ଶାହଜାହାନ: ପଞ୍ଚମ ମୁଗଲ ଶାସକ

ସମ୍ରାଟ ଜାହାଙ୍ଗୀରଙ୍କ ତୃତୀୟ ସନ୍ତାନ ଶାହଜାହାନ ୧୫୯୨ ମସିହା ଜାନୁଆରୀ ୫ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁପରେ ନିଜର ସବୁ ଭାଇଙ୍କୁ ହତ୍ୟା କରି ସେ ୧୬୨୮ ଫେବୃଆରୀ ୪ ତାରିଖରେ ସିଂହାସନ ଆରୋହଣ କରିଥିଲେ । ତାଙ୍କର ୩ ପତ୍ନୀ ମଧ୍ୟରୁ, ଦ୍ୱିତୀୟ ଥିଲେ ମମତାଜ, ମମତାଜଙ୍କ ସହ ତାଙ୍କ ବିବାହ୧୬୧୨ ମସିହାରେ ହୋଇଥିଲା । ୧୬୩୧ରେ ମମତାଜଙ୍କ ମୃତ୍ୟୁ ପରେ, ତାଙ୍କ ସ୍ମୃତିରେ ସେ ତାଜମହଲ ନିର୍ମାଣ କରିଥିଲେ । ଦିଲ୍ଲୀର ଜାମା ମସଜିଦ ଓ ଆଗ୍ରାର ମୋତି ମସଜିଦ ମଧ୍ୟ ତାଙ୍କଦ୍ୱାରା ନିର୍ମିତ ହୋଇଥିଲା । ଶାହଜାହାନାବାଦ ନାମରେ ସେ ଏକ ନୂଆ ରାଜଧାନୀ ଗଢ଼ିଥିଲେ । ୧୬୫୮ ମସିହାରେ ଶାହଜାହାନଙ୍କ ପୁତ୍ର ଆଉରଙ୍ଗଜେବ ତାଙ୍କୁ ବନ୍ଦୀ କରି ସିଂହାସନ ଆରୋହଣ କରିଥିଲେ । ଦୀର୍ଘ ୮ବର୍ଷ ବନ୍ଦୀ ଜୀବନ ବିତାଇବାପରେ ୨୨ ଜାନୁଆରୀ ୧୬୬୬ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଶାହଜାହାନ
ଶାହଜାହାନ: ସିଂହାସନ ଆରୋହଣ, ବିଦ୍ରୋହ ଦମନ, କାନ୍ଦାହର ଅଭିଯାନ
ଶାହଜାହାନ: ସିଂହାସନ ଆରୋହଣ, ବିଦ୍ରୋହ ଦମନ, କାନ୍ଦାହର ଅଭିଯାନ 5th Mughal Emperor
ପୂର୍ବାଧିକାରୀ ଜାହାଙ୍ଗୀର
ଉତ୍ତରାଧିକାରୀ ଆଉରଙ୍ଗଜେବ
ସ୍ୱାମୀ/ସ୍ତ୍ରୀ ମୁମତାଜ ମହଲ
ଆକବରବାଦୀ ମହଲ
କାନ୍ଦାହାରୀ ମହଲ
ସନ୍ତାନସନ୍ତତିଗଣ
Jahanara Begum
Dara Shikoh
Shah Shuja
Roshanara Begum
Aurangzeb
Murad Baksh

Gauhara Begum
Others

ବଂଶ Timurid dynasty
ବାପା ଜାହାଙ୍ଗୀର
ଜନ୍ମ (1592-01-05)୫ ଜାନୁଆରୀ ୧୫୯୨
Lahore, Mughal Empire(now in Pakistan)
ମୃତ୍ୟ ୨୨ ଜାନୁଆରୀ ୧୬୬୬(1666-01-22) (ବୟସ ୭୪)
ଆଗ୍ରା, ମୋଗଲ ସାମ୍ରାଜ୍ୟ(ବର୍ତ୍ତମାନର ଉତ୍ତର ପ୍ରଦେଶ, ଭାରତ)
ଧର୍ମ ଇସଲାମ
ଶାହଜାହାନ: ସିଂହାସନ ଆରୋହଣ, ବିଦ୍ରୋହ ଦମନ, କାନ୍ଦାହର ଅଭିଯାନ
ଶାହଜାହାନ

ସିଂହାସନ ଆରୋହଣ

ଜାହାଙ୍ଗୀରଙ୍କ ମୃତ୍ୟୁ ବେଳକୁ ଶାହାଜାହାନ ଦାକ୍ଷିଣାତ୍ୟରେ ଥିଲେ । ସେତେ ବେଳକୁ ଜାହାଙ୍ଗୀରଙ୍କର ଦୁଇ ପୁତ୍ର ଖୁସ୍ରୁ ଓ ପାରଭେଜ ମୃତ୍ୟୁମୁଖରେ ପଡ଼ିଥିଲେ ମଧ୍ୟ ତାଙ୍କର କନିଷ୍ଠ ପୁତ୍ର ଶାହାରିୟର ଜୀବିତ ଥିଲେ । ଶାହାରିୟର ଜାହାଙ୍ଗୀରଙ୍କର ଜାମାତା ଥିବାରୁ ଜାହାଙ୍ଗୀରଙ୍କ ମୃତ୍ୟୁପରେ ନିଜକୁ ସମ୍ରାଟ ବୋଲି ଘୋଷଣା କଲେ । ନୃରହାଜାନଙ୍କ ଭାଇ ମୋଗଲ ସେନାପତି ଆସଫ ଖାଁ ଶାହାଜାହାନଙ୍କର ଶଶୁର ଥିବାରୁ ସେ ଶାହାଜାହାନଙ୍କୁ ସିଂହାସନରେ ବସାଇବା ପାଇଁ ଚେଷ୍ଟାକରୁଥିଲେ । ପରିଶେଷରେ ଶାହାଜାହାନ ୧୬୨୭ରେ ଆଗ୍ରାଠାରେ ନିଜକୁ ସମ୍ରାଟ ବୋଲି ଘୋଷଣା କଲେ । ସେ ଶାହାରିୟର ଓ ମୋଗଲ ବଂଶର କେତେକ ରାଜପୁତ୍ରଙ୍କୁ ହତ୍ୟା କରିଥିଲେ । ଏହି ରକ୍ତପାତର ପରିଣତି ଜୀବନର ଶେଷ ଭାଗରେ ତାଙ୍କୁ ଭୋଗ କରିବାକୁ ପଡ଼ିଥିଲା ।

ବିଦ୍ରୋହ ଦମନ

ସିଂହାସନ ଆରୋହଣ ପରେ ଶାହାଜାହାନ ଦକ୍ଷତାର ସହିତ ଶାସନ ଚଳାଇଥିଲେ । ସେ ବୁନ୍ଦେଲ ନେତା ଜୁଝାର ସିଂହ ଓ ଆଫଗାନ ନେତା ଖାଁଜାହାନ ଲୋଦୀଙ୍କର ବିଦ୍ରୋହ ଦମନ କରିଥିଲେ । ସେତେବେଳେ ହୁଗୁଳିଠାରେ ପର୍ତ୍ତୁଗୀଜମାନେ ନାନା ଅବୌଧ କାର୍ଯ୍ୟରେ ଲିପ୍ତଥିବାରୁ ଶାହାଜାହାନ ସୈନ୍ୟ ପଠାଇ ହୁଗୁଳି ଦଖଲ କରିଥିଲେ । ଅନେକ ପର୍ତ୍ତୁଗୀଜ ନିହତ ଓ ବନ୍ଦୀ ହେଲେ ।

ଶାହାଜାହାନଙ୍କ ଶାସନ କାଳରେ ଦାକ୍ଷିଣାତ୍ୟ ଓ ଗୁଜରାଟରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ଶାହାଜାନଙ୍କ ସାହାଯ୍ୟ ସତ୍ତ୍ୱେ ଏଥିରେ ବହୁ ଲୋକ ପ୍ରାଣ ହରେଇଥିଲେ ।

କାନ୍ଦାହର ଅଭିଯାନ

ଶାହାଜାହାନ ପାରସ୍ୟ ସମ୍ରାଟଙ୍କଠାରୁ କାନ୍ଦାହାର ମୁକୁଳେଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ । ଏହାଦ୍ୱାରା ମୋଗଲ ଶକ୍ତି ଦୁର୍ବଳ ବୋଲି ଜଣାପଡ଼ିଲା ଓ ଉତ୍ତର-ପଶ୍ଚିମ ସୀମାନ୍ତ ଦୁର୍ବଳ ଅବସ୍ଥାରେ ରହିଲା । ଶାହାଜାହାନ ମଧ୍ୟ-ଏସିଆରେ ଥିବା ନିଜ ପିତୃ-ପୁରୁଷମାନଙ୍କର ରାଜ୍ୟଗୁଡିକ ଅଧିକାର କରିବା ପାଇଁ ବହୁ ସୈନ୍ୟ ବାରମ୍ବାର ପ୍ରେରଣ କରିଥିଲେ । ସେଠାରେ ପ୍ରତିକୂଳ ଜଳବାୟୁ, ଭୂପ୍ରକୃତି ଓ ଅଧିବାସୀମାନଙ୍କର ଆକ୍ରମଣ ଫଳରେ ମୋଗଲ ସୈନ୍ୟମାନେ ବହୁ ଧନ-ଜନ ହରାଇ ଫେରିଆସିବାକୁ ବାଧ୍ୟ ହୋଇଥିଲେ ।

ଦାକ୍ଷିଣାତ୍ୟ ଅଭିଯାନ

ଆହମ୍ମଦନଗରର ବିଖ୍ୟାତ ମନ୍ତ୍ରୀ ମାଲିକ ଅମ୍ବରଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଫତେ ଖାଁ ଆହମ୍ମଦନଗରର ସୁଲତାନଙ୍କୁ ମାରି ତାଙ୍କ ପୁତ୍ର ହୁସେନ ଶାହଙ୍କୁ ସିଂହାସନରେ ବସେଇ ସମସ୍ତ କ୍ଷମତା ନିଜହାତରେ ରଖିଲେ । ଏହିପରି ସମୟରେ ଶାହାଜାହାନ ଫତେ ଖାଁଙ୍କୁ ପ୍ରଚୁର ଉତ୍କୋଚଦେଇ ଆହମ୍ମଦନଗରର ରାଜଧାନୀ ଦୌଲତାବାଦକୁ ଦଖଲ କରିଥିଲେ । ୧୬୩୩ ଖ୍ରୀଷ୍ଟାବ୍ଦରେ ଆହମ୍ମଦାନଗର ମୋଗଲ ସାମ୍ରାଜ୍ୟରେ ମିଶିଲା ଓ ନିଜାମଶାହୀ ବଂଶ ଲୋପ ପାଇଲା । ସେହି ବଂଶର ପୁନରୁଦ୍ଧାର ଓ ଆହମ୍ମଦାନଗରର ସ୍ୱାଧୀନତା ଫେରେଇଆଣିବା ପାଇଁ ମରହଟ୍ଟା ନେତା ଶାହାଜୀ ବହୁ ଚେଷ୍ଟାକରି ବିଫଳ ହୋଇଥିଲେ ।

ଗୋଲକୁଣ୍ଡାର ଓ ବିଜାପୁରର ଶାସକମାନେ ଗୋପନରେ ଶାହାଜୀଙ୍କୁ ସାହାଯ୍ୟ କରୁଥିବାରୁ ୧୬୩୬ରେ ଶାହାଜାହାନ ସେମାନଙ୍କୁ ଶାସ୍ତିଦେବା ପାଇଁ ଦାକ୍ଷିଣାତ୍ୟ ଅଭିମୂଖେ ଯାତ୍ରା କରିଥିଲେ । ଭୟରେ ଗୋଲକୁଣ୍ଡାର ସୁଲତାନ ବଶତା ସ୍ୱୀକାର କଲେ । ବିଜାପୁର ବଶତା ସ୍ୱୀକାର କରିବା ପାଇଁ ବାରଣ କରିବାରୁ ମୋଗଲସେନା ବିଜାପୁର ଆକ୍ରମଣ କଲେ ଏବଂ ବିଜାପୁର ଶାହାଜାହାନଙ୍କ ବସତା ସ୍ୱୀକାର କଲା । ଆଉରଙ୍ଗଜେବ ଦାକ୍ଷିଣାତ୍ୟର ଶାସନକର୍ତ୍ତା ହେଲେ । ସେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇ ଦ୍ୱିତୀୟବାର ଦାକ୍ଷିଣାତ୍ୟର ଶାସନକର୍ତ୍ତା ନିଯୁକ୍ତ ହେଲେ । ସେ ସୁନ୍ନିମୁସଲମାନ ଥିବାରୁ ବିଜାପୁର ଓ ଗୋଲକୁଣ୍ଡାର ସିହା ଶାସକମାନେ ସମୂଳେ ଧ୍ୱଂସ କରିବାକୁ ଇଛା କରିଥିଲେ । ସେ ଗୋଲକୁଣ୍ଡା ଓ ବିଜାପୁର ଯଥାକ୍ରମେ ଆକ୍ରମଣ କରି ବିଜୟ ହାସଲ କରିବାକୁ ଯାଉଥିବା ବେଳେ ଶାହାଜାହାନଙ୍କ ଆଦେଶରେ ସେଥିରୁ ନିବୃତ୍ତ ହୋଇଥିବାରୁ କ୍ରୋଧଜର୍ଜରିତ ହୋଇଥିଲେ । ଏହି ସମୟରେ ଶାହାଜାହାନ ଗୁରୁତର ଭାବରେ ପୀଡ଼ିତ ଥିବାର ଖବର ପାଇ ଆଉରଙ୍ଗଜେବ ସିଂହାସନ ଲାଭ ଆଶାରେ ଆଗ୍ରା ଅଭିମୂଖେ ଯାତ୍ରା କରିଥିଲେ ।

ଶାହାଜାହାନଙ୍କ କୀର୍ତ୍ତି

ଆଧାର

ବାହାର ତଥ୍ୟ


Tags:

ଶାହଜାହାନ ସିଂହାସନ ଆରୋହଣଶାହଜାହାନ ବିଦ୍ରୋହ ଦମନଶାହଜାହାନ କାନ୍ଦାହର ଅଭିଯାନଶାହଜାହାନ ଦାକ୍ଷିଣାତ୍ୟ ଅଭିଯାନଶାହଜାହାନ ଶାହାଜାହାନଙ୍କ କୀର୍ତ୍ତିଶାହଜାହାନ ଆଧାରଶାହଜାହାନ ବାହାର ତଥ୍ୟଶାହଜାହାନଜାହାଙ୍ଗୀର

🔥 Trending searches on Wiki ଓଡ଼ିଆ:

ଭିକାରୀ ବଳଅଚ୍ୟୁତ ସାମନ୍ତମାନବ ଅଧିକାରର ସାର୍ବଜନୀନ ଘୋଷଣାବିନି ଅରୋଡ଼ାଅମୃତ ଫଳକବିସୂର୍ଯ୍ୟ ବଳଦେବ ରଥଡାରିଫେନାସିନମଙ୍ଗଳା ମନ୍ଦିରବରଗଛକନ୍ଧମାଳ ଜିଲ୍ଲାରାଶି ଓ ନକ୍ଷତ୍ରଓଷାPimecrolimusଭକ୍ତ ଚରଣ ଦାସବିଶ୍ୱ ତମାଖୁହୀନ ଦିବସକମ୍ପ୍ୟୁଟର ବିଜ୍ଞାନବକ୍ସି ଜଗବନ୍ଧୁବିରାଟ କୋହଲୀମୌଳିକ ସଂଖ୍ୟାକ୍ରିଷ୍ଟୀନା ଅଖିବାଲିଓନେଲ୍ ମେସିଋଷିଆରାଷ୍ଟ୍ରୀୟ ପେନସନ ପ୍ରଣାଳୀ୨୦୨୨ ଫିଫା ବିଶ୍ୱକପ୍ବାଇପୋଲାର ଡିଜଅଡରହୃଦରକ୍ତନାଳୀ ରୋଗଡାଲଖାଇ୨୮ ମାର୍ଚ୍ଚକାଳିନ୍ଦୀ ଚରଣ ପାଣିଗ୍ରାହୀ୯ ଅପ୍ରେଲପାଇଥନ୍ (ପ୍ରୋଗ୍ରାମିଂ ଭାଷା)ରବୀନ୍ଦ୍ରନାଥ ଠାକୁରହରପ୍ପାଷଡ଼ଭୁଜଗୁରୁ୧୫୨୮ଉଇକିଡାଟାୱାଘା ସୀମା ସମାରୋହରବି ସିଂହ ମାଝି୧୯୮୧ପରମାଣୁ କ୍ରମାଙ୍କକଲରାପତରିଆ ବାଘରେବତୀ (କ୍ଷୁଦ୍ରଗଳ୍ପ)୨୨ ମାର୍ଚ୍ଚକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ୧୩ ମାର୍ଚ୍ଚକାହ୍ନୁଚରଣ ମହାନ୍ତିଓଡ଼ିଶାର ଲୋକନୃତ୍ୟମହେଶ୍ୱର ମହାନ୍ତି୨୯ ମାର୍ଚ୍ଚକାଳୀଚରଣ ପଟ୍ଟନାୟକଦାମୋଦର ରାଉତଭଗବତୀ ଚରଣ ପାଣିଗ୍ରାହୀଉଇକିଖବରଭାରତୀୟ ଡାକ ସେବାଗ୍ରାମ ପଞ୍ଚାୟତଭୀମ ପୃଷ୍ଟିମାଳତୀ ଚୌଧୁରୀ୭ ମାର୍ଚ୍ଚକଇଁସାରିଭୁବନେଶ୍ୱର ବେହେରାଭାରତର ନଦୀ ସମୂହର ତାଲିକାହେଲୋ ନେଟୱର୍କକଟକକଳାହାଣ୍ଡି ଜିଲ୍ଲା୧୬୨୫ପାଇକ ବିଦ୍ରୋହତୁଳସୀ ଚଉରାଭୌଗଳିକ ଦିଗବାରେଣିଓଡ଼ିଆ ନାଟକକନଫୁସିଅସବାଦ🡆 More