ଦେବଦୁର୍ଲ୍ଲଭ ଦାସ: ପ୍ରାଚୀନ ଓଡ଼ିଆ କବି

ଦେବଦୁର୍ଲ୍ଲଭ ଦାସ ପ୍ରାଚୀନ ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ | ତାଙ୍କ ରଚିତ କାବ୍ୟ ରହସ୍ୟମଞ୍ଜରୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ | କବିଙ୍କ ଜନ୍ମ ସମୟ ଠିକ୍ ଭାବରେ ନିରୂପଣ କରଯାଇ ନାହିଁ | ତେବେ ତାଙ୍କ ରଚନାରୁ ଜଣାଯାଏ ଯେ ସେ ଜଗନ୍ନାଥ ଦାସଙ୍କ ସମସାମୟିକ |

ଦେବଦୁର୍ଲ୍ଲଭ ଦାସ
ଜନ୍ମ୧୬ଶ ଶତାବ୍ଦୀ
ଅନ୍ୟ ନାମଦେବଦୁର୍ଲଭ ଦାସ
ବୃତ୍ତିପୁରାତନ କବି
ଉଲ୍ଲେଖନୀୟ କୃତିରହସ୍ୟମଞ୍ଜରୀ

ଜୀବନ

ରଚନାରୁ ସଙ୍କେତ

କବି ଦେବଦୁର୍ଲ୍ଲଭ ଦାସ ନିଜ କାବ୍ୟର କୌଣସି ସ୍ଥାନରେ ନିଜର ପରିଚୟ ପ୍ରକାଶ କରିନାହାନ୍ତି । ଏହା ବୈଷ୍ଣବର ସୁଲକ୍ଷଣ ଭାବେ ଗୃହୀତ । ନିଜ ବିଷୟରେ କିଛି ନ ଲେଖିବା ନିରହଙ୍କାରର ଚିହ୍ନ ଭାବେ ଦେଖାଯାଉଥିବାରୁ କବି ଏପରି କରିଥିବା ବୋଧ ହୁଏ । ତାଙ୍କର ଜନ୍ମସ୍ଥାନ ଓ ସମୟ ଅଜ୍ଞାତ ।

ନାମକରଣ

ରହସ୍ୟମଞ୍ଜରୀର କେତେକ ଛାନ୍ଦର ଶେଷରେ କବି ନିଜ ପୂର୍ଣ୍ଣ ନାମ 'ଦେବଦୁର୍ଲ୍ଲଭ ଦାସ' ଭାବେ ଉଲ୍ଲେଖ କରିଛନ୍ତି ।

ଶରଣ ମାଗଇ ଦେବ ଦୁର୍ଲ୍ଲଭ ଯେ ଦାସ । (୧୦ଶ ଛାନ୍ଦ)
ନିରନ୍ତରେ ଚିନ୍ତେ ଦେବଦୁର୍ଲ୍ଲଭ ଦାସ । (୨୩ଶ ଛାନ୍ଦ)

— ରହସ୍ୟମଞ୍ଜରୀ

ବାସସ୍ଥଳୀ

କବିଙ୍କ ରଚିତ ଶ୍ରୀକ୍ଷେତ୍ରର ତୀକ୍ଷ୍ଣ ବର୍ଣ୍ଣନା ଓ ମିଷ୍ଟାନ୍ନାଦିର ଉଲ୍ଲେଖ ଯୋଗୁଁ ଡକ୍ଟର ଦେବେନ୍ଦ୍ର ମହାନ୍ତି ସେ ପୁରୀବାସୀ ହୋଇପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ସମୟ

ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ରହସ୍ୟମଞ୍ଜରୀ ପୁସ୍ତକର ମୁଖବନ୍ଧରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଦେବଦୁର୍ଲ୍ଲଭ ଦାସଙ୍କ ସମୟର ବିଚାର କରିଛନ୍ତି ।

ପୋଥି ପୁଷ୍ପାଞ୍ଜଳି

ପ୍ରଥମତଃ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପାଇଥିବା ପାଞ୍ଚଗୋଟି ତାଳପତ୍ର ପୋଥି ମଧ୍ୟରୁ (କ) ଓ (ଚ) ଚିହ୍ନିତ ପୋଥିରେ କେବଳ ଗ୍ରନ୍ଥ ଲେଖନ ସମାପ୍ତି ଦିବସର ଉଲ୍ଲେଖ ଥିଲା । (କ) ପୋଥିର ''ଲେଖନକାର ଦୈବଜ୍ଞ ଭଗବାନ ନାୟକ, ଲେମ୍ବାଇ ବିଶେ ବଡ଼ପଦ ଗ୍ରାମରେ ରହଣି''- ପୋଥିର ଲେଖା ସମାପ୍ତିଦିନ ବୀର କିଶୋର ଦେବ ମହାରାଜାଙ୍କ ବିଜେ ଶୁଭରାଜ୍ୟେ ସମସ୍ତ ୪୭ ଅଙ୍କ କୁମ୍ଭ ୨୨ ଦିନ ଅର୍ଥାତ୍ ୧୭୭୪ ଖ୍ରୀଷ୍ଟାବ୍ଦର କଥା । ତେଣୁ ଦେବଦୁର୍ଲ୍ଲଭଙ୍କ ସ୍ୱକୃତ ରହସ୍ୟମଞ୍ଜରୀ ଗ୍ରନ୍ଥ ନିଶ୍ଚୟ ୧୭୭୪ଠାରୁ ପୂର୍ବବର୍ତ୍ତୂ ରଚନା । (ଚ) ପୋଥିର ଲେଖନକାର କୃଷ୍ଣ କୁଣ୍ଡା ମୁକୁନ୍ଦଦେବଙ୍କ ୨ୟ ଅଙ୍କ ୧୨୦୬ ସାଲ ମକର ୧୨ ଦିନ ପୋଥିଲେଖା ଶେଷ କରିଥିଲେ । ଅଭିମନ୍ୟୁ ତାଙ୍କର ରସବତୀ କାବ୍ୟ ବୀର କିଶୋର ଦେବଙ୍କ ୬୯ ଅଙ୍କରେ ସମାପ୍ତ କରିଥିଲେ । ଅର୍ଥାତ୍ ରହସ୍ୟମଞ୍ଜରୀର (କ) ପୋଥିର ଲେଖନକାର ରସବତୀର ୧୮ ବର୍ଷ ପୂର୍ବେ ତାଙ୍କ ଲେଖା ସମାପ୍ତ କରିଥିଲେ । ଏଥିରୁ ନିଃସନ୍ଦେହରେ ଏତିକି ମାତ୍ର ସିଦ୍ଧାନ୍ତ ରୂପେ ଗ୍ରହଣ କରାଯାଇପାରେ ଯେ ରହସ୍ୟମଞ୍ଜରୀର କବି ଦେବଦୁର୍ଲ୍ଲଭ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ବବର୍ତ୍ତୀ ।

ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଆଲୋଚନାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଗ୍ରନ୍ଥଟିକୁ ୧୭୭୪ ପୂର୍ବର ଲେଖା ବୋଲି ସମ୍ମତି ଦେଇଛନ୍ତି ।

ଭାଷାତାତ୍ତ୍ୱିକ ଦିଗ

ଦ୍ୱିତୀୟରେ ରହସ୍ୟମଞ୍ଜରୀର ଭାଷା ଓ ପ୍ରାଚୀନ ଶବ୍ଦର ପ୍ରୟୋଗ, ଅପ୍ରାକୃତିକ ଶବ୍ଦାଳଙ୍କାର ଓ ପୌରାଣିକ ଅଳଙ୍କାର ରୀତି ଅନୁଧ୍ୟାନ କଲେ ବୋଧ ହୁଏ ଯେ ଏହା ଏକ ପ୍ରାଚୀନ କାବ୍ୟ । ବ୍ୟବହୃତ ପ୍ରାଚୀନ ଶବ୍ଦ ମଧ୍ୟରୁ କିଛି ହେଲେ - 'ଶ୍ରୋଣାହା', 'ବିଘଂସିଲେ', 'ମେହୁ', 'ସାରିଷ', 'ପିରୋଘ', 'କେହୁଣି' ଇତ୍ୟାଦି । ସାରଳା ଦାସଙ୍କ ମହାଭାରତରେ ଏସବୁ ଶବ୍ଦ ବ୍ୟବହୃତ ଓ ବର୍ତ୍ତମାନ ଏହି ସମସ୍ତ ଶବ୍ଦ ଅବ୍ୟବହୃତ । ଆର୍ତ୍ତବଲ୍ଲଭଙ୍କ ମତରେ 'ଶ୍ରୋଣେହା' ଶବ୍ଦ ସାରଳା ଦାସଙ୍କ ଛଡ଼ା ଅନ୍ୟ କେହି ବ୍ୟବହାର କରିଥିବା ଜଣାଯାଏ ନାହିଁ ।

ସାଙ୍ଗୀତିକ ଅନୁଧ୍ୟାନ

ଗ୍ରନ୍ଥର ବିଭିନ୍ନ ଛାନ୍ଦରେ ଥିବା ରାଗନିର୍ଦ୍ଦେଶରେ କେତେକ ପ୍ରାଚୀନ 'ବାଣୀ'ର ଉଲ୍ଲେଖ ଦେଖାଯାଏ । ଦ୍ୱିତୀୟ ଓ ଚତୁର୍ଥ ଛାନ୍ଦ କଳସା ବାଣୀରେ, ଷଷ୍ଠ ଛାନ୍ଦ 'ରାମବିଭା ପ୍ରଥମଛାନ୍ଦ ବାଣୀରେ', ସପ୍ତମ ଛାନ୍ଦ ସପନଚେତିଆ ବାଣୀରେ ଓ ଦଶମ ଛାନ୍ଦ ତୁଳାଭିଣା ବାଣୀରେ ଗାଇବାକୁ ନିର୍ଦ୍ଦେଶ ରହିଛି । କଳସା ବାଣୀ ବତ୍ସା ଦାସଙ୍କ କଳସା ଚଉତିଶାରୁ ଆସିଅଛି । ରାମବିଭା କାବ୍ୟ କବି ଅର୍ଜ୍ଜୁନ ଦାସଙ୍କ ରଚିତ । ତୁଳାଭିଣା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଏକ ଗ୍ରନ୍ଥ । ଏସବୁରୁ ଅନୁମିତ ଯେ ଦେବଦୁର୍ଲ୍ଲଭ ଦାସ ବତ୍ସା ଦାସ, ଅର୍ଜ୍ଜୁନ ଦାସ ଓ ଜଗନ୍ନାଥ ଦାସଙ୍କ ପରବର୍ତ୍ତୀ କବି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ କବି ଷୋଡ଼ଶ ଶତାବ୍ଦୀ ପରର କୌଣସି ଗ୍ରନ୍ଥରୁ ରାଗ ଗ୍ରହଣ କରିନଥିବାରୁ ସେ ଜଗନ୍ନାଥ ଦାସଙ୍କ ଅଳ୍ପ ସମୟ ପରେ କିମ୍ବା ତାଙ୍କ ସମୟରେ ଜୀବିତ ଥିବା ଅନୁମାନ କରାଯାଇପାରେ । ଏଣୁ ସେ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧର ପରବର୍ତ୍ତୀ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧ ଓ ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧର କବି ବୋଲି କହିବା ଅସମୀଚୀନ ହେବ ନାହିଁ ।

କବି ଉକ୍ତି

କବି ରହସ୍ୟମଞ୍ଜରୀରେ ଲେଖିଅଛନ୍ତି ଯେ ତାଙ୍କ ପୂର୍ବରୁ ଏହି ବିଷୟକୁ ନେଇ କୌଣସି କାବ୍ୟ ରଚିତ ହୋଇନାହିଁ । ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟସଂହିତାରେ ଏହି କଥାବସ୍ତୁ ସାମାନ୍ୟ ଭିନ୍ନରୂପେ ସମାବେଶିତ ହୋଇଛି । ଚାନ୍ଦ ଦାସଙ୍କ ଗୋପୀଚନ୍ଦନରେ ଓ ଦୀନକୃଷ୍ଣ ଦାସଙ୍କ ନାମରତ୍ନ ଗୀତାରେ ମଧ୍ୟ ଅଲଗା ଭଙ୍ଗୀରେ ଏହି ବିଷୟ ପ୍ରସ୍ତୁତ କରାଯାଇଛି ।

ସମକାଳୀନ ବାତାବରଣ

କବିଙ୍କ ସମୟରେ ଉତ୍କଳ ଅନ୍ତର୍ବିବାଦ ଓ ଯୁଦ୍ଧରେ ଅଶାନ୍ତ ଥିବା ପରି ମନେ ହୁଏ । କବି ନିଜ ଗ୍ରନ୍ଥରେ ଏପରି ଅନର୍ଥ ହିଂସାକୁ ନିନ୍ଦା କରିଛନ୍ତି ।

ସବୁଙ୍କର ସନ୍ଥ ବୁଦ୍ଧି ଯେବେ ସେ ହୁଅନ୍ତା
ଖଡ଼ଗ କମାଣ ବାଣ କିପାଁଇ ବିହନ୍ତା
ଏକକୁ ଆରେକ ନ ଚିହ୍ନନ୍ତି ମତ୍ତଭୋଳେ
ତେଣୁ ମରାମରି ହୋଇ ମରନ୍ତି ସକଳେ ।

— ଚତୁର୍ବିଂଶ ଛାନ୍ଦ, ରହସ୍ୟମଞ୍ଜରୀ

ଆଧାର

Tags:

ଦେବଦୁର୍ଲ୍ଲଭ ଦାସ ଜୀବନଦେବଦୁର୍ଲ୍ଲଭ ଦାସ ଆଧାରଦେବଦୁର୍ଲ୍ଲଭ ଦାସଜଗନ୍ନାଥ ଦାସ

🔥 Trending searches on Wiki ଓଡ଼ିଆ:

ଚେରୋ ଜାତିବିଦୁସ୍ମିତାଅକ୍ଷାଂଶନବୀନ ପଟ୍ଟନାୟକଗୁରୁପ୍ରସାଦ ମହାନ୍ତିଓଡ଼ିଶାବ୍ୟଞ୍ଜନ ବର୍ଣ୍ଣବିଦ୍ୟୁତଚୈତ୍ରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲସ ଏଞ୍ଜଲେସ ଲେକର୍ସଉତ୍କଳ ଦିବସମୀନ (ମାସ)ରାକ୍ଷୀ ବାନ୍ଧିଲି ମୋ ରଖିବ ମାନପରିବେଶମନୋରଞ୍ଜନ ଦାସଦେଓମାଳୀଏଡା ଲଭ୍‌ଲେସ୍‌ସମୀର ରଞ୍ଜନ ଦାଶଜୀବସାର ଖକ୍ୟୁ. ଆର. କୋଡ଼ଭଦ୍ରକ ଜିଲ୍ଲାଭାନୁଜୀ ରାଓଇଣ୍ଡିଆନ ପ୍ରିମିଅର ଲିଗଗୋପାଳ ଚନ୍ଦ୍ର ପ୍ରହରାଜଚିନ୍ତାମଣି ମହାନ୍ତିନବକଳେବର୨୫ ମାର୍ଚ୍ଚଯକୃତମୌଳିକ ସଂଖ୍ୟାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପ୍ଲୀହାକୋଣାର୍କ ସୂର୍ଯ୍ୟ ମନ୍ଦିରବିଧାନ ସଭା ସଭ୍ୟତାଳଚେରରମାକାନ୍ତ ରଥରାକ୍ଷୀ ପୂର୍ଣ୍ଣିମାରସୁଣଟେସାମୋରେଲିନଜଗନ୍ନାଥ ମନ୍ଦିରଗଣେଶ୍ୱର ବେହେରାଉତ୍କଳ ଦୀପିକାବାଘଇବାଣ୍ଡ୍ରୋନିକ ଏସିଡବିବାହଗୁରୁବାର୧୯୨୦ରାଜନୀତି ବିଜ୍ଞାନସେପ୍ଟେମ୍ବରରଜଉତ୍କଳ ବ୍ରାହ୍ମଣରାଜା ରାମମୋହନ ରାୟଅଟିଜିମ୍‌ଓଡ଼ିଆ ସାହିତ୍ୟର ଇତିହାସସୁବର୍ଣ୍ଣରେଖା ନଦୀରାମଚନ୍ଦ୍ର ମିଶ୍ରତାରାତାରିଣୀ ମନ୍ଦିରଚିତ୍ତରଞ୍ଜନ ଦାସପଟ୍ଟଚିତ୍ରଦଣ୍ଡ ନାଟସାରଳା ସମ୍ମାନଦାମୋଦର ରାଉତୱାଟରଲୁ ଯୁଦ୍ଧଆକବରକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୦ ଅଗଷ୍ଟଜ୍ଞାନକୋଷ🡆 More