ବିଭୁ ମହାପାତ୍ର

ବିଭୁ ମହାପାତ୍ର ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଫ୍ୟାସନ ଡିଜାଇନର । ସେ ୧୯୭୨ ମସିହା ଜୁନ ମାସ ୭ ତାରିଖରେ ରାଉରକେଲାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୯୬ ମସିହାରେ ଜନ୍.ଏମ୍.ହଣ୍ଟସମ୍ୟାନ ସ୍କୁଲ ଅଫ ବିଜିନେସରୁ ଅର୍ଥନୀତିରେ ସ୍ନାତକୋତ୍ତର ଉପାଧୀ ଅର୍ଜନ କରିଥିଲେ । ୧୯୯୭ ମସିହାରେ, ନ୍ୟୁୟର୍କର ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀରେ ଫ୍ୟାସନ ପାଠ୍ୟକ୍ରମରେ ଯୋଗଦାନ କରିଥିଲେ । ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀରେ ପଢ଼ିବା ସମୟରେ ହିଁ ସେ ବର୍ଷର ଶ୍ରେଷ୍ଠ ସାନ୍ଧ୍ୟ ପୋଷାକ ଡିଜାଇନର ଭାବରେ ପୁରସ୍କୃତ ହୋଇଥିଲେ । ଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜୀରୁ ପାସ କରିବା ପରେ ତାଙ୍କୁ 'ହଲଷ୍ଟନ' ପକ୍ଷରୁ ସହାୟକ ଡିଜାଇନର ଭାବରେ କାମ କରିବାର ସୁଯୋଗ ମିଳିଥିଲା । ୧୯୯୯ ମସିହାରେ ତାଙ୍କୁ 'ଜେ.ମେଣ୍ଡେଲ'ର ଡିଜାଇନ ଡାଇରେକ୍ଟର ରୂପେ ନିଜୁକ୍ତି ମିଳିଥିଲା ଓ ଆଗାମୀ ୧୦ ବର୍ଷ ଭିତରେ ସେ 'ଜେ.ମେଣ୍ଡେଲ'କୁ ଏକ ଯୁବସୁଲଭ ରୂପ ଦେବାରେ ସଫଳ ହୋଇଥିଲେ । ଏହି ସମୟରେ ତାଙ୍କ କାମର ଚର୍ଚ୍ଚା 'ଷ୍ଟାଇଲ ଡଟ କମ', 'ଡିଏନଏ', 'ନ୍ୟୁୟର୍କ ମାଗାଜିନ','ଫୋର୍ବସ ମାଗାଜିନ', 'ଭୋଗ୍' ଆଦି ପ୍ରମୁଖ ଫ୍ୟାସନ ମାଗାଜିନରେ ବରାବର ହୋଇଆସୁଥିଲା । ୨୦୦୮ ମସିହାରେ ସେ 'ଜେ.ମେଣ୍ଡେଲ'ରୁ ଇସ୍ତଫା ଦେଇ ନିଜର ସ୍ୱତନ୍ତ୍ର କାମ ଆରମ୍ଭ କଲେ । ସେବେଠାରୁ ସେ ନ୍ୟୁୟର୍କରେ ରହି ଫ୍ୟାସନ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ବିଭୁ ମହାପାତ୍ର
ବିଭୁ ମହାପାତ୍ର
ଜନ୍ମ (1972-06-07) ୭ ଜୁନ ୧୯୭୨ (ବୟସ ୫୧)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଫ୍ୟାସନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀ, ନ୍ୟୁୟର୍କ
ପ୍ରସିଦ୍ଧିଫ୍ୟାସନ ଡିଜାଇନର
ୱେବସାଇଟbibhu.com

ତାଙ୍କଦ୍ୱାରା ନିର୍ମିତ ପୋଷାକକୁ 'ଆଞ୍ଜେଲିନା ଜୋଲି', 'କେଟ ବ୍ଲାଞ୍ଚେଟ', 'ସିଏନା ମିଲର', 'ଗ୍ଲେନ କ୍ଲୋଜ', 'କଟ୍ରିନା କେଫ', 'ଦୀପିକା ପାଦୁକୋନ' ଆଦି ବହୁ ବିଶିଷ୍ଟ ମହିଳାମାନେ ପରିଧାନ କରି, ତାଙ୍କୁ ଜଣେ ଉଚ୍ଚକୋଟିର ଡିଜାଇନରର ମାନ୍ୟତା ପ୍ରଦାନ କରିଛନ୍ତି । ନିକଟ ଅତୀତରେ ଆମେରିକାର ପ୍ରଥମ ମହିଳା, ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ ବିଭୁ ମହାପାତ୍ରଙ୍କଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରିଥିଲେ ।

ବର୍ତ୍ତମାନ ସେ ଓଡ଼ିଶାର ବସ୍ତ୍ରକଳାକୁ ଉପଯୋଗ କରି, ଏହାକୁ ଏକ ନୂତନ ରୂପରେ ପ୍ରସ୍ତୁତ କରିବାକୁ ଚେଷ୍ଟାରତ ।

ସମ୍ମାନ

  • ୨୦୧୦ - ୟଙ୍ଗ ଇନୋଭେଟର ଆୱାର୍ଡ- ନ୍ୟାସନାଲ ଆର୍ଟସ କ୍ଳବ
  • ୨୦୧୦ - କାଉନସିଲ ଅଫ ଫ୍ୟାସନ ଡିଜାଇନରସ୍ ଅଫ ଆମେରିକାକୁ ମନୋନୀତ
  • ୨୦୧୧ - ଇକୋ ଡୋମାନୀ ଫ୍ୟାସନ ଫାଉଣ୍ଡେସନ ଆୱାର୍ଡ

ଆଧାର

Tags:

ନ୍ୟୁୟର୍କରାଉରକେଲା

🔥 Trending searches on Wiki ଓଡ଼ିଆ:

ଘର ବାହୁଡ଼ାସମୀର ରଞ୍ଜନ ଦାଶଆଖୁ୧ ଅପ୍ରେଲଆମ୍ବରାଜ୍ୟ ସଭାରଣା ସାପରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁରେନ୍ଦ୍ର ମହାନ୍ତିପାଟୁଆ ଯାତ୍ରାପୁରୁଷୋତ୍ତମ ଦେବପକ୍ଷୀପରଶୁରାମମହିମା ଧର୍ମଚିଲିକା ହ୍ରଦଅକ୍ଷୟ ତୃତୀୟାଜଗନ୍ନାଥ ମନ୍ଦିରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରାଧାନାଥ ରାୟହେମନ୍ତ ଦାସସୌଭାଗ୍ୟ କୁମାର ମିଶ୍ରରାଣୀ ଲକ୍ଷ୍ମୀବାଈଓଡ଼ିଶାର ମାପ ବ୍ୟବସ୍ଥାଭଦଭଦଳିଆପ୍ରତିଭା ଶତପଥୀରାଶି ଓ ନକ୍ଷତ୍ରଓଡ଼ିଆ ସାହିତ୍ୟର ଇତିହାସରାଜେନ୍ଦ୍ର କିଶୋର ପଣ୍ଡାଚକ୍ରଧର ବେହେରାଚଇତି ଘୋଡ଼ା ନାଚଯାଜପୁରଶ୍ରୀକାନ୍ତ ସାହୁଓଡ଼ିଆ ଭ୍ରମଣ ସାହିତ୍ୟଆପେଣ୍ଡିସାଇଟିସବୁନ୍ଦିଆ ଖିରିଭାରତବିର୍ସା ମୁଣ୍ଡାମହା ଶିବରାତ୍ରିରାଜ୍ୟପ୍ରାଣୀମାଟିର ମଣିଷ (ଉପନ୍ୟାସ)ସେପ୍ଟେମ୍ବରଅଚ୍ୟୁତାନନ୍ଦ ଦାସବୈଷ୍ଣବ ପାଣିମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନକାଳିନ୍ଦୀ ଚରଣ ପାଣିଗ୍ରାହୀଅଖିଳ ମୋହନ ପଟ୍ଟନାୟକମଦର ଟେରେସାୱାଟରଲୁ ଯୁଦ୍ଧପଖାଳଛାନ୍ଦଉଇକିମିଡ଼ିଆ ଫାଉଣ୍ଡେସନଅମର ପ୍ରସାଦ ଶତପଥୀଜବାହରଲାଲ ନେହେରୁସାଇକେଲଚକ୍ରଧର ମହାପାତ୍ରଯୁକ୍ତରାଷ୍ଟ୍ର ଆମେରିକାଟେସାମୋରେଲିନଗୀତଗୋବିନ୍ଦସୋରିଷ🡆 More