ରମାକାନ୍ତ ପଣ୍ଡା

ରମାକାନ୍ତ ପଣ୍ଡା (ଜନ୍ମ ୩ ଅପ୍ରେଲ ୧୯୫୪) ଜଣେ ହୃଦରୋଗ ବିଶେଷଜ୍ଞ ଓ ମୂମ୍ବାଇରେ ଅବସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚୁଟର ପ୍ରବନ୍ଧ ନିର୍ଦ୍ଦେଶକ । ସେ ୨୦୦୨ ମସିହାରେ ଏସିଆନ୍ ହାର୍ଟ ଇନଷ୍ଟିଚୁଟ ପ୍ରତିଷ୍ଠା କରିଥିଲେ । ୨୦୧୪ ମସିହା ସୁଦ୍ଧା ସେ ୨୦,୦୦୦ ହୃଦୟ ଅସ୍ତ୍ରୋପଚାର କରିସାରିଛନ୍ତି । ରମାକାନ୍ତଙ୍କର ଅସ୍ତ୍ରୋପଚାରର ସଫଳତାର ହାର ୯୯.୬% । ଡ଼.

ପଣ୍ଡାଙ୍କୁ 'ବିଶ୍ୱର ଅନ୍ୟତମ ସୁରକ୍ଷିତ ହାର୍ଟ ସର୍ଜନ' କୁହାଯାଏ । ମେଡଗେଟ ଟୁଡେ ଡାକ୍ତର ପଣ୍ଡାଙ୍କୁ ନମ୍ବର ୧ ହୃଦୟ ଅସ୍ତ୍ରୋପଚାରକ କହିବା ସହିତ, ଭାରତର ସ୍ୱାସ୍ଥ୍ୟ ବିଭାଗରେ ବଞ୍ଚିରହିଥିବା ଶ୍ରେଷ୍ଠ ୨୫ ଜଣ କିମ୍ବଦନ୍ତୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି ସମ୍ମାନିତ କରିଥିଲେ ।

ରମାକାନ୍ତ ପଣ୍ଡା
ରମାକାନ୍ତ ପଣ୍ଡା
ଜନ୍ମ
ରମାକାନ୍ତ ପଣ୍ଡା

(1954-04-03) ୩ ଅପ୍ରେଲ ୧୯୫୪ (ବୟସ ୭୦)
ଦାମୋଦରପୁର, ଯାଜପୁର ଜିଲ୍ଲା
ଜାତୀୟତାଭାରତୀୟ
ଶିକ୍ଷାଏମ.ବି.ବି.ଏସ
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ,ପ୍ରୀତିପୁର ହାଇସ୍କୁଲ
ବୈବାହିକ-ସାଥୀସଂଘମିତ୍ରା
ସନ୍ତାନଶାଶ୍ୱତ, ସୋନାଲ
ପିତାମାତାଜବକୁସୁମ(ମାତା)
ସମ୍ପର୍କୀୟରାଧାକାନ୍ତ(ଭାଇ)
Medical career
Professionହୃଦରୋଗ ବିଶେଷଜ୍ଞ
Institutionsଏସିଆନ୍ ହାର୍ଟ ଇନଷ୍ଟିଚୁଟ
Specialismହୃଦ ସର୍ଜନ
ରିଡୁ ବାଇପାସ ସର୍ଜନ

ବାଲ୍ୟଜୀବନ ଓ ଶିକ୍ଷା

ରମାକାନ୍ତ ପଣ୍ଡା, ଯାଜପୁର ଜିଲ୍ଲାର ଦାମୋଦରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଜବକୁସୁମ । ରାଧାକାନ୍ତ ତାଙ୍କର ସାନ ଭାଇ । ସେ ଯାଜପୁରର ପ୍ରୀତିପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ପ୍ରୀତିପୁର ହାଇସ୍କୁଲର ଶିକ୍ଷକ ସତୀଶ ଚନ୍ଦ୍ର ଦାସ ରମାକାନ୍ତଙ୍କୁ ସ୍ୱପ୍ନ ଦେଖିବାକୁ ଓ ସେଥିପ୍ରତି ସାଧନା କରିବାକୁ ଉତ୍ସାହ କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କଲେଜ ଶିକ୍ଷା ଓ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, କଟକ ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଥିଲେ । ଉଭୟ ସ୍ଥାନରେ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ । ୧୯୮୦ରୁ ୧୯୮୫ ମଧ୍ୟରେ, ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଦିଲ୍ଲୀରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ସେଠାରେ ମଧ୍ୟ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ।

ରମାକାନ୍ତ, ଆମେରିକର କ୍ଲିଭଲ୍ୟାଣ୍ଡ କ୍ଲିନିକରୁ ଫେଲୋସିପ କରିଛନ୍ତି । ଯୁକ୍ତରାଜ୍ୟର ହେୟାରଫିଲ୍ଡ ହାସପତାଲରେ ସେ ଏକ ବର୍ଷ ସିନିୟର ରେଜିଷ୍ଟାର ଭାବରେ ମଧ୍ୟ କାମ କରିଛନ୍ତି । ସେଠାରେ, ସେ ବିଶିଷ୍ଟ ହୃଦ ସର୍ଜନ ଓ ପ୍ରତ୍ୟାରୋପକ ପ୍ରଫେସର "ମାଗଦି ୟାକୁବ"ଙ୍କ ସହ କାମ କରିବାର ସୁଯୋଗ ଲାଭ କରିଥିଲେ ।

ପରିବାର

ରମାକାନ୍ତ, ସଂଘମିତ୍ରାଙ୍କୁ ବିବାହ କରିଛନ୍ତି ଏବଂ ଶାଶ୍ୱତ ଓ ସୋନାଲ ନାମରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ବୃତ୍ତିଗତ ସଫଳତା

ରମାକାନ୍ତ, ୨୦୦୯ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ହୃଦୟରେ ରିଡୁ-ବାଇପାସ ଅସ୍ତ୍ରୋପ୍ରଚାର କରିଥିଲେ । ଏହା ଡ. ପଣ୍ଡାଙ୍କୁ ଖୁବ ପରିଚିତି ଆଣିଦେଇଥିଲା । ୨୦୧୦ ମସିହାରେ ସେ ଆସାମର ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଅସ୍ତ୍ରୋପ୍ରଚାର କରିଥିଲେ । ୨୦୧୪ରେ ଡି. ରାଜା, ନରସିଂହ ମିଶ୍ରଲାଲୁ ପ୍ରସାଦ ଯାଦବଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ।

ସମ୍ମାନ ଓ ପୁରସ୍କାର

  • ଉତ୍କଳ ରତ୍ନ ସମ୍ମାନ, ୨୦୧୫
  • ପଦ୍ମ ଭୂଷଣ - ୨୦୧୦
  • ସମ୍ମାନଜନକ ଡକ୍ଟରେଟ (ଉତ୍କଳ ବିଶ୍ୱବିଦ୍ୟାଳୟ)
  • ରାଷ୍ଟ୍ରୀୟ ସମ୍ମାନ ପତ୍ର (ଆୟକର ବିଭାଗ, ଭାରତ ସରକାର)
  • ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ପରିଚାଳନା ପରିଷଦକୁ ମନୋନୀତ

ଆଧାର

Tags:

ରମାକାନ୍ତ ପଣ୍ଡା ବାଲ୍ୟଜୀବନ ଓ ଶିକ୍ଷାରମାକାନ୍ତ ପଣ୍ଡା ପରିବାରରମାକାନ୍ତ ପଣ୍ଡା ବୃତ୍ତିଗତ ସଫଳତାରମାକାନ୍ତ ପଣ୍ଡା ସମ୍ମାନ ଓ ପୁରସ୍କାରରମାକାନ୍ତ ପଣ୍ଡା ଆଧାରରମାକାନ୍ତ ପଣ୍ଡା

🔥 Trending searches on Wiki ଓଡ଼ିଆ:

ଇତି ସାମନ୍ତଭାଜିନିସମସସୌଭାଗ୍ୟ କୁମାର ମିଶ୍ରଜଳରାଜେନ୍ଦ୍ର କିଶୋର ପଣ୍ଡାଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)ଗାୟତ୍ରୀବାଳା ପଣ୍ଡାବିବାହକୋଣାର୍କ ସୂର୍ଯ୍ୟ ମନ୍ଦିରବିଶ୍ୱଜିତ ଦାସକଳାପାହାଡ଼୪ ଡିସେମ୍ବରସୀତା ନବମୀକାଞ୍ଚି ଅଭିଯାନଦୁଦୁରାପରିମେୟ ସଂଖ୍ୟାତ୍ରିନାଥ ନାଏକଓଡ଼ିଶାର ସଂସ୍କୃତିତିର୍ତ୍ତୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସଅଶ୍ୱିନୀ କୁମାର ଘୋଷଟାହିଆବିକ୍ରମ କେଶରୀ ଦେଓଶ୍ରୀନିବାସ ରାମାନୁଜନବୀରକିଶୋର ଦାସଲକ୍ଷ୍ମୀଗୋପାଳ (ଜାତି)କରୀନା କପୁରଅନୁବ୍ରତ ବସୁରାମ ନବମୀପାର୍କିନ୍‌ସନ୍ ରୋଗମହା ଶିବରାତ୍ରିହରେ କୃଷ୍ଣଲକ୍ଷ୍ନୌଟଙ୍କ ତୋରାଣିଫକୀର ମୋହନ ସେନାପତିଶତାବ୍ଦୀର ସୂର୍ଯ୍ୟମେଘଜର୍ଜ କ୍ୟାଣ୍ଟରକୁଞ୍ଜବିହାରୀ ତ୍ରିପାଠୀକାଳୀଚରଣ ପଟ୍ଟନାୟକମହାତ୍ମା ଗାନ୍ଧୀବାଲ୍ୟବିବାହଅର୍ଚ୍ଚନା (କବିତା ସଙ୍କଳନ)କିଶୋରଚନ୍ଦ୍ରାନନ ଚମ୍ପୂଗନରିଆଜୀବସାରରାମଚନ୍ଦ୍ର ଖୁଣ୍ଟିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଯଶୋବନ୍ତ ଦାସମିଶ୍ରଧାତୁସୀତାକାନ୍ତ ମହାପାତ୍ରରାଶି ଓ ନକ୍ଷତ୍ରମାୟାଧର ଜେନାଅନନ୍ତ ନାରାୟଣ ସିଂହ ଦେଓଅନନ୍ତ ପଟ୍ଟନାୟକଟଗରଓଷାଲିନକ୍ସମହାପାତ୍ର ନୀଳମଣି ସାହୁହୋ ଜନ‌ଜାତିସତ୍ୟଭାମାମଲ୍ଲିକା ସରାଭାଇହୃଷୀକେଶ ପଣ୍ଡାଜନ ବୀମସଅସହଯୋଗ ଆନ୍ଦୋଳନଛେନା ତାଡ଼ିଆଗୋପୀନାଥ ମହାନ୍ତି🡆 More