ଅରୁଣ ସ୍ତମ୍ଭ

ଅରୁଣ ସ୍ତମ୍ଭ (ସୂର୍ଯ୍ୟ ସ୍ତମ୍ଭ) ଏକ ଷୋହଳ ପାର୍ଶ୍ୱ ବିଶିଷ୍ଟ ୩୪ ଫୁଟ (୧୦ ମିଟର) ଉଚ୍ଚ ଗୋଟା କଳା ମୁଗୁନି ପଥର ସ୍ତମ୍ଭ ଅଟେ, ଯାହାର ଶୀର୍ଷରେ ଅରୁଣଙ୍କର (ସୂର୍ଯ୍ୟଙ୍କ ସାରଥୀ) ମୂର୍ତ୍ତି ରହିଛି । ଏହା ପୁରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର (ପୂର୍ବପଟ ଦ୍ୱାର)ଠାରୁ ପ୍ରାୟ ୨୦ ଫୁଟ (୬.୧ ମିଟର) ଦୂରରେ ଅବସ୍ଥିତ । ସ୍ତମ୍ଭରେ ସାମରିକ ଦୃଶ୍ୟ ଏବଂ ଅନ୍ୟାନ୍ୟ ଆକୃତିରେ ଖୋଦିତ ଏକ ଭବ୍ୟ ମୂଳଦୁଆ ରହିଛି । ଏହାର କ୍ୟାପିଟାଲକୁ ପଦ୍ମ ପାଖୁଡ଼ିର ଏକ ଶୃଙ୍ଖଳାଦ୍ୱାରା ଅଳଙ୍କୃତ କରାଯାଇଛି । ସ୍ତମ୍ଭ ଉପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବା ମୁଦ୍ରାରେ ଅରୁଣଙ୍କ ମୂର୍ତ୍ତି ରହିଛି । ସ୍ତମ୍ଭଟି ପ୍ରାୟ ୩୪ ଫୁଟ (୧୦.୫ ମିଟର) ଉଚ୍ଚତାରେ ରହିଛି ।

ଅରୁଣ ସ୍ତମ୍ଭ
ଅରୁଣ ସ୍ତମ୍ଭ
ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ଉପରେ ଅରୁଣ(ସୂର୍ଯ୍ୟଙ୍କ ସାରଥୀ)ଙ୍କ ପ୍ରତିମୂର୍ତ୍ତି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ
ଦେବାଦେବୀଅରୁଣ
Location
ସ୍ଥାନଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶା
ଭୌଗଳିକ ଅବସ୍ଥିତି19°48′18″N 85°49′04″E / 19.8050°N 85.8179°E / 19.8050; 85.8179
Architecture
ପ୍ରତିଷ୍ଠାତାଦିବ୍ୟସିଂହ ଦେବ - ଦ୍ୱିତୀୟ
Specifications
ଉଚ୍ଚତା (ସର୍ବୋଚ୍ଚ)34 ft (10 m)
ଉପାଦାନକଳା ମୁଗୁନି ପଥର

କିମ୍ବଦନ୍ତୀ

ଜଗନ୍ନାଥ ମନ୍ଦିରର ଇତିହାସ ମାଦଳ ପାଞ୍ଜି ହିସାବରେ, ଭୋଇ ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ଶାସନ କାଳରେ କୋଣାର୍କ (ସୂର୍ଯ୍ୟ ମନ୍ଦିର)ରୁ ମରାଠା ଗୁରୁ 'ବ୍ରହ୍ମଚାରୀ ଗୋସାଇଁ' ଅରୁଣ ସ୍ତମ୍ଭକୁ ଆଣି ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରିଥିଲେ । ୧୮୧୫ ମସିହା ଅପ୍ରେଲ ୨୬ ତାରିଖରେ କଲିନ୍ ମାକେଞ୍ଜିଙ୍କ କଳାକାରମାନେ ପୁରୀ ସ୍ତମ୍ଭର ଏକ ରେଖାଚିତ୍ର ପ୍ରସ୍ତୁତ କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ତ୍ରୈମାସରେ କୋଣାର୍କରୁ ପୁରୀକୁ ଏହି ସ୍ତମ୍ଭ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । କୋଣାର୍କ ମନ୍ଦିରର ମୂଳ ମନ୍ଦିର ଧ୍ୱଂସ ପରେ ସେଠାରେ କୌଣସି ଦେବାଦେବୀଙ୍କୁ ପୂଜାକରାଯାଉ ନାହିଁ । ବୈଦିକ କାଳରୁ ସୂର୍ଯ୍ୟଙ୍କୁ ବିଷ୍ଣୁଙ୍କ ସହ ସମାନ ବୋଲି ଗ୍ରହଣ କରାଯାଏ । ତେଣୁ ପୁରୀର ବିଷ୍ଣୁ-ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ରଖିବା ଯଥେଷ୍ଟ ଉପଯୁକ୍ତ ଥିଲା।

ଅପରପକ୍ଷରେ ଆଉ କେତେକଙ୍କ ମତରେ ପ୍ରଥମ ନରସିଂହ ଦେବ ୧୩୦୦ ଖ୍ରୀଷ୍ଟାବ୍ଦରେ ଏହାକୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ ।

ଗ୍ୟାଲେରୀ

ଆଧାର

Tags:

ଜଗନ୍ନାଥ ମନ୍ଦିରପୁରୀସୂର୍ଯ୍ୟ ଦେବତା

🔥 Trending searches on Wiki ଓଡ଼ିଆ:

ପ୍ରଦୂଷଣବିଜ୍ଞାନଭାରତୀୟ ଜାତୀୟ କଂଗ୍ରେସଚେତନ ଭଗତଓଡ଼ିଆକ୍ରିଷ୍ଟୀନା ଅଖିବାଜାନକୀ ବଲ୍ଲଭ ପଟ୍ଟନାୟକଇସ୍ରାଏଲରାମଶଙ୍କର ରାୟକବିସୂର୍ଯ୍ୟ ବଳଦେବ ରଥମଠବାଇପୋଲାର ଡିଜଅଡର୧୯ ମାର୍ଚ୍ଚଇଲନ ମସ୍କକନଫୁସିଅସସିପ୍ରା ମଲ୍ଲିକସାରଳା ଦାସଆଣ୍ଡ୍ରଏଡ଼ଯକୃତଭାନୁଜୀ ରାଓବିଶ୍ୱତାପନଓଡ଼ିଶାର ଦୋଳଯାତ୍ରାଜହ୍ନିଓଷାବୀଣାପାଣି ମହାନ୍ତିବଳଭଦ୍ର ମାଝୀରାଜେନ୍ଦ୍ର କିଶୋର ପଣ୍ଡାଅସିତ ମହାନ୍ତିରବର୍ଟ ମୂଗଏଲୋରା ଗୁମ୍ଫାଯବକ୍ଷାରଜାନ ବିବନ୍ଧନଇଣ୍ଟରନେଟବେଦଜଗନ୍ନାଥଙ୍କ ବେଶଚାଉଳଭିକାରୀ ବଳଅମୃତ ଫଳଚେକ୍ ଗଣରାଜ୍ୟତୁମ ପରି ଛୋଟ ପିଲାଟିଏବୈଜୟନ୍ତ ପଣ୍ଡାଝିନ୍ନ ହିକ୍‌କାରତ୍ନାକର ଚଇନିଖାଦ୍ୟରବୀନ୍ଦ୍ରନାଥ ଠାକୁରଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)ବ୍ୟଞ୍ଜନ ବର୍ଣ୍ଣକଇଁସାରିଜାକର୍ତାଅଂଶୁମାନ ମହାନ୍ତି୧୬ ମାର୍ଚ୍ଚମେଧା ପାଟକରବ୍ୟୋମକେଶ ରାୟପୁଷ୍ପେନ୍ଦ୍ର ସିଂହ ଦେଓରାମଚନ୍ଦ୍ର ବେହେରାବିଭୂତି ଭୂଷଣ ବଳବନ୍ତରାୟକୁଷ୍ଠଶିଶୁ ଅନନ୍ତ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭିଏତନାମକୁମ୍ଭ (ରାଶି)ହୀରାକୁଦ ବନ୍ଧଶୁଚିତ୍ୱଯୌନ ସମ୍ଭୋଗଭାରତୀୟ ସମ୍ବିଧାନସାଲେଜ୍ ହାନ୍ସଡାକଥା (ପତ୍ରିକା)ଭାରତୀୟ ମୁଦ୍ରାକୁଞ୍ଜବିହାରୀ ଦାଶଲତା ମଙ୍ଗେସକରକମ୍ପ୍ୟୁଟର ବିଜ୍ଞାନଉମେଶଚନ୍ଦ୍ର ସରକାରପରିଣାମ🡆 More