ଆଲୋଚନା ସଭା

This page is not available in other languages.

(ଆଲୋଚନାଅବଦାନ)

ଆମେ ଆଗରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଉପାଧି ଯୋଡ଼ିବା ସପକ୍ଷରେ ଊଣାଅଧିକେ ସହମତ ହୋଇଥିଲେ । ତା' ପରେ ଅନେକଙ୍କ ପ୍ରସଙ୍ଗରେ ଉପାଧି ଯୋଡ଼ାହେଲା ।

ମୁଁ ଗୋଟେ ଛୋଟ ପରଖ କରୁଥିଲି । କୁଞ୍ଜବିହାରୀ ଦାଶଙ୍କ ପ୍ରସଙ୍ଗରେ ତାଙ୍କ ଉପାଧି ନଥିଲା ଆଉ ଯୋଡ଼ିଲି । ତେବେ ଉପାଧି ଆଉ ନାଁକୁ ଅଲଗା ଦେଖେଇବା ପାଇଁ ଉପାଧୀକୁ ଟିକେ ଛୋଟ କରି ( ଟ୍ୟାଗ ବ୍ୟବହାର କରି) ଲେଖିଛି । ନାଁଟା ଆଗରୁ ବୋଲ୍ଡରେ ଲେଖାହୁଏ । ଏଣୁ ଉପାଧି ଆଉ ନାଁ ଉଭୟ ଏକା ଜାଗାରେ ରହିବ ଆଉ ଦେଖିଲେ ଜାଣିହେବ କେଉଁଟା ନାମ କେଉଁଟା ଉପାଧି ।

ସମସ୍ତଙ୍କୁ ଅନୁରୋଧ କୁଞ୍ଜବିହାରୀ ଦାଶଙ୍କ ପ୍ରସଙ୍ଗର ଉପକ୍ରମରେ ଟିକେ ଦେଖିବେ । ଯଦି ଠିକ ଲାଗୁଚି (ନ ଲାଗୁଥିଲେ ବି କହିବେ) ତାହେଲେ ଆଗକୁ ଆମେ ଏଭଳି କରିପାରିବା ।

(ଆଲୋଚନାଅବଦାନ)

ଇନ୍‌ଫୋବକ୍ସରେ ଯେମିତି ଅଛି, ତାହା ଠିକ୍ ଲାଗୁଛି । କିନ୍ତୁ ନାଁ ଆଗରୁ ଲେଖିବା ମୋତେ ଠିକ୍ ଲାଗୁନାହିଁ । ହଁ କିଛି ଜଣଙ୍କ କ୍ଷେତ୍ରରେ ଏହା ଅଲଗା ହୋଇଥାଏ, ତାକୁ ସିଧାସଳଖ ବୋଲ୍ଡରେ ଲେଖିଲେ ବି ଚଳିବ । ଯେମିତି ଇଂରାଜୀ ଉଇକିପିଡ଼ିଆରେ Isaac Newtonଙ୍କ ପ୍ରସଙ୍ଗ ଏହିଭଳି ଲେଖାଯାଇଛି । ଯଦିଓ ସାନ କରିକି ଲେଖିଲେ, ସଭିଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ, କିନ୍ତୁ ସବୁ ପ୍ରସଙ୍ଗରେ କ'ଣ ଲେଖାଯାଇପାରିବ କି?

ଯଦି ନିର୍ମଳ ଚନ୍ଦ୍ର ରାଉତଙ୍କର ପ୍ରସଙ୍ଗ ବିଷୟରେ ଆଲୋଚନା କରିବା, ସେ ତାଙ୍କ ନାମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ ବୋଲି ସବୁଠି ଲେଖନ୍ତି, ଯେଉଁଠି ଏହି ଉପାଧିଟି ତାଙ୍କୁ ଜାନକୀ ପଟ୍ଟନାୟକ ଦେଇଥିଲେ ବୋଲି ସେ କୁହନ୍ତି, ହେଲେ ଅନ୍‌ଲାଇନ୍‌ରେ ସେମିତି କିଛି ତଥ୍ୟ ନାହିଁ । ତା' ଛଡ଼ା ତାଙ୍କୁ ଯେଉଁ ମଞ୍ଚରେ ନିମନ୍ତ୍ରଣ ହୁଏ, ସବୁଠି ଏହି ଉପାଧି ସହିତ ନାମ ଲେଖାଯାଏ । ହେଲେ ଏହି ପ୍ରସଙ୍ଗରେ ଉପାଧି ରହିବା ଯୁକ୍ତିଯୁକ୍ତ ଲାଗୁନାହିଁ ।

(ଆଲୋଚନାଅବଦାନ)

ଭଲ କଥାଟେ ଉଠେଇଲ । ପ୍ରଥମ ଉଦାହରଣରେ ଆଇଜାକ ନିଉଟନଙ୍କ ସାର ଉପାଧି ଏକ ଅତି ବ୍ୟାପକ ଭାବେ ଜଣା ଉପାଧି । ତେଣୁ ଓଡ଼ିଶା/ଭାରତର ବ୍ୟକ୍ତିତ୍ୱଙ୍କ ପାଇଁ ପ୍ରଯୁଯ୍ୟ ସମାନ ଧରଣର ଉପାଧି ପାଇଁ କେବଳ ଉପାଧି ରହିବ । ମୋର ଯେତେ ଦୂର ମନେପଡ଼ୁଛି ଏ ବାବଦରେ ପ୍ରତୀକ ଯୁକ୍ତିକରିଥିଲା । ମୁଁ ଆରମ୍ଭରୁ ଉପାଧି ସପକ୍ଷରେ ନଥିଲି କିନ୍ତୁ ଅନେକ ବ୍ୟକ୍ତିତ୍ୱଙ୍କ ଉପାଧି ଏତେ ଅଧିକ ଜଣାଶୁଣା (ଯେମିତି କୁଳବୃଦ୍ଧ, ଉତ୍କଳଭାରତୀ, ଉତ୍କଳମଣି, ଉତ୍କଳଘଣ୍ଟି ଆଦି) ଯେ ନ ଲେଖିଲେ ଅପୂରା ଅପୂରା ଲାଗିପାରେ ଅନେକ ପାଠକଙ୍କୁ । ତେବେ ସବୁ ଉପାଧି ରହିବ ନାହିଁ । ତମେ ନିର୍ମଳ ଚନ୍ଦ୍ର ରାଉତଙ୍କ ଉଦାହରଣ ଯେଉଁ ଦେଲ ସେ ଭଳି କ୍ଷେତ୍ରରେ ରହିବ ନାହିଁ । ଉପାଧିଟି ଅତି ଜଣାଶୁଣା ହୋଇଥିଲେ ଅନେକ ସ୍ଥାନରେ ଲିପିବଦ୍ଧ ମଧ୍ୟ ହୋଇଥିବ । ସେସବୁ ଆମେ ଦେଇପାରିବା । ଉପାଧିକି ବୋଲ୍ଡ କରି ଲେଖିବା ବାବଦରେ ମୁଁ ଅବଗତ । କେବଳ ନାଁଠୁ ଭିନ୍ନ କରି ଲେଖିବା ଉଦ୍ଦେଶ୍ୟରେ ପ୍ରସ୍ତାବଟି । ବାକିମାନେ କଣ ଭାବୁଛନ୍ତି ଅପେକ୍ଷାରେ ରହିଲି ।

(ଆଲୋଚନାଅବଦାନ)

ଅବଶ୍ୟ ମୋତେ ବି ବେଳେବେଳେ ସେଇଆ ଲାଗେ, ଖାଲି ଗୋପବନ୍ଧୁ ଦାସ ଲେଖିଲେ ଭଲ ଶୁଭୁନି, କାରଣ ଅଭ୍ୟାସ ନାହିଁ । କିନ୍ତୁ ଆଜି ଏମିତି ଗୋଟେ ପ୍ରସଙ୍ଗ ଜଣାନାହିଁ କେମିତି ମୋତେ ସର୍ଟସ୍ ଦେଖେଇଲା, ଯେଉଁଥିରେ ଉଇକିପିଡ଼ିଆରେ କାହିକିଁ ଛତ୍ରପତି ଶିବାଜୀ ମହାରାଜ ବୋଲି ଲେଖା ହୋଇନି ବୋଲି ଜଣେ କହୁଥିଲେ, ସତରେ ଖାଲି ଶିବାଜୀ ବୋଲି ରହିଛି । ହେଲେ ଆମେ କେତେକଙ୍କ କ୍ଷେତ୍ରରେ ରହିଲେ ଭଲ ହେବ । ହେଲେ କାହାର ରହିବ, ତା'ର ମାନଦଣ୍ଡ ବି ଆମକୁ ଆଗ ନିର୍ଦ୍ଧାରଣ କରିବାକୁ ହେବ ।

"ବ୍ୟକ୍ତିତ୍ୱଙ୍କ ପ୍ରସଙ୍ଗରେ ଉପାଧି ଓ ନାଁ"ଙ୍କୁ ଉତ୍ତର

Tags:

🔥 Trending searches on Wiki ଓଡ଼ିଆ:

ପୁଥୁପ୍ପାଲ୍ଲୀ, କୋଟ୍ଟାୟାମଶବ୍ଦ (ପଦ)ମାୟାଧର ମାନସିଂହଭୂମିକମ୍ପମୁକୁନ୍ଦ ଦେବଓଡ଼ିଆ ଲିପିଇଣ୍ଡୋନେସିଆଲକ୍ଷ୍ମୀକାନ୍ତ ମହାପାତ୍ରରାମଚନ୍ଦ୍ର ମିଶ୍ରପ୍ରଥମ ବିଶ୍ୱଯୁଦ୍ଧଅଗ୍ନ୍ୟାଶୟ ଅକ୍ଷମତାଭକ୍ତ ଚରଣ ଦାସ (ରାଜନେତା)ଓଡ଼ିଆ ଭାଗବତଓଡ଼ିଶାର କଳାକୃଷ୍ଣଚନ୍ଦ୍ର ପାଣିଗ୍ରାହୀରବର୍ଟ ହିଲ୍ରାଜେନ୍ଦ୍ର କିଶୋର ପଣ୍ଡାଶ୍ରୀନଇ ଆରପାରିଡାକ ମୁନସୀଯୁକ୍ତରାଜ୍ୟହେମନ୍ତ କୁମାର ଦାସଜ୍ୟୋତିର୍ଲିଙ୍ଗବଉଳପ୍ରାଣବନ୍ଧୁ କରବଡ଼ ଏରାଜନ ଗଣ ମନଅମାବାସ୍ୟାର ଚନ୍ଦ୍ରମହୁଗୁଗଲଚୈତନ୍ୟଶାନ୍ତନୁ କୁମାର ଆଚାର୍ଯ୍ୟପର୍ଫେନାଜାଇନପ୍ରଗତିବାଦୀବିଜୁ ପଟ୍ଟନାୟକଆର୍ଯ୍ୟଭଟ୍ଟରାଜା ରାମମୋହନ ରାୟଫୋସିନୋପ୍ରିଲବୈଶାଖଜଗନ୍ନାଥଲଣ୍ଡନତୁଳସୀ ଗଛଓଡ଼ିଶାର ଲୋକନୃତ୍ୟବୈଷ୍ଣବ ଚରଣ ସାମଲଭାରତୀୟ ଜାତୀୟ କଂଗ୍ରେସକଖାରୁ ଫୁଲ ଭଜାଭଦ୍ରକଲିଙ୍ଗରାଜ ମନ୍ଦିରଚନ୍ଦ୍ରଶେଖର ରଥବିଜୟ ମିଶ୍ରବଳରାମ ଦାସଜିନା ସାମଲପକୋଡ଼ା୨୮ ଫେବୃଆରୀତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ୦ (ସଂଖ୍ୟା)ଖିଲିପାନଗୋପାଳ କୃଷ୍ଣ ରଥଶେର ଶାହ ସୁରୀଉଦ୍ଭିଦକୁନ୍ତଳା କୁମାରୀ ସାବତହାଡ଼ଫୁଟିରସଗୋଲାଶୈଳବାଳା ଦାସପ୍ରଣବ ପ୍ରକାଶ ଦାସଚିକୁନ‌ଗୁନିଆପୋଟଳ ରସାମହେନ୍ଦ୍ର ସିଂହ ଧୋନିନନ୍ଦିନୀ ଶତପଥୀଦାସକାଠିଆବିରାଟ କୋହଲୀ୧ (ସଂଖ୍ୟା)ଭଗବତୀ ଚରଣ ପାଣିଗ୍ରାହୀଭୀମ ପୃଷ୍ଟିବେଦ🡆 More