ଫିଲିପିନ୍ କାକତୁଆ

ଫିଲିପିନ୍ କାକତୁଆ (ଇଂରାଜୀ ଭାଷାରେ red-vented cockatoo, ଜୀବବିଜ୍ଞାନ ନାମ Cacatua haematuropygia) ଫିଲିପାଇନ୍ସ ଦେଶରେ ଦେଖାଯାଉଥିବା ଏକ ଅତି ସଙ୍କଟାପନ୍ନ ପକ୍ଷୀ ପ୍ରଜାତି । ଏହି ପକ୍ଷୀର ଅନ୍ୟ ସ୍ଥାନୀୟ ନାମ ସବୁ ହେଲା କାଟାଲା, ଆବୁକେ, ଆଗେ ଓ କାଲାଙ୍ଗେ । ଆକାରରେ ଏହି ପକ୍ଷୀ ଗୋଫିନ୍ କାକତୁଆ ପରି କିନ୍ତୁ ଫିଲିପିନ୍ କାକତୁଆର ଲାଞ୍ଜରେ ଲାଲ୍ ରଙ୍ଗର ପର ଥାଏ ।

ଫିଲିପିନ୍ କାକତୁଆ
ଫିଲିପିନ୍ କାକତୁଆ
ଫିଲିପାଇନ୍ସର ପଲାୱାନର ଏକ ଫିଲିପିନ୍ କାକତୁଆ ପକ୍ଷୀ
Conservation status
ଫିଲିପିନ୍ କାକତୁଆ
Critically Endangered  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Psittaciformes
Family: Cacatuidae
Genus: Cacatua
Subgenus: Licmetis
ଜାତି: C. haematuropygia
ବାଇନୋମିଆଲ ନାମ
Cacatua haematuropygia
ଫିଲିପ୍ ଲୁଡ୍‍ୱିଗ୍ ଷ୍ଟାଟିୟସ୍ ମ୍ୟୁଲର୍ (୧୭୭୬)
ଫିଲିପିନ୍ କାକତୁଆ
Cacatua haematuropygia

ବିବରଣୀ

ଫିଲିପିନ୍ କାକତୁଆ 
ପଞ୍ଜୁରୀରେ ଥିବା ଫିଲିପିନ୍ କାକତୁଆ ଯୁଗଳ

ଏହି ପକ୍ଷୀର ସମ୍ପୂର୍ଣ୍ଣ ଦେହ ଧଳା ରଙ୍ଗର । କେବଳ ଲାଞ୍ଜର ନିମ୍ନାଂଶରେ ଲାଲ୍ ରଙ୍ଗର ପର ରହିଥାଏ ଓ ଲାଞ୍ଜର ଅଗ୍ର ଧଳା ରଙ୍ଗର ହୋଇଥାଏ । ଲାଞ୍ଜର ତଳ ପଟେ ଓ ଡେଣାର ତଳ ପଟେ ହଳଦିଆ ରଙ୍ଗର ପର ରହିଥାଏ । ଏହି କାକତୁଆର ଶରୀରର ଦୈର୍ଘ୍ୟ ପ୍ରାୟ ୧୨ ଇଞ୍ଚ (୩୦ ସେଣ୍ଟିମିଟର) ଓ ଏହାର ପ୍ରସାରିତ ଡେଣାର ଦୈର୍ଘ୍ୟ ପ୍ରାୟ ୮.୬ ଇଞ୍ଚ (୨୨ ସେଣ୍ଟିମିଟର) ।

ଫିଲିପିନ୍ କାକତୁଆର ଏକ ନିର୍ଦ୍ଦିଷ୍ଟ ପ୍ରକାରର ମିମେଇବା କାକଳି ରାବ ରହିଛି । ଏହାଛଡ଼ା ଏହି ପକ୍ଷୀ ଏକ ଖିଙ୍କାରିବା ଓ ହ୍ୱିସିଲ୍ ମାରିବା ପରି ଶବ୍ଦ ମଧ୍ୟ ସୃଷ୍ଟି କରେ । ସାଧାରଣତଃ ଅନ୍ୟ କାକତୁଆମାନଙ୍କ ତୁଳନାରେ ଫିଲିପିନ୍ କାକତୁଆ ଶାନ୍ତ ବା କମ୍ ରାବ ପକାଏ । ଛତା କାକତୁଆ ଓ ମୋଲୁକାନ କାକତୁଆ ଏହାଠାରୁ ବହୁ ଅଧିକ ରାବିଥାନ୍ତି ।

ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି

ପୂର୍ବେ ଫିଲିପିନ୍ କାକତୁଆ ଉତ୍ତର ଓ କେନ୍ଦ୍ରୀୟ ଲୁଜନ୍ ଦ୍ୱୀପକୁ ଛାଡ଼ିଦେଲେ ଫିଲିପାଇନ୍ସର ପ୍ରାୟ ସମସ୍ତ ଛୋଟ ବଡ଼ ଦ୍ୱୀପରେ ବ୍ୟାପ୍ତ ଥିଲେ । ୧୯୯୦ ଦଶନ୍ଧିର ଆରମ୍ଭ ବେଳକୁ ବଣୁଆ ଫିଲିପିନ୍ କାକତୁଆଙ୍କ ସର୍ବମୋଟ ସଂଖ୍ୟା ୧୦୦୦ରୁ ୪୦୦୦ ବୋଲି ଅନୁମାନ କରାଯାଇଥିଲା । ୨୦୦୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୦୦୦ରୁ କମ୍ ହୋଇଯାଇଥିଲା । ଅବଶିଷ୍ଟ ଫିଲିପିନ୍ କାକତୁଆ ବର୍ତ୍ତମାନ ପାଲାୱାନ୍, ତାୱିତାୱି, ମିଣ୍ଡାନାଓ ଓ ମାସବେଟ ପ୍ରଭୃତି ଦ୍ୱୀପରେ ଦେଖିବାକୁ ମିଳନ୍ତି । ୧୯୯୮ ମସିହାରୁ କାଟାଲା ଫାଉଣ୍ଡେସନ୍ ଫିଲିପିନ୍ କାକତୁଆଙ୍କ ପାଇଁ ସଂରକ୍ଷଣ ପ୍ରକଳ୍ପ ଚଳାଇ ଆସିଛି । ପାଲାୱାନରେ ଏହି ପକ୍ଷୀ ବହୁତ ସଂଖ୍ୟାରେ ଦେଖାଯାନ୍ତି ଯେଉଁଠାରେ କାଟାଲା ଫାଉଣ୍ଡେସନ୍ ଏହି ପ୍ରକଳ୍ପ ପରିଚାଳନା କରୁଛି । ପାଲାୱାନର ନାରା ଓ ପ୍ୱେର୍ଟୋ ପ୍ରିନ୍ସେସା ନଗରପାଳିକା ଅଞ୍ଚଳରେ ଏବଂ ବିଶେଷ କରି ରାସା ଦ୍ୱୀପରେ ଜଙ୍ଗଲରେ ପ୍ରାୟ ୧୮୦ଟି ଫିଲିପିନ୍ କାକତୁଆ ପକ୍ଷୀ ରହିଛନ୍ତି । ପାଲାୱାନ ଉପକୂଳରେ ଏକ କୋଇଲା ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନିର୍ମାଣ କରାଯିବାର ପ୍ରସ୍ତାବ ଏହି ପକ୍ଷୀଙ୍କ ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି କରିଥିଲା ।

ମାନିଲା ନଗରର ଆଣ୍ଟୋନିଓ ଡି ଡ୍ୟୋସ୍‍ଙ୍କ ବର୍ଡ୍ସ ଇଣ୍ଟର୍‍ନ୍ୟାସନାଲରେ ଅନେକ ଫିଲିପିନ୍ କାକତୁଆଙ୍କୁ ପଞ୍ଜୁରୀ ମଧ୍ୟରେ ସଂରକ୍ଷଣ ପାଇଁ ରଖାଯାଇଛି ।

ଏହି ପକ୍ଷୀର ସ୍ଥିତି ଅତି ସଙ୍କଟାପନ୍ନ (critically endangered) । ଅବୈଧ ପକ୍ଷୀଧରା ଓ ପକ୍ଷୀ ବ୍ୟବସାୟ ଯୋଗୁଁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି । ୧୯୯୭ରେ ମାନିଲାରେ ଏହି ପକ୍ଷୀର କ୍ରୟ ମୂଲ୍ୟ ଅତି ଉଚ୍ଚ ଥିଲା (ପକ୍ଷୀ ପିଛା ପ୍ରାୟ ୧୬୦ ଆମେରିକୀୟ ଡଲାର୍) । ଉଚ୍ଚ ମୂଲ୍ୟ ଯୋଗୁଁ ପକ୍ଷୀ ଓ ଶାବକମାନଙ୍କୁ ଧରି ନିଆଯାଏ ଓ ବ୍ୟବସାୟ କରାଯାଏ । ପରିବାସ କ୍ଷୟ ଓ ଶସ୍ୟ ନଷ୍ଟକାରୀ ପ୍ରଜାତି ବୋଲି ଶିକାର କରିବା ଏହି ପକ୍ଷୀଙ୍କ ସଂଖ୍ୟା ହ୍ରାସର ଅନ୍ୟ ମୁଖ୍ୟ କାରଣ ।

କାକତୁଆ ପ୍ରଜାତି ପ୍ରତି ରହିଥିବା ବିପଦ

ଫିଲିପିନ୍ କାକତୁଆ ଏକ ସାମାଜିକ ପକ୍ଷୀ ପ୍ରଜାତି । ଏମାନେ ଦଳରେ ଏକତ୍ରିତ ଭାବେ ବିଚରଣ କରନ୍ତି, ଖାଦ୍ୟ ଖୋଜନ୍ତି ଓ କାକଳି ରାବ କରନ୍ତି । କିନ୍ତୁ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ମିଳନ ଋତୁରେ ଏମାନେ ଯୋଡ଼ା ଯୋଡ଼ା ହୋଇ ଏବଂ ଦଳରୁ ପୃଥକ ଭାବେ ରହନ୍ତି ।

ଏମାନେ ବିଭିନ୍ନ ପ୍ରକାରର ମଞ୍ଜି, ଫଳ, ଫୁଲ, କଢ଼ ଓ ଫୁଲର ମହୁ ଆହରଣ କରନ୍ତି । ଆବଶ୍ୟକତା ହେଲେ ଏମାନେ ମୁଖ୍ୟତଃ ଆଂଶିକ ପାଚିଥିବା ଧାନ, ମକା ପ୍ରଭୃତି ବିଭିନ୍ନ ଶସ୍ୟ ମଧ୍ୟ ଖାଆନ୍ତି । ଏହି କାରଣରୁ ଲୋକେ ଏମାନଙ୍କୁ ଶସ୍ୟ ନଷ୍ଟକାରୀ ପକ୍ଷୀ ଶ୍ରେଣୀରେ ପରିଗଣନା କରିଥାନ୍ତି ।

ଆହୁରି ଦେଖନ୍ତୁ

ଆଧାର

ଅନ୍ୟାନ୍ୟ ଲିଂକ୍

Tags:

ଫିଲିପିନ୍ କାକତୁଆ ବିବରଣୀଫିଲିପିନ୍ କାକତୁଆ ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତିଫିଲିପିନ୍ କାକତୁଆ କାକତୁଆ ପ୍ରଜାତି ପ୍ରତି ରହିଥିବା ବିପଦଫିଲିପିନ୍ କାକତୁଆ ଆହୁରି ଦେଖନ୍ତୁଫିଲିପିନ୍ କାକତୁଆ ଆଧାରଫିଲିପିନ୍ କାକତୁଆ ଅନ୍ୟାନ୍ୟ ଲିଂକ୍ଫିଲିପିନ୍ କାକତୁଆ

🔥 Trending searches on Wiki ଓଡ଼ିଆ:

ଭାଜିନିସମସମଙ୍ଗଳଗୋପାଳ ଚନ୍ଦ୍ର ପ୍ରହରାଜଚନ୍ଦ୍ରଶେଖର ରଥବୃହସ୍ପତିମନ କି ବାତ୧୧ ନଭେମ୍ବରସିଙ୍ଗାପୁରବରଗଛଲକ୍ଷ୍ମଣ ନାୟକଓଡ଼ିଆ ଖାଦ୍ୟରୁଦ୍ରମା ଦେବୀଅରଖବୌଦ୍ଧଗଡ଼କୋଣାର୍କଅମୃତା ପ୍ରୀତମଓଡ଼ିଆ ନାଟକଜୟୀରାମ ସାମଲବିଶ୍ୱ ପରିବେଶ ଦିବସପାନମହାରାଷ୍ଟ୍ରରାମ ପ୍ରସାଦ ସିଂହୟୁନେସ୍କୋତ୍ରିଭୁଜଯକୃତରମାଦେବୀ ଚୌଧୁରୀପଞ୍ଜାବୀ ପୋଷାକବି. ଆର. ଆମ୍ବେଦକରହରଣ (ଗଣିତ)ପ୍ରତିଭା ରାୟବିନୋବା ଭାବେରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଗାୟତ୍ରୀବାଳା ପଣ୍ଡା୧୧୫୧ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାସୁଦଶା ବ୍ରତବଡ଼ଦିନ ଗଛ୧ ଅପ୍ରେଲବିଶ୍ୱ ପଶୁ ଦିବସ୮୦୮ପଞ୍ଚାୟତ ରାଜକ୍ୟୁ. ଆର. କୋଡ଼ବିଶ୍ୱନାଥ କରଶିବ ଚତୁର୍ଦ୍ଦଶୀଖଜାରାଶି ଓ ନକ୍ଷତ୍ରମହାପାତ୍ର ନୀଳମଣି ସାହୁସତ୍ୟଭାମାକ୍ଲାଉଡ଼ ଟେକ୍ନୋଲୋଜିଖମ୍ଭାତପିଠାସମାଜ (ଖବରକାଗଜ)ନୂଆଖାଇଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସାହିତ୍ୟ ଭାରତୀ ସମ୍ମାନପଣା ସଂକ୍ରାନ୍ତିଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବୃହସ୍ପତି (ଜ୍ୟୋତିଷ)ଭାରତର ସଂସ୍କୃତିତାଜମହଲ୧୮୭୧ଅପସ୍ମାରରୋଦନ୍ତୀଇସ୍ରାଏଲଓଡ଼ିଆ ଭାଗବତକାଞ୍ଚି ଅଭିଯାନମୂଷାକାନୀଗଙ୍ଗାଧର ମେହେରଓଡ଼ିଆ ଲିପି୨୦୦୬ଶିବକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମ🡆 More