ହରିଡ଼ା

ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଏହା ସାତ ପ୍ରକାରର ହୋଇଥାଏ - ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ।

ହରିଡ଼ା
ହରିଡ଼ା
A leafless T. Chebula tree
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Myrtales
କୁଳ: Combretaceae
ପ୍ରଜାତି: Terminalia
ଜାତି: T. chebula
ବାଇନୋମିଆଲ ନାମ
Terminalia chebula
Retz.

ଶାସ୍ତ୍ରୋକ୍ତ ଗୁଣ

ଏହା ତିକ୍ତ, କଟୁ, ଅମ୍ଳ, ମଧୁର ଓ କଷାୟ ରସ, ଉଷ୍ଣବୀର୍ଯ୍ୟ, ମେଧାଜନକ, ରସାୟନ, ଚକ୍ଷୁ ହିତକର, ଆୟୁବୃଦ୍ଧିକର, ଅଗ୍ନୀଦୀପ୍ତକ ଓ ପାଚକ। ବାୟୁ, ଶୂଳ, ମଳବୃଦ୍ଧି, ଗୁଳ୍ମ, କାମଳ, ହୃଦୟରୋଗ, ବ୍ରଣ, କୁଷ୍ଠ, କୃମି, ଜ୍ୱର, ଶୋଥ, ଯକୃତ, ପ୍ଳୀହା, କଣ୍ଡୁ, ଅଜୀର୍ଣ, ଦାନ୍ତମୂଳପୀଡ଼ା, ମୁତ୍ରକୃଚ୍ଛ୍ର, ଅଶ୍ମରୀ, ଉପଦଂଶ, ମସ୍ତକ, ଭ୍ରମ, କଫ, ପିତ୍ତ, ଓ ବାତ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।

ଅନ୍ୟାନ୍ୟ ଭାଷାରେ ନାମ

ଓଡ଼ିଆରେ ହରିଡା,
ବଙ୍ଗଳାରେ ହରିତକି,
ହିଂଦିରେ ହର, ଛୋଟିହରଡ,
ତେଲୁଗୁରେ କରକଚେଟ୍ଟୁ, ଅପିଚେଟ୍ଟୁ ,
ସଂସ୍କୃତରେ ଶିବା, ଶ୍ରେୟସି, ହରିତକି, ପଥ୍ୟା, ଅବ୍ୟଥା ଓ ହେମବତୀ କୁହାଯାଏ।

ବ୍ୟବହାର

ଏହାର ମଂଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ। ଏହା ପେଟରୋଗପାଇଁ ଅତି ଗୁଣକାରୀ ହୋଇଥିବାରୁ କୁହାଯାଏ, ଯସ୍ୟମାତା ଗୃହେ ନାସ୍ତି ତସ୍ୟମାତା ହରିତକୀ - ଯା’ର ମା’ ଘରେ ନାହାନ୍ତି, ତା’ର ମା’ ହେଉଛି ହରିଡ଼ା। ଆଉ ମଧ୍ୟ କୁହାଯାଏ, କଦାଚିତ୍ କୁପ୍ୟତେ ମାତା, ନୋଦରସ୍ଥା ହରିତକୀ - ମା’ କେବେ କେମିତି ରାଗି ପାରନ୍ତି, କିନ୍ତୁ ହରିଡ଼ା ପେଟକୁ କେବେ କଷ୍ଟପ୍ରଦ ହୁଏନା।

ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।

ସତର୍କତା

ଦୁର୍ବଳ, କ୍ଷୀଣକାୟ, ଉପବାସୀ, ପିତ୍ତପ୍ରଧାନ ବ୍ୟକ୍ତି, ଗର୍ଭବତୀ, ପଥକ୍ଳାନ୍ତ ବ୍ୟକ୍ତି ଓ କ୍ଷୟରୋଗୀ ପକ୍ଷରେ ହରିଡା ସେବନ ନିଷିଦ୍ଧ।

ହରିଡ଼ା
ହରିଡ଼ା

ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

ବାହାର ତଥ୍ୟ

  • Haritaki In Ayurveda Archived 2009-05-21 at the Wayback Machine.
  • Caldecott, Todd (2006). Ayurveda: The Divine Science of Life. Elsevier/Mosby. ISBN 0-7234-3410-7. Contains a detailed monograph on Terminalia chebula(Haritaki; Abhaya) as well as a discussion of health benefits and usage in clinical practice. Available online at http://www.toddcaldecott.com/index.php/herbs/learning-herbs/361-haritaki Archived 2013-12-03 at the Wayback Machine.

Tags:

ହରିଡ଼ା ଶାସ୍ତ୍ରୋକ୍ତ ଗୁଣହରିଡ଼ା ଅନ୍ୟାନ୍ୟ ଭାଷାରେ ନାମହରିଡ଼ା ବ୍ୟବହାରହରିଡ଼ା ସତର୍କତାହରିଡ଼ା ଆଧାରହରିଡ଼ା ବାହାର ତଥ୍ୟହରିଡ଼ା

🔥 Trending searches on Wiki ଓଡ଼ିଆ:

୧୯୮୧ଓଡ଼ିଶାର ସଂସ୍କୃତିସାଇକେଲରାଧାମନୋଜ ଦାସଛ ମାଣ ଆଠ ଗୁଣ୍ଠ୧୮ ଅଗଷ୍ଟକୁଲନ ବାଗେକୋଣାର୍କଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରତାଜମହଲଗୀତଗୋବିନ୍ଦଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଚାରି ଧାମଅଶୋକାଷ୍ଟମୀବିଶ୍ୱ ଏଡ୍‌ସ ଦିବସବନ୍ଦେ ଉତ୍କଳ ଜନନୀଅଂଶୁଘାତଲାଟିନ ଭାଷାଅଶୋକ (ସମ୍ରାଟ)ଯଶୋଧାରା ମିଶ୍ରତୃପ୍ତି ଦାସରାଜ ଯୋଗହରପ୍ରସାଦ ଦାସଏଲୋରା ଗୁମ୍ଫା୫ ଡିସେମ୍ବରମାଦଳା ପାଞ୍ଜିଯୌନ ସମ୍ଭୋଗଓଡ଼ିଶୀଅନ୍ତରଙ୍ଗ ସମ୍ପର୍କଉମେଶଚନ୍ଦ୍ର ସରକାରଇନ୍ଦିରା ଗାନ୍ଧୀଦୁର୍ଗା ପୂଜା୮୮୭ଧଉଳିଭକ୍ତ ଚରଣ ଦାସସର୍ବିଆଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶ୍ରୀରୂପା ମିତ୍ର ଚୌଧୁରୀଖାରବେଳରାମଚନ୍ଦ୍ର ବେହେରାସାତକଡ଼ି ହୋତା୨୯ ମାର୍ଚ୍ଚୟୁକ୍ରେନଓଡ଼ିଶାର ଇତିହାସଅଙ୍ଗାରକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସ୍କନ୍ଦ ପୁରାଣରାମ ନବମୀପଟ୍ଟଚିତ୍ରସୁରେନ୍ଦ୍ର ମହାନ୍ତିବାୟୁ (ଦେବତା)ଶାରଳା ପୁରସ୍କାରତରୁଣକାନ୍ତି ମିଶ୍ରପୁଷ୍ଟିସାରବ୍ୟାସଦେବଫୋଟନ୍‌କମ୍ପ୍ୟୁଟର ବିଜ୍ଞାନଗ୍ରହଶ୍ରୀନିବାସ ଉଦ୍‌ଗାତାଭାରତୀୟ ସମ୍ବିଧାନମାୟାଧର ମାନସିଂହବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅର୍ଚ୍ଚନା (କବିତା ସଙ୍କଳନ)ସମ୍ବାଦଜଗନ୍ନାଥ🡆 More