ସ୍କାଇପ

ସ୍କାଇପ ହେଉଛି ଗୋଟିଏ କମ୍ପ୍ୟୁଟର ଆପ୍ଲିକେସନ ଯାହାଦ୍ୱାରା ଭିଡିଓ କଲ / ଚାଟ (ଯେଉଁଥିରେ କଥାବାର୍ତ୍ତା ଶୁଣାଯିବା ସହ ଆରପଟ ଚିତ୍ର ଦୃଶ୍ୟମାନ ହୁଏ) ଏବଂ ସାଧାରଣ ଟେଲିଫୋନ ସେବା ପ୍ରଦାନ କରିଥାଏ ।

ଇତିହାସ

ସ୍କାଇପ ଆପ୍ଲିକେସନକୁ ପ୍ରଥମେ ୨୦୦୩ ମସିହାରେ ସ୍ୱିଡେନର ନିକଲାସ ଜେନସ୍ଟ୍ରମ ଏବଂ ଡେନମାର୍କର ଜାନସ ଫ୍ରିସ ତିଆରି କରିଥିଲେ । ପରେ ପରେ ଏସ୍ତୋନିଆ ଦେଶର ଆହ୍ତି ହେଂଲା , ପ୍ରିତ କାସେଲାଉ ଓ ଜାନ ଟାଲିନ ଏହାର ସଫ୍ଟୱେଆର ତିଆରି କରିଥିଲେ । ୨୦୦୫ ମସିହାରେ ଇବେ ଏହାକୁ ଅଧିଗ୍ରହଣ କରିଥିଲା ଏବଂ ୨୦୧୧ ମସିହାରେ ମାଇକ୍ରୋସଫ୍ଟ କର୍ପୋରସନ ଏହାକୁ ୮୫୦ କୋଟି ଡଲାର ମୂଲ୍ୟରେ କିଣିନେ‍ଇଥିଲେ ।

ବିଶେଷତା

ସ୍କାଇପଦ୍ୱାରା ମାଗଣା ଭିଡିଓ କଲ କରିହୁଏ, ଯେଉଁଥିରେ ଆର ପଟ ଲୋକଂକୁ ଶୁଣିବା ସହ ଦେଖି ମଧ୍ୟ ହୁଏ । ଏଥିପାଇଁ କେବଳ ସ୍କାଇପ ଖାତା ବା ଆକାଉଣ୍ଟ (ଉଭୟ କଲ୍ କରୁଥିବା ବ୍ୟକ୍ତି ଓ ଯାହାକୁ କଲ କରାଯାଉଛି, ସେ ଦୁଇ ଜଣଂକର) ରହିବା ଆବଶ୍ୟକ । ଏଥିପାଇଁ ୱେବ କ୍ୟାମେରା ସହ ପିସି ବା ଆଗ ପଟ କ୍ୟାମେରା ଥିବା ସ୍ମାର୍ଟ୍‍ ଫୋନ୍‍ ବ୍ୟବହାର କରାଯାଇପାରେ ଏବଂ ଏହି ଉପକରଣ ଗୁଡିକରେ ସ୍କାଇପ ଆପ୍ଲିକେସନ ସ୍ଥାପନା ହୋଇଥିବା ଆବଶ୍ୟକ । ଦ୍ରୁତ ଗତି ସମ୍ପନ୍ନ ଇଣ୍ଟରନେଟ ସେବା ମଧ୍ୟ ଜରୁରୀ (ଦୁଇ ପଟ ଯାକ) ।

ସ୍କାଇପଦ୍ୱାରା ଅକ୍ଷର ବାର୍ତ୍ତା (ଟେକ୍ସ୍ଟ ମେସେଜ୍) ତଥା ଭିଡିଓ ବାର୍ତା ଆଉ ଗୋଟିଏ ସ୍କାଇପ ଆକାଉଣ୍ଟକୁ ପଠାଇହେବ ।

ସ୍କାଇପଦ୍ୱାରା ଗୋଟିଏ ପିସି କିମ୍ବା ମୋବାଇଲରୁ କୌଣସି ଲ୍ୟାଣ୍ଡ ଲାଇନ (ସ୍ଥିର ଫୋନ) ବା ମୋବାଇଲ ଫୋନକୁ କେବଳ ସ୍ୱର ବାଲା (ଭଏସ୍) କଲ ମଧ୍ୟ କରାଯାଇପାରେ । ମାତ୍ର ଏହା ମାଗଣା ନୁହଁ , ଏଥି ପାଇଁ ମୂଲ୍ୟ ପ୍ରଦାନ କରିବାକୁ ପଡିଥାଏ । ଭାରତ ଭିତରେ ଥିବା ଫୋନ୍‍ ଗୁଡିକୁ ଏହି ଏହି ଭଏସ କଲ୍‍ ସେବା ଉପଲବ୍ଧ ନାହିଁ ।

ସ୍କାଇପ ଆସିଲା ପରେ ସାଧାରଣ ଟେଲିଫୋନ କମ୍ପାନୀ ପ୍ରଦାନ କରୁଥିବା ଆନ୍ତର୍ଜାତୀୟ ଦୂରଭାଷ ସେବା (ଆଇ ଏସ୍‍ ଡି କଲ୍‍) ବ୍ୟବହାର ଅନେକ ମାତ୍ରାରେ କମି ଯାଇଅଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବନ୍ୟା୪ ଇଡିଅଟସ୍ବିଦ୍ୟାଳୟଜୟ ଜଗନ୍ନାଥତ୍ରିପୁରା ମିଶ୍ରଟୁକୁନି ସାହୁଖିଲିପାନଜୟୀରାମ ସାମଲଓଡ଼ିଆ ଖବରକାଗଜ ତାଲିକାସାରଳା ଦାସ୧୯ ମାର୍ଚ୍ଚନଅଙ୍କ ଦୁର୍ଭିକ୍ଷଯୁକ୍ତରାଜ୍ୟଭାରତର ଜାତୀୟ ପତାକାଆଜାଦ ହିନ୍ଦ୍ ଫୌଜବିରଳା ମନ୍ଦିର, ହାଇଦ୍ରାବାଦବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶନିବାରମଙ୍ଗଳା ମନ୍ଦିରଦଗ୍ଧଗୌରୀଶଙ୍କର ରାୟଜ୍ୟୋତିର୍ଲିଙ୍ଗମହମ୍ମଦ ମୋକିମ୍୨୫ ଅପ୍ରେଲଗୋବିନ୍ଦ ତ୍ରିପାଠୀରାଣୀ ଲକ୍ଷ୍ମୀବାଈମାର୍ଚ୍ଚ ୨୧ହୃତ୍‌ପିଣ୍ଡଅଚ୍ୟୁତ ଗୋକୁଳ ନାୟକସୁଇଜରଲ୍ୟାଣ୍ଡଭୁବନେଶ୍ୱରରସଗୋଲାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମନୋଜ ଦାସଙ୍କ କଥା ଓ କାହାଣୀଚନ୍ଦ୍ରଶେଖର ରଥଓଡ଼ିଶାବିରଜା ମନ୍ଦିରକାଗଜତ୍ରିଭୁଜଜୁନମହୁକଳସା ଚଉତିଶାଶ୍ରଦ୍ଧାକର ସୂପକାରସୁରେନ୍ଦ୍ର ମହାନ୍ତିମୁକ୍ତିକାନ୍ତ ମଣ୍ଡଳଟ୍ରାପିଜିଅମଶାସ୍ତିକବାଟଅଣ୍ଡା ରୋଲଭଦଭଦଳିଆଆକବରବିଜୟ ଶଙ୍କର ଦାସଜାଭା (ପ୍ରୋଗ୍ରାମିଂ ଭାଷା)ବରଗଛବିଶ୍ୱ ଏଡ୍‌ସ ଦିବସଢେଙ୍କାନାଳସାଲଭାଡୋର ଡାଲି୧୯୮୪ଫକୀର ମୋହନ ସେନାପତିପ୍ରଣବ ପ୍ରକାଶ ଦାସସେଇ ଝିଅଟିଜଗନ୍ନାଥଙ୍କ ଧୂପଲକ୍ଷ୍ମୀକାନ୍ତ ମହାପାତ୍ରଚିନ୍ତାମଣି ବେହେରାଆଣ୍ଡାମାନ ସାଗରଡାକ ମୁନସୀ🡆 More