ଏପିଡୁରାଲ ହେମାଟୋମା

ଏପିଡୁରାଲ ହେମାଟୋମା (ଇଂରାଜୀ ଭାଷାରେ Epidural hematoma) ହୁଏ ଯେତେବେଳେ ଖପୁରୀ (skull) ଓ ଡୁରାମାଟର (tough outer membrane covering the brain) ମଧ୍ୟରେ ରକ୍ତସ୍ରାବ ହୁଏ । ଅଧିକାଂଶ ସମୟରେ ମୁଣ୍ଡ ଆଘାତ ପରେ ରୋଗୀ ଚେତନା ଶୂନ୍ୟ ହେବା ପରେ କିଛି ସମୟ ଚେତନା ଫେରେ ଓ ପୁନଶ୍ଚ ଚେତାନା ଶୂନ୍ୟ ହୋଇଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବାନ୍ତି ଓ ପାରାଲିସିସ (inability to move parts of the body) ହୋଇଯାଏ । ଅବସ୍ଥା ସାଂଘାତିକ ହେଲେ ଅପସ୍ମାର ବାତ (seizures) ହୁଏ ।

ଏପିଡୁରାଲ ହେମାଟୋମା (Epidural hematoma)
Extradural hematoma, epidural hemorrhage, epidural haematoma, epidural bleeding
ଏପିଡୁରାଲ ହେମାଟୋମା
ସିଟି ସ୍କାନରେ (CT scan) ଖପୁରୀ ଭଙ୍ଗା ଥାଇ ଏପିଡୁରାଲ ହେମାଟୋମା ଦେଖାଯାଉଛି । ହେମାଟୋମାର ବାଇକନ‌କେଭ ଆକୃତି ଦେଖାଯାଉଛି । ମସ୍ତିଷ୍କର ଅନ୍ୟ ପାର୍ଶରେ ମସ୍ତିଷ୍କ କନଟ୍ୟୁଜନ ଦେଖାଯାଉଛି ।
ବିଭାଗନିଉରୋସର୍ଜରୀ (Neurosurgery), ଆଶୁ ଭେଷଜ (emergency medicine)
ଲକ୍ଷଣମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ (confusion), ପାରାଲିସିସ (paralysis)
ଆକ୍ରାନ୍ତ ସମୟଦୃତ
କାରଣମୁଣ୍ଡ ଆଘାତ (Head injury), କୋଆଗୁଲୋପାଥି (bleeding disorder), ଭାସ୍କୁଲାର ମାଲଫର୍ମେସନ (blood vessel malformation)
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging) ସିଟି ସ୍କାନ (CT scan)
ସଠିକ ରୋଗ ନିର୍ଣ୍ଣୟସବଡୁରାଲ ହେମାଟୋମା (Subdural hematoma), ସବଆରାକନଏଡ ହେମୋରେଜ (subarachnoid hemorrhage), (traumatic brain injury)
ଚିକିତ୍ସାଅପରେଶନ - କ୍ରାନିଓଟୋମି (craniotomy, ବରହୋଲ (burr hole)

ମୁଣ୍ଡ ଆଘାତ (head injury) ହୋଇ ଟେମ୍ପୋରାଲ ହାଡ଼ (temporal bone) ଭାଙ୍ଗିଯିବା ଯୋଗୁ ଓ ତା ସ‌ହିତ ମିଡିଲ ମେନିଞ୍ଜିଆଲ ଧମନୀରୁ ରକ୍ତସ୍ରାବ (middle meningeal artery) ହୋଇ ଏହି ଅବସ୍ଥା ଉପୁଜେ । ବେଳେ ବେଳେ ରକ୍ତସ୍ରାବ ବେମାରୀ (bleeding disorder) ବା ରକ୍ତନଳୀ ମାଲଫର୍ମେସନ (blood vessel malformation) ଯୋଗୁ ଏହା ହୁଏ । ସିଟି ସ୍କାନ (CT scan ବା ଏମଆରଆଇ MRI କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ଭଳି ରକ୍ତସ୍ରାବ ମେରୁଅସ୍ଥିରେ ହେଲେ ତାହାକୁ ଏପିଡୁରାଲ ହେମାଟୋମା (spinal epidural hematoma) କୁହାଯାଏ ।

ଏହା ନିମନ୍ତେ ଆଶୁ ଚିକିତ୍ସା ଆବଶ୍ୟକ ଓ ତୁରନ୍ତ କ୍ରାନିଓଟୋମି (craniotomy) ବା ବର ହୋଲ (burr hole) କରାଯାଏ । ଚିକିତ୍ସା ନ ପାଇଲେ ମୃତ୍ୟୁ ହୋଇଯାଏ । ମୁଣ୍ଡ ଆଘାତ (head injuries) ମଧ୍ୟରୁ ୧-୪% ଲୋକଙ୍କର ଏହି ରୋଗ ହୁଏ । ସାଧାରଣତଃ ଏହା ନବ ଯୁବକଙ୍କର ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଏହି ରୋଗ ଅଧିକ ହୁଏ ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:Human skullen:dura materen:paralysisen:seizuresଇଂରାଜୀ ଭାଷାମୁଣ୍ଡ ବିନ୍ଧା

🔥 Trending searches on Wiki ଓଡ଼ିଆ:

ଦ୍ଵାରକାଧୀଶ ମନ୍ଦିରବଣ୍ଡ (ଅର୍ଥ)ଖାରବେଳକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଲଦାମୋଦର ରାଉତହୃଷୀକେଶ ମଲ୍ଲିକପ୍ରତିଭା ରାୟଶାନ୍ତନୁ କୁମାର ଆଚାର୍ଯ୍ୟଅଶ୍ରୁମୋଚନ ମହାନ୍ତିଚାନ୍ଦ୍ରମାସଭୁବନେଶ୍ୱର ବେହେରାମହାତ୍ମା ଗାନ୍ଧୀଉତ୍କଳ ଦିବସରାଜେନ୍ଦ୍ର କିଶୋର ପଣ୍ଡାକାଳିଚରଣ ପଟ୍ଟନାୟକଗିରିଧର ଗମାଙ୍ଗବାଘଆର୍ଯ୍ୟଭଟ୍ଟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଯୁକ୍ତରାଜ୍ୟରାୟଗଡ଼ା ଜିଲ୍ଲା୭୦୧ମଙ୍ଗଳା ମନ୍ଦିରଓଡ଼ିଶୀ ସଙ୍ଗୀତହେମଲତା ମାନସିଂହଉଇକିପିଡ଼ିଆଜହ୍ନଗୋଦାବରୀଶ ମିଶ୍ରରାଜକିଶୋର ରାୟଅଷ୍ଟ୍ରେଲିଆଜଗନ୍ନାଥ ପ୍ରସାଦ ଦାସବଡ଼ ଏରାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଶ୍ରବଣ ( ରାମାୟଣ ର ଚରିତ୍ର )ପୁରୁଷୋତ୍ତମ ଦେବଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରସାରଥୀ ବାବାc3bn4ବୁଧରାଜାରାଣୀ ମନ୍ଦିରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଯୁକ୍ତରାଷ୍ଟ୍ର ଆମେରିକାରାଜା ରାମମୋହନ ରାୟଭୀମ ପୃଷ୍ଟିଦୀପା ସାହୁ (୧୯୮୫ ଜନ୍ମ)ମୁକୁନ୍ଦ ଦେବ୩୦ ଅପ୍ରେଲଦ୍ୱିତୀୟ ବିଶ୍ୱଯୁଦ୍ଧନେମାଳଆପେଣ୍ଡିସାଇଟିସଯାଜପୁର ଜିଲ୍ଲାଚଇତି ଘୋଡ଼ା ନାଚବୈକୁଣ୍ଠନାଥ ପଟ୍ଟନାୟକପିଙ୍କି ପ୍ରଧାନପୂର୍ଣ୍ଣଚ୍ଛେଦପ୍ରାଣୀପଣା ସଂକ୍ରାନ୍ତିସୂର୍ଯ୍ୟବଂଶୀ ସୂରଜ୨୮ ଫେବୃଆରୀଜିନା ସାମଲରେବତୀ (କ୍ଷୁଦ୍ରଗଳ୍ପ)ଭାନୁଜୀ ରାଓଓଡ଼ିଶା ବିଧାନ ସଭାବିଜୁ ଜନତା ଦଳପୁରୀଓଡ଼ିଶାବିରଜା ମନ୍ଦିର୧୬୬୫ରଥଯାତ୍ରାତୁଳସୀ ଗଛ🡆 More