ତ୍ରିପୁରା ମିଶ୍ର

ତ୍ରିପୁରା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା ଶ୍ରୀରାମ ପଣ୍ଡାଙ୍କର ପତ୍ନୀ । ୧୯୯୨ ମସିହାରେ ଶ୍ରୀରାମ ସାଂସାରିକ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଅଭିନୟକୁ ଛାଡ଼ି ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରା ଯାଯାବର, ସମୟ , ସିନ୍ଦୂର ବିନ୍ଦୁ, କୃଷ୍ଣ ସୁଦାମା ଆଦି ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି ।

ତ୍ରିପୁରା ମିଶ୍ର
ତ୍ରିପୁରା ମିଶ୍ର
ଭୁବନେଶ୍ୱରରେ ୨୦୧୪ ଓଡ଼ିଆ ରାଜ୍ୟ ଟେଲି ପୁରସ୍କାର ଗ୍ରହଣ କରୁଛନ୍ତି ତ୍ରିପୁରା ମିଶ୍ର
ଜନ୍ମ
ତ୍ରିପୁରା ମିଶ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୫-୧୯୮୮
ବୈବାହିକ-ସାଥୀଶ୍ରୀରାମ ପଣ୍ଡା
ସନ୍ତାନ
ପିତାମାତାପୁଷ୍ପଲତା ମିଶ୍ର

୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତ୍ରିପୁରାଙ୍କୁ ଜୁରି ଭାବରେ ସମ୍ମାନୀତ କରାଯାଇଥିଲା । ୨୦୧୮ ମସିହାରେ ଫେବୃଆରୀ ୪ ତାରିଖରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜିନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ତ୍ରିପୁରା ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ

ତ୍ରିପୁରା ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ମା ପୁଷ୍ପଲତା ମିଶ୍ର ଥିଲେ ତାଙ୍କର ସଙ୍ଗୀତ ଶିକ୍ଷାର ଆଦ୍ୟଗୁରୁ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଇତିହାସର ପର୍ବପର୍ବାଣି ଉପରେ ଗବେଷଣା କରି ଡକ୍ଟରେଟ ଉପାଧି ହାସଲ କରିଛନ୍ତି ।

ଅଭିନୟ ଜୀବନ

ତ୍ରିପୁରା ମିଶ୍ର 
ଭୁବନେଶ୍ୱରରେ ୨୦୧୪ ଓଡ଼ିଆ ରାଜ୍ୟ ଟେଲି ପୁରସ୍କାର ଗ୍ରହଣ କରୁଛନ୍ତି ତ୍ରିପୁରା ମିଶ୍ର ।

ତ୍ରିପୁରା ୧୯୭୫ ମସିହାରେ ଯାଯାବର କଥାଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ସେହି ବର୍ଷ ସମୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଏବଂ କୃଷ୍ଣ ସୁଦାମାରେ ଅଭିନୟ କରିଥିଲେ । ୧୯୮୦ ମସିହାରେ ତପସ୍ୟା, ୧୯୮୧ରେ ମାନସୀ, ୧୯୮୩ରେ ସୁବର୍ଣ୍ଣ ସୀତା, ୧୯୮୮ରେ କୁରୁକ୍ଷେତ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ଯାଯାବର ସୁଜାତା
ସମୟ ସୁଲେଖା
୧୯୭୬ ସିନ୍ଦୂର ବିନ୍ଦୁ
କୃଷ୍ଣ ସୁଦାମା ସୁମତୀ
୧୯୮୦ ତପସ୍ୟା
୧୯୮୧ ମାନସୀ
୧୯୮୩ ସୁବର୍ଣ୍ଣ ସୀତା
୧୯୮୮ କୁରୁକ୍ଷେତ୍ର

ବୈବାହିକ ଜୀବନ ଏବଂ ପରିବାର

୧୯୭୮ ମସିହାରେ ତ୍ରିପୁରା ମିଶ୍ର ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଶ୍ରୀରାମ ପଣ୍ଡା ୧୯୯୨ ମସିହାରେ ଗୃହସ୍ଥ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଏକୁଟିଆ ତାଙ୍କର ସନ୍ତାନ‌ଦ୍ୱୟଙ୍କୁ ବଡ଼ କରିଛନ୍ତି । ସେତେବେଳେ ଶ୍ରୀରାମଙ୍କ କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ଏହି କଥାରେ ମର୍ମାହତ ହୋଇ ଶ୍ରୀରାମ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତ୍ରିପୁରା ଅଭିନୟ ଛାଡ଼ି ପରେ ମହାବିଦ୍ୟାଳୟର ଅଧ୍ୟାପିକା ଭାବରେ ଯୋଗଦେଇଥିଲେ ।

ଆଧାର

ଅଧିକ ତ‌ଥ୍ୟ

Tags:

ତ୍ରିପୁରା ମିଶ୍ର ପ୍ରାରମ୍ଭିକ ଜୀବନତ୍ରିପୁରା ମିଶ୍ର ଅଭିନୟ ଜୀବନତ୍ରିପୁରା ମିଶ୍ର ଅଭିନୀତ କଥାଚିତ୍ରତ୍ରିପୁରା ମିଶ୍ର ବୈବାହିକ ଜୀବନ ଏବଂ ପରିବାରତ୍ରିପୁରା ମିଶ୍ର ଆଧାରତ୍ରିପୁରା ମିଶ୍ର ଅଧିକ ତ‌ଥ୍ୟତ୍ରିପୁରା ମିଶ୍ରକୃଷ୍ଣ ସୁଦାମାଯାଯାବର (୧୯୭୫ର ସିନେମା)ଶ୍ରୀରାମ ପଣ୍ଡାସମୟ (୧୯୭୫ର ଚଳଚ୍ଚିତ୍ର)ସିନ୍ଦୂର ବିନ୍ଦୁ

🔥 Trending searches on Wiki ଓଡ଼ିଆ:

ଜୁଲିଅସ ସିଜରପ୍ରତିଭା ରାୟରାସେଶ୍ୱରୀ ପାଣିଗ୍ରାହୀନବକଳେବରବେଦଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଇଂରାଜୀ ଭାଷାଦଗ୍ଧରଜିୟା ସୁଲତାନରମେଶ ପ୍ରସାଦ ପାଣିଗ୍ରାହୀଅହଲ୍ୟାପ୍ଲୀହାଦୁର୍ଗା ପୂଜାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଯୁକ୍ତରାଷ୍ଟ୍ର ଆମେରିକାହରପ୍ରସାଦ ଦାସରାଜେନ୍ଦ୍ର କିଶୋର ପଣ୍ଡାପାର୍କିନ୍‌ସନ୍ ରୋଗଅସହଯୋଗ ଆନ୍ଦୋଳନରାଧାମୋହନ ଗଡ଼ନାୟକସମ୍ବାଦଓଡ଼ିଆ ଭାଷାବୈଷ୍ଣବ ଚରଣ ପଟ୍ଟନାୟକବଡ଼ଓଷାରାମାୟଣଲକ୍ଷ୍ମଣ ନାୟକନବକୃଷ୍ଣ ଚୌଧୁରୀଅହଲ୍ୟା (ଓଡ଼ିଆ କଥାଚିତ୍ର)ଦି ଟାଇମସ୍ ଅଫ୍ ଇଣ୍ଡିଆଯାଜପୁରବିଜୁ ପଟ୍ଟନାୟକବସନ୍ତ କୁମାରୀ ପଟ୍ଟନାୟକକୁମ୍ଭାର ଚକବିଜୁ ଜନତା ଦଳwiki.phtmlଜାତୀୟ ସାହସିକତା ପୁରସ୍କାରଭାରତ ସରକାରମନମୋହନ ସାମଲମଦନମୋହନ ମିଶ୍ରପଣା ସଂକ୍ରାନ୍ତିଗୋବିନ୍ଦ ତ୍ରିପାଠୀଶେର ଶାହ ସୁରୀରୋମୀୟ ସାମ୍ରାଜ୍ୟମୌଳିକ ସଂଖ୍ୟାକବିସୂର୍ଯ୍ୟ ବଳଦେବ ରଥସଚିନ ତେନ୍ଦୁଲକରଶାନ୍ତନୁ କୁମାର ଆଚାର୍ଯ୍ୟତୋରାଣିରାଜନୀତି ବିଜ୍ଞାନଦାସକାଠିଆଓଡ଼ିଆ ରାନ୍ଧଣାଜୟଦେବ ଜେନାତାମିଲ ଭାଷାକଳାପାହାଡ଼ରାମକୃଷ୍ଣ ପରମହଂସଧୋତିଭାରତୀୟ ଡାକ ସେବାଖୋର୍ଦ୍ଧା୨୭ ଅପ୍ରେଲବେଲ ପଣାଜୟ ଜଗନ୍ନାଥଭଗବତୀ ଚରଣ ପାଣିଗ୍ରାହୀସରଳା ଦେବୀକବି ପ୍ରସାଦ ମିଶ୍ରଭାରତୀୟ ଜାତୀୟ କଂଗ୍ରେସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବାଘପଠାଣି ସାମନ୍ତ🡆 More