ସୂର୍ଯ୍ୟମଣି ବେହେରା

ସୂର୍ଯ୍ୟମଣି ବେହେରା ଜଣେ ଭାରତୀୟ ଅବସରପ୍ରାପ୍ତ ପ୍ରଫେସର ତଥା ଲୋକପ୍ରିୟ ବିଜ୍ଞାନ ଲେଖକ । ସେ ଓଡ଼ିଶାରେ ଜନ୍ମିତ ଓ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ୪୨ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତାଙ୍କର କିଛି ଜଣାଶୁଣା ପୁସ୍ତକ ହେଲା ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣ ଓ ବିଜ୍ଞାନ ମେଳା । ସେ ଔଷଧୀୟ ଉଦ୍ଭିଦ ଚାଷ ଉପରେ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ କୁଟୀର ଶିଳ୍ପ ପାଇଁ ବ୍ୟବହାର ହେଉଛି । ସେ ଲୋକପ୍ରିୟ ବିଜ୍ଞାନ ମଞ୍ଚ ନାମକ ଏକ ସଂଗଠନ ପ୍ରତିଷ୍ଠା କରି ତାହା ମାଧ୍ୟମରେ ୨୦୦୨ରୁ ବିଦ୍ୟାଳୟ, ମହାବିଦ୍ୟାଳୟ, ସେଚ୍ଛାସେବୀ ଅନୁଷ୍ଠାନ, ଲେଖକ ଏବଂ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୯ ଜାତୀୟ ପୁରସ୍କାର ପାଇଥିଲେ । ଏହା ତାଙ୍କୁ ୨୦୨୦ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । ବିଜ୍ଞାନାଗାରକୁ ଜ୍ଞାନ ବିତରଣ ପାଇଁ ବ୍ୟବହାର କରିବା ଓ ବିଜ୍ଞାନ ପ୍ରଭାବରେ ଜନସାଧାରଣଙ୍କୁ ଅଧିକ ଉପାର୍ଜନକ୍ଷମ କରାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ । ବିଜ୍ଞାନ ସାହିତ୍ୟ ରଚନା ନିମନ୍ତେ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପୁସ୍ତକ ମେଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, କଟକଦ୍ୱାରା ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ ମିଳିଛି ।

ସୂର୍ଯ୍ୟମଣି ବେହେରା
ଜନ୍ମ
ସୂର୍ଯ୍ୟମଣି ବେହେରା
ଜାତୀୟତାଭାରତୀୟ
ବୃତ୍ତିଅବସରପ୍ରାପ୍ତ ପ୍ରଫେସର ଓ ଲୋକପ୍ରିୟ ବିଜ୍ଞାନ ଲେଖକ
Academic work
Notable works'ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣ, ବିଜ୍ଞାନ ମେଳା

ସମ୍ମାନ ଓ ପୁରସ୍କାର

  • ୨୦୧୯ ଜାତୀୟ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର (ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ, ୨୦୨୦ ମସିହାରେ ପ୍ରଦତ୍ତ)
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ - ୨୦୨୦

ଆଧାର

Tags:

ଇଂରାଜୀ ଭାଷାଉତ୍କଳ ସାହିତ୍ୟ ସମାଜଓଡ଼ିଆ ଭାଷାଭାରତ

🔥 Trending searches on Wiki ଓଡ଼ିଆ:

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଜଗନ୍ନାଥ ଦାସଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରସ୍ତୁତି ଚିନ୍ତାମଣିଖଞ୍ଜଣିଚନ୍ଦ୍ରଶେଖର ନନ୍ଦଜର୍ମାନୀମାର୍ଚ୍ଚ ୨୧ବୀଣାପାଣି ମହାନ୍ତିପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଓଡ଼ିଶୀପଲଉଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୋହିତ ଶର୍ମାବ୍ରୁସେଲୋସିସଚରକପ୍ରେମରାଧାନାଥ ରାୟଆକବରଗୋଦାବରୀଶ ମିଶ୍ରଯୁକ୍ତରାଷ୍ଟ୍ର ଆମେରିକାପରୀକ୍ଷାଜନ ଗଣ ମନଓଡ଼ିଆ ଭ୍ରମଣ ସାହିତ୍ୟସୌଭାଗ୍ୟ କୁମାର ମିଶ୍ରପଣା ସଂକ୍ରାନ୍ତିସରୋଜିନୀ ସାହୁମାର୍ଚ୍ଚ୧୯୦୫ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମସ୍କୋରାମାବତାରମ୍ଅଣସରସତ୍ୟବାଦୀ ବନ ବିଦ୍ୟାଳୟଭଣ୍ଡ ଗଣେଶଅଗ୍ନ୍ୟାଶୟ ଅକ୍ଷମତାଯୌନ ସମ୍ଭୋଗଭକ୍ତ ଚରଣ ଦାସc3bn4ସୋନାଲ ମାନସିଂହକାଳିଚରଣ ପଟ୍ଟନାୟକଫେବୃଆରୀବାଙ୍କୀଓଡ଼ିଶା ବିଧାନ ସଭାରମାକାନ୍ତ ରଥଦୁର୍ଗା ପୂଜାରଥହନୁମାନହେପାଟାଇଟିସରାଜ୍ୟ ସଭାଅଷ୍ଟ୍ରେଲିଆଗୋଲୋକ ବିହାରୀ ଧଳବଳସମ୍ବଲପୁରସୀତାକାନ୍ତ ମହାପାତ୍ରମନୋରଞ୍ଜନ ଦାସବିରାଟ କୋହଲୀଟିଣଅଧର ପଟ୍ଟନାୟକକୁନ୍ତଳା କୁମାରୀ ସାବତପୁଥୁପ୍ପାଲ୍ଲୀ, କୋଟ୍ଟାୟାମ୧୯୮୪ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପାରମିତା ଶତପଥୀପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ମାୟାଧର ମାନସିଂହବିରଜା ମନ୍ଦିରତୃପ୍ତି ଦାସମାଗୁଣିର ଶଗଡ଼ଖାଦ୍ୟ🡆 More