କେପ ଗ୍ରିଫନ

କେପ୍ ଗ୍ରିଫନ ବା କେଫ ଭଲଚର ହେଉଛି ଏକ ବିରଳ ପ୍ରଜାତିର ଶାଗୁଣା । ବିଶ୍ୱର ସବୁଠୁ ପୁରୁଣା ପ୍ରଜାତିର ଶାଗୁଣା ମଧ୍ୟରେ ଏହା ଅନ୍ୟତମ । ଦକ୍ଷିଣ ଆଫ୍ରିକା, ଲେସୋଥୋ, ବୋତ୍ସ୍ୱାନା ଓ ନାମ୍ବିଆର କେତେକ ଅଞ୍ଚଳରେ ଏ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ହ୍ରାସପାଇବାରେ ଲାଗିଛି । ଏହି ଶାଗୁଣାଙ୍କ ଆକାର ୯୬ରୁ ୧୧୫ ସେ.ମି। ଡେଣାର ଆକାର ପ୍ରାୟ ୭.୪ରୁ ୮.୫ ଫୁଟ । ଓଜନ ପ୍ରାୟ ୭ରୁ ୧୧କି.ଗ୍ରା । ରଙ୍ଗ ଗାଢ଼ ମାଟିଆ ହୋଇଥିବା ବେଳେ ଡେଣାର ତଳଭାଗ ଓ ପେଟ ତଳ ରଙ୍ଗ ଧଳା ଦେଖାଯାଏ । ଡେଣାର ଶେଷଭାଗ ଓ ଲାଞ୍ଜ କଳା । ଆଫ୍ରିକାରେ ଦେଖାଯାଉ ଥିବା ମାସାଂସୀ ପକ୍ଷୀଙ୍କ ମଧ୍ୟରୁ ଏହାକୁ ସବୁଠୁ ବଡ଼ ପକ୍ଷୀ ଭାବେ ଗଣନା କରାଯାଏ । ହିମାଳୟ ଗ୍ରିଫନ ଓ ସାଇନେରସ ଭଲଚରଙ୍କ ପରେ ଏହା ତୃତୀୟ ସର୍ବ ବୃହତ ପୁରୁଣା ଶାଗୁଣା ବୋଲି ବର୍ଣ୍ଣନା କରାଯାଏ ।

କେପ ଗ୍ରିଫନ
କେପ ଗ୍ରିଫନ
At St Augustine Alligator Farm, St. Augustine, USA
Conservation status
କେପ ଗ୍ରିଫନ
Vulnerable  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Falconiformes (or Accipitriformes, q.v.)
କୁଳ: Accipitridae
ପ୍ରଜାତି: Gyps
ଜାତି: G. coprotheres
ବାଇନୋମିଆଲ ନାମ
Gyps coprotheres
(Forster, 1798)
Synonyms
  • Gyps kolbi
କେପ ଗ୍ରିଫନ
ପଛ ପାଖ

ଅଣ୍ଡିରା ପକ୍ଷୀଙ୍କ ସହିତ ମାଈ ପକ୍ଷୀର ସାମଞ୍ଜସ୍ୟ ରହିଛି । ମାଈ ପକ୍ଷୀ ବର୍ଷକରେ ମାତ୍ର ଗୋଟିଏ ଅଣ୍ଡା ଦେଇଥାନ୍ତି । ଏମାନେ ପ୍ରାୟତଃ ମାସାଂହାରୀ । ମୃତ ପଶୁଙ୍କ ମାଂସ ଭକ୍ଷଣ କରନ୍ତି । ଜଙ୍ଗଲ ଅଞ୍ଚଳରେ ତଥା ପାହାଡ଼ ଉପରେ ଗଛରେ ଆଶ୍ରୟ ନିଅନ୍ତି । ବିଷ ପ୍ରୟୋଗ, ପ୍ରାକୃତିକ ବାସସ୍ଥଳୀ ଧ୍ୱଂସ ଏବଂ ବିଦ୍ୟୁତ ତାର ହିଁ ଏମାନଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିଛି । ଏହି ପକ୍ଷୀ ଦେଖାଯାଉଥିବା ଅଞ୍ଚଳର ଚାଷୀମାନେ ହିଂସ୍ର ପଶୁ ଯଥା ବାଘ ଓ ଗଧିଆଙ୍କ ଆକ୍ରମଣରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବା ପାଇଁ ମୃତ ପଶୁଙ୍କ ଦେହରେ ବିଷ ପ୍ରୟୋଗ କରିଥାନ୍ତି । ଫଳରେ ଏହି ଶାଗୁଣାମାନେ ଉକ୍ତ ବିଷବୋଳା ପଶୁର ମାଂସ ଖାଇବା ପରେ ମୃତ୍ୟୁମୁଖରେ ପଡୁଛନ୍ତି । କେପ ଗ୍ରିଫନ ଶାଗୁଣାଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇ ବର୍ତ୍ତମାନ ୮ ହଜାର ଭିଅତରେ ସିମୀତ ଥିବା ଏକ ଆକଳନରୁ ଜଣାପଡ଼ିଛି । ସେଥିପାଇଁ ଇଣ୍ଟର ନ୍ୟାଶନାଲ ୟୁନିଅନ ଫର କଞ୍ଜରଭେଶନ ଅଫ ନେଚର ପକ୍ଷରୁ ଏହାକୁ ବିଲୁପ୍ତପ୍ରାୟ ପକ୍ଷୀ ତାଲିକାରେ ସ୍ଥାନିତ କରାଯାଇଛି ।

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ୟୁ ଟ୍ୟୁବସାଇକେଲଅଟିଜିମ୍‌କଳାହାଣ୍ଡି ଜିଲ୍ଲାଚିନ୍ତାମଣି ମହାନ୍ତିତାରାତାରିଣୀ ମନ୍ଦିରନୂତନ ବର୍ଷପୋତାଗଡ଼ସର୍ବପଲ୍ଲୀ ରାଧାକୃଷ୍ଣନ୨ ଅଗଷ୍ଟମହାତ୍ମା ଗାନ୍ଧୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବିପିନ ବିହାରୀ ମିଶ୍ରମହାଭାରତକାର୍ତ୍ତିକ ଚନ୍ଦ୍ର ରଥବିଜୁ ପଟ୍ଟନାୟକସୋଫୋସବୁଭିର/ଭେଲପାଟାସଭିରବେଣୁଧର ରାଉତରଜନୀ ରଞ୍ଜନବଳଦେବଜୀଉ ମନ୍ଦିରଚକ୍ଷୁ ପ୍ରତିସରଣ ଦୋଷ୧୯୮୯ଅକ୍ଷୟ ତୃତୀୟାଜର୍ଜ କ୍ୟାଣ୍ଟରତନ୍ଦୁର୍ହରେକୃଷ୍ଣ ମହତାବଶ୍ରୀକ୍ଷେତ୍ର ଦେବାଦେବୀଦୂତୀବାହନ ଓଷାଚିକିତ୍ସା ବିଜ୍ଞାନଜୟନ୍ତୀ ରଥଜାପାନୀ ଭାଷାଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିପଞ୍ଚସଖାଜୟ ଜଗନ୍ନାଥଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଫୁଲପଠାଣି ସାମନ୍ତଅକ୍ଷାଂଶଧ୍ୱନି ପ୍ରତିଧ୍ୱନିବୁଏନ୍ସ ଏଆରସଆଲେକ୍‌ଜାଣ୍ଡର୍ ମହାନରୁକ୍ମଣୀତରୁଣକାନ୍ତି ମିଶ୍ରଏ ଭି ସ୍ୱାମୀସୁଭାଷ ଚନ୍ଦ୍ର ବୋଷନବୀନ ପଟ୍ଟନାୟକବେଦଗୋପାଳ ଛୋଟରାୟକର୍କଟ ରୋଗରାଣୀ ଲକ୍ଷ୍ମୀବାଈଓଡ଼ିଶାର ପର୍ବପର୍ବାଣିଫୁଲ୍ଲୋରି ଓଷାବସନ୍ତ ରୋଗସୁନାମିଓଡ଼ିଆ ଖାଦ୍ୟଅଚ୍ୟୁତାନନ୍ଦ ପ‌ତି୧୯୮୧ବ୍ୟାଙ୍କଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଗୀତଗୋବିନ୍ଦକୃଷ୍ଣକଣ୍ଡୋମରାଜ ଯୋଗ୫ ଡିସେମ୍ବର୨୯ ମାର୍ଚ୍ଚଆକବରତ୍ରିଭୁଜସମ୍ବଲପୁରୀ ଭାଷାସଲମାନ ଖାଁବାମାଚରଣ ମିତ୍ର🡆 More