ତାଳଦଣ୍ଡା କେନାଲ

ତାଳଦଣ୍ଡା କେନାଲ, ଓଡ଼ିଶାର ଏକ ପ୍ରମୂଖ କେନାଲ । ଏହା କଟକର ଜୋବ୍ରାଠାରେ ମହାନଦୀରୁ ବାହାରି ପାରାଦ୍ୱୀପଠାରେ ବଙ୍ଗୋପସାଗରରେ ମିଶିଥାଏ । ଏହା ଓଡ଼ିଶାର ସବୁଠାରୁ ବଡ଼ କେନାଲ । ଅବିଭକ୍ତ କଟକ ଜିଲ୍ଲାର ୬ଟି ବ୍ଲକ ଯଥା କଟକ ସଦର, ଜଗତସିଂହପୁର, ରଘୁନାଥପୁର, ବାଲିକୁଦା, ତିର୍ତ୍ତୋଲ ଓ ଏରସମା ଜନସାଧାରଣ ଏହି କେନାଲ ଉପରେ ଜଳସେଚନ ଓ ପାନୀୟ ଜଳ ପାଇଁ ନିର୍ଭର କରନ୍ତି ।

ତାଳଦଣ୍ଡା କେନାଲ
୨୦୨୨ରେ ତାଳଦଣ୍ଡା କେନାଲ

ଇତିହାସ

୧୮୬୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଏହି କେନାଲ ଖନନ ଆରମ୍ଭ ହୋଇଥିଲା । ପରେ ବ୍ରିଟିଶ ସରକାର ଏହି କାମକୁ ଆଗକୁ ନେଇ ୧୮୬୯ ମସିହାରେ ଏହାର ଖନନ ଶେଷ କରିଥିଲେ । କେନାଲଟି ପ୍ରତିଷ୍ଠା କରେଇବାରେ ରେଭେନ୍ସା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ କଟକ କମିଶନର ସାର ଥୋମାସ୍ ଏଡ଼ୱାର୍ଡ ରେଭେନ୍ସାଙ୍କର ଅବଦାନ ଥିଲା ।

ଅବସ୍ଥିତି

ତାଳଦଣ୍ଡା କେନାଲ, କଟକର ଜୋବ୍ରାଠାରେ ମହାନଦୀରୁ ବାହାରି କଟକ ସହର ମଧ୍ୟଦେଇ ବିରିବାଟି(ଫକୀରପଡ଼ା) ପର୍ଯ୍ୟନ୍ତ ଯାଇଛି । ସେଠାରୁ ତାଳଦଣ୍ଡା କେନାଲ ଦୁଇ ଭାଗ ହୋଇଛି, ଗୋଟିଏ ଭାଗ ମାଛଗାଁ କେନାଲ ନାମରେ ନାମିତ ହୋଇଛି । ବିରିବାଟିଠାରୁ ଏହି କେନାଲ ଶୁକପାଇକା ଓ ମହାନଦୀର ଦକ୍ଷିଣ ଦିଗରେ ୫୨ ମାଇଲା ଯାଇ ବଙ୍ଗୋପସାଗରରେ ମିଶିଛି । ମାଛଗାଁ କେନାଲ ଫକୀରପଡ଼ାରୁ କାଠଯୋଡ଼ି ଓ ଅଳକା ନଦୀର ଉତ୍ତରରେ ୩୨ ମାଇଲ ପର୍ଯ୍ୟନ୍ତ ଯାଇ ମାଛଗାଁଠାରୁ ୬ ମାଇଲ ଦୁରରେ ବଙ୍ଗୋପସାଗରରେ ମିଶିଛି ।

ତାଳଦଣ୍ଡା କେନାଲରେ ମହାନଦୀରୁ ସେକେଣ୍ଡ ପ୍ରତି ୧୩୪୨ କ୍ୟୁବିକ ଫୁଟ ଜଳ ନିଷ୍କାସିତ ହୋଇଥାଏ । ବିରିବାଟିଠାରୁ ଏଥିରୁ ଅଧାଜଳ ମାଛଗାଁ କେନାଲ ମାଧ୍ୟମରେ ପ୍ରବାହିତ ହୋଇଥାଏ । ଏହି କେନାଲଦ୍ୱାରା ମହାନଦୀ ଓ କାଠଯୋଡ଼ି ନଦୀ ମଧ୍ୟରେ ଥିବା ୫୦ ହଜାର ଏକର ଜମିରେ ଜଳସେଚନ କରା ଯାଇଥାଏ । ମାଛଗାଁ କେନାଲରେ ସେକେଣ୍ଡ ପ୍ରତି ୭୭୬ କ୍ୟୁବିକ ଫୁଟ ଜଳ ନିଷ୍କାସିତ ହୋଇଥାଏ । ଏହି କେନାଲଦ୍ୱାରା ଜଗତସିଂହପୁର ଓ ପାରାଦ୍ୱୀପ ଅଞ୍ଚଳର ୮୨ ହଜାର ଏକର ଜମିରେ ଜଳସେଚନ କରାଯାଇଥାଏ ।

ପୁନରୁଦ୍ଧାର

କଟକ ସହର ମଝିରେ ଏହି କେନାଲଟି ଯାଇଥିବାରୁ, କେନାଲ କଡ଼େ କଡ଼େ କ୍ରମେ ଜନବସତି ଓ ଅନ୍ୟ ଦୋକାନ ବଜାର ଗଢ଼ି ଉଠିଥିଲା । ଏହାବ୍ୟତିତ କଟକ ମାଲଗୋଦାମ, ବଡ଼ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଏହି କେନାଲରେ ପକାଯାଉଥିଲା । ଧିରେ ଧିରେ କେନାଲଟି ବୁଜି ହେଇ ଯାଇଥିଲା । ଏହି ସବୁ ଅସୁବିଧାକୁ ନଜରରେ ଓଡ଼ିଶା ସରକାର ଏହି କେନାଲର ପୁନରୁଦ୍ଧାର ପାଇଁ ନିଷ୍ପତି ନେଇଥିଲେ । ଜଳସେଚନ ବିଭାଗ ଅଧିନରେ ଏହି ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସିମେଣ୍ଟସ କମ୍ପୋଜିଟ ଜିଓ ସିନ୍ଥେଟିକ ମାଟ୍ରିସ ଭଳି ବିଭିନ୍ନ ବିଶ୍ୱସ୍ଥରୀୟ ଟେକ୍ନୋଲିଜି ବ୍ୟବହାର କରି ଏହି କେନାଲର ପୁନରୁଦ୍ଧାର କରାଯାଇଥିଲା ।

ବର୍ତ୍ତମାନ ତାଳଦେଣ୍ଡା କେନାଲ କଟକ ସହରର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଭାବରେ ପରିଗଣିତ ହୋଇଛି । ଏଠାରେ ବୋଟିଂ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି ।

ଆଧାର

Tags:

ତାଳଦଣ୍ଡା କେନାଲ ଇତିହାସତାଳଦଣ୍ଡା କେନାଲ ଅବସ୍ଥିତିତାଳଦଣ୍ଡା କେନାଲ ପୁନରୁଦ୍ଧାରତାଳଦଣ୍ଡା କେନାଲ ଆଧାରତାଳଦଣ୍ଡା କେନାଲଓଡ଼ିଶାକଟକକଟକ ଜିଲ୍ଲାପାରାଦ୍ୱୀପବଙ୍ଗୋପସାଗରମହାନଦୀ

🔥 Trending searches on Wiki ଓଡ଼ିଆ:

ଶାସ୍ତି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଖାଦ୍ୟଫେବୃଆରୀଭକ୍ତ ଚରଣ ଦାସଫାଇଲେରିଆଛବିଳ ମଧୁ ବର୍ଣ୍ଣବୋଧଓଡ଼ିଆ ରାମାୟଣକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ଦୀପିକାଭଗବତୀ ଚରଣ ପାଣିଗ୍ରାହୀଦ୍ୱିତୀୟ ଭାସ୍କରଉଇକିପିଡ଼ିଆ ସମୂହର ତାଲିକାଅଣ୍ଡାବିଶ୍ୱନାଥ କରଉତ୍କଳ ବ୍ରାହ୍ମଣରସଗୋଲାଆଶୁତୋଷ ପରିଡ଼ାଅଷ୍ଟ୍ରିଆଶେୟାର ବଜାରରାମଚନ୍ଦ୍ର ମିଶ୍ରକାଟୁଲୁ ରବି କୁମାରଉତ୍କଳ ସମ୍ମିଳନୀହେପାଟାଇଟିସ ବିଭାରତୀୟ ସଂଖ୍ୟା ପ୍ରଣାଳିଓଡ଼ିଆ ଉଇକିପିଡ଼ିଆବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୦ (ସଂଖ୍ୟା)ଧାତୁନନ୍ଦନକାନନ ଜୀବ ଉଦ୍ୟାନଓଡ଼ିଶାର ମାପ ବ୍ୟବସ୍ଥାଫକୀର ମୋହନ ସେନାପତିପଣା ସଂକ୍ରାନ୍ତିସରଳା ଦେବୀସ୍ତୁତି ଚିନ୍ତାମଣିଚିଲିକା (କବିତା)ନବଗୁଞ୍ଜରଜ୍ଞାନକୋଷ୪ ଇଡିଅଟସ୍ବିଶ୍ୱ ଏଡ୍‌ସ ଦିବସହେମନ୍ତ କୁମାର ଦାସତିଳ ଚତୁର୍ଥୀବାରବାଟି ଦୁର୍ଗବଳରାମ ଦାସଖଡ଼ଗପୁରଦଗ୍ଧରୋହିତ ଶର୍ମାଓଡ଼ିଆ ଖାଦ୍ୟବ୍ରଜନାଥ ରଥପ୍ରତିଭା ଶତପଥୀ୨୬ ଅପ୍ରେଲରାସନ କାର୍ଡ଼ (ଭାରତ)ଟିଣମାଗୁଣିର ଶଗଡ଼ସୌରୀନ୍ଦ୍ର ବାରିକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚିଲିକା (ବହୁବିକଳ୍ପ)ଦଣ୍ଡ ନାଟତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବିସ୍ଥାପିତ କାନ୍ଧ ଗଣ୍ଠିଖାରବେଳଅର୍ଥଶାସ୍ତ୍ରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନୟାଗଡ଼ ଜିଲ୍ଲାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓବରଗଛଓଡ଼ିଆପ୍ରଧାନ ପୃଷ୍ଠାଦଶାବତାରଗୋବିନ୍ଦ ତ୍ରିପାଠୀଗୋଦାବରୀଶ ମହାପାତ୍ର🡆 More