ପପୁ ପମ ପମ

ପପୁ ପମ ପମ (ଅନ୍ୟନାମ ପପୁ, ତତ୍ତ୍ୱ ପ୍ରକାଶ ଶତପଥୀ ନାମରେ ଜନ୍ମିତ) ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା । ସେ ୨୦୧୫ ମସିହା ସୁଦ୍ଧା ୧୫ଟି ଓଡ଼ିଆ କଥା ଚିତ୍ରରେ ଅଭିନୟ କରିସାରିଛନ୍ତି ।

ପପୁ ପମ ପମ
ପପୁ ପମ ପମ
ଜନ୍ମ (1978-05-26) ୨୬ ମଇ ୧୯୭୮ (ବୟସ ୪୫)
ନୂଆସାହି,କପ୍ତିପଦା, ମୟୂରଭଞ୍ଜ
ଜାତୀୟତାଭାରତୀୟ
ବୃତ୍ତିକଥାଚିତ୍ର ଅଭିନୟ
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀସଙ୍ଗିତା ଶତପଥୀ
ସନ୍ତାନସ୍ୱ ଓଁ
ଅଦିତି
ପିତାମାତାହେମନ୍ତ କୁମାର ଶତପଥୀ
ମୀରା ମଞ୍ଜରୀ ଶତପଥୀ

ପ୍ରାରମ୍ଭିକ ଜୀବନ

ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ '୧୯୭୮ ମସିହା ମଇ ୨୬' ତାରିଖରେ ଏକ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ 'ଯାଦୁବିଦ୍ୟା' ପାଇଁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ । ପପୁ ପିଲା ଦିନରୁ ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୦୦ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି । ସେ ଉଦଳା କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟର ନାଟ୍ୟସଂସଦର ସମ୍ପାଦକ ମଧ୍ୟ ଥିଲେ ।

ଅଭିନୟ ଜୀବନ

ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ୱର ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଏହାପରଠାରୁ ସେ ତରଙ୍ଗ ଟିଭି ଓ ତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ।

ରାଜନୈତିକ ଜୀବନ

୨୦୧୪ ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ଟିକେଟରେ ଲଢି ପରାଜୟ ବରଣ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୫ ତୁ ମୋ ଆଖିର ତାରା ପପୁ
ପ୍ରଥମ ପ୍ରେମ
୨୦୦୬ ଦେ ମା ଶକ୍ତି ଦେ ମକରା
୨୦୧୦ ଆଖି ପଲକରେ ତୁ ପପୁ
ତୋ ଆଖିରେ ମୁଁ ଗୌରା
ସଞ୍ଜୁ ଆଉ ସଞ୍ଜନା ସଞ୍ଜୁର ସାଙ୍ଗ
ମେଘ ସବାରୀରେ ଆସିବ ଫେରି ପପୁ
ଦିୱାନା
୨୦୧୧ ମୋଷ୍ଟ ୱାଣ୍ଟଡ କମ୍ପ୍ୟୁଟର ବେହେରା
ଛାତିରେ ଲେଖିଚି ତୋରି ନାଁ ଲାଲୁ
ତୁ ମୋ ଗାର୍ଲଫ୍ରେଣ୍ଡ ଶାବୁ
ବାଳୁଙ୍ଗା ଟୋକା ବବ୍‌ଲି
୨୦୧୨ କେବେ ତମେ ନାହଁ କେବେ ମୁଁ ନାହିଁ
ରଙ୍ଗିଲା ଟୋକା ଶିବୁ ପ୍ରଧାନ (ନାୟକ)
୨୦୧୨ ଏସିପି ସାଗରିକା ଇନିସ୍‌ପେକ୍ଟର ଯେନା
ଚଉକା ଛକା ବୁଲା
୨୦୧୪ ଆମେ ତ ଟୋକା ଷଣ୍ଢ ମାର୍କା
୨୦୧୫ ପିଲାଟା ବିଗିଡ଼ି ଗଲା ଟୁଇଟର
ଆଶିକ୍ ପପୁ ଦାଦା
୨୦୧୬ ତୁ କହିବୁ ନା ମୁଁ ଅଶୋକ
ବାଏ ବାଏ ଦୁବାଇ
ଲଭ୍ ଷ୍ଟେସନ ଅଟୋ ଡ୍ରାଇଭର
ହେ ପ୍ରଭୁ ଦେଖା ଦେ
୨୦୧୭ ଦିଲ୍ କା ରାଜା
କଥାଦେଲି ମଥା ଛୁଇଁ
ସୀତାରାମଙ୍କ ବାହାଘର କଳିଯୁଗରେ
ସୁନାପିଲା- ଟିକେ ସ୍କୃ ଢିଲା
ଜଷ୍ଟ ମୋହବତ୍
ମୁଁ ଖାଣ୍ଟି ଓଡ଼ିଆ ଝିଅ
ଭୈରବ

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ

ଧାରାବାହିକ ଚେନାଲ ଭୂମିକା
ଫାଲ୍‌ତୁ କଥା ତରଙ୍ଗ ମ୍ୟୁଜିକ
ଫକଡ଼ରାମ ଗିରିଧାରୀ ତରଙ୍ଗ ମ୍ୟୁଜିକ ଫକଡ଼ରାମ
ଏକ୍ସକ୍ୟୁଜ୍ ମି ତରଙ୍ଗ ଟିଭି ସାକ୍ଷାତକାର ଦେବାକୁ ଆସୁଥିବା ଅତିଥି
ପପୁଙ୍କ ସେଲୁନ୍ ତରଙ୍ଗ ଟିଭି ଚୁଟିକଟା ବାରିକ
ଏକ୍ସକ୍ୟୁଜ୍ ମି ଯାହା କ‌ହିବି ସତ କ‌ହିବି ତରଙ୍ଗ ଟିଭି ଅପରାଧୀ
ଡିଙ୍ଗ ଡଙ୍ଗ୍ ଏକ୍ସକ୍ୟୁଜ୍ ମି ତରଙ୍ଗ ଟିଭି ମିଶ୍ରବାବୁଙ୍କ ଘରର ଅତିଥି
ଡି ଫୋକସ୍ @ ୯ ଫୋକସ୍ ଓଡ଼ିଶା
ଗାଁ ଆଖଡ଼ା ତରଙ୍ଗ ଟିଭି ବିଚାରକ
ଏକ୍ସକ୍ୟୁଜ୍ ମି ଏଥର ମିଛ କ‌ହିବି ତରଙ୍ଗ ଟିଭି
ତରଙ୍ଗ ପରିବାର ମହାମୁକାବିଲା ତରଙ୍ଗ ଟିଭି ଉପସ୍ଥାପକ
ମୋ ଗାଁର ସ୍ୱର ତରଙ୍ଗ ମ୍ୟୁଜିକ ବିଚାରକ/ଉପସ୍ଥାପକ

ପୁରସ୍କାର ଓ ସମ୍ମାନ

ତରଙ୍ଗ ଟିଭିଦ୍ୱାରା ଆୟୋଜିତ ତରଙ୍ଗ ସିନେ ଆୱାର୍ଡସରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

ଗ୍ୟାଲେରି

ଆଧାର

ବାହାର ଆଧାର

Tags:

ପପୁ ପମ ପମ ପ୍ରାରମ୍ଭିକ ଜୀବନପପୁ ପମ ପମ ଅଭିନୟ ଜୀବନପପୁ ପମ ପମ ରାଜନୈତିକ ଜୀବନପପୁ ପମ ପମ ଅଭିନୀତ କଥାଚିତ୍ରପପୁ ପମ ପମ ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମପପୁ ପମ ପମ ପୁରସ୍କାର ଓ ସମ୍ମାନପପୁ ପମ ପମ ଗ୍ୟାଲେରିପପୁ ପମ ପମ ଆଧାରପପୁ ପମ ପମ ବାହାର ଆଧାରପପୁ ପମ ପମଓଡ଼ିଆ ସିନେମା ଜଗତ

🔥 Trending searches on Wiki ଓଡ଼ିଆ:

ତିଳ ଚତୁର୍ଥୀରବୀନ୍ଦ୍ରନାଥ ଠାକୁରଶେର ଶାହ ସୁରୀନିତ୍ୟାନନ୍ଦ ଶତପଥୀନେଲସନ ମଣ୍ଡେଲାପାକ୍ରିଟିନିବମହାଦେଶଜଗନ୍ନାଥରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସିଦ୍ଧାନ୍ତ ମହାପାତ୍ରଅଷ୍ଟ୍ରେଲିଆଶିବମୟୂରବିଷମ କଟକହନୁମାନ ବାଟିକାଭାରତର ନଦୀ ସମୂହର ତାଲିକାଅନନ୍ତ ବାସୁଦେବ ମନ୍ଦିରIndiaଖାରବେଳମୟୂରଭଞ୍ଜ ଜିଲ୍ଲାବଣଭୋଜି ବେଶଭ୍ୟାକୁମ୍ କ୍ଲିନର୍ରାଉରକେଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଛାରପୋକଭକ୍ତ ଚରଣ ଦାସକୃଷ୍ଣପ୍ରସାଦ ମିଶ୍ରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସକମ୍ପ୍ୟୁଟରକୋଣାର୍କ ସୂର୍ଯ୍ୟ ମନ୍ଦିରଗଣନ ସଂଖ୍ୟାଓମ'ଙ୍କ ନିୟମଫରିନା ଆଜାଦ୨୮ ଫେବୃଆରୀଭାନୁଜୀ ରାଓବର୍ଷାସୁଭାଷ ଚନ୍ଦ୍ର ବୋଷଭକ୍ତ ଚରଣ ଦାସ (ରାଜନେତା)ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାଧାମହାତ୍ମା ଗାନ୍ଧୀwiki.phtmlମାଗୁଣିର ଶଗଡ଼ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଚବିଶ ଗୁରୁଓଡ଼ିଆ ରାମାୟଣରାଧାନାଥ ରଥବିଦ୍ୟାଳୟ୧ମ ଓଡ଼ିଶା ବିଧାନ ସଭାରାମାୟଣକୁଞ୍ଜବିହାରୀ ଦାଶଓଡ଼ିଆ ଖବରକାଗଜ ତାଲିକାବିରାଟ କୋହଲୀହୃଷୀକେଶ ପଣ୍ଡାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓପ୍ରଥମ ଭାସ୍କରୟୁରୋପଜାଭା (ପ୍ରୋଗ୍ରାମିଂ ଭାଷା)ରାଧାନାଥ ରାୟବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଥମ ବିଶ୍ୱଯୁଦ୍ଧସମର ସଲିମ ସାଇମନଫୋସିନୋପ୍ରିଲଶ୍ରଦ୍ଧାକର ସୂପକାରକାଶୀ ବିଶ୍ୱନାଥ ମନ୍ଦିରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜଗନମୋହ‌ନ ଲାଲବୌଦ୍ଧ ଧର୍ମଦ୍ୱିତୀୟ ବିଶ୍ୱଯୁଦ୍ଧରାସେଶ୍ୱରୀ ପାଣିଗ୍ରାହୀମହାବିଦ୍ୟା🡆 More