ଆଲର୍ଜି

ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ । ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । ଖାଦ୍ୟ ଅସ‌ହ‌ନଶୀଳତା ଓ ଖାଦ୍ୟ ବିଷାକ୍ତ‌ତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ ।

ଆଲର୍ଜି
ଆଲର୍ଜି
Hives ସାଧାରଣ ଆଲର୍ଜି ଲକ୍ଷଣ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିimmunology[*]
ଆଇସିଡ଼ି-୧୦T78.4
ଆଇସିଡ଼ି-୯-ସିଏମ୍995.3
ରୋଗ ଡାଟାବେସ33481
ମେଡ଼ିସିନ-ପ୍ଲସ000812
ଇ-ମେଡ଼ିସିନmed/1101
MeSHD006967

ମୂଖ୍ୟ ସାଧାରଣ ଆଲର୍ଜେନ ନାମ ପରାଗ ରେଣୁ ଓ ଖାଦ୍ୟ । ଧାତୁ ତ‌ଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସ‌ହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି ହିସ୍ଟାମିନ କ୍ଷରଣ କରନ୍ତି । ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । କେତେକ କେଶରେ ଚର୍ମ ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି ।

ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । ଆଲର୍ଜେନ ଏଡ଼େଇବା, କର୍ଟିକୋସ୍ଟିରଏଡ ଓ ଆଣ୍ଟିହିସ୍ଟାମିନ ଭଳି ଓଷଧ ବ୍ୟବ‌ହାର କରି ଏହାର ଚିକିତ୍ସା କରାଯାଏ । ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । ହେ ଫିଭର ଓ କୀଟ ଦଂଶନ କେଶରେ ଆଲର୍ଜେନ ଇମ୍ମ୍ୟୁନୋଥେରାପି ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ ।

ଆଲର୍ଜି ଏକ ସାଧାରଣ ରୋଗ । ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର ଆଲର୍ଜିକ ନାକ ପ୍ରଦାହ ରୋଗ ଅଛି, ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । ଦେଶ ଅନୁଯାୟୀ ୧ରୁ ୧୮ % ଲୋକଙ୍କର ଆଜମା ଥାଏ । 0.0୫–୨% ଲୋକଙ୍କର ଆନାଫାଇଲାକ୍‌ସିସ୍‌ ହୁଏ । ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ କ୍ଲେମେନ୍ସ ଭନ ପିରକ୍ୟେଟ ବ୍ୟବ‌ହାର କରିଥିଲେ ।


ଆଧାର

Tags:

ଆଟୋପିକ ଡର୍ମାଟାଇଟିସଖାଦ୍ୟ ଆଲର୍ଜି

🔥 Trending searches on Wiki ଓଡ଼ିଆ:

ବୃଷ (ରାଶି)ଓଡ଼ିଶାସଚ୍ଚିଦାନନ୍ଦ ରାଉତରାୟଚିକୁନ‌ଗୁନିଆଓଡ଼ିଆ ଭାଗବତକେବେ ତମେ ନାହଁ କେବେ ମୁଁ ନାହିଁନଟବର ସାମନ୍ତରାୟସାହି ଯାତମିଳିମିଳାହନୁମାନଆପଲ ଇନକର୍ପୋରେଟେଡଗୌତମ ବୁଦ୍ଧଉତ୍ତରାଷାଢ଼ା (ନକ୍ଷତ୍ର)ଓଡ଼ିଶାର ପଞ୍ଚାୟତ ସମିତି ତାଲିକାଓଡ଼ିଆ ନାରୀ କବି ମାନଙ୍କ ତାଲିକାମହୁଲଜାପାନମହାରାଷ୍ଟ୍ରରାମାନନ୍ଦ ରାୟପାକ୍ରିଟିନିବଚଇତି ଘୋଡ଼ା ନାଚଜର୍ଜିଆମଧୁମେହବାସନ୍ତୀଯୌଥ ପରିବାରଇଣ୍ଟରନେଟଗୋଦାବରୀଶ ମିଶ୍ରଇଣ୍ଡୋନେସିଆମନୋଜ ଦାସଙ୍କ କଥା ଓ କାହାଣୀବି. ଆର. ଆମ୍ବେଦକରଭୀମ ପୃଷ୍ଟିଜ୍ଞାନମଣ୍ଡଳଇନ୍ଦ୍ରାଣୀ ପଟ୍ଟନାୟକକାନ୍ଦଣା ଗୀତଭୂଇଁନିମମୌଳିକ ସଂଖ୍ୟାନିଗମାନନ୍ଦ ପରମହଂସ୨୮ ଜୁଲାଇରାମ ନବମୀସମ୍ବଲପୁର ଜିଲ୍ଲାମହାନଦୀ୧୬୮୦ଉତ୍ତର ଭାଦ୍ରପଦ (ନକ୍ଷତ୍ର)ମୁଁ ତୁମେ ଓ ସେ୨୭ ଅପ୍ରେଲଜଗନ୍ନାଥ ଦାସଅଚ୍ୟୁତାନନ୍ଦ ଦାସଅର୍ଥଶାସ୍ତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପର୍ଶୁରାମ ଧଡ଼ାଜଗତସିଂହପୁର ଜିଲ୍ଲାକୋଳିଗେଣ୍ଡୁଫୁଲହନୁମାନ ଜୟନ୍ତୀପୁରୀସୁରେନ୍ଦ୍ର ମହାନ୍ତିବିରେନ ପଲେଇନୀଳିମା ଆଜୀମଭଗୀରଥ ଦାସଖାଦ୍ୟସମ୍ବାଦ (ଖବରକାଗଜ)ଆଜ୍‌ମାରାଜରାଜେଶ୍ୱର ବେଶକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପଣା ସଂକ୍ରାନ୍ତିଓଡ଼ିଆ ସାହିତ୍ୟର ଇତିହାସ🡆 More