ରିକେଟ: ମାନବ ରୋଗ

ରିକେଟ (ଇଂରାଜୀ ଭାଷାରେ Rickets) ରୋଗ ହେଲେ ପିଲାମାନଙ୍କର ହାଡ଼ (bones) ଦୁର୍ବଳ ଓ ନରମ ହୋଇଯାଏ । ଏଥିରେ ବାୱ ବା ବଙ୍କା ଗୋଡ଼ (Bowed legs), ସ୍ୱଳ୍ପ ଶାରୀରିକ ବିକାଶ (stunted growth), ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ରୋଗ ସାଂଘାତିକ ହେଲେ ଅସ୍ଥି ଭଗ୍ନen:Bone fractures, ମାଂସପେଶୀ ସ୍ପାଜ୍ମ (muscle spasms), ବକ୍ର ମେରୁଦଣ୍ଡ (abnormally curved spine, ବୁଦ୍ଧି ଅକ୍ଷମତା (intellectual disability) ଆଦି ଲକ୍ଷଣ ଦେଖାଯାଏ ।

ରିକେଟସ (Rickets)
ରିକେଟ: ମାନବ ରୋଗ
ଦୁଇ ବର୍ଷ ବୟସର ଏକ ଶିଶୁର ଏକ୍ସ-ରେ (X-ray) ଚିତ୍ର ଯେଉଁଥିରେ ଜେନୁ ଭାରମ (bowing of the femurs) ହୋଇଥିବା ଦେଖାଯାଉଛି ଓ ହାଡ଼ର ସାନ୍ଦ୍ରତା (density) କମ ଥିବା ଦେଖାଯାଉଛି ।
ଉଚ୍ଚାରଣ
  • /ˈrɪkɪts/
ବିଭାଗଶିଶୁରୋଗ ବିଜ୍ଞାନ (Pediatrics)
ଲକ୍ଷଣବାୱ ଗୋଡ଼ (Bowed legs), ସ୍ୱଳ୍ପ ଶାରୀରିକ ବିକାଶ (stunted growth), ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା
ଆକ୍ରାନ୍ତ ସମୟଶୈଶବ
କାରଣଯଥେଷ୍ଟ ଜୀବସାର ଘ (vitamin D) ଓ କ୍ୟାଲସିଅମ (calcium) ନଥିବା ଖାଦ୍ୟ, କଳା ଚର୍ମ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ (breastfeeding), ସିଲିଆକ ଡିଜିଜ (celiac disease), କେତେକ ଜେନେଟିକ ରୋଗ (genetic condition)
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (Blood tests), ଏକ୍ସ‌-ରେ (X-rays)
ସଠିକ ରୋଗ ନିର୍ଣ୍ଣୟଫାଙ୍କୋନି ସିଣ୍ଡ୍ରୋମ (Fanconi syndrome), ସ୍କର୍ଭି, ଲୋୱେ ସିଣ୍ଡ୍ରୋମ (Lowe syndrome), ଓଷ୍ଟିଓମାଲାସିଆ (osteomalacia)
ପ୍ରତିକାରପରିପୂରକ ଜୀବସାର ଘ କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ
ଚିକିତ୍ସାଜୀବସାର ଘ (Vitamin D) ଓ କ୍ୟାଲସିଅମ calcium
ପୁନଃପୌନିକସାଧାରଣ ରୋଗ (ମଧ୍ୟ ପୂର୍ବ, ଆଫ୍ରିକା ଓ ଏସିଆ)

ସାଧରଣତଃ ଜୀବସାର ଘ (vitamin D) ଅଭାବ ହେଲେ ଏହି ରୋଗ ହୁଏ । ଯଥେଷ୍ଟ ଜୀବସାର ଘ ନଥିବା ଖାଦ୍ୟ ଖାଇଲେ, କଳା ଚର୍ମ ଥିଲେ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଥିଲେ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ (breastfeeding) କରେଇଲେ, ସିଲିଆକ ଡିଜିଜ (celiac disease), କେତେକ ଜେନେଟିକ ରୋଗ (genetic condition) ଥିଲେ ଏହି ରୋଗ ହେବା ସମ୍ଭାବନା ଥାଏ । ଏହା ସ‌ହିତ ଯଥେଷ୍ଟ କ୍ୟାଲସିଅମ (calcium) ଓ ଫସଫରସ (phosphorus) ଅଭାବ ମଧ୍ୟ ଏ ରୋଗର କାରକ ହୁଏ । ଗ୍ରୋଥ ପ୍ଲେଟ (growth plate) ସ୍ଥାନରେ ଯଥେଷ୍ଟ କ୍ୟାଲସିଅମ ଜମା ନହେବାରୁ ହାଡ଼ ଶକ୍ତ ହୋଇପାରେନି । ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତରେ ଅଳ୍ପ କ୍ୟାସଲିଅମ, ଅଳ୍ପ ଫସଫେଟ ଓ ଅଧିକ ଆଲକାଲାଇନ ଫସଫାଟେଜ (alkaline phosphatase) ସ‌ହିତ ସ୍ୱାଭାବିକ ଏକ୍ସ-ରେ ଚିତ୍ର ଆବଶ୍ୟକ ହୁଏ ।

ରିକେଟ ରୋଗ ସ୍ତନ୍ୟପାୟୀ ପ୍ରାଣୀ ତ‌ଥା ମାନବଙ୍କର ହାଡ଼ ତିଆରି ହେବାବେଳେ ଓ ଏପିଫିସିସ ବନ୍ଦ ହେବା ପୂର୍ବରୁ ତୃଟିପୁର୍ଣ୍ଣ ଭିଟାମିନ 'ଡି' (ଜୀବସାର 'ଘ'), ଫସ୍‌ଫରସ୍ ଓ କ୍ୟାଲ୍‌ସିୟମ ସଂଯୋଜନା ଯୋଗୁ ଅସ୍ଥି ଦୂର୍ବଳ ହୋଇ ବକ୍ର ହୋଇଯାଏ ବା ଭାଙ୍ଗିଯାଏ । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ବାରମ୍ବାର ପିଲାମାନଙ୍କଠାରେ ଦେଖାଯାଏ । ମୂଖ୍ୟତଃ ଭିଟାମିନ୍ ଡି ଅଭାବ ଯୋଗୁ ଏହା ହେଲେ ମଧ୍ୟ ସାଂଘାତିକ ତରଳ ଝାଡ଼ା ଓ ବାନ୍ତି ଯୋଗୁ କ୍ୟାଲ୍‌ସିୟମ ଅଭାବ ହୋଇ ଏହି ରୋଗ ହୋଇପାରେ । ବୟସ୍କ ଲୋକଙ୍କଠାରେ ଏହି ରୋଗ ହୋଇପାରେ କିନ୍ତୁ ଅଧିକାଂଶ ରୋଗ ପିଲା ବୟସରେ କୁପୋଷଣ ବା ଖାଦ୍ୟାଭାବ ତ‌ଥା ଦୁର୍ଭିକ୍ଷ ଯୋଗୁ ହୁଏ ।

କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ ପରିପୂରକ ଜୀବସାର ଘ ଦେଲେ ଏହି ରୋଗର ପ୍ରତିଷେଧ ହୋଇପାରିବ । ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ । ଜୀବସାର ଘ ଅଭାବ ଥିଲେ ଭିଟାମିନ ଡି ଓ କ୍ୟାଲସିଅମ ଦେଇ ଚିକିତ୍ସା କରାଯାଏ । ଅଳ୍ପ କିଛି ସପ୍ତାହ ମଧ୍ୟରେ ରୋଗରେ ଉନ୍ନତି ହେବା ଲକ୍ଷକରିହୁଏ । ବଙ୍କା ହାଡ଼ ମଧ୍ୟ ସମୟ କ୍ରମେ ଉନ୍ନତି କରେ । ଅଧିକ ବଙ୍କା ହୋଇଯାଇଥିଲେ ଅପରେଶନ କରି ସିଧା କରାଯାଏ । ଜେନେଟିକ କାରଣରୁ ହୋଇଥିଲେ ବିଶେଷ ଚିକିତ୍ସା କରାଯାଏ ।

ସାଧାରଣତଃ ମଧ୍ୟ ପ୍ରାଚ୍ୟ (Middle East), ଆଫ୍ରିକା ଓ ଏସିଆରେ ଏହି ରୋଗ ଅଧିକ ହୁଏ । ଅଳ୍ପ ସଂଖ୍ୟକ କେତେକ ଦଳକୁ (minority group) ଛାଡ଼ିଦେଲେ ବାକି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହି ରୋଗ ସାଧାରଣତଃ ଦେଖାଯାଏନାହିଁ । ପିଲା ବୟସରେ ବିଶେଷତଃ ୩-୧୮ ମାସ ବୟସରେ ଏହି ରୋଗ ଆରମ୍ଭ ହୁଏ । ପୁଅ ଓ ଝିଅ ସମ ପରିମାଣରେ ଆକ୍ରାନ୍ତ ହୁଅନ୍ତି । ପ୍ରଥମ ଶତାବ୍ଦୀରେ ରିକେଟର ବର୍ଣ୍ଣନା ଥିଲା ଓ ସାରା ରୋମାନ ଜଗତରେ (Roman Empire) ରୋଗ ଥିବା ଲକ୍ଷ କରାଯାଉଥିଲା । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ସାଧାରଣ ରୋଗ ଥିଲା । ପୂର୍ବରୁ କଡ଼ ଲିଭର ଅଏଲ (cod live oil) ସାହାଯ୍ୟରେ ଚିକିତ୍ସା କରାଯାଉଥିଲା ।

ଆଧାର

Tags:

en:Bone fracturesen:Bowed legsen:bonesen:intellectual disabilityen:muscle spasmsen:scoliosisen:stunted growthଅସ୍ଥି ଭଗ୍ନଇଂରାଜୀ ଭାଷାସ୍କୋଲିଓସିସହାଡ଼

🔥 Trending searches on Wiki ଓଡ଼ିଆ:

ଗୀତଗୋବିନ୍ଦରଥଯାତ୍ରାରୋହିତ ଶର୍ମାଗୌତମ ବୁଦ୍ଧଶାନ୍ତନୁ କୁମାର ଆଚାର୍ଯ୍ୟଉତ୍ତମ ମହାନ୍ତିୟୁକ୍ରେନକଟକ ଜିଲ୍ଲାଭାରତୀୟ ସମ୍ବିଧାନୟୁରୋପଅଭିରାମ ପରମହଂସଆନ୍ଧ୍ର ପ୍ରଦେଶବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହେପାଟାଇଟିସମାଗୁଣିର ଶଗଡ଼କଳସା ଚଉତିଶାନେତୃତ୍ୱଯୌନ ସମ୍ଭୋଗପ୍ରଧାନ ପୃଷ୍ଠାଲକ୍ଷ୍ମୀକାନ୍ତ ମହାପାତ୍ରରବର୍ଟ ହିଲ୍ବିନୋଦ ଚନ୍ଦ୍ର ନାୟକସିଦ୍ଧାନ୍ତ ମହାପାତ୍ରରମାକାନ୍ତ ରଥଉଇକିପିଡ଼ିଆ ସମୂହର ତାଲିକାନିର୍ମଳା (ଉପନ୍ୟାସ)ପ୍ଲୀହାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବଳଦେବଜୀଉ ମନ୍ଦିରବନ୍ଦେ ଉତ୍କଳ ଜନନୀମସ୍କୋତାଳଧ୍ୱଜପ୍ରାଣବନ୍ଧୁ କରକାଟୁଲୁ ରବି କୁମାରଧନୁ (ରାଶି)ଓଡ଼ିଶା ସରକାରରାଧାମୋହନ ଗଡ଼ନାୟକବେଣୁଧର ରାଉତମେସିନ ଲର୍ଣ୍ଣିଙ୍ଗ୍ଜନ୍ମ ନିରୋଧ୧୮ ଅକ୍ଟୋବରଲକ୍ଷ୍ମୀବଣ୍ଡ (ଅର୍ଥ)ଦଣ୍ଡ ନାଟନଇ ଆରପାରିଓଡ଼ିଆ ରାନ୍ଧଣାକାଞ୍ଚି ଅଭିଯାନହାଡ଼ଫୁଟିଉପେନ୍ଦ୍ର ଭଞ୍ଜମନୋଜ ଦାସଙ୍କ କଥା ଓ କାହାଣୀଖଞ୍ଜଣିଅମାବାସ୍ୟାର ଚନ୍ଦ୍ରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୫ ନଭେମ୍ବରମନମୋହନ ସାମଲପକ୍ଷଇରା ମହାନ୍ତିଗୋପାଳ କୃଷ୍ଣ ରଥବାମାଚରଣ ମିତ୍ରଏଞ୍ଜେଲା ମେର୍କେଲ୍ବ୍ରାହ୍ମ ସମାଜଅସହଯୋଗ ଆନ୍ଦୋଳନମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାବିଶ୍ୱ ଏଡ୍‌ସ ଦିବସଦାସିଆ ବାଉରୀଭଦଭଦଳିଆନବକଳେବରଓଡ଼ିଆଫରିନା ଆଜାଦ🡆 More