ବିକ୍ରମ ବାତ୍ରା

ବିକ୍ରମ ବାତ୍ରା ପରମ ବୀର ଚକ୍ର (୯ ସେପ୍ଟେମ୍ବର ୧୯୭୪ - ୭ ଜୁଲାଇ ୧୯୯୯) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ । କାରଗିଲ ଯୁଦ୍ଧ ସମୟରେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ ଭାରତୀୟ ସମ୍ମାନ ପରମ ବୀର ଚକ୍ରପ୍ରଦାନ କରାଯାଇଥିଲା; ୭ ଜୁଲାଇ ୧୯୯୯ରେ, ଜମ୍ମୁ-କାଶ୍ମୀରର କାରଗିଲ ଜିଲ୍ଲାର ଏରିଆ ଲେଜ୍, ପଏଣ୍ଟ ୪୮୭୫ର ଆଖପାଖ ଅଞ୍ଚଳରେ ପାକିସ୍ତାନୀ ସେନ୍ୟଙ୍କ ସହିତ ଲଢ଼ି ଶହୀଦ ହୋଇଥିଲେ ।

କ୍ୟାପ୍ଟେନ

ବିକ୍ରମ ବାତ୍ରା

ବିକ୍ରମ ବାତ୍ରା
କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଛବି
ଜନ୍ମ(1974-09-09)୯ ସେପ୍ଟେମ୍ବର ୧୯୭୪
ପାଲାମପୁର, ହିମାଚଳ ପ୍ରଦେଶ, ଭାରତ
ମୃତ୍ୟୁ୭ ଜୁଲାଇ ୧୯୯୯(1999-07-07) (ବୟସ ୨୪)
କାରଗିଲ, ଜାମ୍ମୁ ଓ କାଶ୍ମୀର (ଏବେକାର ଲଦାଖ)
ନିଯୁକ୍ତିଦାତାବିକ୍ରମ ବାତ୍ରା Republic of India
ସେବା/ବିଭାଗବିକ୍ରମ ବାତ୍ରା Indian Army
କାର୍ଯ୍ୟକାଳ୧୯୯୭–୧୯୯୯
ପଦବୀବିକ୍ରମ ବାତ୍ରା କ୍ୟାପ୍ଟେନ
ସେବା ସଂଖ୍ୟାIC-57556H
ସେନା ବିଭାଗ୧୩ ଜାମ୍ମୁ କାଶ୍ମୀର ରାଇଫଲ
ସଂଘର୍ଷ/ଯୁଦ୍ଧକାରଗିଲ ଯୁଦ୍ଧ (୧୯୯୯)
ପୁରସ୍କାରବିକ୍ରମ ବାତ୍ରା ପରମ ବୀର ଚକ୍ର
ଶିକ୍ଷାନୁଷ୍ଠାନ
  • ଡିଏଭି କଲେଜ, ଚଣ୍ଡିଗଡ଼
  • ପଞ୍ଜାବ ବିଶ୍ୱବିଦ୍ୟାଳୟ
  • ଭାରତୀୟ ମିଲିଟାରୀ ଏକାଡେମୀ

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ବିକ୍ର ବାତ୍ର ୧୯୭୪ ମସିହାର ସେପ୍ଟେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶର ପାଲାମପୁରଠାରେ ପଞ୍ଜାବୀ ଖତ୍ରି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଗିରିଧାରୀ ଲାଲ ବାତ୍ରା ଏକ ସରକାରୀ ସ୍କୁଲର ଅଧକ୍ଷ ଥିଲେ ଏବଂ ତାଙ୍କ ମାଆ କମଳା କାନ୍ତା ବାତ୍ରା ଜଣେ ଶିକ୍ଷୟିତ୍ରୀ ଥିଲେ । ସେ ତାଙ୍କ ଯାଆଁଳା ଭାଇ ବିଶାଲଙ୍କଠାରୁ ୧୪ ମିନିଟ୍ ବଡ଼ ଥିଲେ । ତାଙ୍କ ମାଆ ଭଗବାନ ଶ୍ରୀରାମଙ୍କର ଜଣେ ଭକ୍ତ ଥିଲେ, ତେଣୁ ଜନ୍ମ ସମୟରେ ତାଙ୍କର ଦୁଇ ଯାଆଁଳା ପୁଅଙ୍କର ନାମ ଲବ (ବିକ୍ରମ) ଓ କୁଶ (ବିଶାଲ) ରଖିଥିଲେ । ତାଙ୍କର ଦୁଇ ଭଉଣୀ ଥିଲେ; ସୀମା ଏବଂ ନୂତନ । ବିକ୍ରମ ତାଙ୍କ ପ୍ରାଥମିକ ଶିକ୍ଷା ତାଙ୍କ ମାଆଙ୍କଠାରୁ ଗ୍ରହଣ କରିଥିଲେ । ଏହା ପରେ ସେ ପାଲାମପୁରର ଡିଏଭି ପବ୍ଲିକ୍ ସ୍କୁଲରେ ପଢ଼ିଥିଲେ । ସେ ପାଲାମପୁରର ସେଣ୍ଟ୍ରାଲ ସ୍କୁଲରେ ତାଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ ।

ବାତ୍ରା ତାଙ୍କର ପାଠପଢ଼ା ବ୍ୟତୀତ କ୍ରୀଡ଼ାରେ ମଧ୍ୟ ସକ୍ରିୟ ଥିଲେ । ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ କ୍ରୀଡ଼ା ଯୁବ ସଂସଦୀୟ ପ୍ରତିଯୋଗିତା ସମୟରେ ସେ ଭାଗ ନେଇଥିଲେ । ସେ ତାଙ୍କ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ିବା ବେଳେ ଟେବୁଲ୍ ଟେନିସ୍, କରାଟେ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଭାଗ ନଥିଲେ । ୧୯୯୦ ମସିହାରେ, ସେ ଏବଂ ତାଙ୍କ ଯାଆଁଳା ଭାଇ ବିଶାଲ ତାଙ୍କ ବିଦ୍ୟାଳୟରୁ ଅଲ୍ ଇଣ୍ଡିଆ କେଭିଏସ୍ ନ୍ୟାସନାଲ୍ସରେ ଟେବୁଲ୍ ଟେନିସରେ ଭାଗ ନେଇଥିଲେ । ସେ ମଧ୍ୟ କରାଟେରେ ଗ୍ରିନ୍ ବେଲ୍ଟ ଧାରକ ଥିଲେ ଏବଂ ମନାଲିରେ ଏକ ଜାତୀୟ ସ୍ତରୀୟ ଶିବିରରେ ଯୋଗଦେବାକୁ ଯାଇଥିଲେ ।

୧୯୯୨ ମସିହାରେ ସେ ସେଣ୍ଟ୍ରାଲ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ସେ ଚଣ୍ଡିଗଡ଼ସ୍ଥିତ ଡିଏଭି କଲେଜରେ ମେଡିକାଲ୍ ସାଇନ୍ସରେ ବି.ଏସ୍ କରିଥିଲେ । କଲେଜର ପ୍ରଥମ ବର୍ଷରେ ସେ ଥିବାବେଳେ ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି)ର ଏୟାର ୱିଙ୍ଗରେ ଯୋଗ ଦେଇଥିଲେ । ଆନ୍ତ-ରାଜ୍ୟ ଏନସିସି କ୍ୟାମ୍ପ ସମୟରେ ତାଙ୍କୁ ପଞ୍ଜାବ ନିର୍ଦ୍ଦେଶାଳୟର ଉତ୍ତର ଜୋନର ସର୍ବୋତ୍ତମ ଏନସିସି ଏୟାର ୱିଙ୍ଗ କ୍ୟାଡେଟ ଭାବରେ ବଛା ଯାଇଥିଲେ । ସେ ଚଣ୍ଡିଗଡ଼ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ପିଞ୍ଜୋର ଏୟାରଫିଲ୍ଡ ଏବଂ ଫ୍ଲାଇଙ୍ଗ କ୍ଲବରେ ତାଙ୍କ ଏନସିସି ଏୟାର ୱିଙ୍ଗ ୟୁନିଟ୍ ସହିତ ୪୦ ଦିନିଆ ପାରାଟ୍ରୋପିଂ ତାଲିମ ନେଇଥିଲେ । ଡିଏଭିରେ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ସେ ଏନସିସିର ଆର୍ମି ୱିଙ୍ଗର କ୍ୟାଡେଟ୍ ରହିଥିଲେ । ଏଥିସହ ସେ ତାଙ୍କ କଲେଜର ୟୁଥ୍ ସର୍ଭିସ୍ କ୍ଲବର ସଭାପତି ଥିଲେ ।

ଏହା ପରେ ସେ ଏନସିସିରେ 'ସି' ସାର୍ଟିଫିକେଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ତାଙ୍କ ଏନସିସି ୟୁନିଟରେ ସିନିୟର ଅଣ୍ଡର ଅଫିସର ପଦବୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ, ୧୯୯୪ ମସିହାରେ ସେ ଏନସିସି କ୍ୟାଡେଟ ଭାବରେ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ ଏବଂ ଘରକୁ ଫେରିବା ପରେ ଭାରତୀୟ ସେନାରେ ଯୋଗ ଦେବା କଥା ତାଙ୍କ ପିତାମାତାଙ୍କୁ କହିଥିଲେ । ତାଙ୍କ ଅଜା ଭାରତୀୟ ସେନାର ଜଣେ ସୈନିକ ଥିଲେ । ୧୯୯୫ ମସିହାରେ, ସେ କଲେଜରେ ଥିବାବେଳେ ହଂକଂରେ ଥିବା ଏକ ସିପିଂ କମ୍ପାନୀରେ ମର୍‌ଚାଣ୍ଟ ନେଭି ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ସେ ଏଥିରେ ଯୋଗ ଦେଇନଥିଲେ । ସେହିବର୍ଷ ସେ ସ୍ନାତକ ଡିଗ୍ରୀ ଶେଷ କରିଥିଲେ ।

୧୯୯୫ ମସିହାରେ ସ୍ନାତକ ଡିଗ୍ରୀ ସମାପ୍ତ କରିବା ପରେ ସେ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ସେଠାରେ ଇଂରାଜୀରେ ସ୍ନାତକୋତ୍ତର ପାଇଁ ପାଠପଢ଼ା ଆରମ୍ଭ କରିଥିଲେ, ଯାହାଫଳରେ ସେ ମିଳିତ ପ୍ରତିରକ୍ଷା ସେବା (ସିଡିଏସ୍) ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ । ସେ ବିଶ୍ୱବିଦ୍ୟାଳୟରେ ସନ୍ଧ୍ୟା ବେଳିଆ କ୍ଲାସରେ ପଢ଼ୁଥିଲେ ଏବଂ ସକାଳେ ଚଣ୍ଡିଗଡ଼ର ଏକ ଭ୍ରମଣ ସଂସ୍ଥାର ଶାଖା ପରିଚାଳକ ଭାବରେ କାମ କରୁଥିଲେ ।

୧୯୯୬ ମସିହାରେ, ସେ ସିଡିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଆହ୍ଲାବାଦରେ ସେବା ଚୟନ ବୋର୍ଡ (ଏସ୍ଏସ୍‌ବି)ରେ ଏକ ସାକ୍ଷାତକାର ପାଇଁ ତାଙ୍କୁ ଡକା ଯାଇଥିଲା ଏବଂ ତାଙ୍କୁ ବଛା ଯାଇଥିଲା । ଅର୍ଡର ଅଫ୍ ମେରିଟରେ ସେ ଶ୍ରେଷ୍ଠ ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ଶ୍ରେଷ୍ଠ ଥିଲେ । ସ୍ନାତକୋତ୍ତର ପାଠପଢ଼ାର ବର୍ଷେ ପରେ ସେ ବିଶ୍ୱବିଦ୍ୟାଳୟ ଛାଡ଼ି ଭାରତୀୟ ମିଲିଟାରୀ ଏକାଡେମୀରେ ଯୋଗଦେଇଥିଲେ ।

ସାମରିକ ବୃତ୍ତି

ବିକ୍ରମ ବାତ୍ରା 
ଭାରତୀୟ ମିଲିଟାରୀ ଏକାଡେମୀ

ବିକ୍ରମ ଜୁନ ୧୯୯୬ରେ ଡେରାଡୁନସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀରେ ମାଣିକଶାଃ ବ୍ୟାଟାଲିୟନରେ ଯୋଗ ଦେଇଥିଲେ । ତାଙ୍କର ୧୯ ମାସର ତାଲିମ ପାଠ୍ୟକ୍ରମ ସମାପ୍ତ କରିବା ପରେ, ସେ ୬ ଡିସେମ୍ବର ୧୯୯୭ରେ ଭାରତୀୟ ମିଲିଟାରୀ ଏକାଡେମୀରୁ ସ୍ନାତକ ହାସଲ କରିଥିଲେ ଏବଂ ତାଙ୍କୁ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ କରାଯାଇଥିଲା । ସେ ଜାମ୍ମୁ କାଶ୍ମୀର ରାଇଫଲ୍ସର ୧୩ ତମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ । ସେନାରେ ଯୋଗ ଦେଇବା ପରେ ସେ ରେଜିମେଣ୍ଟାଲ୍ ଟ୍ରେନିଂ ପାଇଁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ । ଡିସେମ୍ବର ୧୯୯୭ରୁ ଜାନୁୟାରୀ ୧୯୯୮ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଏକ ମାସ ଧରି ଚାଲିଥିଲା ।

ଏହି ପ୍ରଶିକ୍ଷଣ ସମାପ୍ତ ହେବା ପରେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋରରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲେ । ୧୯୯୮ ମସିହାର ମାର୍ଚ୍ଚ ମାସର ମଧ୍ୟ ଭାଗରେ, ତାଙ୍କୁ ମଧ୍ୟପ୍ରଦେଶର ମୋହୋସ୍ଥିତ ବିଦ୍ୟାଳୟକୁ ପଠାଯାଇଥିଲା, ଯେଉଁଠାରେ ଯୁବ ସେନା ଅଧିକାରୀଙ୍କୁ ତାଲିମ ଦିଆଯାଇଥିଲା । ଏହି ତାଲିମ ସେପ୍ଟେମ୍ବର ୧୯୯୮ ପର୍ଯ୍ୟନ୍ତ ପାଞ୍ଚ ମାସ ଧରି ଚାଲିଥିଲା । ପାଠ୍ୟକ୍ରମ ସମାପ୍ତ ହେବା ପରେ ଏବଂ ଆଲଫା ଗ୍ରେଡିଂ ପାଇବା ପରେ ସେ ଅକ୍ଟୋବର ୧୯୯୮ରେ ସୋପୋରରେ ତାଙ୍କ ବାଟାଲିୟନରେ ଯୋଗ ଦେଇଥିଲେ ।

ସୋପୋରରେ ଚାକିରୀ କରିବା ସମୟରେ ଆତଙ୍କବାଦୀଙ୍କ ସହ ତାଙ୍କର ଅନେକ ଥର ଗୁଳି ବିନିମୟ ହୋଇଥିଲା । ଥରେ ସେ ଏକ ଘନ ଜଙ୍ଗଲ ମଧ୍ୟରେ ତାଙ୍କ ପ୍ଲାଟୁନ୍ ସହିତ ଏକ ସର୍ଚ୍ଚ ଅପରେସନ୍‌ରେ ଥିବାବେଳେ ତାଙ୍କ ଉପରେ ଏକ ଗୁଳି ଚାଳନା ହୋଇଥିଲା, ଯାହାକି ତାଙ୍କ ଦେହରେ ନ ବାଜି ତାଙ୍କ ପଛରେ ଥିବା ତାଙ୍କ ସାଥୀଙ୍କ ଦେହରେ ବାଜିଥିଲା ଓ ସେ ପ୍ରାଣ ହରାଇଥିଲେ । ବାତ୍ରାଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ତାଙ୍କ ପ୍ଲାଟୁନ୍ ଲାଗିପଡ଼ିଥିଲେ ଏବଂ ପରଦିନ ସକାଳ ସୁଦ୍ଧା ସେହି ଜଙ୍ଗଲରେ ଲୁଚିଥିବା ସବୁ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଥିବା ତାଙ୍କ ବନ୍ଧୁଙ୍କ ଦେହରେ ବାଜିଥିବା ଗୁଳି ତାଙ୍କ ଉପରକୁ ଚାଲିଥିଲା ବୋଲି ସେ ବିଶ୍ୱାସ କରୁଥିଲେ ।

ଜାନୁଆରୀ ୧୯୯୯ରେ, ତାଙ୍କୁ କର୍ଣ୍ଣାଟକର ବେଲଗାଁକୁ କମାଣ୍ଡୋ ପାଠ୍ୟକ୍ରମ ପାଇଁ ପଠାଯାଇଥିଲା । ପାଠ୍ୟକ୍ରମ ଦୁଇମାସ ଧରି ଚାଲିଥିଲା ଏବଂ ଏହାର ଶେଷରେ ତାଙ୍କୁ ସର୍ବୋଚ୍ଚ ଗ୍ରେଡିଂ - ଇନ୍‌ଷ୍ଟ୍ରକ୍ଟର ଗ୍ରେଡ୍ ପ୍ରଦାନ କରାଯାଇଥିଲା ।

ପ୍ରତ୍ୟେକ ଥର ଯେତେବେଳେ ସେ ଛୁଟିରେ ପାଲାମପୁରକୁ ଆସୁଥିଲେ, ସେ ନିଉଗାଲ କାଫେକୁ ଯାଉଥିଲେ । ୧୯୯୯ ମସିହାର ହୋଲି ସମୟରେ ସେ ଶେଷ ଥର ପାଇଁ ସେନାବାହିନୀରୁ ଛୁଟିରେ ଘରକୁ ଆସିଥିଲେ ।

ବିକ୍ରମ ବାତ୍ରା 
ଡ୍ରାସ୍ ସହର, ସାରିବେରିଆ ପରେ ବିଶ୍ୱର ୨ୟ ସର୍ବନିମ୍ନ ଥଣ୍ଡା ହେଉଥିବା ସ୍ଥାନ, ଯେଉଁଠି ଶୀତଦିନେ ତାପମାତ୍ରା - ୬୦ ଡିଗ୍ରୀକୁ ଖସିଥାଏ ।

ତାଙ୍କ ଛୁଟି ପରେ ସେ ସୋପୋରରେ ଥିବା ତାଙ୍କ ବାଟାଲିୟନରେ ଯୋଗ ଦେଇଥିଲେ । କାଶ୍ମିରୀ ଆକ୍ରମଣ କଥା ଜାଣିବା ପରେ ତାଙ୍କ ବାଟଲିଆନ୍‌କୁ ଉତ୍ତର ପ୍ରଦେଶର ଶାହାଜାହାନପୁରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେଜର ଯୋଗେଶ କୁମାର ଯୋଶୀଙ୍କ ଅଧିନରେ ଯାଇଥିବା ସୈନ୍ୟଦଳ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯୁଦ୍ଧ ଆରମ୍ଭ ହେବାରୁ ତାଙ୍କ ବାଟାଲିଆନ୍‌କୁ ଡ୍ରାସ୍‌କୁ ଯିବାକୁ ଆଦେଶ ମିଳିଥିଲା ।

ସେ ତାଙ୍କ ପିତାମାତାଙ୍କୁ ତାଙ୍କ ଗତିବିଧି ବିଷୟରେ ଅବଗତ କରାଇଥିଲେ ଏବଂ ଚିନ୍ତିତ ନହେବାକୁ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । ସେ ଦଶ ଦିନରେ ଅତି କମରେ ଥରେ ନିଜ ପିତାମାତାଙ୍କୁ ଫୋନ୍ କରୁଥିଲେ । ଶେଷ ଥର ପାଇଁ ୨୯ ଜୁନ ୧୯୯୯ରେ ସେ ତାଙ୍କ ମାଆଙ୍କ ସହିତ କଥା ହେଇଥିଲେ ।

ଲେଫ୍ଟନାଣ୍ଟ ଭାବରେ ସେ ତାଙ୍କର ସେବା ଆରମ୍ଭ କରିଥିଲେ ଏବଂ କାରଗିଲ ଯୁଦ୍ଧ ସମୟରେ କ୍ୟାପ୍ଟେନ ଭାବରେ ପଦୋନ୍ନତୀ ପାଇଥିଲେ ।

କାରଗିଲ ଯୁଦ୍ଧ

ବିକ୍ରମ ବାତ୍ରା 
କାରଗିଲ ଯୁଦ୍ଧ ସ୍ମୃତି

ବିକ୍ରମଙ୍କ ବାଟାଲିୟନ, ୧୩ ଜାମ୍ମୁ କାଶ୍ମୀର ରାଇଫଲ ୬ ଜୁନରେ ଡ୍ରାସରେ ପହଞ୍ଚିଥିଲେ । ଟୋଲୋଲିଙ୍ଗ ପର୍ବତ ଉପରେ ଆକ୍ରମଣ ସମୟରେ ସେମାନେ ୫୬ ମାଉଣ୍ଟେନ୍ ବ୍ରିଗେଡ଼ଙ୍କ ନିର୍ଦ୍ଦେଶରେ ଥିଲେ ଏବଂ ରାଜପୁତାନା ରାଇଫଲ୍ସର ଦ୍ୱିତୀୟ ବାଟାଲିୟନର ରିଜର୍ଭ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ପାଇଥିଲେ । ଦି ଗ୍ରେନାଡିଆର୍ (୧୮ ଗ୍ରେନାଡିଆର୍) ପ୍ରଥମେ ୨୨ ମଇରେ ଟୋଲୋଲିଙ୍ଗ ଉପରେ ଆକ୍ରମଣ କରିଥିଲେ, କିନ୍ତୁ ଶିଖରକୁ ଅକ୍ତିଆର କରିପାରିନଥିଲେ । ୧୮ ଗ୍ରେନାଡିଆର୍ ଏହି ଶୃଙ୍ଗକୁ ଅକ୍ତିଆର କରିବାକୁ ଚାରିଥର ଚେଷ୍ଟା କରିଥିଲେ, ମାତ୍ର ସଫଳ ହୋଇପାରିନଥିଲେ, ଏବଂ ଅନେକ ଆହାତ ହୋଇଥିଲେ । ପରେ ରାଜପୁତାନା ରାଇଫଲ୍ସ ଏହାକୁ ୧୩ ଜୁନ ୧୯୯୯ରେ ଅକ୍ତିଆର କରିଥଲେ ।

ଟୋଲୋଲିଙ୍ଗ ଅକ୍ତିଆର ପରେ ୧୩ ଜାମ୍ମୁ କାଶ୍ମୀର ରାଇଫଲ ଡ୍ରାସରୁ ଟୋଲୋଲିଙ୍ଗ ଅଭିମୁଖେ ଯାତ୍ରା କରିଥିଲେ ଏବଂ ୧୨ ଘଣ୍ଟାର ଯାତ୍ରା ପରେ ସେଠାରେ ପହଞ୍ଚିଥିଲେ । ପହଞ୍ଚିବା ପରେ, ୧୩ ଜାମ୍ମୁ କାଶ୍ମୀର ରାଇଫଲର ଆଲଫା କମ୍ପାନୀ ୧୮ ଗ୍ରେନାଡିଆର‌ଠାରୁ ଟୋଲୋଲିଙ୍ଗ ଏବଂ ହମ୍ପ କମ୍ପ୍ଲେକ୍ସର ଏକ ଅଂଶ ନିଜ ଅଧିନକୁ ନେଇଥିଲା ।

ପଏଣ୍ଟ ୫୧୪୦ ଅକ୍ତିଆର

ଲେଫ୍ଟନାଣ୍ଟ କର୍ଣ୍ଣେଲ ଯୋଗେଶ କୁମାର ଯୋଶୀଙ୍କ ଅଧିନରେ ଥିବା ୧୩ ଜାମ୍ମୁ କାଶ୍ମୀର ରାଇଫଲକୁ ୧୭ ଜୁନ ୧୯୯୯ରେ ପଏଣ୍ଟ ୫୧୪୦ ଅକ୍ତିଆର କରିବା କାର୍ଯ୍ୟ ଦିଆଯାଇଥିଲା । ୧୭ ଜୁନରେ ପଏଣ୍ଟ ୫୧୪୦ର ପୃଷ୍ଠଭୂମିରୁ ୮୦୦ ମିଟର୍ ଦୂରରେ ଥିବା ରକି ନବ୍‌କୁ ଅକ୍ତିଆର କରିବା ପରେ, ହମ୍ପସ୍ ୯ ଓ ୧୦କୁ (ହମ୍ପ କମ୍ପଲେକ୍ସର ଅଂଶ, ପଏଣ୍ଟ ୪୫୯୦ଠାରୁ ୫୦୦–୭୦୦ ମିଟର ଦୂରରେ ୧ରୁ ୧୦ ଯାଏଁ ଏମିତି କିଛି ଚଟାଣ ଅଛି) ଅକ୍ତିଆର କରିଥିଲେ ଏବଂ କମାଣ୍ଡି ଅଫିସର ଯୋଶୀ ଟୋଲୋଲିଙ୍ଗକୁ ଫେରି ଆସିଥିଲା ଏବଂ ପଏଣ୍ଟ ୫୧୪୦କୁ ଅକ୍ତିଆର କରିବାର ଯୋଜନା କରିଥିଲେ । ପଏଣ୍ଟ ୫୧୪୦, ଟୋଲୋଲିଙ୍ଗଠାରୁ ୧୫୦୦ ମିଟର ଉତ୍ତରରେ ଅବସ୍ଥିତ, ଯାହାକି ସମୁଦ୍ରପତନଠାରୁ ୧୬,୯୬୨ ଫୁଟ ଉଚ୍ଚରେ ଅବସ୍ଥିତ । ଏହା ଟୋଲୋଲିଙ୍ଗ ଅଞ୍ଚଳର ସବୁଠାରୁ ଉଚ୍ଚତମ ଶୃଙ୍ଗ ଏବଂ ଡ୍ରାସ ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ସ୍ଥାନ ।

୧୮ ଜୁନରେ, ବାଟାଲିଆନ୍ ପଏ ୫୧୪୦ ଉପରେ ବସ୍ତୃତ ଅନୁସନ୍ଧାନ କରିଥିଲେ, ଯେଉଁଥିରେ ଜଣାପଡ଼ିଥିଲା ଯେ ଶତ୍ରୁମାନେ ୭ଟି ଜାଗାରେ ଅଛନ୍ତି; ଶୀର୍ଷରେ ଦୁଇଟି, ପୂର୍ବ ଆଡ଼କୁ ୪ଟି ଓ ଉତ୍ତର ଆଡ଼କୁ ଗୋଟିଏ ଜାଗାରେ । ଏହି ଅନୁସନ୍ଧାନରୁ ସ୍ପଷ୍ଟ ହୋଇଥିଲା ଯେ, ସାମ୍ନା ପଟରୁ ଆକ୍ରମଣ କରିବାଠାରୁ ପୂର୍ବପଟରୁ ଆକ୍ରମଣ କରିବା ସହଜ ହେବ, କିନ୍ତୁ ସେଠାରେ ପହଞ୍ଚିବା ସହଜ ନଥିଲା । ତେଣୁ ପ୍ରଥମେ ଶୀର୍ଷ ଭାଗକୁ ଅକ୍ତିଆର କରାଯିବାର ଯୋଜନା କରାଯାଇଥିଲା, ନଚେତ ଶତ୍ରୁସେନାର ଆକ୍ରମଣ ଯୋଗୁଁ ଅଧିକ କ୍ଷତି ହେବାର ଆଶଙ୍କା ଥିଲା ।

ଯୋଶୀ ପଏଣ୍ଟ ୫୧୪୦କୁ ଅକ୍ତିଆର କରିବା ପାଇଁ ସଞ୍ଜୀବ ସିଂହ ଜମୱାଲଙ୍କ ଅଧିନରେ ଥିବା ବ୍ରାଭୋ କମ୍ପାନୀ ଓ ବିକ୍ରମ ବାତ୍ରାଙ୍କ ଅଧିନ ଡେଲ୍ଟା କମ୍ପାନୀଦ୍ୱାରା ପୂର୍ବ ଓ ଦକ୍ଷିଣ ଭାଗରୁ ଆକ୍ରମଣ କରିବାର ନିଷ୍ପତ୍ତି ନେଇଥିଲେ । ହମ୍ପ କମ୍ପ୍ଲେକ୍ସରେ ଜମୱାଲ ଓ ବାତ୍ରାଙ୍କୁ ତାଙ୍କ ଆଗାମୀ ଗତିବିଧି ବିଷୟରେ ସୂଚନା ଦିଆଯାଇଥିଲା । ଏଠାରେ ଜମୱାଲ ତାଙ୍କ ବିଜୟ ସଙ୍କେତ "ଓଃ! ୟେଃ, ୟେଃ, ୟେଁଃ!" ବାଛିଥିଲେ ଏବଂ ବାତ୍ରା "ୟେ ଦିଲ୍ ମାଙ୍ଗେ ମୋର୍!" (ଏ ହୃଦୟ ଅଧିକ ଚାହେଁ! — ପେପ୍ସିର ଲୋକପ୍ରିୟ ବିଜ୍ଞାପନ ସ୍ଲୋଗାନ) ବାଛିଥିଲେ । ୧୯ ଜୁନ ୨୦:୩୦ ସମୟରେ ମିଳିତ ଆକ୍ରମଣ ଯୋଜନା କରାଯାଇଥିଲା ।

ଜୁନ ୨୦ର ମଧ୍ୟରାତ୍ରରେ ଆର୍ଟିଲାରୀ ଗୁଳିଚାଳନା କରି ଦୁଇ ପାଖରୁ ପଏଣ୍ଟ ୫୧୪୦କୁ ଚଢ଼ିଥିଲେ । ହମ୍ପ କମ୍ପ୍ଲେକ୍ସରେ ପଏଣ୍ଟ ୫୧୪୦ ଅଭିମୁଖେ ଗୁଳିଗୋଳା ଓ ବୋମାମାଡ଼ ଆରମ୍ଭ ହୋଇଥିଲା । ଯୋଜନା ମୁତାବକ, ୨୦୦ ମିଟର ପୂର୍ବରୁ ଆର୍ଟିଲାରୀ ବନ୍ଧୁକରୁ ଗୁଳିଚାଳନା ବନ୍ଦ କରାଯିବ ।

ଆର୍ଟିଲାରୀ ଗୁଳିଚାଳନା ହେବା ପଳରେ ପାକିସ୍ତାନୀ ସୈନ୍ୟମାନେ ବଙ୍କରରୁ ବାହାରି ଆସିଲେ ଏବଂ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିବା ପାଇଁ ମେସିନ୍ ଗନ୍ ଜରିଆରେ ଗୁଳି ଚାଳନା କରିଥିଲେ । ସେହି ସମୟରେ ଉଭୟ ବାତ୍ରା ଓ ଜାମୱାଲ ରେଡିଓ ସଙ୍କେତ ଜରିଆରେ ଆର୍ଟଲାରୀ ଗୁଳିଚାଳନା ଜାରି ରଖିବା ପାଇଁ ଖବର ପଠେଇଥିଲେ, ଫଳରେ ସେମାନେ ୧୦୦ ମିଟର ପାଖ ଯାଏଁ ପହଞ୍ଚି ପାରିବେ ।

୦୩:୧୫ ସୁଦ୍ଧା ଉଭୟ ବ୍ରାଭୋ ଓ ଡେଲ୍ଟା କମ୍ପାନୀ ପଏଣ୍ଟ ୫୧୪୦ରେ ପହଞ୍ଚିଥିଲେ । ୦୩:୩୫ରେ ଜମୱାଲ ତା'ର ଲକ୍ଷ୍ୟ ପୂରଣ କରିବା କଥା ବିଜୟ ସଙ୍କେତ ଦେଇ ଜଣେଇଥିଲେ । ବାତ୍ରା ପଛପଟରୁ ଆକ୍ରମଣ କରିବାର ନିଷ୍ପତ୍ତି ନେଇଥିଲେ, ଶତ୍ରୁକୁ ଆଶ୍ଚର୍ଯ୍ୟାନ୍ୱିତ କରି, ତାଙ୍କର ପଛକୁ ଯିବାର ରାସ୍ତା ବନ୍ଦ କରିବାର ଲକ୍ଷ୍ୟ ଥିଲା । ଆକ୍ରମଣ କରିବା ପୂର୍ବରୁ ବାତ୍ରା ପୂର୍ବ ଆଡ଼କୁ ତିନୋଟି ରକେଟ୍ ଛାଡ଼ିଥିଲେ । ସେ ଓ ତାଙ୍କ ଦଳ ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ, ମାତ୍ର ଶୀର୍ଷ ପାଖରେ ପହଞ୍ଚିବା ପୂର୍ବରୁ ଶତ୍ରୁଦଳ ତାଙ୍କ ଉପରେ ମେସିନ୍ ଗନ୍ ଜରିଆରେ ଗୁଳି ଚାଳନା କରିଥିଲେ । ବାତ୍ର ଓ ତାଙ୍କର ୫ ଜଣ ସାଥି ଶୀର୍ଷଯାଏଁ ଚଢ଼ିଥିଲେ ଏବଂ ମେସିନ୍ ଗନ୍ ପୋଷ୍ଟ ଉପରେ ଦୁଇଟି ଗ୍ରେନେଡ୍ ମାଡ଼ କରିଥିଲେ । ବାତ୍ରା ତା'ପରେ ଏକାକୀ ତିନିଜଣ ଶତ୍ରୁ ସୈନିଙ୍କୁ ହତ୍ୟା କରିଥିଲେ । ଏହି ସଂଘର୍ଷ ଫଳରେ ସେ ଗୁରୁତର ଭାବରେ ଆହାତ ହୋଇଥିଲେ, କିନ୍ତୁ ଆକ୍ରମଣ ଜାରି ରଖିବା ପାଇଁ ସମସ୍ତ ସାଥୀଙ୍କୁ ଏକାଠି କରିଥିଲେ । ସେ ତାଙ୍କ ଦଳର ନେତୃତ୍ୱ ନେଇଥିଲେ ଏବଂ ପଏଣ୍ଟ ୫୧୪୦ ଅକ୍ତିଆର କରିବା ପାଇଁ ଆଗାମୀ ଶତ୍ରୁ ଦଳର ନିକଟତର ହୋଇଥିଲେ । ଏହି ଆକ୍ରମନରେ ତାଙ୍କ ଦଳ ୮ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଥିଲେ ଏବଂ ବଡ଼ ଧରଣର ଆଣ୍ଟି-ଏୟାର୍‌କ୍ରାଫ୍ଟ ମେସିନ୍ ଗନ୍ ଉଦ୍ଧାର କରିଥିଲେ । ବାକି ଶତ୍ରୁ ସୈନ୍ୟମାନେ ଫେରାର୍ ହୋଇଯାଇଥଲେ ।

୦୪:୩୫ ସମୟରେ, ବାତରା ତାଙ୍କର କମାଣ୍ଡ ପୋଷ୍ଟକୁ ରେଡିଓ ଜରିଆରେ କହିଥିଲେ, "ୟେ ଦିଲ୍ ମାଙ୍ଗେ ମୋର୍!" ଉଦ୍ଧାର କରାଯାଇଥିବା ମାରଣାସ୍ତ୍ରରରୁ ପାଖାପାଖି ଗୋଟିଏ ପ୍ଲାଟୁନ୍ ଶତ୍ରୁ ସୈନ୍ୟ ଥିବା କଥା ଅନୁମାନ କରାଯାଇଥିଲା । ଏହି ଯୁଦ୍ଧରେ ବି ଓ ଡି କମ୍ପାନୀ କୌଣସି ସୈନିକ ହରେଇନଥିଲେ । ପଏଣ୍ଟ ୫୧୪୦ ଅକ୍ତିଆର କରିବା ଅନେକ ସଫଳତା ଆଣିଥିଲା, ଯେମିତିକି ପଏଣ୍ଟ ୫୧୦୦, ପଏଣ୍ଟ ୪୭୦୦, ଜଙ୍କସନ୍ ପିକ୍ ଏବଂ ଥ୍ରୀ ପ୍ରାଇମ୍ କମ୍ପ୍ଲେକ୍ସ ।

ପଏଣ୍ଟ ୫୧୪୦ ଅକ୍ତିଆର କରିବା ପରେ, ବାତ୍ରାଙ୍କୁ କ୍ୟାପ୍ଟେନ୍ ଭାବରେ ପଦୋନ୍ନତୀ ଦିଆଯାଇଥିଲା । ସେତେବେଳେର ସେନାଧକ୍ଷ ଜେନେରାଲ୍ ବେଦ ପ୍ରକାଶ ମଲିକ ତାଙ୍କୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣେଇଥିଲେ । ଦୂରଦର୍ଶନ ଜରିଆରେ ସାରା ଦେଶରେ ତାଙ୍କ ବିଜୟର ଗାଥା ପ୍ରସାର ହେବାକୁ ଲାଗିଲା ।

୨୦୬ ଜୁନରେ, ପଏଣ୍ଟ ୫୧୪୦ ଅକ୍ତିଆର କରିବା ପରେ, ୧୩ ଜାମ୍ମୁ କାଶ୍ମୀର ରାଇଫଲକୁ ଡ୍ରାସ୍‌ରୁ ଘୁମ୍ରି ଯାଇ ଆରାମ କରି, ନିଜର ଯତ୍ନ ନେବାର ନିର୍ଦ୍ଦେଶ ମିଳିଥିଲା । ୩୦ ଜୁନରେ ଏହି ବାଟାଲିଆନ୍ ମୁଶ୍କୋହ ଘାଟିକୁ ଯାଇଥିଲେ ।

ପଏଣ୍ଟ ୪୮୭୫ ଅକ୍ତିଆର

ମୁଶ୍କୋହ ଘାଟିରେ ପହଞ୍ଚିବା ପରେ, ୧୩ ଜାମ୍ମୁ କାଶ୍ମୀର ରାଇଫଲକୁ ୭୯ ମାଉଣ୍ଟେନ ବ୍ରିଗେଡ଼ ଅଧିନରେ ରଖାଯାଇଥିଲା । ବାତ୍ରାଙ୍କ ବାଟାଲିଆନ୍‌ଙ୍କୁ ମୁଶ୍କୋହ ଘାଟି ଘାଟିର ଏକ ପ୍ରମୁଖ ସ୍ଥାନ ପଏଣ୍ଟ ୪୮୭୫ ଅକ୍ତିଆର କରିବା ପାଇଁ ପରବର୍ତ୍ତୀ କାମ ଦିଆଯାଇଥିଲା । ଯେହେତୁ ଡ୍ରାସଠାରୁ ମାଟାୟନକୁ ସଂଯୋଗ କରୁଥିବା ୧ ନମ୍ବର ଜାତୀୟ ରାଜପଥର ଆଧିପତ୍ୟ ଅଧିକ ଥିଲା, ତେଣୁ ଭାରତୀୟ ସେନାକୁ ପଏଣ୍ଟ ୪୮୭୫ ଅକ୍ତିଆର କରିବା ଅନିବାର୍ଯ୍ୟ ଥିଲା । ଏହି ଜାତୀୟ ରାଜପଥର ପାଖାପାଖି ୩୦–୪୦ କିଲୋମିଟର ଶତ୍ରୁ ସେନାର ନୀରିକ୍ଷଣରେ ଥିଲା । ପଏଣ୍ଟ ୪୮୭୫ରୁ ପାକିସ୍ତାନୀ ଆର୍ଟିଲେରୀ ସହଜରେ ଭାରତୀୟ ବନ୍ଧୁକର ସ୍ଥାନ, ସେନା ଶିବିର, ସେନାର ଗତିବିଧି ଆଦି ଉପରେ ନଜର ରଖୁଥିଲେ ।

୧ ଜୁଲାଇ ୧୯୯୯ରେ, ମେଜର ଏସ୍ ବିଜୟ ଭାସ୍କର, 'ଏ' କମ୍ପାନୀ କମାଣ୍ଡର ଏବଂ ୧୩ ଜାମ୍ମୁ କାଶ୍ମୀର ରାଇଫଲର କମାଣ୍ଡିଂ ଅଫିସର୍ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଯୋଶୀ ପ୍ରାଥମିକ ତଦାରଖ କରି ଆକ୍ରମଣର ଯୋଜନା କରିଥିଲେ । ୨ ଜୁନରେ ଆକ୍ରମଣର ଯୋଜନା ବିଷୟରେ ଆଲୋଚନା ପାଇଁ ସଭିଏଁ ଏକତ୍ରିତ ହୋଇଥିଲେ ।

ପଏଣ୍ଟ ୪୮୭୫ଠାରୁ ପ୍ରାୟ ୧୫୦୦ ମିଟର ଦୂରରେ ଅବସ୍ଥିତ ଅଗ୍ନିଶମ କେନ୍ଦ୍ରରେ ଏହି ବାଟାଲିଆନକୁ ନିୟୋଜିତ କରାଯାଇଥିଲା । ପର ଦୁଇ ଦିନ, ଜୁଲାଇ ୨ ଓ ୩ ତାରିଖରେ ୧୩ ଜାମ୍ମୁ କାଶ୍ମୀର ରାଇଫଲ ଓ ୨୮ ରାଷ୍ଟ୍ରିୟ ରାଇଫଲ ଗୋଳାବାରୁଦ ଓ ଭାରୀ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିଥିଲେ । ଜୁଲାଇ ୪ ତାରିଖରେ 'ଏ' ଓ 'ସି' କମ୍ପାନୀର କମାଣ୍ଡର ମେଜର ଏସ୍.ଭି. ଭାସ୍କର ଓ ମେଜର ଗୁରପ୍ରୀତ ସିଂହ ତାଙ୍କର ଶେଷ ଅନୁଧ୍ୟାନ କରିଥିଲେ ଏବଂ ଏହାର ଫଳାଫଳ 'ଓ' ଗ୍ରୁପକୁ ଦେଖାଇଥିଲେ ।

ସେହିଦିନ ୧୮:୦୦ ସମୟରେ, ପଏଣ୍ଟ ୪୮୭୫ରେ ଥିବା ଶତ୍ରୁ ସୈନ୍ୟଙ୍କ ଉପରେ କମାଣ ଜରିଆରେ ବୋମାମାଡ଼ ହୋଇଥିଲା, ଏବଂ ରାତିସାରା ଏହି କାର୍ଯ୍ୟ ଜାରି ରହିଥିଲା । ଏହି ବୋମାମାଡ଼ ଓ ଗୁଳି ବର୍ଷ ପାଇଁ ୧୫୫ ମିଲିମିଟର ବୋଫୋର୍ସ ହାୱିଟଜର୍, ୧୦୫ ମିଲିମିଟର ଫିଲ୍ଡ ଗନ୍, ଏବଂ ରକେଟ୍ ଲଞ୍ଚର୍ ଆଦି ବ୍ୟବହୃତ ହୋଇଥିଲେ । ୨୦:୩୦ ସମୟରେ, କମାଣ ଜରିଆରେ ଗୁଳି ବର୍ଷ କରିବାର ସହାୟତା ନେଇ 'ଏ' ଓ 'ସି' କମ୍ପାନୀ ପଏଣ୍ଟ ୪୮୭୫କୁ ଚଢ଼ିବା ଆରମ୍ଭ କରିଥିଲେ । ଜ୍ୱର ଏବଂ ଥକ୍କାପଣରେ ପୀଡ଼ିତ ହୋଇଥିବା କାରଣରୁ କ୍ୟାପ୍ଟେନ ବିକ୍ରମ ବାତ୍ରା ମୁଶ୍କୋହ ନାଳ ନିକଟରେ ଏକ ସ୍ଲିପିଂ ବ୍ୟାଗରେ ଶୋଇଥିଲେ । ଯଦିଓ ତାଙ୍କ ବାଟାଲିଆନ ପଏଣ୍ଟ ୪୮୭୫ ଉପରେ ଆକ୍ରମଣ ଆରମ୍ଭ କରିସାରିଥିଲେ, କିନ୍ତୁ ତାଙ୍କୁ ଆରାମ କରିବା ପାଇଁ ତାଙ୍କ କମାଣ୍ଡିଂ ଅଫିସର୍‌ଙ୍କ ଆଦେଶ ଥିଲା ।

୦୪:୩୦ ସମୟରେ, ଆକ୍ରମଣକାରୀ ଦଳଦ୍ୱୟ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବା ପାଇଁ ସ୍ୱୟଂଚାଳିତ ହତିଆର ସଂଯୋଗ କଲେ ଏବଂ ଆକ୍ରମଣ କରିବା ଆରମ୍ଭ କରିଥିଲେ । ପାକିସ୍ତାନୀ ସୈନ୍ୟଙ୍କ ପାଖରେ ସ୍ନାଇପର୍ ଓ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଥିଲା, ଯାହାକି ଭାରତୀୟ ସୈନ୍ୟଙ୍କ ଅଗ୍ରଗତିରେ ବାଧା ସୃଷ୍ଟି କରିଥିଲେ । ୫ ଜୁଲାଇର ୧୦:୧୫ ସମୟରେ, 'ସି' କମ୍ପାନୀର କମାଣ୍ଡିଂ ଅଫିସର ପାକିସ୍ତାନୀ ସୈନ୍ୟଙ୍କ ଗତିବିଧି ବିଷୟରେ ବାଟାଲିଆନ୍ କମାଣ୍ଡିଂ ଅଫିସରଙ୍କୁ ଜଣେଇଥିଲେ । ବ୍ରିଗେଡ଼ିଅର କକ୍କର ଏହି ଅପରେସନ୍‌ର ନୀରିକ୍ଷଣ ନିଜେ କରୁଥିଲେ । ଏହି ସମୟରେ ବାଟାଲିଆନ୍‌ର କମାଣ୍ଡିଂ ଅଫିସର ଲେଫ୍ଟନାଟ କର୍ଣ୍ଣେଲ ଯୋଶୀ ନିଜେ ଦୁଇଟି ଫଗଟ କ୍ଷେପଣାସ୍ତ୍ର ଫାୟାର୍ ବେସ୍‌ରୁ ନିକ୍ଷେପ କରି ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ବ୍ରିଗେଡ଼ିଅର୍ କକ୍କର ଏହି କ୍ଷେପଣାସ୍ତ୍ର ମାଡ଼ର ଦୃଶ୍ୟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖୁଥିଲେ । କ୍ଷେପଣାସ୍ତ୍ର ଦୁଇଟି ସିଧାସଳଖ ଶତ୍ରୁ ସୈନ୍ୟଙ୍କ ବଙ୍କର ଉପରେ ଆକ୍ରମଣ କରିଥିଲା ଏବଂ ସେମାନେ ଇତସ୍ତତଃ ହୋଇଯାଇଥିଲେ । ଏହାପରେ ଭାରତୀୟ ସେନା ଆଗକୁ ବଢ଼ିପାରିଥିଲା । ଏବଂ କିଛି ସମୟ ମଧୟରେ 'ସି' କମ୍ପାନୀ ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିଥିଲା । ୧୩:୦୦ ସୁଦ୍ଧା ସେମାନେ ପଏଣ୍ଟ ୪୮୭୫କୁ ଅକ୍ତିଆର କରିସାରିଥିଲେ । ଏହାପରେ ଉଭୟ 'ଏ' ଓ 'ସି' କମ୍ପାନୀ ପଏଣ୍ଟ ୪୮୭୫ରେ ମିଶିଥିଲେ, କିନ୍ତୁ ଭାରତୀୟ ସେନା ଉପରେ ପିମ୍ପଲ୍ ୨ ଓ ଉତ୍ତର ପଟରୁ ମେସିନ୍ ଗନ୍ ଓ କମାଣଦ୍ୱାରା ଗୁଳି ଲଗାତାର ଗୁଳି ଚାଳଣା ଚାଲିଥିଲା ।

ଜୁଲାଇ ୫ ତାରିଖର ୨୨:୦୦ ସମୟରେ ପଏଣ୍ଟ ୪୮୭୫ର ଉତ୍ତର ପଟୁ ପାକିସ୍ତାନୀ ସୈନ୍ୟମାନେ ଉଭୟ କମ୍ପାନୀ ଉପରେ ଭାରୀମାତ୍ରାରେ ଗୁଳି ବର୍ଷଣ କରିଥିଲେ । ସକାଳ ୦୪:୪୫ ସମୟରେ 'ସି' କମ୍ପାନୀ ଅତ୍ୟଧିକ ଗୁଳିବର୍ଷଣ ବିଷୟରେ ଅବଗତ କରାଇଥିଲେ ଏବଂ ତାଙ୍କ ପାଖରେ ଗୋଳାବାରୁଦର ଅଭାବ ବିଷୟରେ ଜଣାଇଥିଲେ । ରିଜର୍ଭରେ ଥିବା 'ବି' କମ୍ପାନୀ ତାଙ୍କ ନିକଟରେ ଗୋଳାବାରୁଦ ପହଞ୍ଚାଇବା ପରେ ହିଁ ଯୁଦ୍ଧ ଆରମ୍ଭ ହୋଇଥିଲା ।

ପଏଣ୍ଟ ୪୮୭୫ର ପାଖାପାଖି ଅଞ୍ଚଳ 'ଏରିଆ ଟପ୍ ଫ୍ଲାଟ୍'କୁ ଅକ୍ତିଆର କରିବା ବିନା ଭାରତର ବିଜୟ ସମ୍ପୂର୍ଣ୍ଣ ହୋଇନଥାନ୍ତା, ପାକିସ୍ତାନୀ ସୈନଙ୍କ ସହି ଲଢ଼େଇ କରି ଜୁଲାଇ ୫ ତାରିଖର ଅପରାହ୍ଣ ସୁଦ୍ଧା ୧୩ ଜାମ୍ମୁ କାଶ୍ମୀର ରାଇଫଲ ଏହି ଅଞ୍ଚଳର ଶୀର୍ଷକୁ ଅକ୍ତିଆର କରିଥିଲା । ଏହାକୁ ଅକ୍ତିଆର କରିବା ପରେ ପାକିସ୍ତାନୀ ସୈନ୍ୟମାନେ ତତ୍‌କ୍ଷଣାତ୍ ଆକ୍ରମଣ କରିଥିଲେ ଏବଂ କ୍ୟାପ୍ଟେନ ନାଗପ୍ପା ସେତେବେଳେ ଏହି ଅଞ୍ଚଳରେ ଥିଲେ । ଶତ୍ରୁପକ୍ଷର ବାରମ୍ବାର ଆକ୍ରମଣରେ ସେ ଗୁରୁତର ଭାବରେ ଆହତ ହୋଇପଡ଼ିଥିଲେ ଏବଂ ପାକିସ୍ତାନୀ ସୈନ୍ୟ ତୀବ୍ର ଗତିରେ ଆଗକୁ ବଢ଼ିବାକୁ ଲାଗିଥିଲେ ।

ସେନା ଶିବିରରୁ ସବୁକିଛି ଅନୁଧ୍ୟାନ କରୁଥିବା କ୍ୟାପ୍ଟେନ ବାତ୍ରା ତାଙ୍କ କମାଣ୍ଡିଂ ଅଫିସରଙ୍କ ପାଖକୁ ଯାଇଥିଲେ ଏବଂ ଆକ୍ରମଣ ପାଇଁ ଯିବାର ଅନୁମତି ଚାହିଁଥିଲେ । ତାଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ଯିବାକୁ ବାରଣ କରିଯିବା ସତ୍ତ୍ୱେ ସେ ଯିବାକୁ ଜିଦ୍ କରିଥିଲେ । ସେହି ସମୟରେ ଶତ୍ରୁପକ୍ଷ ପୁନର୍ବାର ପ୍ରତିଆକ୍ରମଣ କରିଥିଲେ, ଫଳରେ ଯୁଦ୍ଧଭୂମିରେ ଥିବା ଭାରତୀୟ ସୈନ୍ୟଙ୍କୁ ସହାୟତ ଆବଶ୍ୟ ଥିଲା । ବାତ୍ରାଙ୍କ ସହିତ ତାଙ୍କ ବାଟାଲିଆନ୍‌ର କିଛି ସୈନିକ ମଧ୍ୟ ତାଙ୍କ ସହିତ ଯୁଦ୍ଧ ଭୂମିକୁ ନିର୍ଦ୍ଦେଶ ମିଳିବା ପୂର୍ବରୁ ଯିବାକୁ ଚାହିଁଲେ ।

ଯୁଦ୍ଧ ଭୂମିକୁ ଯିବା ପୂର୍ବରୁ ବ୍ରାତା ଓ ଡେଲ୍ଟା କମ୍ପାନୀର ତାଙ୍କର ୨୫ ଜଣ ସାଥୀ ନିକଟସ୍ଥ ଦୁର୍ଗାମାତା ମନ୍ଦିରରେ ପ୍ରାର୍ଥନା କରିଥିଲେ । ସେମାନେ ପାହାଡ଼ ଚଢ଼ିଥିବା ରାତି ପୂରା ଅନ୍ଧକାରମୟ ଥିଲା । ରେଡିଓରେ ଶେର୍ ଶାଃ (ବାତ୍ରାଙ୍କର କୋଡ଼୍ ନାମ) ଆସିବା କଥା ଶୁଣି, ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା ।

ଜୁଲାଇ ୬–୭ ତାରିଖ ରାତିରେ, ଶତ୍ରୁ ସୈନ୍ୟ ବହୁତ ନିକଟତର ହୋଇଥିଲେ, ଯେଉଁଠି କଥାବାର୍ତ୍ତା ମଧ୍ୟ ଉଭୟପକ୍ଷକୁ ଶୁଣାଯାଉଥିଲା ଓ ଛୋଟ ଅସ୍ତ୍ରଶସ୍ତ୍ର ଜରିଆରେ ଆକ୍ରମଣ ଜାରି ରହିଥିଲା । ବାତ୍ରା ଓ ତାଙ୍କ ସାଥୀ ଘନ ଅନ୍ଧାର ରାତିରେ ଚଢ଼ିବା ଆରମ୍ଭ କରିଥିଲେ ଏବଂ କୁହୁଡ଼ି ଓ ତୁଷାରପାତ ଯୋଗୁଁ ସିଧାସଳଖ ଦେଖିବା ଅନେକ ମାତ୍ରାରେ କମିଯାଇଥିଲା । ବାତ୍ରା ଉପରକୁ ଚଢ଼ୁଥିବାବେଳେ ଶତ୍ରୁ ପକ୍ଷର ମେସିନ୍ ଗନ୍ ଦେଖିଥିଲେ, ଯାହାକି ଭାରତୀୟ ସେନା ଉପରେ ଆକ୍ରମଣ କରୁଥିଲା । ସେ ମେସିନ୍ ଗନ୍ ଆଡ଼କୁ ଯାଇ, ପଥର ପଛରେ ଲୁଚି ଏହା ଉପରେ ଗ୍ରେନେଡ୍ ମାଡ଼ କରିଥିଲେ ଓ ଏହାକୁ ନଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଜୁଲାଇ ୭ ତାରିଖର ସୂର୍ଯ୍ୟୋଦୟ ପୂର୍ବରୁ ଭାରତୀୟ ସେନା ଶତ୍ରୁପକ୍ଷର ଆଉ ଦୁଇଟି ମେସିନ୍ ଗନ୍‌କୁ ନଷ୍ଟ କରିଦେଇଥିଲେ, ମାତ୍ର ଗୁଳିବର୍ଷଣ ଜାରି ରହିଥିଲା । ବ୍ରାତାଙ୍କ ଡେଲ୍ଟା କମ୍ପାନୀ ଯୁଦ୍ଧସ୍ଥଳରେ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଦିବାଲୋକ ଆସିସାରିଥିଲା ।

୦୫:୩୦ ସମୟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଯୋଶି ବାତ୍ରାଙ୍କ ସହିତ କଥା ହୋଇଥିଲେ ଏବଂ ସେହି ଅଞ୍ଚଳର ପୁନଃ ଯାଞ୍ଚ କରିବାକୁ କହିଥିଲେ । ବାତ୍ରା, ସୁବେଦାର ରଘୁନାଥ ସିଂହ ଓ ମେଜର ଭଟଙ୍କ ସହିତ ମିଶି ନବୀନଙ୍କୁ ଉଦ୍ଧାର କରିବାର ଯୋଜାନ କରିଥିଲେ । ବାତ୍ରା ଓ ତାଙ୍କ ସାଥୀଙ୍କ ଉପରେ ଶତ୍ରୁପକ୍ଷର ମେସିନ୍ ଗନ୍‌ରୁ ଗୁଳି ଚାଳଣା ଜାରି ରହିଥିଲା । ତେଣୁ ବାମ ଓ ଡାହାଣ ପଟରୁ ଯିବାର କୌଣସି ରାସ୍ତା ନଥିବା କଥା ସେ ଅନୁଭବ କରିଥିଲେ ଓ ଦିବାଲୋକରେ ସାମ୍ନାପଟରୁ ଆକ୍ରମଣ କରିବାର ନିଷ୍ପତ୍ତି ନେଇଥିଲେ । ଶତ୍ରୁ ପକ୍ଷର ଭାରୀ ଗୁଳି ଓ ବୋମାମାଡ଼ ସତ୍ତ୍ୱେ ବାତ୍ରା ଜାମ୍ମୁ କାଶ୍ମୀର ରାଇଫଲର ଯୁଦ୍ଧ ଡାକରା ଦୁର୍ଗା ମାତା କି ଜୟ କହି, ତାଙ୍କ ଏକେ-୪ରୁ ଗୁଳି ବର୍ଷଣ କରି ସାମ୍ନାପଟରୁ ଆକ୍ରମଣ କରିଥିଲେ । ତାଙ୍କ ସାଥୀମାନଙ୍କର ଗୁଳି ଚାଳନା ଓ ତାଙ୍କର ସାମ୍ନାପଟରୁ ଗୁଳି ଚାଳନା ଫଳରେ ଡେଲ୍ଟା କମ୍ପାନୀ ଶତ୍ରୁମାନଙ୍କ ପାଖରେ ପହଞ୍ଚି ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେ ସମ୍ମୁଖ ଯୁଦ୍ଧରେ ୫ ଜଣ ପାକିସ୍ତାନୀ ସୈନ୍ୟଙ୍କର ହତ୍ୟା କରିଥିଲେ । ତାଙ୍କର ଏହି ଆକ୍ରମଣ ଫଳରେ ୭ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିଲେ । ଏହାପରେ ଭାରତୀୟମାନେ ଏହି ସ୍ଥାନକୁ ଅକ୍ତିଆର କରିଥିଲେ । ଭାରତୀୟ ସେନାର ଅତର୍କିତ ଆକ୍ରମଣ ଫଳରେ ପାକିସ୍ତାନୀ ସେନା ପଛଘୁଞ୍ଚା ଦେଇଥିଲା । ବାତ୍ରା ଓ ତାଙ୍କ ସାଥୀମାନେ ସେତେବେଳକୁ ଶୀର୍ଷରେ ପହଞ୍ଚିସାରିଥିଲେ । ବାତ୍ରା ରକ୍ତ ଜୁଡ଼ୁବୁଡ଼ୁ ନବୀନଙ୍କୁ ବଙ୍କରରୁ ଉଦ୍ଧାର କରିଥିଲେ । ତଥାପି ଶତ୍ରୁପକ୍ଷର ଏକ ମେସିନ୍ ଗନ୍ କାର୍ଯ୍ୟରତ ଥିଲା, ଯାହାକୁ ନଷ୍ଟ କରିବା ଆବଶ୍ୟକ ଥିଲା । ସେଠାରେ ଚାରିଜଣ ପାକିସ୍ତାନୀ ସୈନ୍ୟ ମେସିନ୍ ଗନ୍‌ରୁ ଅନବରତ ଗୁଳି ଚାଳନା କରୁଥିଲେ । ବାତ୍ରା ଏକାକୀ ଆଗକୁ ବଢ଼ିଥିଲେ ଏବଂ ଏହି ଚାରିଜଣଙ୍କୁ ହତ୍ୟା କରିଥିଲେ ।

ତାଙ୍କର ଜଣେ ସାଥୀଙ୍କ ଦେହରେ ଗୁଳି ବାଜି ଆହାତ ହେବା ବାତ୍ରା ଅନୁଭବ କରିଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ସୁବେଦାର ରଘୁନାଥ ସିଂହଙ୍କ ସହ ମିଶି ତାଙ୍କୁ ଉଦ୍ଧାର କରିବାକୁ ବାହାରିଥିଲେ । ଆହାତ ହୋଇଥିବା ସାଥୀଙ୍କୁ ଉଦ୍ଧାର କରିବା ପାଇଁ ସେ ଶତ୍ରୁ ସେନା ଆଗକୁ ବଢ଼ିଥିଲେ, ଏବଂ ଏହି ପ୍ରକ୍ରିୟାରେ ଶତ୍ରୁପକ୍ଷର ସ୍ନାଇପର୍‌ରୁ ଗୁଳି ତାଙ୍କ ଛାତିରେ ବାଜିଥିଲା ଏବଂ ପରବର୍ତ୍ତୀ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା । ଆହାତ ସାଥୀଙ୍କ ନିକଟରେ ବାତ୍ରା ଟଳି ପଡ଼ିଥିଲେ ଏବଂ ଶହୀଦ ହୋଇଯାଇଥିଲେ ।

ପରମ ବୀର ଚକ୍ର

ବିକ୍ରମ ବାତ୍ରା 
ରାଷ୍ଟ୍ରପତି କେ. ଆର. ନାରାୟଣନଙ୍କ ବିକ୍ରମ ବାତ୍ରାଙ୍କ ବାପାଙ୍କୁ ପରମ ବୀର ଚକ୍ର ପ୍ରଦାନ କରୁଛନ୍ତି ।

୧୫ ଅଗଷ୍ଟ ୧୯୯୯ରେ ୫୨ଶ ସ୍ୱାଧୀନତା ଦିବସ ପାଳନ ଅବସରରେ ବିକ୍ରମ ବାତ୍ରାଙ୍କୁ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା । ତାଙ୍କ ବାପା ଜି.ଏଲ୍. ବାତ୍ରା ଭାରତର ପୂର୍ବତନ ରାଷ୍ଟ୍ରପତି କେ. ଆର. ନାରାୟଣନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।

ପରମ ବୀର ଚକ୍ର ସମ୍ମାନ ପ୍ରଦାନ ବେଳେ ଦିଆଯାଇଥିବା ବକ୍ତୃତା:

CITATION

CAPTAIN VIKRAM BATRA

13 JAMMU AND KASHMIR RIFLES (IC 57556)

During 'Operation Vijay', on 20 June 1999, Captain Vikram Batra, Commander Delta Company was tasked to attack Point 5140. Captain Batra with his company skirted around the feature from the East and maintaining surprise reached within assaulting distance of the enemy. Captain Batra reorganized his column and motivated his men to physically assault the enemy positions. Leading from the front, he in a daredevil assault, pounced on the enemy and killed four of them in a hand-to hand fight. On 7 July 1999, in another operation in the area Pt 4875, his company was tasked to clear a narrow feature with sharp cuttings on either side and heavily fortified enemy defences that covered the only approach to it. For speedy operation, Captain Batra assaulted the enemy position along a narrow ridge and engaged the enemy in a fierce hand –to-hand fight and killed five enemy soldiers at point blank range. Despite sustaining grave injuries, he crawled towards the enemy and hurled grenades clearing the position with utter disregard to his personal safety, leading from the front, he rallied his men and pressed on the attack and achieved a near impossible military task in the face of heavy enemy fire. The officer, however, succumbed to his injuries. Inspired by his daredevil act, his troops fell upon the enemy with vengeance, annihilated them and captured Point 4875.

Captain Vikram Batra, thus, displayed the most conspicuous personal bravery and leadership of the highest order in the face of the enemy and made the supreme sacrifice in the highest traditions of the Indian Army.

— Gazette of India Notification: No. 16 – Press/2000,

ଲୋକପ୍ରିୟ ସଂସ୍କୃତିରେ

  • ୨୦୦୩ ମସିହାରେ ହିନ୍ଦୀ କଥାଚିତ୍ର ଏଲ୍ଓସି: କାରଗିଲ, କାରଗିଲ ଯୁଦ୍ଧ ଉପରେ ଆଧାରିତ କଥାଚିତ୍ରରେ ଅଭିଶେକ ବଚ୍ଚନ ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜି.ପି. ଦତ୍ତ, ଯିଏକି ୧୯୯୭ ମସିହାରେ ବୋର୍ଡ଼ର ନିର୍ମାଣ କରିଥିଲେ । ଏହି କଥାଚିତ୍ରଟି ଜି.ପି. ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା ।
  • ୨୦୨୧ ମସିହାରେ ହିନ୍ଦୀ କଥାଚିତ୍ର, ଶେର୍ଷାଃ, ସିଦ୍ଧାର୍ଥ ମାଲହୋତ୍ରା ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହାକି ଧର୍ମା ପ୍ରଡ଼କ୍ସନଦ୍ୱାରା ନିର୍ମାଣ କରାଯାଇଥିଲା ଏବଂ ବିଷ୍ଣୁବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେଇଥିଲେ ।
  • ୨୦୦୮ ମସିହାରେ ଆଦିତ୍ୟ ବକ୍ସିଙ୍କଦ୍ୱାରା ରଚିତ ଏକ ଚିତ୍ରିତ ଉପନ୍ୟାସ, ଇଣ୍ଡିଆନ୍ ୱାର୍ କମିକ୍ସ - କ୍ୟାପ୍ଟେନ୍ ବିକ୍ରମ ବାତ୍ରା, ପିଭିସି ପ୍ରକାଶିତ ହୋଇଥିଲା ।

ମରଣୋତ୍ତର ସମ୍ମାନ

ବିକ୍ରମ ବାତ୍ରା 
ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ୱାର୍ ମେମୋରିଆଲ୍‌ର ପରମ ଯୋଦ୍ଧା ସ୍ଥଳରେ ସ୍ଥାପିତ ବିକ୍ରମ ବାତ୍ରାଙ୍କ ପ୍ରତିମୂର୍ତ୍ତି
ବିକ୍ରମ ବାତ୍ରା 
ଚଣ୍ଡିଗଡ଼ସ୍ଥିତ ଡିଏଭି କଲଜରେ ବିକ୍ରମ ବାତ୍ରାଙ୍କ ସମେତ ଯୁଦ୍ଧରେ ପ୍ରାଣ ହରାଇଥିବା ତାଙ୍କର ପୁରାତନ ଛାତ୍ରମାନଙ୍କର ସ୍ମୃତିସ୍ତମ୍ଭ ।
ବିକ୍ରମ ବାତ୍ରା 
ଭାରତୀୟ ମିଲିଟାରୀ ଏକାଡେମୀରେ ବିକ୍ରମ ବାତ୍ରା ମେସ୍

ବିକ୍ରମ ବାତ୍ରା ଭାରତରେ ତାଙ୍କ ସ୍ଲୋଗାନ୍, ୟେ ଦିଲ୍ ମାଙ୍ଗେ ମୋର୍! ପାଇଁ ମୁଖ୍ୟତଃ ଜଣାଶୁଣା, ଯାହାକି ସେ କାରଗିଲ ଯୁଦ୍ଧ ସମୟରେ ତାଙ୍କର ଗୁପ୍ତ ବାର୍ତ୍ତା ପାଇଁ ବ୍ୟବହାର କରିଥିଲେ । କାରଗିଲ ଯୁଦ୍ଧ ସମୟର ସେ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନୀ ସୈନିକ ତାଙ୍କ ବିଷୟରେ ଜାଣିଥିବା କଥା ଉଲ୍ଲେଖ କରିଥିଲେ ।

ତାଙ୍କ ସମ୍ମାନାର୍ଥେ କିଛି ସ୍ଥାନ ତାଙ୍କ ନାମରେ ନାମିତ ହୋଇଛି; ତାଙ୍କ ପ୍ରତିନିଧିତ୍ୱରେ କାରଗିଲ ଯୁଦ୍ଧ ସମୟରେ ଅକ୍ତିଆର କରାଯାଇଥିବା ପଏଣ୍ଟ ୪୮୭୫କୁ ତାଙ୍କ ନାମ ଅନୁସାରେ ବାତ୍ରା ଟପ୍ ଭାବରେ ନାମିତ କରାଯାଇଛି । ଆହ୍ଲାବାଦ ସିଲେକ୍ସନ ସେଣ୍ଟରର ଗୋଟିଏ କକ୍ଷ 'ବିକ୍ରମ ବାତ୍ରା ବ୍ଲକ୍' ଭାବରେ ନାମିତ କରାଯାଇଛି । ଜବଲପୁର କଣ୍ଟାନମେଣ୍ଟର ଏକ ଜନବସତି ଅଞ୍ଚଳକୁ 'କ୍ୟାପ୍ଟେନ ବିକ୍ରମ ବାତ୍ରା ଏନ୍‌କ୍ଲଭ୍' ଭାବରେ ନାମିତ କରାଯାଇଛି । ଭାରତୀୟ ମିଲିଟାରୀ ଏକାଡେମୀର ଛାତ୍ରାବାସକୁ ତାଙ୍କ ନାମ ଅନୁସାରେ 'ବିକ୍ରମ ବାତ୍ରା ମେସ୍' ଭାବରେ ନାମିତ କରାଯାଇଛି ।

ଚଣ୍ଡିଗଡ଼ସ୍ଥିତ ଡିଏଭି କଲଜରେ ଯୁଦ୍ଧରେ ପ୍ରାଣ ହରାଇଥିବା ତାଙ୍କର ପୁରାତନ ଛାତ୍ରମାନଙ୍କ ସମ୍ମାନାର୍ଥେ ସ୍ମୃତିସ୍ତମ୍ଭ ରହିଛି, ଯେଉଁଠି ବିକ୍ରମ ବାତ୍ରାଙ୍କ ସ୍ମୃତି ସ୍ତମ୍ଭ ମଧ୍ୟ ରହିଛି ।

ସରକାରୀ କଲେଜ ପାଲାମପୁରକୁ ତାଙ୍କ ନାମ ଅନୁସାରେ ପୁନଃନାମିତ କରାଯାଇ ଶହୀଦ କ୍ୟାପ୍ଟେନ ବିକ୍ରମ ବାତ୍ରା ସରକାରୀ ମହାବିଦ୍ୟାଳୟ, ପାଲାମପୁର କରାଯାଇଛି ।

ଡିସେମ୍ବର ୨୦୧୯ରେ ନୂଆଦିଲ୍ଲୀସ୍ଥିତ ମୁବାରକ ଚୌକ ଏବଂ ଏହାର ଫ୍ଲାଏଓଭର୍‌କୁ ତାଙ୍କ ସମ୍ମାନାର୍ଥେ 'ଶହୀଦ କ୍ୟାପ୍ଟେନ ବିକ୍ରମ ବାତ୍ରା ଚୌକ୍' ଭାବରେ ନାମିତ କରାଯାଇଛି ।

ପାଲାମପୁରଠାରେ ନିର୍ମିତ ଖେଳପଡ଼ିଆ ତାଙ୍କ ନାମ ଅନୁସାରେ ଶହୀଦ କ୍ୟାପ୍ଟେନ ବିକ୍ରମ ବାତ୍ରା ଷ୍ଟାଡିଅମ୍ ଭାବରେ ନାମିତ ହୋଇଛି ।

ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ର ଆର୍ଟ ଅଫ୍ ସୁଟିଂ ରେଞ୍ଜ୍‌କୁ ତାଙ୍କ ସମ୍ମାନରେ ଅର୍ପଣ କରାଯାଇଛି ।

ଭାରତୀୟ ସ୍ଥଳସେନା ତାଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର୍ କରିଥିଲେ, ଯେଉଁଥିରେ ତାଙ୍କ ପ୍ରସିଦ୍ଧ ସଂଳାପ ୟେ ଦିଲ୍ ମାଙ୍ଗେ ମୋର୍ ସହିତ ବିଭିନ୍ନ ବୟସର ଲୋକମାନେ "ଆଇ ଆମ୍ ବିକ୍ରମ ବାତ୍ରା" ବୋଲି ସମ୍ବୋଧିତ କରିଥିଲେ ।

ତାଙ୍କ ମୃତ୍ୟୁର ୨୨ ବର୍ଷ ପୂରଣ ହେବା ଅବସରରେ ଉତ୍ତର କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ଯୋଗେଶ କୁମାର ଯୋଶୀ ବାତ୍ରା ଟପ୍‌କୁ ସୁଖୋଇ-୩୦ ବିମାନରେ ଯାଇଥିଲା ଏବଂ ତାଙ୍କୁ ଆକାଶ ମାର୍ଗରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ପରାକ୍ରମ ଦିବସ ପାଳନ ଅବସରରେ ଭାରତ ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ୨୧ଟି ଦ୍ୱୀପକୁ ୨୧ ଜଣ ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁ ବିକ୍ରମ ବାତ୍ରାଙ୍କ ନାମ ଅନୁସାରେ ବାତ୍ରା ଆଇଲ୍ୟାଣ୍ଡ ଭାବରେ ଏକ ଦ୍ୱୀପ ନାମିତ ହୋଇଛି ।

ଆଧାର

ଗ୍ରନ୍ଥସମୂହ

ବାହାର ଲିଙ୍କ୍

ବାହାର ଭିଡିଓ
ବିକ୍ରମ ବାତ୍ରା  ୟୁ-ଟବ୍‌ରେ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଉପରେ ଭିଡିଓ , ଯେଉଁଥିରେ ତାଙ୍କର ସେତେବେଳର କମାଣ୍ଡିଂ ଅଫିସର ଯୋଗେଶ କୁମାର ଯୋଶୀ ତାଙ୍କ ଶେଷ ଯୁଦ୍ଧ ବିଷୟରେ କହିଛନ୍ତି ।

Tags:

ବିକ୍ରମ ବାତ୍ରା ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷାବିକ୍ରମ ବାତ୍ରା ସାମରିକ ବୃତ୍ତିବିକ୍ରମ ବାତ୍ରା କାରଗିଲ ଯୁଦ୍ଧବିକ୍ରମ ବାତ୍ରା ପରମ ବୀର ଚକ୍ରବିକ୍ରମ ବାତ୍ରା ଲୋକପ୍ରିୟ ସଂସ୍କୃତିରେବିକ୍ରମ ବାତ୍ରା ମରଣୋତ୍ତର ସମ୍ମାନବିକ୍ରମ ବାତ୍ରା ଆଧାରବିକ୍ରମ ବାତ୍ରା ବାହାର ଲିଙ୍କ୍ବିକ୍ରମ ବାତ୍ରାକାରଗିଲ ଯୁଦ୍ଧଜମ୍ମୁ ଓ କଶ୍ମୀରପରମ ବୀର ଚକ୍ରଭାରତୀୟ ସ୍ଥଳସେନା

🔥 Trending searches on Wiki ଓଡ଼ିଆ:

ସୁବର୍ଣ୍ଣପୁର ଜିଲ୍ଲାକୁଞ୍ଜବିହାରୀ ଦାଶସ୍ୱାମୀ ବିବେକାନନ୍ଦପାଣ୍ଟୋପ୍ରାଜୋଲବିର୍ସା ମୁଣ୍ଡାଭାରତର ଜାତୀୟ ପ୍ରତୀକନଳିନୀକାନ୍ତ ମହାନ୍ତିଓଡ଼ିଆ ଭାଷା ଆନ୍ଦୋଳନଖ୍ରୀଷ୍ଟ ଧର୍ମନୀଳାଦ୍ରି ଭୂଷଣ ହରିଚନ୍ଦନଟୁକୁନି ସାହୁପଞ୍ଚସଖାDebapriya Priyadarshi Chakraଜଗମୋହନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବିଶ୍ୱତାପନ୨୮ ମାର୍ଚ୍ଚବରଗଛଜ୍ଞାନପୀଠ ପୁରସ୍କାରବ୍ୟଞ୍ଜନ ବର୍ଣ୍ଣସମ୍ବାଦ (ଖବରକାଗଜ)ସରୋଜିନୀ ନାଇଡୁପଦାର୍ଥ ବିଜ୍ଞାନମନୋଜ ଦାସଦାମୋଦର ରାଉତନୂଆଖାଇବ୍ରାଉଜରବୁଧବାରମହାଦେଶଯମେଶ୍ୱର ମିଶ୍ରଛାନ୍ଦସୁରେନ୍ଦ୍ର ନାୟକଏଚଆଇଭି/ଏଡସଭାରତ-ଚୀନ ସୀମା ବିବାଦଓଡ଼ିଆ ଭ୍ରମଣ ସାହିତ୍ୟ୧୯୮୯୨୫ ମାର୍ଚ୍ଚସ୍ନେହସାରସମ୍ବାଦବସନ୍ତ ରୋଗବିଶ୍ୱ ନାଟ୍ୟ ଦିବସଖୋର୍ଦ୍ଧା ଜିଲ୍ଲାଷଠି ଓଷାଚନ୍ଦ୍ରଶେଖର ରଥ୨୪ ଅପ୍ରେଲବାଟ ଓଷାଇଷ୍ଟ ଇଣ୍ଡିଆ କମ୍ପାନୀମାଂସର ବିଳାପବିଜ୍ଞାନଭାରତ ଛାଡ଼ ଆନ୍ଦୋଳନଜୁନରମାକାନ୍ତ ରଥବିଧାନ ସଭା ସଭ୍ୟଭାରତର ନଦୀ ସମୂହର ତାଲିକାସେସିଲିଆ ପେଇନ-ଗାପୋସ୍ଚକିନବିଶ୍ୱନାଥ କରଚାଉଳକାଳୀଚରଣ ପଟ୍ଟନାୟକଇନ୍‌ଫ୍ଲୁଏଞ୍ଜାବଲାଙ୍ଗୀର୧୫୨୫ଗଙ୍ଗାଧର ମେହେରପ୍ୟାରିସଶ୍ରୀ🡆 More