ଆଉରଙ୍ଗଜେବ: ଷଷ୍ଠ ମୋଗଲ ସମ୍ରାଟ

ଆଉରଙ୍ଗଜେବ ଭାରତର ଜଣେ ମୋଗଲ ସମ୍ରାଟ ଓ ଶାହଜାହାନଙ୍କ ପୁତ୍ର ଥିଲେ । ପିତାଙ୍କୁ ବନ୍ଦୀ କରିବା ପରେ ଆଉରଙ୍ଗଜେବ ୧୬୫୮ ଖ୍ରୀଷ୍ଟାବ୍ଦରେ ଆଗ୍ରାଠାରେ ସିଂହାସନ ଆରୋହଣ କରିଥିଲେ । ୧୬୫୯ରେ ସେ ଦିଲ୍ଲୀର ମହାସମାରୋହରେ ତାଙ୍କର ଅଭିଷେକ କରେଇ ନିଜକୁ ଆଲମଗିରି ବା ପୃଥିବୀ-ବିଜୟୀ ଉପାଧିରେ ଭୂଷିତ କରେଇଥିଲେ ।

ଆଉରଙ୍ଗଜେବ
Abul Muzaffar Muhi-ud-Din Muhammad Aurangzeb
ଆଉରଙ୍ଗଜେବ: ସିଂହାସନ ଆରୋହଣ, ରାଜତ୍ୱ, ଧର୍ମ ନୀତି
Aurangzeb seated on the Peacock Throne.
ଆଉରଙ୍ଗଜେବ: ସିଂହାସନ ଆରୋହଣ, ରାଜତ୍ୱ, ଧର୍ମ ନୀତି ୬ଷ୍ଠ ମୋଗଲ ସମ୍ରାଟ
ଶାସନକାଳ 31 July 1658 – 3 March 1707
ରାଜ୍ୟାଭିଷେକ 15 June 1659 at Red Fort, ଦିଲ୍ଲୀ
ପୂର୍ବାଧିକାରୀ ଶାହଜାହାନ
ଉତ୍ତରାଧିକାରୀ ବାହାଦୁର ଶାହ I
ସ୍ୱାମୀ/ସ୍ତ୍ରୀ Dilras Banu Begum
Nawab Raj Bai Begum
Aurangabadi Mahal
Udaipuri Mahal
ସନ୍ତାନସନ୍ତତିଗଣ
Zeb-un-Nissa
Zinat-un-Nissa
Muhammad Azam Shah
Mehr-un-Nissa
Muhammad Akbar
Sultan Muhammad
Bahadur Shah I
Badr-un-Nissa
Zubdat-un-Nissa
Muhammad Kambaksh
ସମ୍ପୂର୍ଣ୍ଣ ନାମ
Abul Muzaffar Muhi-ud-Din Muhammad Aurangzeb
ବଂଶ Timurid
ବାପା ଶାହଜାହାନ
ମାଆ ମମତାଜ ମହଲ
ଜନ୍ମ (1618-11-04)୪ ନଭେମ୍ବର ୧୬୧୮


(N.S.)
ଦାହୋଦ, ମୋଗଲ ସାମ୍ରାଜ୍ୟ
ମୃତ୍ୟ ୩ ମାର୍ଚ୍ଚ ୧୭୦୭(1707-03-03) (ବୟସ ୮୮)
ଅହମଦନଗର, ଭାରତ
ସମାଧି ଖୁଲଦାବାଦ

ସିଂହାସନ ଆରୋହଣ

ରାଜତ୍ୱ

ଆଉରଙ୍ଗଜେବଙ୍କର ରାଜତ୍ୱର ୫୦ବର୍ଷ ମଧ୍ୟରୁ ପ୍ରଥମାର୍ଦ୍ଧ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରାଇବାରେ କଟିଥିଲା । ତାଙ୍କର ରାଜତ୍ୱର ଦ୍ୱିତୀୟାର୍ଦ୍ଧ ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡାର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା । ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସୀମା ବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।

ଧର୍ମ ନୀତି

ଆଉରଙ୍ଗଜେବ ନୈଷ୍ଠିକ ମୁସଲମାନ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅନୁଦାର ଥିଲେ । ସେ ରାଜନୀତିରେ ଧର୍ମକୁ ସଂଯୋଗ କରି ବଡ଼ ଭୁଲ କରିଥିଲେ । ଆକବରଙ୍କର ଉଦାର ଧର୍ମନୀତି ବଦଳେଇ ସେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଡ଼ କଠୋର ହୋଇପଡ଼ିଥିଲେ । ସେ ହିନ୍ଦୁମାନଙ୍କୁ ଘୃଣା କରୁଥିଲେ । ସେ ସୁନ୍ନି ମୁସଲମାନ ଥିଲେ । ତେଣୁ ସିହା ମୁସଲମାନଙ୍କୁ ଭଲ ପାଉନଥିଲେ । ଭାରତରେ ସୁନ୍ନି ମୁସଲମାନ ଧର୍ମ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ଆକବରଙ୍କ ଉଦାର ହିନ୍ଦୁ ନୀତି ବଦଳେଇ ହିନ୍ଦୁମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ । ତାଙ୍କ ଆଦେଶରେ କାଶୀ, ମଥୁରା ଓ ଗୁଜରାଟର ବିଖ୍ୟାତ ହିନ୍ଦୁ ମନ୍ଦିରମାନ ଭାଙ୍ଗି ଦିଆଯାଇଥିଲା । ହିନ୍ଦୁମାନେ ନୂଆ ମନ୍ଦିର ନିର୍ମାଣ କରି ପାରିବେ ନାହିଁ ଓ ପୁରାତନ ମନ୍ଦିର ମରାମତି କରିପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ । ହିନ୍ଦୁମାନଙ୍କର ମେଳା ଓ ଯାତ୍ରାଉପରେ ନିଷେଧାଷ ଜାରି କରାଗଲା । ହିନ୍ଦୁମାନଙ୍କ ଉପରେ ଜିଜିୟା କର ଓ ଯାତ୍ରୀ କର ପୂନର୍ବାର ବସାଗଲା । ରାଜପୁତମାନଙ୍କ ବ୍ୟତୀତ ଅନ୍ୟ ହିନ୍ଦୁମାନେ ହାତୀ, ଘୋଡ଼ା, ପାଲିଙ୍କି ପ୍ରଭୃତି ଚଢିପାରିବେ ନାହିଁ ବୋଲି ଆଦେଶ ଜାରି ହେଲା । ହିନ୍ଦୁମାନଙ୍କର ବିଦ୍ୟାଳୟମାନ ଉଠାଇ ଦିଆଯାଇ ସେଗୁଡିକ ସ୍ଥାନରେ ମଦ୍ରାସା ବା ମୁସଲମାନ ବିଦ୍ୟାଳ୍ୟ ମାନ ସ୍ଥାପନ କରାଗଲା। ଅନେକ ହିନ୍ଦୁଙ୍କୁ ଚାକିରୀରୁ ବାହାର କରି ଦିଆଗଲା । ଯେଉଁ ହିନ୍ଦୁମାନେ ସୁନ୍ନି ଇସଲାମ ଧର୍ମ ଗ୍ରହଣ କଲେ ସେମାନଙ୍କଉ ବଡ଼ ବଡ଼ ଚାଲିରୀ ମିଳିଲା । ହିନ୍ଦୁ ବଣିକମାନଙ୍କ ଉପରେ ଦୁଇଗୁଣ କର ବସାଇଦିଆଗଲା । ଆଉରଙ୍ଗଜେବଙ୍କର ଏହିପରି ଧର୍ମାନ୍ଧ ନୀତି ଫଳରେ ପଞ୍ଜାବର ସତନାମୀ ମାନେ, ମଥୁରାର ଜାଠମାନେ, ରାଜପୁତ ଓ ମରହଟ୍ଟାମାନେ ଚାରିଆଡେ ବିଦ୍ରୋହ କରିବାଅକୁ ଲାଗିଲେ । ଏହା ଫଳରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେବାକୁ ଲାଗିଲା।

ରାଜ୍ୟ ବିସ୍ତାର

୧୬୬୧ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ ସେନାପତି ମିରଜୁମଲାଙ୍କୁ ଆସାମ ଓ କୂଚବିହାର ଜୟ କରିବାକୁ ପଠେଇଥିଲେ । ଆସାମ ଅଭିଯାନରେ ବହୁ ସୈନ୍ୟ କ୍ଷତି ଘଟିଲା ଏବଂ ମିରଜୁମୁଲା ପ୍ରାଣତ୍ୟାଗ କରିଥିଲେ । ଏହାପରେ ବହୁକାଳ ଯୁଦ୍ଧ ଚାଲିଲା ଏବଂ ଆସାମର ରାଜା ପରାସ୍ତ ହେଇ ସନ୍ଧି କଲେ ।

ମିରଜୁଲାମଙ୍କ ପରେ ଆଉରଙ୍ଗଜେବଙ୍କର ମାମୁଁ ଶାୟସ୍ତ ଖାଁ ବଙ୍ଗର ଶାସକ ନିଯୁକ୍ତ ହେଇଥିଲେ । ସେ ଆରାକାନବାସୀ ଓ ପର୍ତ୍ତୂଗୀଜମାନଙ୍କର ଆମ ଦେଶ ଲୁଣ୍ଠନ ବନ୍ଦ କରାଇଥିଲେ ଏବଂ ଆରକାନର ରାଜାଙ୍କୁ ପରାସ୍ତ କରି ତାଙ୍କଠାରୁ ଚିତାଗଙ୍ଗ ଜୟ କରିଥିଲେ । ଉତ୍ତର-ପଶ୍ଚିମ ଅଞ୍ଚଳର ପାହାଡ଼ିଆ ବିଦ୍ରୋହୀ ଜାତିର ଲୋକମାନଙ୍କୁ ଆଉରଙ୍ଗଜେବ ପରାସ୍ତ କରିଥିଲେ ।

ଆଉରଙ୍ଗଜେବଙ୍କର ଅନୁଦାର ହିନ୍ଦୁନୀତି ବିରୋଧରେ ମଥୁରାର ଜାଠମାନେ ଏବଂ ପଞ୍ଜାବର ସତନାମୀ ସମ୍ପ୍ରଦାୟର ଲୋକମାନେ ବିଦ୍ରହ କରିଥିଲେ । ଆଉରଙ୍ଗଜେବ ବହୁ ସୈନ୍ୟ ପଠାଇ ସେମାନଙ୍କର ବିଦ୍ରୋହ ଦମନ କରିଥିଲେ ।

ଶିଖମାନଙ୍କ ସହିତ ସମ୍ପର୍କ

ଶିଖମାନଙ୍କର ନବନ ଗୁରୁ ତେଗବାହାଦୁରଙ୍କୁ ଆଉରଙ୍ଗଜେବ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ । ତେଗବାହାଦୁର ଏଥିରେ ଅସମ୍ମତ ହେବାରୁ ତାଙ୍କୁ ୧୬୭୫ରେ ନୃଶଂସ ହତ୍ୟା କରାଯାଇଥିଲା । ଏହା ପରେ ଶିଖମାନେ ସେମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହଙ୍କଦ୍ୱାରା ସଙ୍ଗଠିତ ଏକ ସାମରିକ ଜାତିରେ ପରିଣତ ହୋଇଥିଲା । ସେମାନେ ଆଉରଙ୍ଗଜେବ ବଞ୍ଚିବା ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇଥିଲେ ।

ରାଜପୁତମାନଙ୍କ ସହିତ ସମ୍ପର୍କ

ଆକବର ରାଜପୁତମାନଙ୍କ ପ୍ରତି ଉଦାର ନୀତି ଅନୁସରଣ କରିଥିବାରୁ ସେମାନେ ବିଶାଳ ମୋଗଲ ସାମ୍ରାଜ୍ୟ ବିସ୍ତାରରେ ଆକବରଙ୍କୁ ବିଶେଷ ସାହାଯ୍ୟ କରିଥିଲେ । ଆଉରଙ୍ଗଜେବ ରାଜପୁତମାନଙ୍କ ପ୍ରତି ଅନୁଦାର ନୀତି ପ୍ରୟୋଗ କରି ସେମାନଙ୍କୁ ସନ୍ଦେହପୂର୍ଣ୍ଣ ଚକ୍ଷୁରେ ଦେଖିବାରୁ ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରିବାରେ ଲାଗିଲେ ।

ଆଉରଙ୍ଗଜେବଙ୍କର ସେନାପତି ମାରାବାରର ରାଜା ଯଶୋବନ୍ତ ସିଂହଙ୍କର ମୃତ୍ୟୁପରେ ଆଉରଙ୍ଗଜେବ ତାଙ୍କର ବିଧବା ରାଣୀ ଓ ଶିଶୁ ପୁତ୍ର ଅଜିତ ସିଂହଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଇବାକୁ ଇଛା କଲେ ଓ ସେମାନଙ୍କୁ ବନ୍ଦୀ କଲେ । ମାତ୍ର ରାଠୋରବୀର ଯଶୋବନ୍ତ ସିଂହଙ୍କର ମିତ୍ର ଦୁର୍ଗାଦାସ କୌଶଳରେ ଅଜିତ ସିଂହ ଓ ତାଙ୍କ ମାଆଙ୍କୁ ଉଦ୍ଧାର କରି ମାରବାରର ରାଜଧାନୀ ଯୋଧପୁରକୁ ଘେନି ଯାଇଥିଲେ । ଏଥିରେ ଆଉରଙ୍ଗଜେବ ଉତ୍ତ୍ୟକ୍ତ ହୋଇ ୧୬୭୯ରେ ମାରବାର ଆକ୍ରମଣ କରିଥିଲେ । ଯୋଧପୁର ଆକ୍ରମଣ କରିଥିଲେ । ତଥାପି ମାରବାରର ରାଜପୁତମାନେ ଦୁର୍ଗାଦାସଙ୍କ ନେତୃତ୍ତ୍ୱରେ ଆଉରଙ୍ଗଜେବଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ ଚଳାଇଥିଲେ ।

ମିବାରର ରାଜା ରାଜସିଂହ ମାରବାରର ରାଣୀଙ୍କର ଭାଇ ଥିବାରୁ ସେ ମାରବାରକୁ ଆଉରଙ୍ଗଜେବଙ୍କ ବିରୋଧରେ ସାହାଯ୍ୟ କରିଥିଲେ । ଫଳରେ ଆଉରଙ୍ଗଜେବ ମିବାର ଆକ୍ରମଣ କଲେ । ରାଜପୁତମାନଙ୍କ ଅସୀମ ସାହାସ ଓ ରଣକୌଶଳ ଯୋଗୁଁ ଆଉରଙ୍ଗଜେବଙ୍କର ବହୁ ସୈନ୍ୟକ୍ଷତି ଘଟିଲା । ଉଭୟ ପକ୍ଷରୁ ବହୁ କ୍ଷତିହେବାରୁ ରାଜସିଂହଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଜୟସିଂହ ଆଉରଙ୍ଗଜେବଙ୍କ ସହିତ ସନ୍ଧି କରିଥିଲେ । କିନ୍ତୁ ମାରବାରର ରାଜପୁତମାନେ ଆଉରଙ୍ଗଜେବଙ୍କ ମୋଗଲ ସେନା ବିରୋଧରେ ଯୁଦ୍ଧ ବନ୍ଦ କରି ନ ଥିଲେ ।

ମରହଟ୍ଟାମାନଙ୍କ ସହିତ ସମ୍ପର୍କ

ରାଜପୁତନାରେ ଯୁଦ୍ଧ ଚାଲିଥିବାବେଳେ ଦାକ୍ଷିଣାତ୍ୟରେ ଶିବାଜୀଙ୍କ ନେତୃତ୍ତ୍ୱରେ ମରହଟ୍ଟାମାନେ ପ୍ରବଳ ହୋଇ ଉଠିଲେ । ସେମାନେ ବାରମ୍ବାର ମୋଗଲ ସାମ୍ରାଜ୍ୟ ଲୁଣ୍ଠନ କରିବାରେ ଲାଗିଲେ । ବହୁ ଚେଷ୍ଟାକରି ମଧ୍ୟ ଆଉରଙ୍ଗଜେବ ସେମାନଙ୍କୁ ଆୟତ୍ତ କରିପାରିଲେ ନାହିଁ । ପରିଶେଷରେ ସେ ଶିବାଜୀଙ୍କୁ ସ୍ୱାଧୀନ ରାଜା ବୋଲି ସ୍ୱୀକାର କରିଥିଲେ । ୧୬୮୦ରେ ଶିବାଜୀଙ୍କ ମୃତ୍ୟ୍ତୁପରେ ଆଉରଙ୍ଗଜେବ ମରହଟ୍ଟା ଶକ୍ତି ଧ୍ୱଂସ କରିବା ପାଇଁ ୧୬୮୧ରେ ଦାକ୍ଷିଣାତ୍ୟ ଯାତ୍ରା କଲେ । ସେତେବେଳେ ଦାକ୍ଷିଣାତ୍ୟରେ ଥିବା ବିଜାପୁର ଓ ଗୋଲକୁଣ୍ଡାର ଶାସକମାନେ ସିହା ମୁସଲମାନ ଥିବାରୁ ଆଉରଙ୍ଗଜେବ ମରହଟ୍ଟାମାନଙ୍କ ସହିତ ସେମାନଙ୍କୁ ମଧ୍ୟ ଧ୍ୱଂସ କରିବାକୁ ଇଛା କଲେ । ସେ ୧୬୮୬ରେ ବିଜାପୁର ଓ ୧୬୮୭ରେ ଗୋଲକୁଣ୍ଡା ଅଧିକାର କଲେ ।

ଚରିତ୍ର

ଆଧାର

ବାହାର ତଥ୍ୟ

Tags:

ଆଉରଙ୍ଗଜେବ ସିଂହାସନ ଆରୋହଣଆଉରଙ୍ଗଜେବ ରାଜତ୍ୱଆଉରଙ୍ଗଜେବ ଧର୍ମ ନୀତିଆଉରଙ୍ଗଜେବ ରାଜ୍ୟ ବିସ୍ତାରଆଉରଙ୍ଗଜେବ ଶିଖମାନଙ୍କ ସହିତ ସମ୍ପର୍କଆଉରଙ୍ଗଜେବ ରାଜପୁତମାନଙ୍କ ସହିତ ସମ୍ପର୍କଆଉରଙ୍ଗଜେବ ମରହଟ୍ଟାମାନଙ୍କ ସହିତ ସମ୍ପର୍କଆଉରଙ୍ଗଜେବ ଚରିତ୍ରଆଉରଙ୍ଗଜେବ ଆଧାରଆଉରଙ୍ଗଜେବ ବାହାର ତଥ୍ୟଆଉରଙ୍ଗଜେବଆଗ୍ରାଦିଲ୍ଲୀଭାରତଶାହଜାହାନ

🔥 Trending searches on Wiki ଓଡ଼ିଆ:

ନରୱେଏ. ପି. ଜେ. ଅବଦୁଲ କଲାମଭୁଟାନବୀର ସୁରେନ୍ଦ୍ର ସାଏ୯ ଅଗଷ୍ଟବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଗହଣାଢେଙ୍କାନାଳ ଜିଲ୍ଲାପରଶୁରାମବୀଣାପାଣି ମହାନ୍ତିବୃନ୍ଦାବନକଙ୍କାଳ୨୧କାମାକ୍ଷା ପ୍ରସାଦ ସିଂହଦେଓ୨୯ ଅପ୍ରେଲଚାଣକ୍ୟ୨ ଅପ୍ରେଲକଥା (ପତ୍ରିକା)ସବ୍ୟସାଚୀ ମିଶ୍ରଓଡ଼ିଆ କବି ମାନଙ୍କର ତାଲିକାଉଇକିମିଡ଼ିଆ ଫାଉଣ୍ଡେସନଧାତୁକୋଚିଲାଚନ୍ଦ୍ରଯାନ-୩ବ୍ରହ୍ମପୁତ୍ର ନଦୀଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଯତୀନ୍ଦ୍ର କୁମାର ନାୟକଗଇଁଠାହୀରାକୁଦ ବନ୍ଧତୃପ୍ତି ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗନ୍ଧମାର୍ଦନରାଧାନାଥ ରାୟରୁକୁଣା ରଥଯାତ୍ରାଗୁରୁ ପ୍ରସାଦ ମହାନ୍ତିଜୟା ବଚ୍ଚନସ୍ୱାମୀ ବିବେକାନନ୍ଦ୧୭ ଫେବୃଆରୀକାହ୍ନୁଚରଣ ମହାନ୍ତିପଞ୍ଚସଖାତନ୍ଦ୍ରାଲୋକର ପ୍ରହରୀଚନ୍ଦନ ଯାତ୍ରାଓଡ଼ିଆ ସାହିତ୍ୟଶୁକଦେବପଠାଣି ସାମନ୍ତଜର୍ମାନୀଓଡ଼ିଆ ଭାଷାକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ଜାତୀୟ କଂଗ୍ରେସଚିତ୍ତରଞ୍ଜନ ଦାସ୧୭ ଅଗଷ୍ଟଓଡ଼ିଆ ନାଟକଇଣ୍ଟରନେଟମୌଳିକ ସଂଖ୍ୟାନବୀନ ପଟ୍ଟନାୟକବୌଦ୍ଧ ଧର୍ମଉତ୍କଳ ବ୍ରାହ୍ମଣଯକ୍ଷ୍ମାମିହିର ଦାସଜଗନ୍ନାଥ ମନ୍ଦିର, ବାରିପଦାଇରା ମହାନ୍ତିଜୟୀରାମ ସାମଲ୭ ଅପ୍ରେଲଅସହଯୋଗ ଆନ୍ଦୋଳନରସାବଳିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଲକ୍ଷ୍ମଣ ନାୟକଆଳୁ ପୋଟଳ ଭଜାଗିରିଜା କୁମାର ବଳୀୟାରସିଂହସମ୍ବାଦ (ଖବରକାଗଜ)ଗଞ୍ଜାମ ଜିଲ୍ଲାଗୋଦାବରୀଶ ମିଶ୍ର🡆 More