ଏସିୟ ଖାଦ୍ୟ

ଏସୀୟ ଖାଦ୍ୟ କ‌ହିଲେ ଏସିଆ ମହାଦେଶରେ ପ୍ରଚଳିତ ଖାଦ୍ୟ ଓ ରାନ୍ଧଣାକୁ ବୁଝାଏ । ଭିନ୍ନ ଭିନ୍ନ ଅଞ୍ଚଳରେ ରାନ୍ଧଣା ପ୍ରଣାଳୀ ମଧ୍ୟ ଭିନ୍ନ ଭନ୍ନ ହୋଇଥିବାରୁ ଭୌଗଳିକ ବିଭାଜନ ଅନୁଯାୟୀ ଏହି ଖାଦ୍ୟଗୁଡ଼ିକୁ ପୂର୍ବ ଏସୀୟ ଖାଦ୍ୟ, ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟ, ଦକ୍ଷିଣ ଏସୀୟ ଖାଦ୍ୟ, ମଧ୍ୟ ଏସୀୟ ଖାଦ୍ୟ ଓ ମଧ୍ୟ-ପୂର୍ବ ଏସୀୟ ଖାଦ୍ୟ ଇତ୍ୟାଦି ଭାଗରେ ବିଭକ୍ତ କରାଯାଇଛି । ଏସିଆ ପୃଥିବୀର ବୃହତ୍ତମ ଓ ସର୍ବାଧିକ ଜନବ‌ହୁଳ ମହାଦେଶ ହୋଇଥିବାରୁ ଏଠାରେ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ମିଳିଥାଏ ।

ଏସିୟ ଖାଦ୍ୟ
ଏସିଆର ଅବସ୍ଥିତି ।

ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆର ଖାଦ୍ୟଗୁଡ଼ିକରେ ସାଧାରଣତଃ ଚାଉଳ, ଅଦା, ରସୁଣ, ଲଙ୍କା, ରାଶି, ପିଆଜ, ସୋୟାବିନ ଓ ପନିର ଇତ୍ୟାଦି ବ୍ୟବ‌ହୃତ ହୋଇଥାଏ । ଏହି ଅଞ୍ଚଳରେ ମୁଖ୍ୟତଃ ଭଜା ଏବଂ ସିଝା ଖାଦ୍ୟ ମିଳିଥାଏ ।

ଚାଉଳ ପ୍ରାୟତଃ ସବୁ ପ୍ରକାରର ଏସୀୟ ଖାଦ୍ୟରେ ବ୍ୟବ‌ହାର କରାଯାଉଥିଲେ ସୁଦ୍ଧା ବିଭିନ୍ନ ଅଞ୍ଚଳର ଖାଦ୍ୟରେ ବ୍ୟବ‌ହାର କରାଯାଉଥିବା ଚାଉଳର ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ । ଭାରତୀୟ ଉପମହାଦେଶରେ ବାସୁମତୀ ଚାଉଳ ବ‌ହୁଳ ଭାବରେ ବ୍ୟବ‌ହୃତ ହେଉଥିବା ବେଳେ ଦକ୍ଷିଣ-ପୂର୍ବ ଏସିଆରେ ଯସ୍ମିନ ଚାଉଳ ବ୍ୟବ‌ହୃତ ହୋଇଥାଏ । ସେହିପରି ଚାଇନାରେ ଲମ୍ବା ଦାନା ବାଲା ଚାଉଳ ବ୍ୟବ‌ହୃତ ହେଉଥିବା ବେଳେ ଜାପାନ ଓ କୋରିଆରେ ଛୋଟ ଦାନା ବାଲା ଚାଉଳ ବ୍ୟବ‌ହୃତ ହୋଇଥାଏ ।

ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଏସିଆରେ ତରକାରୀ ଏକ ମୁଖ୍ୟ ଖାଦ୍ୟ ହୋଇଥିଲା ବେଳେ ପୂର୍ବ ଏସୀୟ ଖାଦ୍ୟରେ ଏହାର ସେତେଟା ପ୍ରାଧାନ୍ୟ ନାହିଁ । ଭାରତ ଓ ଦକ୍ଷିଣ ଏସୀୟ ଦେଶମାନ‌ଙ୍କରେ ଖିଆଯାଉଥିବା ତରକାରୀଗୁଡ଼ିକରେ ସାଧାରଣତଃ ଦ‌ହି ପଡ଼ିଥାଏ । ସେହିପରି ଦକ୍ଷିଣ-ପୂର୍ବ ଓ ପୂର୍ବ ଏସୀୟ ଦେଶମାନ‌ଙ୍କରେ ଖିଆଯାଉଥିବା ତରକାରୀଗୁଡ଼ିକରେ ସାଧାରଣତଃ ନଡ଼ିଆ ରସ ବ୍ୟବ‌ହାର କରାଯାଇଥାଏ ।


ପୂର୍ବ ଏସୀୟ ଖାଦ୍ୟ

ଏସିୟ ଖାଦ୍ୟ 
ପୂର୍ବ ଏସିଆର ଅବସ୍ଥିତି ।

ପୂର୍ବ ଏସୀୟ ରାନ୍ଧଣାଗୁଡ଼ିକ ମଧ୍ୟରେ ଚାଇନିଜ୍, ଜାପାନିଜ୍, କୋରିଆନ୍, ମଙ୍ଗୋଲିଆନ୍ ଓ ତାଇୱାନିଜ୍ ଇତ୍ୟାଦି ରାନ୍ଧଣା ମୁଖ୍ୟ ଅଟେ । ଏହି ଅଞ୍ଚଳଟି ପୃଥିବୀର ସର୍ବାଧିକ ଜନବ‌ହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ପ୍ରକାରର ଆଞ୍ଚଳିକ ଖାଦ୍ୟ ମିଳିଥାଏ । ଏହି ଆଞ୍ଚଳିକ ଖାଦ୍ୟଗୁଡ଼ିକ ମଧ୍ୟରୁ ଚାଇନିଜ୍ ଖାଦ୍ୟ ଅନ୍ୟତମ । ଏହି ଅଞ୍ଚଳରେ ଖିଆଯାଉଥିବା ମୁଖ୍ୟ ଖାଦ୍ୟଗୁଡ଼ିକ ମଧ୍ୟରେ ଚାଉଳ, ନୁଡୁଲ୍‌ସ୍, ମୁଗ ଗଜା, ସୋୟାବିନ, ସାମୁଦ୍ରିକ ମାଛ (ଜାପାନରେ ମୁଣ୍ଡ ପିଛା ସର୍ବାଧିକ ସାମୁଦ୍ରିକ ମାଛ ଖିଆଯାଇଥାଏ), ଖାସି ମାଂସ (ମଙ୍ଗୋଲିଆ), ବକ୍-ଚୋୟ୍ (ଚାଇନିଜ୍ ବନ୍ଧାକୋବି) ଓ ଚାହା ଇତ୍ୟାଦି ପ୍ରଧାନ ।

ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟ

ଏସିୟ ଖାଦ୍ୟ 
ଦକ୍ଷିଣ-ପୂର୍ବ ଏସିଆର ଅବସ୍ଥିତି ।

ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟଗୁଡ଼ିକ ହାଲୁକା ହୋଇଥିବା ସଙ୍ଗେ ସଙ୍ଗେ ସୁବାଷିତ ମଧ୍ୟ ହୋଇଥାଏ । ସୁଗନ୍ଧ ପାଇଁ ଏହି ଖାଦ୍ୟଗୁଡ଼ିକରେ ଲେମ୍ବୁ, କମଳା ଆଦି ଖଟା ଫଳ ତ‌ଥା ପୋଦିନା, ଧଣିଆ, ତୁଳସୀ ଏତ୍ୟାଦି ପତ୍ର ବ୍ୟବ‌ହାର କରାଯାଇଥାଏ । ପୂର୍ବ ଏସୀୟ ରାନ୍ଧଣାରେ ବ୍ୟବ‌ହାର କରାଯାଥିବା ପ୍ରାୟ ସବୁ ଉପକରଣ ଏଠାକାର ରାନ୍ଧଣାରେ ମଧ୍ୟ ବ୍ୟବ‌ହାର କରାଯାଇଥାଏ । କେବଳ ଏଠାରେ ସୋୟା ସସ୍ ବଦଳରେ ମାଛରୁ ତିଆରି ସ‌ସ୍ ବ୍ୟବ‌ହାର କରାଯାଇଥାଏ । ଆହୁରି ମଧ୍ୟ ଏଠାକାର ଖାଦ୍ୟରେ ଆମ୍ବ କଷିଆ ଅଦା, ତେନ୍ତୁଳି ଇତ୍ୟାଦି ବ୍ୟବ‌ହାର କରାଯାଇଥାଏ । ଭଜା ଖାଦ୍ୟ, ଫୁଟା ଖାଦ୍ୟ ଓ ସିଝା ଖାଦ୍ୟ ଆଦି ଏଠାକାର ଖାଦ୍ୟର ଅନ୍ତର୍ଗତ ।

ଦକ୍ଷିଣ ଏସୀୟ ଖାଦ୍ୟ

ଏସିୟ ଖାଦ୍ୟ 
ଦକ୍ଷିଣ ଏସିଆର ଅବସ୍ଥିତି ।

ଦକ୍ଷିଣ ଏସୀୟ ଖାଦ୍ୟ ଦେଶୀ ଖାଦ୍ୟ ଭାବରେ ମଧ୍ୟ ଜଣାଶୁଣା । ଭାରତୀୟ ଉପମହାଦେଶରେ ଖିଆଯାଇଥିବା ଖାଦ୍ୟ ହେଉଛି ଏହି ଅଞ୍ଚଳର ରାନ୍ଧଣାର ମୁଖ୍ୟ ଭାଗ ।

ମଧ୍ୟ ଏସୀୟ ଖାଦ୍ୟ

ଏସିୟ ଖାଦ୍ୟ 
ମଧ୍ୟ ଏସିଆର ଅବସ୍ଥିତି ।

ଏହି ଅଞ୍ଚଳର ରାନ୍ଧଣା ପୂର୍ବ ଓ ପଶ୍ଚିମ ଏସିଆର ରାନ୍ଧଣା ସ‌ହ କେତେକାଂଶରେ ସମାନ ।

ପଶ୍ଚିମ (ମଧ୍ୟ-ପୂର୍ବ) ଏସୀୟ ଖାଦ୍ୟ

ଏସିୟ ଖାଦ୍ୟ 
ପଶ୍ଚିମ ଏସିଆର ଅବସ୍ଥିତି ।

ପଶ୍ଚିମ ଏସୀୟ ରାନ୍ଧଣା କେବଳ ଇଜିପ୍ଟକୁ ଛାଡ଼ିଦେଲେ ଅନ୍ୟାନ୍ୟ ମଧ୍ୟ-ପୂର୍ବ ଏସୀୟ ଦେଶମାନ‌ଙ୍କରେ ପ୍ରଚଳିତ ରାନ୍ଧଣା ସ‌ହ ପ୍ରାୟ ସମାନ ।

ଉତ୍ତର ଏସୀୟ ଖାଦ୍ୟ

ଏସିୟ ଖାଦ୍ୟ 
ଉତ୍ତର ଏସିଆର ଅବସ୍ଥିତି ।

ଏଠାକାର ରାନ୍ଧଣା ରଷିଆନ୍ ଖାଦ୍ୟ ସ‌ହ ପ୍ରାୟ ସମାନ ।

ଆହୁରି ପଢ଼ନ୍ତୁ

  • ଆରବି ଖାଦ୍ୟ
  • ମିଶ୍ରିତ ଖାଦ୍ୟ
  • ପୃଥିବୀର ଖାଦ୍ୟ
  • ଏସୀୟ ଖାଦ୍ୟମାନ‌ଙ୍କର ତାଲିକା

ଆଧାର

Tags:

ଏସିୟ ଖାଦ୍ୟ ପୂର୍ବ ଏସୀୟ ଖାଦ୍ୟଏସିୟ ଖାଦ୍ୟ ଦକ୍ଷିଣ-ପୂର୍ବ ଏସୀୟ ଖାଦ୍ୟଏସିୟ ଖାଦ୍ୟ ଦକ୍ଷିଣ ଏସୀୟ ଖାଦ୍ୟଏସିୟ ଖାଦ୍ୟ ମଧ୍ୟ ଏସୀୟ ଖାଦ୍ୟଏସିୟ ଖାଦ୍ୟ ପଶ୍ଚିମ (ମଧ୍ୟ-ପୂର୍ବ) ଏସୀୟ ଖାଦ୍ୟଏସିୟ ଖାଦ୍ୟ ଉତ୍ତର ଏସୀୟ ଖାଦ୍ୟଏସିୟ ଖାଦ୍ୟ ଆହୁରି ପଢ଼ନ୍ତୁଏସିୟ ଖାଦ୍ୟ ଆଧାରଏସିୟ ଖାଦ୍ୟଏସିଆ

🔥 Trending searches on Wiki ଓଡ଼ିଆ:

ହେପାଟାଇଟିସ ସିଶ୍ୱେତସାରବସନ୍ତ ରୋଗସାରଳା ଦାସକାଳୀଚରଣ ପଟ୍ଟନାୟକବ୍ୟଞ୍ଜନ ବର୍ଣ୍ଣରାମାୟଣଶିବ ଶଙ୍କର ସାହାଣୀwiki.phtmlରାଜ୍ୟ ସଭାମିଳିତ ଜାତିସଂଘସାରଳା ମହାଭାରତଓ ଅନ୍ଧଗଳିଅକ୍ଷାଂଶଉଇକିଅଭିଧାନମାୟାଧର ମାନସିଂହଲୋକ ସଭାପାର୍ବତୀ ଘୋଷପ୍ରାଣବନ୍ଧୁ କରମେଷ (ରାଶି)ସିପ୍ରା ମଲ୍ଲିକଦେବୀପ୍ରସନ୍ନ ପଟ୍ଟନାୟକରାଧାବିଭୂତି ଭୂଷଣ ବଳବନ୍ତରାୟ୧୯୪୯ସମ୍ବିତ ରାଉତରାୟ୨୧ପାଣିତପସ୍ୱିନୀସଂଘମିତ୍ରା ମିଶ୍ରଆମ୍ବେଦକର ଜୟନ୍ତୀଖୋର୍ଦ୍ଧା ଜିଲ୍ଲାନବକଳେବରଶଙ୍ଖକବି ସମ୍ରାଟ ଉପେନ୍ଦ୍ର ଭଞ୍ଜରାୟଗଡ଼ା ଜିଲ୍ଲାବିଶ୍ୱନାଥ କରବୀଣାପାଣି ମହାନ୍ତିବାହୁଡ଼ା ଯାତ୍ରାଶିବଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଖାରବେଳଓଡ଼ିଶା ସରକାରଚୀନପଠାଣି ସାମନ୍ତ୧୩ ମାର୍ଚ୍ଚସମୟ (କାଳ)ବ୍ରତୋପନୟନହଜସୁବର୍ଣ୍ଣପୁର ଜିଲ୍ଲାମହା ଶିବରାତ୍ରିସମ୍ବାଦ (ଖବରକାଗଜ)କଳ୍ପନା ଚାୱଲାକୋଇଲି ଚଉତିଶା୧୪୯୯ପ୍ରଦୂଷଣଉଇକିପୋଥିଭୌଗଳିକ ଦିଗବାରେଣିପୃଥ୍ୱୀରାଜ ଚୌହାନଗ୍ରୀକ ଭାଷାହୃଷୀକେଶ ମଲ୍ଲିକଦଣ୍ଡ ନାଟବନ୍ଧୁତାଭୀମ ଭୋଇଜଗମୋହନଦଶାବତାରଡାରିଫେନାସିନତନ୍ଦ୍ରାଲୋକର ପ୍ରହରୀ🡆 More