ସାଇନୁସାଇଟିସ

ସାଇନୁସାଇଟିସ ବା ସାଇନସ ସଂକ୍ରମଣ ବା ରାଇନୋସାଇନୁସାଇଟିସ, ଇଂରାଜୀରେ Sinusitis ବା sinus infection ବା rhinosinusitis, ଏକ ରୋଗ ଯେଉଁଥିରେ ସାଇନସର ପ୍ରଦାହ ହୁଏ । ଚିହ୍ନ ଓ ଲକ୍ଷଣ: ସାଧାରଣତଃ ନାକରୁ ବ‌ହଳିଆ ସ୍ରାବ ହୁଏ, ନାକ ବନ୍ଦ ହୋଇଯାଏ ଓ ମୁହଁରେ ଯନ୍ତ୍ରଣା ହୁଏ । ଜ୍ୱର, ମୁଣ୍ଡବଥା, କମ ଘ୍ରାଣଶକ୍ତି ତଣ୍ଟି ଘାଆ ଓ କାଶ ଇତ୍ୟାଦି ଲକ୍ଷଣ ମଧ୍ୟ ପ୍ରକାଶ ପାଏ । ରାତିରେ ଅଧିକ କାଶ ହୁଏ । କ୍ୱଚିତ ଜଟିଳତା ହୁଏ । ଚାରି ସପ୍ତାହରୁ କମ ହୋଇଥିଲେ ଏହାକୁ ଆକ୍ୟୁଟ ରାଇନୋସାଇନୁସାଇଟିସ (ଏଆରଏସ) ଓ ୧୨ ସପ୍ତାହରୁ ଅଧିକ ହେଲେ କ୍ରନିକ ରାଇନୋସାଇନୁସାଇଟିସ (ସିଆରଏସ) କୁହାଯାଏ ।

ସାଇନୁସାଇଟିସ
ସାଇନୁସାଇଟିସ
ବାମ ପାର୍ଶ୍ୱରେ ମାକଜିଲାରି ସାଇନୁସାଇଟିସ ଅଛି, ତେଣୁ ଡାହାଣ ପାଖ ଭଳି ବାୟୁ ଛାୟା (କଳା) ଦେଖାଯାଉ ନାହିଁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOtorhinolaryngology
ଆଇସିଡ଼ି-୧୦J01., J32.
ଆଇସିଡ଼ି-୯-ସିଏମ୍461, 473
ରୋଗ ଡାଟାବେସ12136
ମେଡ଼ିସିନ-ପ୍ଲସ000647
ଇ-ମେଡ଼ିସିନarticle/232670
Patient UKସାଇନୁସାଇଟିସ
MeSHD012852

ସଂକ୍ରମଣ ବା ଆଲର୍ଜି ବା ବାୟୁ ପ୍ରଦୁଷଣ ଓ ଗଠନ ଅସୁବିଧା ଯୋଗୁ ଏହି ରୋଗ ହୋଇପାରେ । ଭୁତାଣୁ ସଂକ୍ରମଣ ଯୋଗୁ ଅଧିକାଂଶ ରୋଗ ହୁଏ । ରୋଗ ଲକ୍ଷଣ ୧୦ ଦିନରୁ ଅଧିକ ରହିଲେ ବା ଭଲ ହୋଇ ଆସୁଥିବା ବେଳେ ଖରାପ ଦିଗକୁ ଗତି କଲେ ଜୀବାଣୁ ସଂକ୍ରମଣ ଯୋଗୁ ହେବା ସନ୍ଦେହ କରାଯାଏ । ଆଜମା, ସିସ୍ଟିକ ଫାଇବ୍ରୋସିସ ଓ ଇମ୍ମ୍ୟୁନିଟି ଆଭାବ ଥିଲେ ଏହି ରୋଗ ବାରମ୍ବାର ହୁଏ । କୌଣସି ଜଟିଳତା ସନ୍ଦେହ ନ ଥିଲେ ଏକ୍ସ-ରେ କରିବା ଅନାବଶ୍ୟକ । କ୍ରନିକ ରୋଗ କେଶ ସିଟି ସ୍କାନ ବା ସ୍ୱଚକ୍ଷୁରେ ଦର୍ଶନ କରି ନିଧାର୍ଯ୍ୟ କରାଯାଏ ।

ଉତ୍ତମରୂପେ ହାତ ଧୋଇଲେ, ଧୂମ୍ରପାନ ବର୍ଜନ କଲେ ଓ ଟିକା ନେଲେ ଏହି କେତେକାଂଶରେ ଏହି ରୋଗକୁ ପ୍ରତିରୋଧ କରିହେବ । ଯନ୍ତ୍ରଣା ନିବାରକ ଔଷଧ ଔଷଧ ଯେପରିକି ନାପ୍ରୋକ୍ସେନ, ଆଘ୍ରାଣ ସ୍ଟିରଏଡ ଓ ନାକ ଜଳସେଚନ କରି ଲକ୍ଷଣ ଲାଘବ କରାଯାଏ । ଜଟିଳତା ବିହୀନ ଏଆରଏସ ରୋଗକୁ ଆଣ୍ଟିବାୟୋଟିକ ସ‌ହିତ ବା ବ୍ୟତୀତ ଚିକିତ୍ସା କରାଯାଇପାରିବ । ୭ ଦିନ ଚିକିତ୍ସା ସତ୍ତ୍ୱେ ଉପସମ ନ ହେଲେ ଆଣ୍ଟିବାୟୋଟିକ ଆରମ୍ଭ ବା ପରିବର୍ତ୍ତନ କରାଯାଏ । ପ୍ରଥମ ପସନ୍ଦ ଭାବେ ଆଣ୍ଟିବାୟୋଟି ହେଲା ଆମୋକ୍ସିସିଲିନ ବା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । କ୍ରନିକ ରୋଗ ଥିଲେ ବେଳେବେଳେ ଅପରେଶନ କରାଯାଏ ।

ସାଇନୁସାଇଟିସ ଏକ ସାଧାରଣ ରୋଗ । ଆମେରିକା ଓ ୟୁରୋପରେ ୧୦ %ରୁ ୩୦ % ଲୋକଙ୍କୁ ଏହି ରୋଗ ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ହୁଏ । କ୍ରନିକ ସାଇନୁସାଇଟିସ ପ୍ରାୟ ୧୨.୫ % ଲୋକଙ୍କୁ ହୁଏ । ଏହାର ଚିକିତ୍ସା ନିମନ୍ତେ ଆମେରିକାରେ ବାର୍ଷିକ ୧୧ ବିଲିଅନ ଆମେରିକିୟ ଡଲାର ଖର୍ଚ୍ଚ ହୁଏ ।

ଆଧାର

Tags:

ଇଂରାଜୀ ଭାଷାଜ୍ୱରମୁଣ୍ଡବଥା

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱର ବେହେରାସୁନାବେଶନରେନ୍ଦ୍ର ମୋଦୀଓଡ଼ିଶାର ଭୂଗୋଳଉତ୍ସବ ଚରଣ ଜେନାଜାପାନଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସେପ୍ଟେମ୍ବରଜ୍ଞାନପୀଠ ପୁରସ୍କାରଓଡ଼ିଶୀ ସଙ୍ଗୀତଓଡ଼ିଆ ସାହିତ୍ୟର ଇତିହାସଶାନ୍ତନୁ କୁମାର ଆଚାର୍ଯ୍ୟଦକ୍ଷିଣ ଆଫ୍ରିକାବରଫନୃସିଂହ ଚରଣ ପଣ୍ଡା୨ (ସଂଖ୍ୟା)ତ୍ରିପୁରା ମିଶ୍ରରାଷ୍ଟ୍ରୀୟ ସୁରକ୍ଷା ଦିବସଭଗୀରଥ ଦାସବଲାଙ୍ଗୀର ଜିଲ୍ଲାଯୁକ୍ତରାଷ୍ଟ୍ର ଆମେରିକାରବୀନ୍ଦ୍ରନାଥ ଠାକୁରପିତ୍ତକୋଷମୁଁ ରାଜା ତୁ ରାଣୀଅନୁଭବ ମହାନ୍ତିସାଲଭାଡୋର ଡାଲିକୋଣାର୍କ ସୂର୍ଯ୍ୟ ମନ୍ଦିରମହୁଲମୂଳା (ନକ୍ଷତ୍ର)ଅମରପୋଇଗ୍ରାମ ବିକାଶଓଡ଼ିଆ କବି ମାନଙ୍କର ତାଲିକାପରଟାହରେକୃଷ୍ଣ ମହତାବଢେଙ୍କାନାଳ ଜିଲ୍ଲା୧୧ ମାର୍ଚ୍ଚମୁଁଧାତୁଶତ୍ରୁଘ୍ନ ପାଣ୍ଡବଉପେନ୍ଦ୍ର ଭଞ୍ଜଜଳଅକ୍ଷାଂଶଭୂମିକମ୍ପଭିତରକନିକା ଜାତୀୟ ଉଦ୍ୟାନଯୌଥ ପରିବାରଛ ମାଣ ଆଠ ଗୁଣ୍ଠକଳାପାହାଡ଼ଭାରତର ସଂସ୍କୃତିଅଂଶୁଘାତକୋଳି୧୭୧୧ଅଚ୍ୟୁତାନନ୍ଦ ଦାସଓଲେନା ଜେଲେନସ୍କାରମାଦେବୀ ଚୌଧୁରୀଭାରତୀୟ ଜନତା ପାର୍ଟିରବି ଶତପଥୀଜଗନ୍ନାଥ ମନ୍ଦିରଗୀତତାରିଣୀ ମନ୍ଦିରଓଡ଼ିଶାର ସଂସ୍କୃତିମୁସଲମାନଯଶୋବନ୍ତ ଦାସକଳାହାଣ୍ଡି ଜିଲ୍ଲାକଳିଙ୍ଗହନୁମାନ ଚାଳିଶାଗୋବିନ୍ଦ ଚନ୍ଦ୍ର ଦାସପ୍ଲୀହାପ୍ରଦୂଷଣଜୟ ଜଗନ୍ନାଥମହାଭାରତ🡆 More