ମଙ୍ଗଳଯାନ-୧: ଭାରତୀୟ ମଙ୍ଗଳ ଗ୍ରହ ଅଭିଯାନ

ମଙ୍ଗଳଯାନ-୧, ମଙ୍ଗଳ ଗ୍ରହ ଅଭିମୁଖେ ଭାରତର ପ୍ରଥମ ଅଭିଯାନ । ୨୦୧୩ ମସିହା ନଭେମ୍ବର ୫ ତାରିଖ ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି ୨୫ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା । ପୃଥିବୀ କକ୍ଷପଥରେ ପାଖାପାଖି ଏକ ମାସ ସମୟ ଅତିବାହିତ କଲାପରେ ୩୦ ନଭେମ୍ବର ୨୦୧୩ରେ ଏହି ଯାନ ମଙ୍ଗଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦୀର୍ଘ ୨୯୮ ଦିନର ଯାତ୍ରା ପରେ ୨୪ ସେପ୍ଟେମ୍ବର ୨୦୧୪ରେ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷପଥରେ ଅନୁପ୍ରବେଶ କରି ମଙ୍ଗଳଯାନ ଆନ୍ତର୍ଗ୍ରହ ମହାକାଶ ଯାତ୍ରା ଇତିହାସରେ ପ୍ରଥମ ପ୍ରଚେଷ୍ଟାରେ ସଫଳ ହୋଇଥିବା ପ୍ରଥମ ଅଭିଯାନର ଖ୍ୟାତି ଲାଭ କଲା ।

ମଙ୍ଗଳ କକ୍ଷପଥ ଅଭିଯାନ
ମଙ୍ଗଳଯାନ-୧: ଈତିହାସ, ଅଭିଯାନ କାଳକ୍ରମ, ଅର୍ଥବ୍ୟୟ
ମଙ୍ଗଳ ଗ୍ରହର କକ୍ଷପଥରେ ମଙ୍ଗଳଯାନର କଳ୍ପନାଚିତ୍ର
ମିସନ ପ୍ରକାରମଙ୍ଗଳ ପରିକ୍ରମଣ ଯାନ
ପରିଚାଳକଈସ୍ରୋ
ୱେବସାଇଟମାର୍ସ ଓର୍ବିଟୋର୍ ମିସନ୍
ମହାକାଶ ଯାନର ବିଶେଷତ୍ୱ
ଉତ୍ପାଦକଈସ୍ରୋ ଉପଗ୍ରହ କେନ୍ଦ୍ର
ଶକ୍ତିସୌର ଶକ୍ତି
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୫ ନଭେମ୍ବର ୨୦୧୩
ରକେଟ୍ପିଏସଏଲଭି-ସି୨୫
ଉତକ୍ଷେପଣ ସ୍ଥଳସତୀଶ ଧବନ ମହାକାଶ କେନ୍ଦ୍ର ଏଫ୍ଏଲପି
କଣ୍ଟ୍ରାକଟରଈସ୍ରୋ
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀମଙ୍ଗଳକେନ୍ଦ୍ରୀୟ
ମଙ୍ଗଳ orbiter
Orbital insertion୨୪ ସେପ୍ଟେମ୍ବର ୨୦୧୪
(ଯୋଜନାବଦ୍ଧ)
ଉପକରଣମାନ
ମିଥେନ ସେନ୍ସର, ଥର୍ମାଲ ଇଁଫ୍ରାରେଡ ସ୍ପେକ୍ଟୋମିଟର,ମାର୍ସ କଲର କ୍ୟାମେରା,ଲମେନ ଆଲ୍ଫା ଫୋଟୋମିଟର, ଇତ୍ୟାଦି।
----
ଭାରତର ମଙ୍ଗଳ ଗ୍ରହ ଅଭିଯାନ
ମଙ୍ଗଳଯାନ ୨

ଏହି ଅଭିଯାନରେ ଓଡ଼ିଶାର ସିଟିଟିସି କିଛି ଯାନ୍ତ୍ରିକ ଦରକାରୀ ଉପକରଣ ଯୋଗାଇଥିଲା ।

ଈତିହାସ

ମଙ୍ଗଳ ଗ୍ରହକୁ ଭାରତର ମହାକାଶ ଅଭିଯାନ ବିଷୟରେ ପ୍ରଥମେ ୨୩ ନଭେମ୍ବର ୨୦୦୮ରେ ତତ୍କାଳୀନ ଇସ୍ରୋ ଅଧ୍ୟକ୍ଷ ଜି. ମାଧବନ ନାୟାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୦୮ରେ ଚନ୍ଦ୍ରଯାନ-୧ର ସଫଳ ଉତକ୍ଷେପଣ ପରେ ଇସ୍ରୋଦ୍ୱାରା ମଙ୍ଗଳଯାନ ସମ୍ବନ୍ଧରେ ବିଭିନ୍ନ ଅନୁଧ୍ୟାନ କରାଗଲା ଓ ପରେ ୩ ଅଗଷ୍ଟ ୨୦୧୨ରେ ଏହି ପ୍ରକଳ୍ପଟି ଭାରତ ସରକାରଙ୍କଦ୍ୱାରା ଗୃହୀତ ହୋଇଥିଲା । ୫ ଅଗଷ୍ଟ ୨୦୧୩ରେ ସି-୨୫ ନାମରେ ନାମିତ କରାଯାଇଥିବା ପିଏସଏଲଭି ଉତକ୍ଷେପଣ ଯାନର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ବାଙ୍ଗାଲୋରରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଉପଗ୍ରହ କେନ୍ଦ୍ରରେ ୫ଟି ବୈଜ୍ଞାନିକ ଉପକରଣ ଗୁଡିକୁ ମହାକାଶଯାନରେ ସଂଯୋଗ କରାଯାଇ ୨ ଅକ୍ଟୋବର ୨୦୧୩ରେ ଶ୍ରୀହରିକୋଟାକୁ ପଠାଗଲା । ପ୍ରଶାନ୍ତ ମହାସାଗରରେ ଖରାପ ପାଣିପାଗ ଯୋଗୁଁ ୨୮ ଅକ୍ଟୋବର ୨୦୧୩ ପରିବର୍ତ୍ତେ ୫ ନଭେମ୍ବର ୨୦୧୩ରେ ମଙ୍ଗଳଯାନର ଉତକ୍ଷେପଣ କରାଯାଇଥିଲା ।

ଅଭିଯାନ କାଳକ୍ରମ

  • ୫ ନଭେମ୍ବର ୨୦୧୩: ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୨୫ଦ୍ୱାରା ମଙ୍ଗଳଯାନର ପ୍ରକ୍ଷେପଣ କରାଯାଇଥିଲା। ଅପରାହ୍ନ ୩ଟା ୨୦ ବେଳକୁ ପିଏସଏଲଭି-ସି୨୫ର ୪ର୍ଥ ପର୍ଯ୍ୟାୟର ପୃଥକୀକରଣ ପରେ ଯାନଟି ପୃଥିବୀ କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇ ନିଜର କାମ ଆରମ୍ଭ କରିଥିଲା ।
  • ୫ ନଭେମ୍ବରରୁ ୧ ଡିସେମ୍ବର ୨୦୧୩: ଏହି ୨୫ ଦିନରେ ମଙ୍ଗଳଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା ।
  • ୧ ଡିସେମ୍ବର ୨୦୧୩: ମଧ୍ୟରାତ୍ରି ୦୦:୪୯ ସମୟରେ ମଙ୍ଗଳଯାନକୁ ପୃଥିବୀ କକ୍ଷପଥରୁ ବାହାର କରି ମଙ୍ଗଳ ଅଭିମୁଖୀ ଯାତ୍ରାପଥରେ (ମାର୍ସ ଟ୍ରାନ୍ସଫର ଟ୍ରାଜେକ୍ଟରି) ପ୍ରବେଶ କରାଗଲା, ଏହି ପ୍ରକ୍ରିୟାକୁ ଟ୍ରାନ୍ସ-ମାର୍ସ ଇଂଞ୍ଜେକ୍ସନ କୁହାଯାଏ ।

ଅର୍ଥବ୍ୟୟ

ସମ୍ପୂର୍ଣ୍ଣ ମଙ୍ଗଳଯାନ ମିସନରେ ପାଖାପାଖି ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବିଶ୍ୱରେ ଏଯାବତ୍ ହୋଇଥିବା ସମସ୍ତ ମଙ୍ଗଳ ଅଭିମୁଖୀ ଅଭିଯାନ ମଧ୍ୟରେ ଏହା ସବୁଠାରୁ କମ୍ ବ୍ୟୟବହୁଳ ଅଭିଯାନ ଭାବେ ପରିଚିତ ।

ଅଭିଯାନର ଲକ୍ଷ୍ୟ

  • ଆନ୍ତର୍ଗ୍ରହ ମହାକାଶ ଯାତ୍ରାର ଯୋଜନା ଓ ପରିଚାଳନା ପାଇଁ ସ୍ୱଦେଶୀ ବୈଷୟିକ ଜ୍ଞାନ-କୌଶଳର ବିକାଶ ।
  • ମିଥେନ ଓ ଅଙ୍ଗାରକାମ୍ଳ ସମେତ ମଙ୍ଗଳ ଗ୍ରହର ବାୟୁମଣ୍ଡଳର ଅନୁଧ୍ୟାନ ।

ଆଧାର

Tags:

ମଙ୍ଗଳଯାନ-୧ ଈତିହାସମଙ୍ଗଳଯାନ-୧ ଅଭିଯାନ କାଳକ୍ରମମଙ୍ଗଳଯାନ-୧ ଅର୍ଥବ୍ୟୟମଙ୍ଗଳଯାନ-୧ ଅଭିଯାନର ଲକ୍ଷ୍ୟମଙ୍ଗଳଯାନ-୧ ଆଧାରମଙ୍ଗଳଯାନ-୧

🔥 Trending searches on Wiki ଓଡ଼ିଆ:

ଟୁକୁନି ସାହୁବିରଳା ମନ୍ଦିର, କୋଲକାତାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବିଶ୍ୱ ମ୍ୟାଲେରିଆ ଦିବସନେମାଳମାଲକାନଗିରି ଜିଲ୍ଲାଶଙ୍କରାଚାର୍ଯ୍ୟରାଜ୍ୟ ସଭାମହାରାଷ୍ଟ୍ରଗୋପାଳ ଛୋଟରାୟରାଉରକେଲାମୁକ୍ତିକାନ୍ତ ମଣ୍ଡଳରାମକୃଷ୍ଣ ପରମହଂସଓଡ଼ିଆ ନାଟକଢେଙ୍କାନାଳଚାରି ଧାମମ୍ୟାଲେରିଆରାଜକିଶୋର ପଟ୍ଟନାୟକମଇ ଦିବସଥାଲକୁଡ଼ିଗର୍ଭାଶୟ କର୍କଟସାରଳା ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପରବର୍ଟ ହିଲ୍ଅର୍ଚ୍ଚିତା ସାହୁସତ୍ୟେନ୍ଦ୍ର ନାଥ ବୋଷଫସ୍‌ଫରସସ୍ତନ୍ୟପାୟୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଭାରତୀୟ ଜନତା ପାର୍ଟିଓଡ଼ିଆ ଖାଦ୍ୟପ୍ରଦୀପ କୁମାର ପାଣିଗ୍ରାହୀଲକ୍ଷ୍ମୀ ପୁରାଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାଲେସିଆଓ ଅନ୍ଧଗଳିରାମାୟଣମେସିନ ଲର୍ଣ୍ଣିଙ୍ଗ୍ବିଭୂତି ପଟ୍ଟନାୟକଯକୃତସମ୍ବଲପୁର ଜିଲ୍ଲାନନ୍ଦନକାନନ ଜୀବ ଉଦ୍ୟାନ୨୭ ଜୁନବ୍ରୁସେଲୋସିସପୂରଣବାଚକ ସଂଖ୍ୟାଓଡ଼ିଆ ସାହିତ୍ୟର ଇତିହାସମଟର ସାଇକେଲତମନ୍ନା ବ୍ୟାସଭାରତର ସଂସ୍କୃତିଆର୍ଯ୍ୟଭଟ୍ଟଆନନ୍ଦ ଶଙ୍କର ଦାସଗଙ୍ଗାଧର ମେହେରରାଶି ଓ ନକ୍ଷତ୍ରରାମଶଙ୍କର ରାୟଜଗନ୍ନାଥ ପ୍ରସାଦ ଦାସଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରବଣା (ନକ୍ଷତ୍ର)ଇଣ୍ଟରନେଟଲକ୍ଷ୍ମୀନାରାୟଣ ସାହୁଉତ୍ତମ ମହାନ୍ତିମହାପ୍ରସାଦଛତୁ ତରକାରୀଅଧର ପଟ୍ଟନାୟକଅଣସରଅନନ୍ତ ପଟ୍ଟନାୟକରସଗୋଲାପାପୁଆ ନିଉ ଗିନିସାରଥୀ ବାବାଓଡ଼ିଆ ଖବରକାଗଜ ତାଲିକା🡆 More