ଟାହିଆ

ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି । ପହଣ୍ଡି ସମୟରେ ବିଗ୍ରହମାନଙ୍କ ମସ୍ତକରେ ସୁଦୃଶ୍ୟ ଟାହିଆ (ମକୁଟ) ପିନ୍ଧାଯାଇଥାଏ । ରାଘବ ଦାସ ମଠରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଭାବେ ତିଆରି କରିଥାନ୍ତି ।

ତିଆରି

ସ୍ୱତନ୍ତ୍ର ମାପରେ ବାଉଁଶ, କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, ପଇତା ସୁତା, ରଙ୍ଗରେ ଟାହିଆ ପ୍ରସ୍ତୁତି କାରାଯାଇଥାଏ । ପ୍ରାଥମିକ ସ୍ତରରେ ବାଉଁଶ କାଠିକୁ ସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ । ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ । ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ । ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ ମଲ୍ଲୀ, ମାଳତି, ଟଗର, ପଦ୍ମ ଫୁଲ ଏବଂ ଦୁବ ଆଦି ଖଞ୍ଜାଯାଇଥାଏ । ଟାହିଆର ଅଗ୍ରଭାଗରେ ଦୁବକିଆ ଲଗାଯାଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ, ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।

ବ୍ୟବହାର

ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି । ତାହାକୁ ସେନାପଟା ଲାଗି କୁହାଯାଏ । ପହଣ୍ଡି ସମୟରେ ବୀରବେଶୀ ଜଗନ୍ନାଥଙ୍କୁ ସୁଦୃଶ୍ୟ ଟାହିଆ ପିନ୍ଧାଯାଇଥାଏ । ବିଗ୍ରହମାନଙ୍କୁ ସେନାପଟା ଲାଗି ବେଶ ପରେ ମଙ୍ଗଳାର୍ପଣ କରାଯାଇ ଡୋର ଲାଗି କରାଯାଇଥାଏ । ସ୍ନାନ ପୂର୍ଣିମା ଦିବସରେ ରତ୍ନବେଦୀରୁ ବିଗ୍ରହମାନେ ପହଣ୍ଡି ବିଜେରେ କଳାହାଟ ଦ୍ୱାର ଜୟବିଜୟ ଦ୍ୱାର, ଜଗମୋହନ, ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଦେଇ ସ୍ନାନବେଦୀକୁ ଆସନ୍ତି । ସାତ ପାହାଚରେ ବିଗ୍ରହମାନଙ୍କୁ ଟାହିଆ ପିନ୍ଧା ଯାଇଥାଏ । ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡିରେ ବିଜେ ଟାହିଆ ଲାଗି ହୋଇଥାଏ । ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଧାଡ଼ି ପହଣ୍ଡିରେ, ଅଣସର ପିଣ୍ଡିରୁ ଧାଡ଼ି ପହଣ୍ଡିରେ ରଥକୁ, ରଥରୁ ଆଡ଼ପ ମଣ୍ଡପରେ ଆବସ୍ଥାନ ନିମନ୍ତେ ଗୋଟି ପହଣ୍ଡିରେ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ ।

ଇତିହାସ

ପୁରୁଷୋତ୍ତମ ଦେବଙ୍କ ସମୟରେ ମହାପ୍ରଭୁଙ୍କର ଚାପରେ ନରେନ୍ଦ୍ର ପୁଷ୍କରିଣୀରେ ଝଡ଼ ବତାଶରେ ମଦନମୋହନଙ୍କ ଚାପଟି ବୁଡ଼ିଯାଇଥିଲା । ସେହି ସମୟରେ ରାଘବ ଦାସ ମଠ ମହନ୍ତ ମଦନମୋହନବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ । ଗଜପତି ପୁରୁଷୋତ୍ତମ ଦେବ ସେହି ଦିନଠାରୁ ରାଘବ ଦାସ ମଠକୁ ମହାପ୍ରଭୁଙ୍କର ପହଣ୍ଡିର ସମସ୍ତ ଟାହିଆ ଯୋଗାଇଦେବା ନିମନ୍ତେ ସ୍ଥାବର ଭୂସମ୍ପତି ଯୋଗାଇଦେଇଥିଲେ । ସେବେଠାରୁ ଏପର୍ଯ୍ୟନ୍ତ ମଠ ପକ୍ଷରୁ ଏହି ସେବା ଯୋଗାଇଦିଆଯାଉଛି ।

ଟାହିଆଲାଗି ବେଶ

ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।

ଗୀତରେ ଟାହିଆ

ସାଲବେଗ ଏକଦା ଗାଇ ଉଠିଥିଲେ...

ତ୍ରୀରଙ୍ଗୀ ଛନ୍ଦେ ଉଭା
କରେ ମୂରଲୀ ଶୋଭା
ଜୁଡ଼ାଟି ବାନ୍ଧିଅଛି ଟାହିଆ...

ଆଧାର

Tags:

ଟାହିଆ ତିଆରିଟାହିଆ ବ୍ୟବହାରଟାହିଆ ଇତିହାସଟାହିଆ ଲାଗି ବେଶଟାହିଆ ଗୀତରେ ଟାହିଆ ଆଧାରଟାହିଆଜଗନ୍ନାଥପହଣ୍ଡି ବିଜେବଳଭଦ୍ରରାଘବ ଦାସ ମଠସୁଭଦ୍ରା

🔥 Trending searches on Wiki ଓଡ଼ିଆ:

ଭାରତୀୟ ଡାକ ସେବାଜଗନ୍ନାଥ ଦାସକାଞ୍ଚନ ଅୱସ୍ତିପଣା ସଂକ୍ରାନ୍ତିତାମିଲ ଭାଷାକାଳିନ୍ଦୀ ଚରଣ ପାଣିଗ୍ରାହୀଜଗନ୍ନାଥଯୁକ୍ତରାଜ୍ୟଭାରତୀୟ ଜାତୀୟ କଂଗ୍ରେସପଖାଳପାରାଦୀପ ବନ୍ଦର୧୭ ଅପ୍ରେଲଦୁର୍ଗାଅନନ୍ତ ପଟ୍ଟନାୟକଅକ୍ଷୟ ମହାନ୍ତିଓଡ଼ିଶୀ୩ (ସଂଖ୍ୟା)ବିଦ୍ୟାଳୟପରଶୁରାମଭାରତୀୟ ସ୍ୱାଧୀନତା ଆନ୍ଦୋଳନପିତ୍ତକୋଷମୟୂରତୁଷାରକାନ୍ତି ବେହେରାଜଗନ୍ନାଥ ମନ୍ଦିରଦୁଃଶୀଳାରାଧାନାଥ ରାୟଫକୀର ମୋହନ ସେନାପତିସରସ୍ୱତୀ ସମ୍ମାନଅନ୍ନପୂର୍ଣ୍ଣା ମହାରଣାମହାନଦୀଜୟୀରାମ ସାମଲରାଜେନ୍ଦ୍ର କିଶୋର ପଣ୍ଡାବେଦଉତ୍କଳ ବ୍ରାହ୍ମଣବ୍ରାହ୍ମଣବିଶ୍ୱଜିତ ଦାସବିଧାନ ସଭା ସଭ୍ୟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବଳରାମ ଦାସପଠାଣି ପଟ୍ଟନାୟକଗୋବିନ୍ଦ ତ୍ରିପାଠୀଭାରତର ସଂସ୍କୃତିଭଦଭଦଳିଆକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାତବର୍ଷା ପ୍ରିୟଦର୍ଶିନୀନୀଳକଣ୍ଠ ଦାସରଙ୍ଗବତୀଭାରତ ସରକାରଛତିଶଗଡ଼ଭାରତୀୟ ଜନତା ପାର୍ଟିକବି ପ୍ରସାଦ ମିଶ୍ରବାଞ୍ଛାନିଧି ମହାନ୍ତିସମାଜ (ଖବରକାଗଜ)ଯଶୋଧାରା ମିଶ୍ରବୀଜାଣୁକୃଷ୍ଣଚନ୍ଦ୍ର ପାଣିଗ୍ରାହୀବର୍ଷାବୀର ସୁରେନ୍ଦ୍ର ସାଏଧଉଳିରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଚୈତନ୍ୟବୁଧେଇ ଓଷାବସନ୍ତ କୁମାର ଶତପଥୀଅଖିଳ ମୋହନ ପଟ୍ଟନାୟକପୂରଣବାଚକ ସଂଖ୍ୟାଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ବାଳୀ🡆 More