ତୋରାଣି

ତୋରାଣି ଓଡ଼ିଆମାନଙ୍କର ଗୋଟିଏ ମୁଖ୍ୟ ପାନୀୟ ଖାଦ୍ୟ । ଖରାଦିନରେ ଏହା ଗରମ ଭାତରେ ମିଶାଇ ପଖାଳଭାତ ଖିଆଯାଇଥାଏ । ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ତୋରାଣୀକୁ ପିଇଥାଆନ୍ତି । କୁହାଯାଏ ତୋରାଣୀ ଗରିବମାନଙ୍କ ଦ‌ହି ଲସୀ । ରାତୀରେ ବଳିଯାଇଥିବା ଭାତରେ ଏହି ତୋରାଣୀ ମିଶାଇ ରଖାଦେଲେ ଆରଦିନ ଭାତ ଖରାପ ହୁଏ ନାହିଁ । ଏଥିରେ ଔଷଧୀୟ ଗୁଣ ରହିଛି ।

ତୋରାଣି
ମାଟି କୁଡ଼ୁଆରେ ତୋରାଣି

ପ୍ରସ୍ତୁତି ପ୍ରଣାଳୀ

ଭାତ ହୋଇସାରିଲା ପରେ ପେଜକୁ ବାହାର କରି କଂସାରେ ରଖାଯାଇଥାଏ ଏବଂ ପେଜ ଥଣ୍ତା ହୋଇସାରିଲା ପରେ ସେଥିରେ ଅଳ୍ପ ପାଣି ମିଶାଇ ତାକୁ ସେମିତି ଘୋଡ଼େଇ ରଖାଯାଇଥାଏ । ପ୍ରତି ଦିନ ସେଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ତାକୁ ହାତରେ ଘାଣ୍ଟି ଦିଆଯାଏ । ୪-୫ ଦିନ ମଧ୍ୟରେ ଏହା ଖଟା ତୋରାଣି ହୋଇଥାଏ । କୁହାଯାଏ ମାଟିହାଣ୍ତିରେ ତୋରାଣି ରଖିଲେ ଏହା ଶୀଘ୍ର ଖଟା ହୋଇଥାଏ ଓ ଖରାପ ମଧ୍ୟ ହୁଏ ନାହିଁ । ତୋରାଣି ଅଧିକ ଖଟା ହୋଇଗଲେ ଏଥିରୁ କାଞ୍ଜି/ତୋରାଣି ସୁପ୍ ପ୍ରସ୍ତୁତ କରାଯାଏ । ଖରାଦିନରେ ଏଥିରେ କଞ୍ଚା ଲଙ୍କା, ଲୁଣ ମିଶାଇ ତୋରାଣି ଲସି ତିଆରି କରାଯାଇଥାଏ ।

କାଞ୍ଜି ପ୍ରସ୍ତୁତି ପ୍ରଣାଳୀ

ପ୍ରାୟ ଖରାଦିନେ ଓଡ଼ିଆଘରେ କାଞ୍ଜି ତିଆରି ହୋଇଥାଏ । ତୋରାଣି ବ‌ହୁତ ଦିନ ରହିଗଲେ ଖଟା ଅଧିକ ହୋଇଯାଏ । ଏହି ଖଟା ତୋରାଣିରେ ଭେଣ୍ତି, ଶିମ୍ବ, ବୁଢ଼ା ବାଇଗଣ, ମୂଳା, ବଇତାଳୁ/କ‌ଖାରୁକୁ କାଟି ଏହାକୁ ହଳଦୀଗୁଣ୍ତ ଓ ଲୁଣ ପକାଇ ଶିଝାଯାଏ । ଏଥିରେ ରସୁଣ, ଶୁଖିଲା ଲଙ୍କା, ପଞ୍ଚୁଫୁଟଣ ଓ କଡ଼ିପତା/ଭୃସଙ୍ଗ ପତ୍ରରେ ଫୁଟଣ କରାଯାଇଥାଏ । ଏଥିରେ ମଧ୍ୟ ଔଷଧିୟ ଗୁଣ ରହିଛି । ଆଜିକାଲି ତୋରାଣି ବ‌ଦଳରେ ଦ‌ହିକାଞ୍ଜି କରାଯାଉଛି ।

ଆଧାର

Tags:

ଭାତ

🔥 Trending searches on Wiki ଓଡ଼ିଆ:

ଅନନ୍ତ ପଟ୍ଟନାୟକଲକ୍ଷ୍ମୀନାରାୟଣ ସାହୁଭାରତୀୟ ଜାତୀୟ କଂଗ୍ରେସଉତ୍କଳ ବ୍ରାହ୍ମଣଚିଲିକା ହ୍ରଦଚାରି ଧାମପାର୍ବତୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବଉଳପ୍ରତିଭା ଶତପଥୀଶ୍ରବଣ ( ରାମାୟଣ ର ଚରିତ୍ର )ରାଜକିଶୋର ରାୟବାଇଶି ପାହାଚଗୋପାଳ ଛୋଟରାୟମଧୁସୂଦନ ରାଓସୁଇଜରଲ୍ୟାଣ୍ଡଶ୍ରୀମଙ୍ଗଳୁ ଚରଣ ବିଶ୍ୱାଳଭଦ୍ରକ ଜିଲ୍ଲାବ୍ୟାସଦେବଶବ୍ଦ (ପଦ)ନନ୍ଦିଘୋଷରାଶି ଓ ନକ୍ଷତ୍ରଜଗନ୍ନାଥ ଦାସବିଜୁ ପଟ୍ଟନାୟକକମ୍ପ୍ୟୁଟରରେବତୀ (କ୍ଷୁଦ୍ରଗଳ୍ପ)ଅଚ୍ୟୁତ ଗୋକୁଳ ନାୟକସୌଭାଗ୍ୟ କୁମାର ମିଶ୍ରଜଗନ୍ନାଥ ପ୍ରସାଦ ଦାସIndiaରାମଚନ୍ଦ୍ର ବେହେରାଆନ୍ଧ୍ର ପ୍ରଦେଶ୧୬୬୫ଓଡ଼ିଆ ରାମାୟଣ୨୯ ମାର୍ଚ୍ଚଦୀନକୃଷ୍ଣ ଦାସସୁଭାଷ ଚନ୍ଦ୍ର ବୋଷ୨୧ଆଲୋକଖିଲିପାନଜନ୍ମ ନିରୋଧଅନ୍ନଦା ଶଙ୍କର ରାୟଭୂମିକମ୍ପପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୧୯୮୪ଆକବରସାରଳା ମନ୍ଦିରମେହମୁଦ ହୁସେନବିନୋଦ ଚନ୍ଦ୍ର ନାୟକଅଧର ପଟ୍ଟନାୟକଭୀମ ପୃଷ୍ଟିଓଡ଼ିଶା ବିଧାନ ସଭାବିଷମ କଟକଲକ୍ଷ୍ମୀଆଇଡେଲାଲିସିବମଟର ସାଇକେଲଅକ୍ଷୟ ତୃତୀୟାବୈକୁଣ୍ଠନାଥ ପଟ୍ଟନାୟକପୂରଣବାଚକ ସଂଖ୍ୟାଚରକଆଖିପ୍ରଧାନ ପୃଷ୍ଠାଯଶୋବନ୍ତ ଦାସପ୍ରତିଭା ରାୟଶ୍ରବଣା (ନକ୍ଷତ୍ର)କଳାହାଣ୍ଡି ଜିଲ୍ଲାଶତ୍ରୁଘ୍ନ ପାଣ୍ଡବଦଶାବତାରକଟକଅର୍ଚ୍ଚିତା ସାହୁ🡆 More