ଟାଇଫସ

ଟାଇଫସ (ଇଂରାଜୀ ଭାଷାରେ Typhus, ଅନ୍ୟ ନାମ ଟାଇଫସ ଜ୍ୱର/ typhus fever,) ରୋଗସମୂହ ଏକ ସଂକ୍ରାମକ ରୋଗ (infectious diseases) ଦଳ ଯେଉଁଥିରେ ଏପିଡେମିକ ଟାଇଫସ (epidemic typhus), ସ୍କ୍ରବ ଟାଇଫସ (scrub typhus) ଓ ମୁରାଇନ ଟାଇଫସ (murine typhus) ଆଦି ରୋଗ ଅନ୍ତର୍ଭୁକ୍ତ ଥାଆନ୍ତି । ଏହି ସବୁ ରୋଗରେ ସାଧାରଣତଃ ଜ୍ୱର, ମୁଣ୍ଡବଥା ଓ ରାସ ଦେଖାଯାଏ । ସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ ଏହି ରୋଗ ଆରମ୍ଭ ହୋଇଯାଏ ।

ଟାଇଫସ ଜ୍ୱର (Typhus fever)
ଟାଇଫସ
ଏପିଡେମିକ ଟାଇଫସ ଯୋଗୁ ହୋଇଥିବା ରାସ
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର, ମୁଣ୍ଡବଥା ଓ ରାସ
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ
କାରଣପରଜୀବୀଦ୍ୱାରା ବ୍ୟାପୁଥିବା ଜୀବାଣୁ ସଂକ୍ରମଣ
ଚିକିତ୍ସାଡକ୍‌ସିସାଇକ୍ଲିନ

ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ । ଏପିଡେମିକ ଟାଇଫସ ରୋଗ ରିକେଟସିଆ ପ୍ରୋୱାଜେକି (Rickettsia prowazekii) ଯୋଗୁ ହୁଏ ଯାହା ଦେହ ଉକୁଣୀ (body lice) ଯୋଗୁ ବ୍ୟାପେ, ସେହିଭଳି ସ୍କ୍ରବ ଟାଇଫସ ରୋଗ ଓରିଏଣ୍ଟିଆ ସୁସୁଗାମୁସି (Orientia tsutsugamushi) ଯୋଗୁ ହୁଏ ଯାହା ଚିଗର (chiggers) ଯୋଗୁ ବ୍ୟାପେ ଓ ମୁରାଇନ ଟାଇଫସ ରୋଗ ରିକେଟସିଆ ଟାଇଫି (Rickettsia typhi) ଯୋଗୁ ହୁଏ ଯାହା ଫ୍ଲି (fleas) ଯୋଗୁ ବ୍ୟାପେ ।

ବ୍ୟବସାୟୀକ ଭିତ୍ତିରେ ଏହାର କୌଣସି ଟିକା vaccine ନାହିଁ । ଏହି ରୋଗ କରାଉଥିବା ଜୀବାଣୁ ସଂସ୍ପର୍ଶରୁ ଦୂରରେ ରହିଲେ ପ୍ରତିଷେଧ ହୋଇପାରିବ । ଡକ୍‌ସିସାଇକ୍ଲିନ ଆଣ୍ଟିବାୟୋଟିକ ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ । ଅପରିଚ୍ଛନ୍ନତା ଓ ଅଳ୍ପ ସ୍ଥାନରେ ବ‌ହୁତ ଲୋକ ରହିଲେ ଏପିଡେମିକ ଟାଇଫସ ମହାମାରୀ ହେବା ସମ୍ଭାବନା ରହେ । ଏକଦା ଏହି ରୋଗ ଅତି ସାଧାରଣ ଥିଲା କିନ୍ତୁ ଆଜିକାଲି ଏହା କ୍ୱଚିତ ଦେଖାଯାଏ । ଦକ୍ଷିଣପୂର୍ନ ଏସିଆ, ଜାପାନ ଓ ଉତ୍ତର ଅଷ୍ଟ୍ରେଲିଆରେ ସ୍କ୍ରବ ଟାଇଫସ ଦେଖାଯାଏ । ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ (tropical) ଓ ଅନୁଗ୍ରୀଷ୍ମମଣ୍ଡଳୀୟ (subtropical) ଇଲାକାରେ ମୁରାଇନ ଟାଇଫସ ଦେଖାଯାଏ ।

ସନ ୧୫୨୮ରୁ ଟାଇପସ ରୋଗ ବର୍ଣ୍ଣନା କରାଯାଇଛି । ଟାଇଫସ ରୋଗୀର ମାନସିକ ଅବସ୍ଥାକୁ ଦେଖି ଏହି ରୋଗର ନାମ ପୁରାତନ ଗ୍ରୀକ ଭାଷାରେ ଟାଇଫସ (Greek typhus ବା τύφος) ରଖାଯାଇଥିଲା ଯାହାର ଅର୍ଥ ଧୁଆଁଳିଆ । ଟାଇଫଏଡ ନାମଟି ଟାଇଫସ ଭଳି ଶୁଣାଯାଉଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ଅଲଗା ରୋଗ ଭିନ୍ନ ଜୀବାଣୁ ଯୋଗୁ ହୁଏ ।

ଆଧାର

Tags:

en:epidemic typhusen:infectious diseasesen:murine typhusen:scrub typhus

🔥 Trending searches on Wiki ଓଡ଼ିଆ:

ଟାଟା ମୋଟରସଇସଲାମ ଧର୍ମ୨୪ ଅପ୍ରେଲପ୍ରସବଚୈତ୍ର ମଙ୍ଗଳବାର ଓଷାସ୍ନେହସାରଦ୍ୱିତୀୟ ବିଶ୍ୱଯୁଦ୍ଧକାହ୍ନୁଚରଣ ମହାନ୍ତିମନମୋହନ ସାମଲଓଡ଼ିଶା ପ୍ରିମିଅର ଲିଗଯକ୍ଷ୍ମାପ୍ରେମକଟକବିନି ଅରୋଡ଼ାଶିମିଳିପାଳ ଜାତୀୟ ଉଦ୍ୟାନ୩୧ ମାର୍ଚ୍ଚବଲାଙ୍ଗୀରରେଭେନ୍ସା ବିଶ୍ୱବିଦ୍ୟାଳୟରାମାୟଣଗ୍ରୀକ ଭାଷାକରାଚୀଚନ୍ଦ୍ରଶେଖର ନନ୍ଦପୁରୀଇଷ୍ଟ ଇଣ୍ଡିଆ କମ୍ପାନୀମେଟ୍ରୋନିଡାଜୋଲବୀର ସୁରେନ୍ଦ୍ର ସାଏରତ୍ନାକର ଚଇନିଚିତ୍ତରଞ୍ଜନ ଦାସଓଡ଼ିଶାର ସଂସ୍କୃତିପ୍ରଣବ ପ୍ରକାଶ ଦାସ୧୬ଶ ଓଡ଼ିଶା ବିଧାନ ସଭା୧୪ ମାର୍ଚ୍ଚନବକଳେବରକୁକୁରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଚନ୍ଦନ ଯାତ୍ରାମାଣବସା ଗୁରୁବାରଝିନ୍ନ ହିକ୍‌କାଇରା ମହାନ୍ତିଜୟୀ ରାଜଗୁରୁଆଲୋକପ୍ଲାଟିନମଉତ୍ତରାଖଣ୍ଡମାଂସର ବିଳାପବଳଭଦ୍ର ମାଝୀଗୁରୁବାରଷଡ଼ଭୁଜତରୁଣକାନ୍ତି ମିଶ୍ରନରେନ୍ଦ୍ର ମୋଦୀସୌଭାଗ୍ୟ କୁମାର ମିଶ୍ରବାହୁଡ଼ା ଯାତ୍ରାଓଡ଼ିଶାଆଚାର୍ଯ୍ୟ ହରିହରଭୌଗଳିକ ଦିଗବାରେଣିଏଚଆଇଭି/ଏଡସଏ. ପି. ଜେ. ଅବଦୁଲ କଲାମମଧୁମେହପ୍ରଧାନ ପୃଷ୍ଠାଜଗନ୍ନାଥ ମହାନ୍ତିପଞ୍ଚସଖାଲିଙ୍ଗରାଜ ମନ୍ଦିରବିର୍ସା ମୁଣ୍ଡାଦୀପାବଳୀଶାନ୍ତନୁ କୁମାର ଆଚାର୍ଯ୍ୟ୧୦ ମାର୍ଚ୍ଚଭାରତର ଜାତୀୟ ପତାକାଖ୍ରୀଷ୍ଟ ଧର୍ମପୂର୍ଣ୍ଣଚ୍ଛେଦ🡆 More