ଓଡ଼ିଶାର ଚିତ୍ରକଳା

ଓଡ଼ିଶାର ଚିତ୍ରକଳା ରାଜ୍ୟର ବିଭିନ୍ନ ଚାରୁ ଓ କାରୁକଳା ସମ୍ବନ୍ଧରେ ବିସ୍ତୃତ ଜ୍ଞାନ ପ୍ରଦାନ କରିଥାଏ । ଚିତ୍ରକଳା ଏକ ସୃଜନ କଳା । ପୂରାତନ କାଳରୁ ଆଜି ପର୍ଯ୍ୟନ୍ତ ପ୍ରତିଟି ମଣିଷ ଭିତରେ ଏହି ପ୍ରବୃତ୍ତିଟି ଅଛି । ଆଉ ତାହା କେବଳ ସୁଯୋଗ ଖୋଜିଥାଏ ପରିପ୍ରକାଶର । ପୁରାତନ କାଳରେ ମଣିଷ ଗିରିଗୁହାରେ ଛବି ଆଙ୍କି ନିଜ ମନର ଭାଷା ପ୍ରକାଶ କରୁଥିଲା । ଓଡ଼ିଶାର ସୀତାବିଞ୍ଜିରେ ବି ଆଜି ଏହି ପୂରାତନ କାନ୍ଥଚିତ୍ର ଦେଖିବାକୁ ମିଳିଥାଏ । ଖଣ୍ଡଗିରି,ଉଦୟଗିରିଠାରୁ ଆରମ୍ଭକରି ରାଜ୍ୟର ବହୁ ସ୍ଥାନରେ ଏସବୁ ପ୍ରାଚୀନ ଚିତ୍ରକଳା ସଂରକ୍ଷିତ ଅଛି । ପରେ ସମୟକ୍ରମେ ମଣିଷ ଏଥିଲାଗି ବିଭିନ୍ନ ମାଧ୍ୟମ ଖୋଜି ଆସିଛି । ତାଳପତ୍ରକୁ ବ୍ୟବହାର କରି ସେ ଏଥିରେ ଫୁଟାଇଛି ଅପୂର୍ବ କଳା ନିଦର୍ଶନ । କେତେବେଳେ ବି କାଠ ହୋଇଛି ଏହାର ଆଧାର । ବୁଗୁଡା ବିରଞ୍ଚି ନାରାୟଣ ମନ୍ଦିର ଶିଳ୍ପୀ କାରୁକାର୍ଯ୍ୟର ଅନ୍ୟତମ ନିଦର୍ଶନ । ତେବେ ଚିତ୍ରକଳା ଦୀର୍ଘବର୍ଷ ଧରି ମନ୍ଦିର ଭାସ୍କର୍ଯ୍ୟ ଭିତରେ ସ୍ୱକୀୟ ସତ୍ତା ବଜାୟ ରଖିଥିଲା । ପରେ ପଟ୍ଟଚିତ୍ର,ପୋଥି ଚିତ୍ର ଓ ଅନ୍ୟାନ୍ୟ ପାରମ୍ପରିକ ଚିତ୍ରକଳାର ଅଭ୍ୟୁଦୟ ହୋଇଥିଲା । ସଭ୍ୟତାର ବିକାଶ କ୍ରମେ ସାମାଜିକ ଆହ୍ୱାନ ସହ ଏସବୁ ବିବିଧ ରୂପ ନେଇଥିଲା । ଶିଳ୍ପୀ ବିମ୍ବାଧର ବର୍ମା ପାରମ୍ପରିକ ଚିତ୍ରରେ ବେଶ ପ୍ରିସିଦ୍ଧି ଅର୍ଜନ କଲେ । ଏବେ ସମସାମୟିକ ଚିତ୍ରକଳାର ଯୁଗ । ଆଧିନିକ ଓ ଆବଷ୍ଟ୍ରାକ୍ଟ ପର୍ଯ୍ୟାୟରେ ଶିଳ୍ପୀ ନୂଆନୂଆ ପରୀକ୍ଷାନୀରିକ୍ଷା ଜାରି ରଖିଛି । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନ ଆରମ୍ଭ ହୋଇଥିଲା ଅଜିତ କେଶରୀ ରାୟ ଓ ଅନନ୍ତ ପଣ୍ଡାଙ୍କଠାରୁ । ପରବର୍ତ୍ତୀ ସମୟରେ ବହୁ ଶିଳ୍ପୀ ଏହି ଧାରାରେ ନିଜ ନିଜକୁ ସାମିଲ କରିଛନ୍ତି । ଆଧୁନିକ ଚିତ୍ରକଳାର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ଶିଳ୍ପୀଙ୍କ ନାମ ସାମନାକୁ ଆସେ । ସେମାନେ ହେଲେ -ଗୋପାଳ କାନୁନଗୋ,ମୁରଲୀଧର ଟାଲି,ଅସୀତ ମୁଖାର୍ଜୀ,ବିନୋଦ ରାଉତରାୟ ପ୍ରମୁଖ । ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଶିଳ୍ପୀ ବ୍ୟୋମକେଶ ମହାନ୍ତିଙ୍କ ପରଲୋକ ଘଟିଛି । ଚିତ୍ରକଳା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତେବେ ବର୍ତ୍ତମାନ ସମୟର କେତେଜଣ ଶିଳ୍ପୀ,ଯେଉଁମାନେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିଛନ୍ତି ,ସେମାନେ ହେଲେ-ଦୀନନାଥ ପାଠୀ,ଶିବ ପାଣିଗ୍ରାହୀ,ଅସୀମ ବସୁ,ଜଗନ୍ନାଥ ପଣ୍ଡା,ବଳଦେବ ମହାରଥା,ଚନ୍ଦ୍ରମଣି ବିଶ୍ୱାଳ,ପ୍ରଦୋଷ ସ୍ୱାଇଁ,ତାରାକାନ୍ତ ପରିଡା,ପ୍ରତ୍ତୁଲ ଦାସ,ଶଶୀକାନ୍ତ ରାଉତ,ମାନସ ରଞ୍ଜନ ଜେନା,ଗଜେନ୍ଦ୍ର ପାଢୀ,ଗଜେନ୍ଦ୍ର ସାହୁ,ରମାକାନ୍ତ ସାମନ୍ତରାୟ,ରଞ୍ଜନ ମଲ୍ଲିକ ଓ ଅଭିଜିତ ମହାନ୍ତି ପ୍ରମୁଖ । ଆନ୍ତର୍ଜାତିକ ବଜାରରେ ଜଗନ୍ନାଥ ପଣ୍ଡାଙ୍କ ଚିତ୍ରକଳା ସର୍ବାଧିକ ଟଙ୍କାରେ ବିକ୍ରି ହେଉଛି । ମାନସ ରଞ୍ଜନ ଜେନାଙ୍କ ‘ପ୍ରତୀକ୍ଷା’ ସିରିଜର ଛବିଗୁଡିକ ରାଜ୍ୟ ଓ ରାଜ୍ୟ ବାହାରେ ଖୁବ ଆଦୃତ ହୋଇଛି । ରମାକାନ୍ତ ସାମନ୍ତରାୟଙ୍କ ‘ପାୱାର ଗେମ’ ସିରିଜ ଉଲ୍ଲେଖନୀୟ ସୃଷ୍ଟି ସମୂହ । ଶିବ ପାଣିଗ୍ରାହୀ ‘ଡ୍ରିମ ଇନ ଦି ସ୍କାଏ’ ସିରିଜରେ ଦୀର୍ଘବର୍ଷ ଧରି ଛବି ଆଙ୍କୁଛନ୍ତି । ଚନ୍ଦ୍ରମଣି ବିଶ୍ୱାଳଙ୍କ ‘ଡାଇଂ ସେଞ୍ଚୁରୀ ’ତାଙ୍କ ପରିକଳ୍ପନାକୁ ପରିପକ୍ୱ ରୂପଦେଇଛି । ଏକଦା ଦୀନନାଥ ପାଠୀ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀର ଅଧ୍ୟକ୍ଷ ରହି ଓଡ଼ିଆ ଶିଳ୍ପୀଙ୍କୁ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିଛନ୍ତି । ବଳଦେବ ମହାରଥା ଓ ଶିବପାଣିଗ୍ରାହୀ ଚିତ୍ରକଳା କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ପୁସ୍ତକ ପ୍ରଚ୍ଛଦ ପରିପାଟି କଳାରେ ଖ୍ୟାତି ଅର୍ଜନ କରିଛନ୍ତି ।

( ଲେଖା ଜାରି ରହିବ )

Tags:

🔥 Trending searches on Wiki ଓଡ଼ିଆ:

ଶ୍ୱେତସାରଗୋପୀନାଥ ମହାନ୍ତିଅଚ୍ୟୁତାନନ୍ଦ ଦାସପରିସଂଖ୍ୟାନଇଣ୍ଡିଆନ ପ୍ରିମିଅର ଲିଗପାକିସ୍ତାନପୃଥିବୀର ବାୟୁମଣ୍ଡଳହୃଦରକ୍ତନାଳୀ ରୋଗକା (ଉପନ୍ୟାସ)ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ୮ ମାର୍ଚ୍ଚମୁଦ୍ରା (ପୂଜା)୭ ମାର୍ଚ୍ଚଅସିତ ମହାନ୍ତିଭୋଦେଇ ଓଷାଜହ୍ନସିଷ୍ଟର ଶ୍ରୀଦେବୀବୀର ସୁରେନ୍ଦ୍ର ସାଏନୃସିଂହଚନ୍ଦ୍ରଶେଖର ରଥଉଇକିପାଠାଗାରପ୍ରଥମ ବିଶ୍ୱଯୁଦ୍ଧଜହ୍ନିଓଷାସାନ୍ତାଳ ବିଦ୍ରୋହଆତପଦାହସରସ୍ୱତୀକପିଳେନ୍ଦ୍ର ଦେବମଧୁମେହଜୟୀ ରାଜଗୁରୁନାରୀବାଦପଦାର୍ଥ ବିଜ୍ଞାନଜଳବାୟୁମହାଦେଶଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)ଡାଲଖାଇଉଇକିମିଡ଼ିଆ ଫାଉଣ୍ଡେସନପ୍ରେମବଳରାମ ମିଶ୍ରମେଷ (ରାଶି)ଆଳୁକଇଁସାରି୧୭୩୯ତରୁଣକାନ୍ତି ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଏ. ପି. ଜେ. ଅବଦୁଲ କଲାମସମ୍ବାଦଓଡ଼ିଶା ବିଧାନ ସଭାମହୁଲିକ୍ଷୀରଚାଟିକଣାଓଡ଼ିଶାର କଳାପଣ୍ଡୁ ଓଷାପରିବାରବ୍ରତଦାମୋଦର ରାଉତଡୁରେସ୍ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅର୍ଜୁନ ଗଛ୯ ଅପ୍ରେଲ୧୫୨୫ବୁଧେଇ ଓଷାରବୀନ୍ଦ୍ରନାଥ ଠାକୁରଗାୟତ୍ରୀ ସରାଫରାକ୍ଷୀ ପୂର୍ଣ୍ଣିମାPimecrolimusପଣା ସଂକ୍ରାନ୍ତିମାଗୁଣିର ଶଗଡ଼🡆 More