୨୦୧୮ ଇଣ୍ଡୋନେସିଆ ସୁନାମି

]

୨୦୧୮ ଇଣ୍ଡୋନେସିଆ ସୁଂଦା ପ୍ରଣାଳୀ ସୁନାମି
୨୦୧୮ ଇଣ୍ଡୋନେସିଆ ସୁନାମି
Scene of destruction in Carita Beach, Banten after a tsunami struck
ସମୟaround 21:38 WIB
(14:38 UTC)
ତାରିଖ22 December 2018
ଅବସ୍ଥିତିSunda Strait, Indonesia
Coordinates6°06′11″S 105°25′23″E / 6.103°S 105.423°E / -6.103; 105.423
ମୃତ୍ୟୁ426
ଯତବିକ୍ଷତ14,059
ପତ୍ତାହୀନ25
ସମ୍ପତ୍ତି କ୍ଷତି2,752 houses and 510 ships

୨୨ ଡିସେମ୍ବର ୨୦୧୮ ତାରିଖରେ ଇଣ୍ଡୋନେସିଆର ବାନ୍ତେନ ତଥା ଲାପୁଂଗ ଅଂଚଳର ସମୁଦ୍ର ଉପକୂଳରେ ଅନକ କ୍ରାକଟାଊ ଆଗ୍ନେୟଗିରି ବିସ୍ଫୋରଣ ପରେ ଏକ ସାମୁଦ୍ରିକ ସୁନାମୀ ଆସିଥିଲା । ଏହି ସୁନାମୀ ଯୋଗୁଁ ଅତି କମରେ ୪୨୬ ନିହତ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଏହି ସୁନାମୀ ଉପରୋକ୍ତ ଆଗ୍ନେୟଗିରି ବିସ୍ଫୋରଣ ପରେ ସମୁଦ୍ର ତଳେ ହୋଇଥିବା ଏକ ଭୂସ୍ଖଳନଦ୍ୱାରା ଉତ୍ପନ ହୋଇଥିଲା । ତା' ପର ଦିନ ଅର୍ଥାତ ୨୩ ଡିସେମ୍ବର ୨୦୧୮ ଦିନ ଅନେକାଂଶ (ଦକ୍ଷିଣ-ପଶ୍ଚିମ କ୍ଷେତ୍ର) ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା ।

ପୃଷ୍ଠଭୂମି

୨୦୧୮ ଇଣ୍ଡୋନେସିଆ ସୁନାମି 
The Pacific Ring of Fire
୨୦୧୮ ଇଣ୍ଡୋନେସିଆ ସୁନାମି 
Global earthquakes (1900–2013)
୨୦୧୮ ଇଣ୍ଡୋନେସିଆ ସୁନାମି : EQs M7.0+ (depth 0–69km)
୨୦୧୮ ଇଣ୍ଡୋନେସିଆ ସୁନାମି : Active volcanoes.

ପୃଥିବୀର ପ୍ରଶାନ୍ତ ମହାସାଗରରେ ଥିବା ଅଗ୍ନି ବଳୟ ଉପରେ ଇଣ୍ଡୋନେସିଆ ଦ୍ୱୀପପୁଂଜ ଅବସ୍ଥିତ ଅଟେ । ଏହା ଅନେକ ସମୟରେ ଉଚ୍ଚ ଆବୃତ୍ତି (frequency) ଭୂମିକମ୍ପ ଅନୁଭବ କରିଥାଏ । ୧୨୭ଟି ସକ୍ରିୟ ଜ୍ୱାଳାମୁଖୀ ଏହି ଦ୍ୱୀପପୁଂଜରେ ଅଛି । ସେଥିରୁ ଏକ ହେଉଛି ଅନକ କ୍ରାକଟାଊ (ଶାବ୍ଦିକ ରୂପ କ୍ରାକଟାଊର ଶିଶୁ ) । ଏହା ସୁନ୍ଦା ସମୁଦ୍ର ପ୍ରଣାଳୀ ମଧ୍ୟରେ ଅଛି । ଏଥିରେ ୧୯୨୭ ଓ ତା ପୂର୍ବରୁ ୧୮୮୩ ଖ୍ତୀଷ୍ଟାବ୍ଦରେ ବିସ୍ଫୋରଣ ହୋଇଥିଲା (ଏହି ୧୮୮୩ ବିସ୍ଫୋରଣ ଇତିହାସରେ ଲିପିବଦ୍ଧ ଅଗ୍ନି ଉତ୍ପାତ ଭିତରେ ସହୋଠାରୁ ବଡ଼ ବୋଲି ଧରାଯାଏ ) ।

ଏହି ସୁନାମୀ ଅସିବାର କିଛି ମାସ ପୂର୍ବରୁ ହିଁ ଅନକ କ୍ରାକଟାଊର ଗତିବିଧିରେ ବୃଦ୍ଧି ଦେଖା ଯାଇଥିଲା । ୨୧ ଡିସେମ୍ବର ୨୦୧୮ ଦିନ ଦୁଇ ମିନିଟ ବିସ୍ଫୋଟରେ ୪୦୦ ମିଟର ଉଚ୍ଚ ପାଉଁଶ ବାଦାଲ ସୃଷ୍ଟି ହୋଇଥିଲା ।

ସୁନାମୀ

ଇଣ୍ଡୋନେସିଆ ସରକାରଂକ ଆଗ୍ନେୟଗିରି ସର୍ଭେ ସଂସ୍ଥାର ରେକର୍ଡ଼ ଅନୁସାରେ ୨୨ ଡିସେମ୍ବର ୨୦୧୮ ଦିନ ଦିନ ବାରଟାରୁ ସଂଧ୍ୟା ଛଅଟା ମଧ୍ୟରେ ମୋଟ ରୂପେ ୪୨୩ଟି ବିସ୍ଫୋରଣ ଅନକ କ୍ରାକଟାଊରେ ଆସିଥିଲା । ସ୍ଥାନୀୟ ସମୟ ରାତି ନଅଟା ତିନି ମିନିଟରେ ପ୍ରବଳ ଭୂମିକମ୍ପ ତଥା ବିସ୍ଫୋରଣ ହୋଇ ଆଗ୍ନେୟଗିରିଟିର ଦକ୍ଷିଣ ପଶ୍ଚିମ ଭାଗ ସମୁଦ୍ରରେ ଜଳମଗ୍ନ ହୋଇଥିଲା ଓ ତାର ଉଚ୍ଚତା ୩୩୮ ମିଟରରୁ ୧୧୦ ମିଟରକୁ ଖସି ଆସିଥିଲା ।

ସ୍ଥାନୀୟ ସମୟ ୨୧:୨୭ରେ ଆଗ୍ନେୟଗିରି ନିକଟବର୍ତ୍ତୀ ବାନ୍ତେନ ତଥା ଲାପୁଂଗ ଇଲାକାରେ ସାମୁଦ୍ରିକ ସୁନାମୀ ମାଡି ଆସିଥିଲା । ଏହାର ଢେଉର ଉଚ୍ଚତା ଦୁଇ ମିଟରରୁ ତେର ମିଟର ଯାଏ ହୋଇଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଟୁଇଟରବିକ୍ରମ କେଶରୀ ଦେଓମିଶେଲ ଓବାମାଶ୍ରୀରାମ ପଣ୍ଡାଭୂଗୋଳଉଇକିପୋଥିମିଳିମିଳାରାୟଗଡ଼ା ଜିଲ୍ଲାପାଲାଉଇକିବିଦ୍ୟାଳୟକଲରାପତରିଆ ବାଘରଶ୍ମି ରାଉଳଭଗତ ସିଂହଓଡ଼ିଆ ଭାଗବତଓଡ଼ିଆ ସାହିତ୍ୟର ଇତିହାସଭୋଦେଇ ଓଷା୮ ମାର୍ଚ୍ଚ୧୦ ନଭେମ୍ବରସ୍ୱାସ୍ଥ୍ୟଭାରତୀୟ ଜନତା ପାର୍ଟିନିମୋନିଆସୀତା ବିବାହଅସିତ ମହାନ୍ତିଅଂଶୁଘାତସିପ୍ରା ମଲ୍ଲିକଇଷ୍ଟ ଇଣ୍ଡିଆ କମ୍ପାନୀଚନ୍ଦ୍ରଶେଖର ଭେଙ୍କଟ ରମଣଲବଣ ସତ୍ୟାଗ୍ରହବେଦ୨୮ ମାର୍ଚ୍ଚଆମ୍ବେଦକର ଜୟନ୍ତୀଦକ୍ଷିଣ ଆଫ୍ରିକା୧୬ଶ ଲୋକ ସଭାକୁଷ୍ଠକୟାଁ ଜନଜାତିଶ୍ରୀତମ ଦାସପଞ୍ଚସଖାବାଜି ରାଉତଓଡ଼ିଶାର ଭୂଗୋଳନନ୍ଦ କିଶୋର ବଳଦିୱାନା ଦିୱାନୀରବୀନ୍ଦ୍ରନାଥ ଠାକୁରଦଶାବତାରସୁରେଶ କୁମାର ରାଉତରାୟନଅଙ୍କ ଦୁର୍ଭିକ୍ଷଭଗବତ ଗୀତାହାତଭାରତବ୍ରହ୍ମୋତ୍ରୀ ମହାନ୍ତିଓଡ଼ିଶା ପ୍ରିମିଅର ଲିଗସୁରେନ୍ଦ୍ର ନାୟକପୁରାଣଯମେଶ୍ୱର ମିଶ୍ରପୃଥିବୀର ବାୟୁମଣ୍ଡଳସରସ୍ୱତୀଆକବରସାଧାରଣ ଆପେକ୍ଷିକ ତତ୍ତ୍ୱଯାଯାବର (୧୯୭୫ର କଥାଚିତ୍ର)କଇଁସାରି୨୯୨୧୬ ମାର୍ଚ୍ଚସୁଦାମ ମାରାଣ୍ଡି🡆 More