୍କଟମହାବିଦ୍ୟାସବ୍ୟସାଚୀ ମିଶ୍ରଭାରତୀୟ ସମ୍ବିଧାନଦାଶରଥି ଦାସବୈଜୟନ୍ତ ପଣ୍ଡାଏଣ୍ଡୋମେଟ୍ରିଓସିସନୋବେଲ ପୁରସ୍କାରମାଗୁଣିର ଶଗଡ଼ (କଥାଚିତ୍ର)ସାରଳା ମନ୍ଦିରକବାଟବିସ୍ଥାପିତ କାନ୍ଧ ଗଣ୍ଠିଲକ୍ଷ୍ମୀରାମଚନ୍ଦ୍ର ବେହେରାଫେବୃଆରୀ ୨୮ଚଇତି ଘୋଡ଼ା ନାଚଓଡ଼ିଆ କାବ୍ୟ କବିତାଭାରତୀୟ ଡାକ ସେବାଓଡ଼ିଶା ବିଧାନ ସଭାଦେବସ୍ନାନ ପୂର୍ଣ୍ଣିମାକାଗଜଗିରିଜା କୁମାର ବଳୀୟାରସିଂହକାଟୁଲୁ ରବି କୁମାରଏମିସ ଲୋକଧରିତ୍ରୀ (ଖବରକାଗଜ)ବରଗଛଭାରତର ସଂସଦଜଗନ୍ନାଥ ମନ୍ଦିରଓଡ଼ିଆ କଥାଚିତ୍ର ଜଗତବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଦ୍ଭିଦ ବିଜ୍ଞାନପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଗୋପୀନାଥ ମହାନ୍ତିହରେକୃଷ୍ଣ ମହତାବମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧାତୁଭଦ୍ରକଭାରତୀୟ ସଂଖ୍ୟା ପ୍ରଣାଳିଓପନ-ସୋର୍ସ ସଫ୍ଟୱେରଅପରେଟିଙ୍ଗ ସିଷ୍ଟମଶ୍ୱେତସାରଢେଙ୍କାନାଳଜଳକୋଳି🡆 More