ତେନ୍ତୁଳି: ର ଉତ୍ପତ୍ତି ଆଫ୍ରିକାରେ ହୋଇଥିଲା।

ତେନ୍ତୁଳି ବା କଇଁଆକୁ ଇଂରାଜୀରେ ‘ଟାମାରିଣ୍ଡ ଟ୍ରି’ ବା ‘ଇଣ୍ଡିଆନ୍‌ ଡେଟ୍‌’ କୁହାଯାଉଥିବା ବେଳେ ଏହାର ବୈଜ୍ଞାନିକ ନାମ ଟାମାଣ୍ଡସ୍‌ ଇଣ୍ଡିକା(ଲାଟିନ୍‌ ଶବ୍ଦ) ଓ ଏହା ସିଜାଲ୍‌ପିନିଆସି ବଂଶର ଅନ୍ତର୍ଭୁକ୍ତ । ସଂସ୍କୃତ ଶବ୍ଦ ଆମଳିକା ଅର୍ଥ ଖଟା ସ୍ୱାଦ ବିଶେଷ । ଏହାକୁ ହିନ୍ଦୀରେ ଇମଲି, ମରାଠିରେ ଅମଳି, ଚିଞ୍ଚି, ତେଲୁଗୁ ଭାଷାରେ ଚିନ୍‌ଥା, ହୁଲି ଓ ମାଲାୟାଲାମ୍‌ରେ ଅମଲାମ୍‌ କୁହାଯାଏ । ସଂସ୍କୃତରେ ଅମାଳିକା ବୋଲି କୁହାଯାଏ । କଇଁଆ ଗୋଟିଏ ସୁନ୍ଦର ସବୁଜ ବୃକ୍ଷ ଯାହାର ଶାଖା ଚାରିଆଡ଼କୁ ବିଛେଇ ହୋଇ ରହିଥାଏ । ଏହାର ଗଣ୍ଡି ମୋଟା ଓ ବାହାର ପଟ ପୂରାପୂରି ଖଦଖଦଡିଆ ଓ ମଝିରେ ମଝିରେ ଗଛର ବକଳରେ ଫାଟ ଥାଏ ଓ ରଙ୍ଗ କଳାଆଶିଆ ହୋଇଥାଏ । ପତ୍ରଗୁଡ଼ିକ ଛୋଟ ଓ ଅଣ୍ଡାକୃତି ଓ ଦଶ ବା ଅଧିକ ଯୋଡ଼ା ହିସାବରେ ପ୍ରାକ୍ଷ (ଆକ୍‌ସିସ୍‌)ରେ ରହିଥାଏ । ପ୍ରଥମ କଅଁଳିଆ ପତ୍ର ସବୁଜ ଥାଏ କିନ୍ତୁ ପାକଳ ହେଲା ପରେ ଧୂଳିଆ ଗାଢ଼ ସବୁଜ ରଙ୍ଗ ହୋଇଯାଏ । କଇଁଆ ଗଛର ଫୁଲ ଇଷତ୍‌ ହଳଦିଆ କିନ୍ତୁ ପାଖୁଡ଼ାମାନଙ୍କରେ ନାଲିରଙ୍ଗର ଶିରା ଥାଏ । ପ୍ରତ୍ୟେକ ଫୁଲରେ ପାଞ୍ଚଟି ପାଖୁଡ଼ା ଥାଏ । ଫୁଲଗୁଡ଼ିକ ଡେମ୍ଫ ଚାରିପଟେ ଗୁନ୍ଥିଲା ଭଳି ରହିଥାନ୍ତି । କଇଁଆ ଫଳ ବଙ୍କା ଓ ପାକଳ ହେଲେ ମାଟିଆ ରଙ୍ଗ ହୋଇଯାଏ । ଫଳର ଚୋପା ତଳେ ମାଂସାଳ ଅଂଶ ଥାଏ ଓ ତା’ଭିତରେ ବହୁତ କଠିନ, ଚିକ୍‌କଣ ଓ ଗାଢ଼ ନାଲିଆଶିଆ ମାଟିଆ ରଙ୍ଗର ମଞ୍ଜି ଥାଏ । ଫଳରୁ ଚୋପା ବାହାର କରି ଏହାକୁ ଖାଦ୍ୟରେ ବ୍ୟବହୃତ ହୁଏ ‌। କଇଁଆର ଅନେକ ବ୍ୟାବହାରିକ ଗୁଣ ଅଛି ।

ତେନ୍ତୁଳି
ତେନ୍ତୁଳି: ବ୍ୟବହାର, ଲୋକକଥା, ଅନ୍ଧବିଶ୍ୱାସ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ଉପକୁଳ: Caesalpinioideae
ଗୋଷ୍ଠୀ: Detarieae
ପ୍ରଜାତି: Tamarindus
L.
ଜାତି: T. indica
ବାଇନୋମିଆଲ ନାମ
Tamarindus indica
L.
ତେନ୍ତୁଳି: ବ୍ୟବହାର, ଲୋକକଥା, ଅନ୍ଧବିଶ୍ୱାସ
ତେନ୍ତୁଳି ଫୁଲ

ବ୍ୟବହାର

ପ୍ରଧାନତଃ ଏହାର ଫଳର ଚାହିଦା ବେଶୀ, ଖଟା, ଚଟଣି, ଚାରୁ ଇତ୍ୟାଦିରେ ତେନ୍ତୁଳିର ବ୍ୟବହାର ହୁଏ । ତେନ୍ତୁଳିକୁ ଖଟା ମିଠା ଡାଲି ତିଆରି କରିବା ପାଇଁ ଗୁଡ ସହିତ ହରଡ ଓ ମସୁର ଡାଲି ସହିତ ମିଶା ଯାଏ । ତେନ୍ତୁଳିକୁ ମଧ୍ୟ ଆଚାର ଓ ଚଟଣି ତିଆରି କରିବାରେ ବ୍ୟବହାର କରାଯାଏ ।

ଏହି ଫଳ ହଜମ କରିବାରେ ସାହାଯ୍ୟ କରେ । ତେନ୍ତୁଳି ମଧ୍ୟ କୋଷ୍ଠକାଷ୍ଠିନ୍ୟ ଦୂର କରେ । ପିତ ରୋଗରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ କଇଁଆ ଗଛର ବେଶୀ ଚାହିଦା ରହିଛି। ଦକ୍ଷିଣ ଭାରତୀୟ ଚାରୁ, ଚଟଣି ତଥା ବିଭିନ୍ନ ବ୍ୟଞ୍ଜନରେ କଇଁଆକୁ ବ୍ୟବହୃତ କରିଥାନ୍ତି ।

ଲୋକକଥା

କଇଁଆ ଗଛ ଉପରେ ଏକ ଆଦିବାସୀ ଲୋକକଥା ରହିଛି | ବହୁବର୍ଷ ପୂର୍ବେ ଉଭୟ ଦେବତା ଓ ଅସୁରମାନେ ମର୍ତ୍ତ୍ୟକୁ ଗମନ କଲେ । ବ୍ରହ୍ମାସୁର ନାମରେ ଜଣେ ଅସୁର ସେନାର ସେନାପତି ଥିଲେ । ସେ ମହାଦେବଙ୍କୁ ଧମକ ଦେଲା ଯେ ଯିଏ ଯୁଦ୍ଧରେ ଜିତିବ ସେ ପୃଥିବୀ ଶାସନ କରିବ । ମହାଦେବ ଓ ବ୍ରହ୍ମାସୁର ମଧ୍ୟରେ ଯୁଦ୍ଧ ହେଲା । ବ୍ରହ୍ମାସୁର ବହୁତ ଥର କ୍ଷତ ବିକ୍ଷତ ହୋଇ ଜୀବନ ରକ୍ଷା ପାଇଁ ଜଙ୍ଗଲକୁ ପଳାୟନ କଲା । ଲୁଚିବା ପାଇଁ ସେ ତେନ୍ତୁଳି ଗଛ ଦେଖିଲା ଯେ ତାହା ବଡ଼ ବଡ଼ ଡାଳପତ୍ରରେ ଭର୍ତ୍ତି ହୋଇଛି । ସେ ଏ ଗଛରେ ଚଢ଼ି ଗହଳିଆ ପତ୍ରରେ ନିଜକୁ ଘୋଡ଼ାଇ ରଖିଲା । ମହାଦେବ ମଧ୍ୟ ଜଙ୍ଗଲରେ ତାକୁ ଖୋଜି ଖୋଜି ତେନ୍ତୁଳି ଗଛ ପାଖରେ ପହଞ୍ଚିଲେ । ବ୍ରହ୍ମାସୁର ଥରିବାକୁ ଲାଗିଲା । କିନ୍ତୁ ଗହଳ ପତ୍ର ଯୋଗୁଁ ମହାଦେବ ତାକୁ ଦେଖିପାରୁ ନଥିଲେ । ସେ ଭାବିଲେ ଯେ ଶତ୍ରୁ ତାଙ୍କୁ ଦେଖି ପାରୁଛି, ସେ କିନ୍ତୁ ତାକୁ ଦେଖି ପାରୁନାହାନ୍ତି । ସେ ଗୋଟିଏ ଆଖିରେ ଦେଖିବାକୁ ଚେଷ୍ଠା କଲେ । ତା’ପରେ ଦ୍ୱିତୀୟ ଆଖିରେ ଦେଖିବାକୁ ଚେଷ୍ଠା କଲେ । କିନ୍ତୁ ଦେଖିପାରିଲେନି ଯେହେତୁ ପତ୍ରଗୁଡ଼ିକ ଅସୁରକୁ ଘୋଡ଼େଇ ରଖିଥିଲା । ମହାଦେବଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ଗର୍ଜନ କରି କପାଳରେ ମଧ୍ୟଭାଗରେ ଥିବା ତୃତୀୟନେତ୍ରରେ ଅନେଇଲେ ଓ କଇଁଆର ପ୍ରତ୍ୟେକ ବଡ଼ ବଡ଼ ପତ୍ରକୁ ଖଣ୍ଡ ଖଣ୍ଡ କରିଦେଲେ । ତା’ପରେ ସେ ବ୍ରହ୍ମାସୁରକୁ ଦେଖି ପାରିଲେ ଓ ତାକୁ ବଧ କଲେ। ପୃଥିବୀ ଅସୁର ଦାଉରୁ ରକ୍ଷା ପାଇଲା । କିନ୍ତୁ ସେହିଦିନଠାରୁ କଇଁଆଗଛର ପତ୍ର ଛୋଟ ଛୋଟ ହୋଇଗଲା ।

ଅନ୍ଧବିଶ୍ୱାସ

କଥିତ ରହିଛି ଯେ ତେନ୍ତୁଳି ଗଛ ପ୍ରେତମାନଙ୍କ ଗଛ ଓ ଏ ଗଛ ତଳେ ଅନ୍ୟ କୌଣସି ଗଛ ବଞ୍ଚିପାରନ୍ତି ନାହିଁ । ସେହି ଅନୁଯାୟୀ ପଥିକମାନଙ୍କୁ କୁହାଯାଏ ଯେ ଏ ଗଛରେ କିଏ ହେଲେ ଆଶ୍ରୟ ନେବେ ନାହିଁ । କଇଁଆ ଗଛ ଗୋଟିଏ ଗୋୟାଲିୟର୍‌ରେ ଅଛି ଯାହାକି ରାଜା ଆକବରଙ୍କ ସଂଗୀତକାର ତାନ୍‌ସେନ୍‌ କବର ଉପରେ ଦେଖାଯାଏ । ଏ କଥାଟି ପ୍ରଚଳିତ ଅଛି ଯେ ସଂଗୀତକାରମାନେ ଏ ଗଛର ପତ୍ରକୁ ନିଜର ସ୍ୱରକୁ ଅଧିକ ମଧୁର କରିବା ପାଇଁ ଖାଆନ୍ତି ।

ଆଧାର

Tags:

ତେନ୍ତୁଳି ବ୍ୟବହାରତେନ୍ତୁଳି ଲୋକକଥାତେନ୍ତୁଳି ଅନ୍ଧବିଶ୍ୱାସତେନ୍ତୁଳି ଆଧାରତେନ୍ତୁଳି

🔥 Trending searches on Wiki ଓଡ଼ିଆ:

ଖାରବେଳଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜମକର (ରାଶି)କୁଞ୍ଜବିହାରୀ ଦାଶକମ୍ପ୍ୟୁଟରଅମର ସିଂହ ଚମକିଲାରାମଚନ୍ଦ୍ର ମିଶ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆହାର ଯୋଜନାଆର୍ଯ୍ୟଭଟ୍ଟଉପେନ୍ଦ୍ର ଭଞ୍ଜଜିନା ସାମଲଗରୁଡ଼ୟୁ ଟ୍ୟୁବବୈଦେହୀଶ ବିଳାସଭକ୍ତ ଚରଣ ଦାସମାୟାଧର ମାନସିଂହଗୋପବନ୍ଧୁ ଦାସରବି ନାରାୟଣ ନନ୍ଦବନମାଳୀ ଦାସବୀଣାପାଣି ମହାନ୍ତିକ୍ରେଡିଟ କାର୍ଡ଼ଚାଣକ୍ୟପୁନର୍ମିଳନସରଳା ଦେବୀଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସହାଡ଼ଫୁଟିବରଗଡ଼ ଜିଲ୍ଲାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଲିଙ୍ଗରାଜ ମନ୍ଦିରଧନୁଯାତ୍ରାଲୋକ ସଭାର ବାଚସ୍ପତିଭର୍ତ୍ତୃହରି ମହତାବହୀରାକୁଦ ବନ୍ଧଚାରି ଧାମନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାମହାଭାରତଓଡ଼ିଆ ଭାଗବତସାହି ଯାତଅଯୋଧ୍ୟାବାଣଚନ୍ଦନ ଯାତ୍ରାସନ୍ତୋଷ ସିଂହ ସାଲୁଜାଶ୍ରାଦ୍ଧବୈକୁଣ୍ଠନାଥ ପଟ୍ଟନାୟକଓ ଅନ୍ଧଗଳିମୁଁ ରାଜା ତୁ ରାଣୀସିକ୍ଲ ସେଲ୍ ରୋଗପୁରୀପୃଥ୍ୱୀ (କ୍ଷେପଣାସ୍ତ୍ର)ଆବ୍ରୋସିଟିନିବମାସକମଳା ଦାସବିଷ୍ଣୁକୃଷ୍ଣ ଜନ୍ମାଷ୍ଟମୀଭୀମାଶଙ୍କର ମନ୍ଦିରମେଷ (ରାଶି)ମୁଡ଼ି ନାଏକୋରବୀନ୍ଦ୍ର କୁମାର ପ୍ରହରାଜଆଇଜାକ ନିଉଟନହାଡ଼ି ଦାସଲକ୍ଷ୍ମଣ ନାୟକରୋହିତ ପୂଜାରୀ🡆 More