ତବୁ: ହିନ୍ଦୀ କଥାଚିତ୍ର ଅଭିନେତ୍ରୀ

ତବସୁମ୍ ଫାତିମା ହାସିମ୍‌ (ଜନ୍ମ: ୪ ନଭେମ୍ବର ୧୯୭୧), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯେ କଥାଚିତ୍ର ଜଗତରେ ‌ତବୁ‌ ନାମରେ ପରିଚିତ । ତବୁ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ବ୍ୟତୀତ ଇଂରାଜୀ, ତେଲୁଗୁ, ତାମିଲ, ମାଲାୟଲମ୍, ମରାଠି ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ତବୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏଥି ସ‌ହ ସେ ୬ଥର ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ଯେଉଁଥିରେ ୪ଟି କ୍ରିଟିକ୍ସଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି । ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ତବୁ
ତବୁ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ବନ୍ୟଜନ୍ତୁ ବିବାଦ
ଲାକ୍‌ମି ଫ୍ୟାସନ୍ ସପ୍ତାହ-୨୦୧୭ରେ ତବୁ
ଜନ୍ମ
ତବସୁମ୍ ଫାତିମା ହାସିମ୍

(1971-11-04) ୪ ନଭେମ୍ବର ୧୯୭୧ (ବୟସ ୫୨)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୦-ଏବେଯାଏଁ
ପିତାମାତାଜମାଲ ହାସିମ୍ ଏବଂ ରେଜ୍‌ୱାନ୍
ପୁରସ୍କାର

ତବୁ ‌ହୁ ତୁ ତୁ‌, ‌ମାଚିସ୍‌, ‌ବିରାସତ୍‌, ‌ଚାନ୍ଦିନି ବାର୍‌, ‌ଚିନି କମ୍‌, ‌ହାଇଦର୍‌, ‌ଦୃଶ୍ୟମ୍‌, ‌ଫିତୁର୍‌, ‌ଫନା‌, ‌ବିବି ନଂ-୧‌, ‌ହମ୍ ସାଥ୍ ସାଥ୍ ହେ‌ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଇଂରାଜୀ ଚଳଚ୍ଚିତ୍ର ‌ଲାଇଫ୍ ଅଫ୍ ପାଇ‌, ‌ଦ ନମସେକ୍‌, ‌ଆଙ୍ଗ ଲି‌ରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ତବୁ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତବୁଙ୍କର ଜନ୍ମପରେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର ମାଆ ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ । ତବୁ ସେଣ୍ଟ ଅନ୍ନା ହାଇସ୍କୁଲରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ସେଣ୍ଟ ଜାଭିଅର୍ କଲେଜରେ ପାଠ ପଢ଼ିବାକୁ ୧୯୮୩ରେ ଯାଇଥିଲେ ।

ଅଭିନୟ ଜୀବନ

୧୯୮୦ରେ ତବୁ ‌ବଜାର୍‌ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ପରେ ୧୯୮୫ରେ ୧୪ ବର୍ଷ ବୟସରେ ‌ହମ୍ ନୌଜବାନ୍‌ ଚଳଚ୍ଚିତ୍ରରେ ଦେବ ଆନନ୍ଦଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର ‌କୁଲି ନଂ ୧‌ରେ ଭେଙ୍କଟେଶ ଦଗୁପତିଙ୍କ ସ‌ହ ଅଭିନୟ କରିଥିଲେ । ଏହା ପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ତବୁ ଅଭିନୟ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ହେଲା: ‌ହୁ ତୁ ତୁ‌, ‌ମାଚିସ୍‌, ‌ବିରାସତ୍‌, ‌ଚାନ୍ଦିନି ବାର୍‌, ‌ଚିନି କମ୍‌, ‌ହାଇଦର୍‌, ‌ଦୃଶ୍ୟମ୍‌, ‌ଫିତୁର୍‌, ‌ଫନା‌, ‌ବିବି ନଂ-୧‌, ‌ହମ୍ ସାଥ୍ ସାଥ୍ ହେ‌ । ଇଂରାଜୀ ଚଳଚ୍ଚିତ୍ର ‌ଲାଇଫ୍ ଅଫ୍ ପାଇ‌, ‌ଦ ନମସେକ୍‌, ‌ଆଙ୍ଗ ଲି‌ରେ ମଧ୍ୟ ତବୁ ଅଭିନୟ କରିଥିଲେ ।

ବନ୍ୟଜନ୍ତୁ ବିବାଦ

୧୯୯୮ ମସିହାରେ ତବୁଙ୍କ ଦୁଇଟି କୃଷ୍ଣସାର ମୃଗର ହତ୍ୟା ମାମଲାର ଆରୋପ ଲାଗିଥିଲା । ‌ହମ୍ ସାଥ୍ ସାଥ୍ ହେ‌ ଚଳଚ୍ଚିତ୍ରର ସୁଟିଂ ବେଳେ ତବୁଙ୍କ ସ‌ହ କଳାକାର ସଲମାନ ଖାଁ, ସୈଫ ଅଲ୍ଲୀ ଖାନ, ସୋନାଲୀ ବିନ୍ଦ୍ରେ ଏବଂ ‌ନୀଲମ୍ କୋଠାରୀ‌ଙ୍କ ଉପରେ କୃଷ୍ଣସାର ମୃଗ ହତ୍ୟା ଅରୋପ ଲାଗିଥିଲା ।

ଅଭିନୀତ କଥାଚିତ୍ର

ତବୁଙ୍କ ଅଭିନୀତ କିଛି ଚଳଚ୍ଚିତ୍ର:

  • ୧୯୯୪: ବିଜୟ ପଥ
  • ୧୯୯୫: ପ୍ରେମ୍
  • ୧୯୯୬: ମାଚିସ୍
  • ୧୯୯୬: କଳାପାଣି
  • ୧୯୯୬: ନେନେ ପେଲ୍ଲାଦାତା
  • ୧୯୯୭: ବିରାସତ୍
  • ୧୯୯୯: ହୁ ତୁ ତୁ
  • ୨୦୦୦: ଅସ୍ତିତ୍ୱ
  • ୨୦୦୧: ଚାନିଦୀ ବାର୍
  • ୨୦୦୬: ଫନା
  • ୨୦୦୭: ଚିନି କମ୍
  • ୨୦୧୪: ହାଇଦର୍
  • ୨୦୧୫: ଦୃଶ୍ୟମ୍
  • ୨୦୧୬: ଫିତୁର୍

ଆଧାର

ଅଧିକ ତ‌ଥ୍ୟ

Tags:

ତବୁ ପ୍ରାରମ୍ଭିକ ଜୀବନତବୁ ଅଭିନୟ ଜୀବନତବୁ ବନ୍ୟଜନ୍ତୁ ବିବାଦତବୁ ଅଭିନୀତ କଥାଚିତ୍ରତବୁ ଆଧାରତବୁ ଅଧିକ ତ‌ଥ୍ୟତବୁପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ରାଜ୍ୟ ସଭାରାସନ କାର୍ଡ଼ (ଭାରତ)ମୋନିକା ସେଲ୍ସବନ୍ଦେ ଉତ୍କଳ ଜନନୀଦେବୁ ବୋଷଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଫରିନା ଆଜାଦନନ୍ଦନକାନନ ଜୀବ ଉଦ୍ୟାନରାମାବତାରମ୍ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମାକାନ୍ତ ରଥଅଭିରାମ ପରମହଂସମାଗୁଣିର ଶଗଡ଼ଶତ୍ରୁଘ୍ନ ପାଣ୍ଡବରାଜ ଯୋଗବଳରାମ ଦାସବେଣୁଧର ରାଉତକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଦାସିଆ ବାଉରୀତ୍ରିପୁରା ମିଶ୍ରବରଗଛଅସହଯୋଗ ଆନ୍ଦୋଳନନଅଙ୍କ ଦୁର୍ଭିକ୍ଷସ୍ତନ୍ୟପାୟୀଗୁଗଲ୧୯ ମାର୍ଚ୍ଚଦଶାବତାରଅଷ୍ଟ୍ରିଆରାଜାରାଣୀ ମନ୍ଦିରମେସିନ ଲର୍ଣ୍ଣିଙ୍ଗ୍ନେତୃତ୍ୱଧରିତ୍ରୀଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରସୋନପୁର ରାଜ୍ୟଅଣ୍ଡାଇଣ୍ଟରନେଟ୧୬୬୫ଆଖୁଶୀତଳ ଷଷ୍ଠୀ ଯାତ୍ରାଜଗନ୍ନାଥ ମନ୍ଦିରଗଣ୍ଡାଓ ଅନ୍ଧଗଳିଓଡ଼ିଆ ରାମାୟଣକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀ ଜିଲ୍ଲାଖାଦ୍ୟପ୍ରଦୀପ କୁମାର ପାଣିଗ୍ରାହୀବର୍ଷାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଫସ୍‌ଫରସନେଲସନ ମଣ୍ଡେଲାଲସିବିଷମ କଟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉତ୍କଳ ବ୍ରାହ୍ମଣମହୁରାଧାନାଥ ରାୟଉଇକିଅଭିଧାନଉତ୍କଳ ବିଶ୍ୱବିଦ୍ୟାଳୟଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଚୌଧୁରୀମାୟାଧର ମାନସିଂହବିଦ୍ୟାଳୟଆକବରଜଳଗୋଲୋକ ବିହାରୀ ଧଳଶ୍ରବଣା (ନକ୍ଷତ୍ର)ଗଙ୍ଗାଧର ମେହେରକଖାରୁ ଫୁଲ ଭଜାତୃପ୍ତି ଦାସ🡆 More