ଆଟଲାଣ୍ଟିକ ପଫିନ: ଏକ ପ୍ରଜାତିର ସାମୁଦ୍ରିକ ପକ୍ଷୀ

ଆଟଲାଣ୍ଟିକ ପଫିନ (ଅନ୍ୟ ନାମ କେବଳ ପଫିନ (Fratercula arctica), ଜଣାଶୁଣା ନାମ କମନ ପଫିନ) ଅକ୍ (auk) ପରିବାରର ଏକ ପ୍ରଜାତିର (species) ସାମୁଦ୍ରିକ ପକ୍ଷୀ (seabird) । ଏହି ପକ୍ଷୀ ଆଟଲାଣ୍ଟିକ ମହାସାଗରର ବାସିନ୍ଦା; କିନ୍ତୁ ଏହାର ଦୁଇଟି ସମ୍ପର୍କୀୟ ପ୍ରଜାତି ଟଫ୍‌ଟେଡ ପଫିନ (tufted puffin) ଓ ହର୍ଣ୍ଣ‌ଡ ପଫିନ (horned puffin) ଅଛନ୍ତି ଓ ସେମାନେ ଉତ୍ତରପୂର୍ବ ପ୍ରଶାନ୍ତ ମହାସାଗରରେ (Pacific) ବାସ କରନ୍ତି । ଆଇସଲ୍ୟାଣ୍ଡ, ନର‌ବେ, ଗ୍ରୀନଲାଣ୍ଡ, ନିଉଫାଉଣ୍ଡଲ୍ୟାଣ୍ଡ ଓ ଫାରୋ ଦ୍ୱୀପପୁଞ୍ଜ ଓ ଆହୁରି ଦକ୍ଷିଣ ଦିଗରେ; ଯେପରିକି ପଶ୍ଚିମରେ ମେନେରେ (Maine) ଓ ପୂର୍ବରେ ଗ୍ରେଟ ବ୍ରିଟେର କିଛି ଅଂଶରେ ଆଟଲାଣ୍ଟିକ ପଫିନ ବଂଶବିସ୍ତାର କରନ୍ତି । ବିରାଟ ସଂଖ୍ୟା ଓ ପରିସର ଥିଲେ ମଧ୍ୟ ଏହି ପ୍ରଜାତିର ସଂଖ୍ୟା ଦୃତ ଗତିରେ କମିଯିବା ଫଳରେ ଏହାକୁ ଅସୁରକ୍ଷିତ (vulnerable) ପ୍ରଜାତି ହିସାବରେ ଆଇୟୁସିଏନଦ୍ୱାରା (IUCN) ଚିହ୍ନଟ କରାଯାଇଛି । ସ୍ଥଳ ଭାଗରେ ଏହି ପକ୍ଷୀ ଅକ୍ ଭଳି ସିଧା ଭାବରେ ଠିଆ ହୁଏ । ସମୁଦ୍ରପୃଷ୍ଠରେ ଏହି ପକ୍ଷୀ ଡେଣାଦ୍ୱାର ଆହୁଲା ମାରି ପ‌ହଁରି ପାରେ, ସାଧାରଣତଃ ଜଳ ଭିତରକୁ ଡିଆଁ ମାରି ଓ ଛୋଟ ଛୋଟ ମାଛ ଖାଏ ।

Atlantic puffin
Adult in breeding plumage
Adult in breeding plumage, Iceland
Call of the Atlantic puffin, recorded on Skokholm Island, Pembrokeshire, Wales
Conservation status
ଆଟଲାଣ୍ଟିକ ପଫିନ: ଏକ ପ୍ରଜାତିର ସାମୁଦ୍ରିକ ପକ୍ଷୀ
Vulnerable (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Alcidae
Genus: Fratercula
ଜାତି: F. arctica
ବାଇନୋମିଆଲ ନାମ
Fratercula arctica
(Linnaeus, 1758)
ଆଟଲାଣ୍ଟିକ ପଫିନ: ଏକ ପ୍ରଜାତିର ସାମୁଦ୍ରିକ ପକ୍ଷୀ
Breeding range (orange) and winter range (yellow)
Synonyms

Alca arctica Linnaeus, 1758

ଆଟଲାଣ୍ଟିକ ପଫିନ: ଏକ ପ୍ରଜାତିର ସାମୁଦ୍ରିକ ପକ୍ଷୀ
Fratercula arctica naumanni

ପଫିନର ପିଠି ଓ ମଥା ଉପର ଭାଗ ରଙ୍ଗ କଳା, ଗାଲର କିଛି ଅଂଶ ପାଉଁସିଆ ଓ ଦେହର ନିମ୍ନ ଭାଗ ଧଳା । ଏହାର ଥଣ୍ଟ ଚଉଡ଼ା, ଲାଲ ଓ କଳା ଓ କମଳା ରଙ୍ଗର ଗୋଡ଼ ଠିକ ବିପରୀତ ଦେଖାଯାଏ । ଶୀତ ଋତୁରେ ପାଣିରେ ଥିବାବେଳେ ଏହାର ପର ଝଡ଼ିଯାଏ (ନିର୍ମୋଚନ) ଓ ତାର ଉଜ୍ଜ୍ୱଳ ମୁହଁ ରଙ୍ଗ କିଛି ଫିକା ହୋଇଯାଏ ଓ ଏହି ରଙ୍ଗ ପୁନଶ୍ଚ ବସନ୍ତ ଋତୁରେ ଫେରିଆସେ । ମାଈ ଓ ଅଣ୍ଡିର ପକ୍ଷୀ ଏକାଭଳି ଦେଖାଯାଆନ୍ତି, ଅଣ୍ଡିରା ପକ୍ଷୀର ଆକାର ସାମାନ୍ୟ ବଡ଼ ଥାଏ । କିଶୋର ଅବସ୍ଥାରେ ସମରୂପ ପର ଥାଏ, କିନ୍ତୁ ଏହାର ଗାଲ ଗାଢ଼ ପାଉଁସିଆ ପ୍ୟାଚ ଦେଖାଯାଏ । ଏହି ଅବସ୍ଥାରେ ତାହାର ମଥା ରଙ୍ଗ ଉଜ୍ଜ୍ୱଳ ନଥାଏ, ଥଣ୍ଟ ଅଣଓସାରିଆ ଓ ଗାଢ଼ ପାଉଁସିଆ ଦେଖାଯାଏ, ଗୋଡ଼ ଓ ପାଦ କଳା ଦେଖାଯାଏ । ଉତ୍ତରାଞ୍ଚଳ ପଫିନମାନଙ୍କର ଦକ୍ଷିଣାଞ୍ଚଳ ପଫିନ ଅପେକ୍ଷା ବଡ଼ ଆକାର ହୋଇଥାଏ ତେଣୁ ଏମାନଙ୍କୁ ଏକ ଉପ‌ପ୍ରଜାତି ପକ୍ଷୀ ଭାବରେ ମନେକରାଯାଏ ।

ଥଣ୍ଡା ଉତ୍ତର ସମୁଦ୍ରରେ ଶରତ ଓ ଶୀତ ଋତୁରେ ରହିବା ପରେ ଆଟଲାଣ୍ଟିକ ପଫିନ ବସନ୍ତ ଋତୁ ଶେଷ ଭାଗରେ ପ୍ରଜନନ କରିବା ନିମନ୍ତେ କୂଳକୁ ଫେରିଆସନ୍ତି । ଉଚ୍ଚ ସ୍ଥାନରେ ଏକ ପକ୍ଷୀ କଲୋନୀରେ ଏହା ଗୋଟିଏ ଗୋଟିଏ ଗାତ ଖୋଳି ଅଣ୍ଡା ଦିଏ । ପକ୍ଷୀ ଶାବକ ମାଛ ଖାଏ ଓ ବ‌ହୁତ ଶୀଘ୍ର ବଢ଼ିଯାଏ । ଛଅ ସପ୍ତାହ ପରେ ଏହା ପୂର୍ଣ୍ଣଙ୍ଗ ହୋଇ ରାତ୍ର ସମୟରେ ସମୁଦ୍ର ଭିତରକୁ ଯାଏ । ସମୁଦ୍ର ଭିତରକୁ ପ‌ହଁରି ଯାଇ ଅନେକ ବର୍ଷ ପର୍ଯ୍ୟନ୍ତ ଆଉ ଫେରେ ନାହିଁ ।

ଅଧିକାଂଶ ଦ୍ୱୀପରେ ଏମାନଙ୍କର କୌଣସି ସ୍ଥଳ ଭାଗର ଶତ୍ରୁ ନ ଥାଆନ୍ତି କିନ୍ତୁ ବଡ଼ ପକ୍ଷୀ ଓ ନୂଆ ଶାବକମାଙ୍କର ଶିକାର ସଙ୍କଟ ହୋଇଯିବା ସମ୍ଭାବନା ରହେ । ସେମାନଙ୍କୁ ଆକାଶ ମାର୍ଗରୁ ଗଲ (gulls) ଓ ସ୍କୁଆ (skuas) ପକ୍ଷୀ ଆକ୍ରମଣର ସମ୍ଭାବନା ଥାଏ । ବେଳେ ବେଳେ ଥଣ୍ଟରେ ମାଛ ଧରିଥିବା ପଫିନ‌କୁ ଆର୍କଟିକ ସ୍କୁଆ ହଇରାଣ କରିବା ଫଳରେ ପଫିନ ଥଣ୍ଟରୁ ମାଛ ଖସିପଡ଼େ । ଦର୍ଶନୀୟ ଚେହେରା, ବଡ଼ ରଙ୍ଗୀନ ଥଣ୍ଟ, ଚାଲି ଓ ବ୍ୟବ‌ହାର ଯୋଗୁ ପଫିନ‌କୁ ସମୁଦ୍ରର ବିଦୁଷକ ଓ ସମୁଦ୍ରିକ ଶୁଆ ନାମ ଦିଆଯାଇଛି । କାନାଡ଼ାର ନିଉଫାଉଣ୍ଡଲ୍ୟାଣ୍ଡ ଓ ଲାବ୍ରାଡର (Newfoundland and Labrador) ଜିଲ୍ଲା ଦ୍ୱୟରେ ପଫିନ ଏକ ସରକାରୀ ପକ୍ଷୀ ପ୍ରତୀକ ଭାବରେ ଶୋଭା ପାଏ ।

ସନ ୨୦୧୫ରେ ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର ସଂସ୍ଥା ଏହାର ସ୍ଥିତିରେ ପରିବର୍ତ୍ତନ ଆଣି 'ସର୍ବନିମ୍ନ ଚିନ୍ତାଜନ‌କ' ("least concern") ବଦଳେଇ 'ଅସୁରକ୍ଷିତ ଶ୍ରେଣୀବଦ୍ଧ' ("vulnerable") ପକ୍ଷୀ ଶ୍ରେଣୀଭୁକ୍ତ କରିଦେଲେ । ସନ ୨୦୧୮ରେ ବାର୍ଡ଼ ଲାଇଫ ଇଣ୍ଟରନ୍ୟାସନାଲ (BirdLife International) ଏହାକୁ ଲୋପ ହେବା ସମ୍ଭାବନା ନିମନ୍ତେ ଅସୁରକ୍ଷିତ ହୋଇଯିବା ରିପୋର୍ଟ ଦେଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସୋନପୁର ରାଜ୍ୟଚୈତନ୍ୟବ୍ରୁସେଲୋସିସଶୀତଳ ଷଷ୍ଠୀ ଯାତ୍ରାତପସ୍ୱିନୀକିଶୋରୀ ଚରଣ ଦାସହମିଦା ବାନୁ ବେଗମମଙ୍ଗଳୁ ଚରଣ ବିଶ୍ୱାଳଫସ୍‌ଫରସଅଚ୍ୟୁତାନନ୍ଦ ଦାସଆର୍ଯ୍ୟଭଟ୍ଟଓମ'ଙ୍କ ନିୟମରାଣୀ ଲକ୍ଷ୍ମୀବାଈରମାକାନ୍ତ ରଥଓ ଅନ୍ଧଗଳିଭୀମ ପୃଷ୍ଟିସୁରେନ୍ଦ୍ର ମହାନ୍ତିଜହ୍ନପ୍ରତାପରୁଦ୍ର ଦେବମନୋଜ ଦାସଙ୍କ କଥା ଓ କାହାଣୀବିରାଟ କୋହଲୀଇଣ୍ଟରନେଟଯୌନ ସମ୍ଭୋଗତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପାକ୍ରିଟିନିବବିଜୁ ପଟ୍ଟନାୟକଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପଲଉ୪ (ସଂଖ୍ୟା)ପ୍ଲୀହାଅଭିରାମ ପରମହଂସରାମଶଙ୍କର ରାୟରାମଚନ୍ଦ୍ର ବେହେରାଶ୍ରବଣ ( ରାମାୟଣ ର ଚରିତ୍ର )ଭଦ୍ରକମାଛହରିପ୍ରସାଦ ଚୌରାଶିଆଚିକୁନ‌ଗୁନିଆକାଗଜଧରିତ୍ରୀମୁକ୍ତିକାନ୍ତ ମଣ୍ଡଳରେଶମ ପଥମଦର ଟେରେସାଓଡ଼ିଶା ସରକାରମଇ ଦିବସଅଣ୍ଡା ରୋଲରାଜନୀତି ବିଜ୍ଞାନଜୟ ଜଗନ୍ନାଥଭୂମିକମ୍ପଶ୍ରାଦ୍ଧଗିରିଧର ଗମାଙ୍ଗହୃଷୀକେଶ ମଲ୍ଲିକସରୋଜିନୀ ସାହୁଓଡ଼ିଶାର ଭୂଗୋଳଓଡ଼ିଶାର ମାପ ବ୍ୟବସ୍ଥାଢଗ ଢମାଳିଦଣ୍ଡ ନାଟସୌଭାଗ୍ୟ କୁମାର ମିଶ୍ର୧୯ ମାର୍ଚ୍ଚଗୌରୀଶଙ୍କର ରାୟତମନ୍ନା ବ୍ୟାସଯଦୁମଣି ମହାପାତ୍ରରାଧାନାଥ ରଥପକ୍ଷଜୟୀ ରାଜଗୁରୁବ୍ୟାସଦେବଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର🡆 More