ପହଣ୍ଡି ବିଜେ

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।

ପହଣ୍ଡି ବିଜେ
ପହଣ୍ଡି ବିଜେ ଦୃଶ୍ୟ
ପହଣ୍ଡି ବିଜେ
ପହଣ୍ଡି ବିଜେ ଦୃଶ୍ୟ୨

ପହଣ୍ଡିର ତାତ୍ପର୍ଯ୍ୟ

ପୁରାଣ ପ୍ରଥିତ ପୁରୁଷୋତ୍ତମ କ୍ଷେତ୍ର ଯେତିକି ମହମାନ୍ୱିତ,ସେଠାରେବିରାଜିତ ମହା ପ୍ରଭୁ ସେତିକି ଅସାମାନ୍ୟ ଓ ଆଶ୍ଚର୍ଯ୍ୟମୟ । ଭକ୍ତ ତାଙ୍କର ସମସ୍ତ ଆଶ୍ଚର୍ଯ୍ୟଜନକ ପରି ପ୍ରକାଶକୁ ଦେଖି, ଶୁଣି ଓ କହି ଏକାଧାରରେ ହୁଏ ଆଚଞ୍ଚିତ ଓ ଆନନ୍ଦିତ । ଆକାରରେ ଆଶ୍ଚର୍ଯ୍ୟ ପୁଣି ଆଚାରରେ ମଧ୍ୟ ଆଶ୍ଚର୍ଯ୍ୟର ଭୂରି ଭୂରି ଅଭିବ୍ୟକ୍ତିରେ ପୁଷ୍କଳ ସେହି ପରମ ପୁରୁଷ । ଦାରୁଦେହରେ ନରଲୀଳା ରଚନାରେ ଧୁରନ୍ଧର ସେ । ଦାରୁଶରୀରରେ ଅଚଳତା ପ୍ରକଟ କରୁଥିବା ଲୀଳାମୟ ମାନବୋଚିତ ଲୀଳାବିସ୍ତାର ନିମନ୍ତେ ହୁଅନ୍ତି ସଚଳ । ବାରମାସରେ ତେର ଯାତ୍ରାର ସଂରଚନାରେ ପ୍ରବୀଣ ପୁରୁଷୋତ୍ତମଙ୍କ ରହିଛି ଦୁଇଟି ସ୍ୱୟଂଲୀଳା । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଓ ଅନ୍ୟଟି ଆଷାଢ-ଶୁକ୍ଳ-ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା । ଗୋଟିଏ ଖରାକାଳର ଅନ୍ତିମ ଚରଣରେ ଓ ଅନ୍ୟଟି ବର୍ଷାକାଳର ଆଦ୍ୟ ପର୍ଯ୍ୟାୟରେ । ଏଇ ଉଭୟ ତିଥିରେ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କ ପ୍ରତ୍ୟକ୍ଷ ସଂଚରଣ ଲକ୍ଷ୍ୟ କରାଯାଏ । ଆତ୍ମୀୟ-ପାର୍ଷଦ-ଦାରା-ଧନାଦିକୁ ଛାଡି ଭକ୍ତସମୂହର ଐକାନ୍ତିକ-ଆକାଂକ୍ଷାକୁ ପରି ପୂର୍ଣ୍ଣ କରିବା ପାଇଁ ତଥା ଭକ୍ତ ସହ ସଚଳିତ ହେବାରେ ସ୍ୱକୀୟ ଅନିବାର-ଆଗ୍ରହକୁ ଚରିତାର୍ଥ କରିବା ସକାଶେ ସେ ଓହ୍ଲାଇ ଆସନ୍ତି ରତ୍ନବେଦୀରୁ ତଳକୁ ଓ ଶ୍ରୀମନ୍ଦିରର ବହିର୍ଭାଗକୁ । ଏପରିକି ରଥଯାତ୍ରା ପାଇଁ ଚାଲି ଆସନ୍ତିବଡଦାଣ୍ଡ ଉପରକୁ ଓ ଆରୋହଣ କରନ୍ତି ରଥ ।

ଏ ପ୍ରକାର କ୍ରମ ଦେଖି ବେଦାନ୍ତବିତ୍ମାନେ ହୁଅନ୍ତି ଅବାକ୍ । ବେଦାନ୍ତ ଯାହାଙ୍କୁ ନିରାକାରବ୍ରହ୍ମ ବୋଲିବର୍ଣ୍ଣନା କରି କୁହନ୍ତି ଯେ ତାଙ୍କର ପାଣି-ପାଦ-ନାସା-କର୍ଣ୍ଣ-ଚକ୍ଷୁ କିଛି ନାହିଁ ବୋଲି, ସେଇବ୍ରହ୍ମ ଦାରୁକଳେବର ଧାରଣ ପୂର୍ବକ ବିଶାଳ- ପଦ୍ମ ପଲାଶ-ଲୋଚନରେ ସମଗ୍ରବ୍ରହ୍ମାଣ୍ଡରେ କୃପାବର୍ଷଣ କରି ପ୍ରଶସ୍ତ ରଙ୍ଗାଧରରେ ଆନନ୍ଦର ଅମ୍ଳାନ ହାସକୁ ଫୁଟାଇ, ଭକ୍ତର ସମାଲିଙ୍ଗନରେ ସମୃଦ୍ଧ ବିପୁଳ ଭୁଜଦ୍ୱୟକୁ ବିସ୍ତାରି ରାଜକୀୟ ଆଟୋପରେ ଟାହିଆ ବିମଣ୍ଡିତ ହୋଇ, ମନ୍ଦ୍ର-ମଧୁର ଗତିରେ ମଦମତ୍ତ-ହସ୍ତୀତୁଲ୍ୟ ଅଦୃଶ୍ୟ ପଦ ପାତର ଚଳମାନ-ଭଙ୍ଗୀରେ ରଥକୁ ଆରୋହନ୍ତି ଓ ଯାତ୍ରା-ଲୀଳାର ଶେଷରେ ପୁନର୍ବାର ପଦ ପାତ କରିବାହୁଡି ଯାଆନ୍ତି ଶ୍ରୀମନ୍ଦିରକୁ । ଅପାଣି-ପାଦ ପରଂବ୍ରହ୍ମଙ୍କ ଏହି ଜୀବୋଚିତବାବିଶେଷକରି ନରୋଚିତ ଚଳନକୁ ପୁରୀବୋଲିରେ ବୋଲାଯାଏ ପହଣ୍ଡି.ସମଗ୍ର ସ୍ୱୟଂଲୀଳାରେ ପହଣ୍ଡି ହିଁ ସର୍ବଶ୍ରେଷ୍ଠ ଅଙ୍ଗ ଓ ସଚରାଚର ବିଶ୍ୱବ୍ରହ୍ମାଣ୍ଡର ପରମ-ଆକାଂକ୍ଷିତ ମୁହୂର୍ତ୍ତ । ପହଣ୍ଡି ପଦଟି ପ୍ରାକୃତ ଓ ମୂଳ ତତ୍ସମର ଏକ ଶାବ୍ଦିକ-ଅପଭ୍ରଂଶ ମାତ୍ର । ଶବ୍ଦକଳ୍ପଦ୍ରୁମାନୁସାରେ ଏହାର ମୂଳ-ଶବ୍ଦ ପଦ-ହିଣ୍ଡନ ହୋଇ ପାରେ । ପଦ ବୋଲେ ପାଦ ଓ ହିଣ୍ଡନ ବୋଲେ ଭ୍ରମଣକୁବୁଝାଏ । ଅନେକେ ଏହାକୁ ଭ୍ରମବଶତଃ ପଦହୁଣ୍ଡନ ବୋଲି କହିଥାନ୍ତି । ତେଣୁ ପହଣ୍ଡିର ଆଭିଧାନିକ ଅର୍ଥ ପାଦରେ ଭ୍ରମଣ । ମାନବବାଦୀ ଠାକୁରଙ୍କ ଏହି ପହଣ୍ଡି ଯାତ୍ରାର ରହିଛି ଅନେକ ବିଚାରଣୀୟ ସଂଦେଶ । ତହିଁରୁ କେତୋଟିକୁ ନିମ୍ନରେ ଆଲୋଚନା ଛଳରେ ଗ୍ରହଣ କରାଯାଇ ପାରେ ।


  • ଲୋକୋ ପକାରୀ-ଅବତାର ପ୍ରକଟଦ୍ୱାରା ସ୍ୱୟଂଲୀଳା ରଚନା

ଉପନିଷତ୍ମତରେ-ଅଜାୟମାନୋ ବହୁଧା ବିଜାୟତେ, ପୁଣି ଏକୋଦ୍ଧହଂ ବହୁ ସ୍ୟାମ୍ । ଏଥ#ରୁ ସ୍ପଷ୍ଟ ଯେ ଅଜନ୍ମା ପରଂବ୍ରହ୍ମ ଏକ ଓ ଅନନ୍ୟ ହେଲେ ମଧ୍ୟ ଲୀଳାବିଳାସଦ୍ୱାରା ଲୋକଶିକ୍ଷା ପ୍ରଦାନ ପୂର୍ବକ କଳୁଷହତ ଜୀବମାନଙ୍କୁ ଗତି ଦେବାକୁ ବହୁବିଧରୂପ ଧାରଣ କରି ବିଭିନ୍ନ ସମୟରେ ପ୍ରକଟ ହୁଅନ୍ତି । ଯାହାକୁ ଅବତାର ବୋଲି କୁହାଯାଏ । ଏହି ଅବତାରମାନଙ୍କରେ ସେ ନିଜ ମାୟାକୁ ଛାଡି ଜୀବ ପ୍ରାୟ ହୋଇ ଲୀଳା କରନ୍ତି । ଯାହାକୁ ପଞ୍ଚସଖା ଯୁଗର ସିଦ୍ଧସାଧକ ଅନନ୍ତ ଦାସ କହନ୍ତି-

ନିଜ ମାୟାଛାଡି ଜୀବ ପ୍ରାୟ ହୋଇ କରଇ ମୁଁ ଲୀଳାଖେଳା,
ଜୀବ ହିଁ ପରମଟି ଜୀବ ଅନନ୍ତ-ତତ୍ତ୍ୱର ଭେଳା ।


ଏହି କ୍ରମରେ ସ୍କନ୍ଧ ପୁରାଣ କୁହନ୍ତି ଯେ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭୁ ତ୍ରିଲୋକରେ ପରମ- ଅନୁଗ୍ରହ-ବିସ୍ତାର କରିବା ପାଇଁ ଏଇ ଦାରୁମୟ ଅବତାର ଗ୍ରହଣ କରିଛନ୍ତି । ଯଥା-

ଅବତାରଃ କୃତୋ ହ୍ୟେଷ ଲୋକାନୁଗ୍ରହକାମ୍ୟୟା ।
ତଦେହି ଭଗବନ୍ ପ୍ରୀତ୍ୟା ଚରଣଂ ନ୍ୟସ୍ୟ ଭୂତଳେ ॥


ଭକ୍ତବିନୋଦ ନିମନ୍ତେ ଅବତୀର୍ଣ୍ଣ ପରଂବ୍ରହ୍ମ ନୀଳାଚଳରେ ଦାରୂରୂପୀ ଭଗବାନ । ଜଗତର ଉପକାରରେ ଉଦାର ପରମାତ୍ମା ଜୀବାତ୍ମା ସହିତ ଲୀଳା କରିବାକୁ ଜୀବଭଳି ଶରୀର ଧରି ଦାରୁବିଗ୍ରହରେ ବଳଭଦ୍ର ଓ ସୁଭଦ୍ରାଙ୍କ ସମେତ ନୀଳାଦ୍ରିର ଗୁହାରେ ବିଦ୍ୟମାନ । ତେଣୁ ଜୀବର ସୁଖଦୁଃଖକୁ ଜୀବଭାବ ନେଇ ଶୁଣିବା,ବନ୍ଧୁଭାବ ନେଇବୁଝିବା ଓ ସ୍ୱାମୀଭାବ ଧରି ସୁଧାରିବା ପାଇଁ ସେ ଅନ୍ତର୍ବେଦୀର ଐଶ୍ୱର୍ଯ୍ୟକୁ ଛାଡି ଅନ୍ତରର ମାଧୁର୍ଯ୍ୟ ପରିବ୍ୟାପ୍ତ କରି କରି ଚଳନ୍ତି ପହଣ୍ଡିରେ ।

  • ଭକ୍ତି ପ୍ରିୟତା ଓ ଭକ୍ତ-ସର୍ବସ୍ୱତାର ପ୍ରକାଶନ

ସଗଙ୍ଗାମାଟି-ଦୀପ-ଘୃତାଦି ତ୍ରୟୋଦଶ ଦ୍ରବ୍ୟର ସଂଭାରରେ ମଙ୍ଗଳା ର୍ପଣକୁ ସ୍ୱୀକାର କରି ଚତୁର୍ଦ୍ଦଶବ୍ରହ୍ମାଣ୍ଡର ମଙ୍ଗଳ ମନାସୁଥିବା ମଙ୍ଗଳମୟ ମହା ପ୍ରଭୁ ପାଟଡୋର ଲାଗି ହୋଇ ସେବକମାନଙ୍କ ଗହଣରେ ଭକ୍ତବିତାନକୁ ଭ୍ରମଣକ୍ରମରେ ପ୍ରବେଶି ଆସନ୍ତି । ଏଥିରେ ତାଙ୍କର ଭକ୍ତ-ସର୍ବସ୍ୱତା ହିଁ ପ୍ରକାଶିତ ହୁଏ । ଭକ୍ତବତ୍ସଳ ଭଗବାନ୍ ଦରକାର ପଡିଲେ ନିଜ ପ୍ରାଣ ପ୍ରିୟା ପତ୍ନୀଙ୍କୁ ତ୍ୟାଗ କରି ପାରନ୍ତି ସିନା, ମାତ୍ର କୌଣସି ସମୟରେ ଭକ୍ତକୁ ଛାଡି ପାରନ୍ତି ନାହିଁ । ଭକ୍ତର ଏହି ପ୍ରେମରେ ପ୍ରବଣ ପ୍ରଭୁ ମା ମହାଲକ୍ଷ୍ମୀଙ୍କୁ ଛାଡି ଧିରେ ଧିରେ ପଦକ୍ଷେପ କରି ଗତି କଲାଭଳି ଭକ୍ତିସ୍ୱାଦର ଆହରଣରେ ମତୁଆଲା ହୋଇ ଭକ୍ତବୂ୍ୟହକୁ ଚଳନ୍ତି ଓ ଚାରି ପାଖକୁ ଆନ୍ଦୋଳନ ଛଳରେ ସମସ୍ତଙ୍କୁ ଆପଣେଇବାର ଅନୁପମ-ଆବେଗକୁ ପ୍ରକଟ କରନ୍ତି । ଏ କ୍ଷେତ୍ରରେ ସାଲବେଗଙ୍କ ଉକ୍ତି-ଏକା ମୋ ଭକତ ଜୀବନ-ଏହି ଅଙ୍ଗୀକାରର ପରି ପ୍ରକାଶ ମଧ୍ୟ ପହଣ୍ଡିର ଏକ ପ୍ରମୁଖବାର୍ତ୍ତା ।

  • ଅଙ୍ଗଜାତ ପବନରେ ପତିତପାବନତା ସିଦ୍ଧି

ନିଜର ଅମୃତମୟ-ସୁଦିବ୍ୟ ଅଙ୍ଗଲଗ୍ନ ପବନର ସଂଚାରଣରେ ସମସ୍ତ ଜଗତର ଯାତନା-ପତିତ-ଜନତାର ପାପକୁ ବିନଷ୍ଟ କରିବା ପାଇଁ ହିଁ ମହା ପ୍ରଭୁ ଭକ୍ତ ଗହଣରେ ପହଣ୍ଡିରେ ଚଳୁଛନ୍ତି । ତେଣୁ ତାଙ୍କର ଏହି ଯାତ୍ରାକୁ ପତିତପାବନ ଯାତ୍ରାବୋଲି କୁହାଯାଏ । କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମଧ୍ୟ କୋଟିବ୍ରହ୍ମାଣ୍ଡ ସୁନ୍ଦରୀରେ ଏହି ମର୍ମରେ କହିଛନ୍ତି- ସ୍ନାନଗୁଣ୍ଡିଚା ଏ ବେନି ସ୍ୱୟଂଲୀଳା ଯାହାର, ପତିତ ପାବନ ଅର୍ଥେ ପ୍ରାସାଦୁଁବାହାର ଯେ। ।ଏଠାରେ ପତିତମାନେ ପାବନତ୍ୱ ଲାଭ କରନ୍ତି, ଅର୍ଥାତ୍(ବିଭୁଅଙ୍ଗସକ୍ତ) ପବନ ସଂବନ୍ଧରେ(ପାବନ) ଆସି ପାପମୁକ୍ତ ହୋଇ ପବିତ୍ର ହୁଅନ୍ତି ।

  • ନେତ୍ରଜ୍ୟୋତି...ରେ ପ୍ରକୃତିର ଶୁଦ୍ଧିକରଣ

ହେ ପ୍ରଭୁ ! ଆପଣଙ୍କ ଅବଲୋକନରେ ସମଗ୍ର ଜଗତ ସହିତ ଦଶଦିଗବିଭାଗ ଯୁକ୍ତା ପ୍ରକୃତି ମଧ୍ୟ ପବିତ୍ର ହେଉ । ଏଥିରୁ ସ୍ପଷ୍ଟ ଯେ, କଳିକାଳର ପ୍ରଭାବରେ ପ୍ରଦୂଷିତ ହୋଇଥିବା ଉଭୟ ଅନ୍ତଃପ୍ରକୃତି ଓ ବହିଃପ୍ରକୃତିର ଶୋଧନର ଦିବ୍ୟସଂଦେଶବହନ କରୁଛି ପହଣ୍ଡି ।

  • ପ୍ରଗତିର ଚେତନା ଓ ପ୍ରଚୋଦନାଦ୍ୱାରା ପରମ ପଦ ପ୍ରଦାନ

ସାଧାରଣତଃ ଦାରୁରେ ସ୍ପୂର୍ତ୍ତି ନଥାଏ । ନଥାଏ ଭାବାବେଗର ସଂକେତ । ତିଳେ ହେଲେ ଅନୁଭୂତ ହୁଏ ନାହିଁ ଚୈତନ୍ୟର ଚାତୁର୍ଯ୍ୟ । ଏହି ଦାରୁ ନିର୍ମିତ ତନୁ ଧାରଣକରି ଜଗନ୍ନିୟନ୍ତା ପହଣ୍ଡି ମାଧ୍ୟମରେ ଦାରୁସୁଲଭ ଜଡତାକୁ ଚୂର୍ଣ୍ଣ କରି ନରୋଚିତ ଚେତନାକୁ ଆତ୍ମସ୍ଥ କରିବା ପାଇଁ ଦେଉଛନ୍ତି ପ୍ରତ୍ୟକ୍ଷ ପ୍ରଚୋଦନା । ଜୀବନ ଯାତ୍ରାରେ ଆଦୌ ଜଡିମାରେ ଶିଥିଳ ନହୋଇ ସଚେତନ-ଗତିଶୀଳତାକୁ ନିରନ୍ତର ନିରବଚ୍ଛିନ୍ନ ଭାବରେ ଆଦରିଲେ ଉତ୍ତରିତ ହୁଏବ୍ୟକ୍ତିତ୍ୱ ଓ ଆନନ୍ଦର ନନ୍ଦିଘୋଷ-ଆରୋହଣରେ ଜୀବସତ୍ତା ହୁଏ ଉଚ୍ଚାଟିତ । ପ୍ରଭୁ ଚରୈବେତି ଚରୈବେତି ଆହ୍ୱାନକୁ ଗ୍ରହଣକରି ପହଣ୍ଡିକୃତ-ସଂଚରଣରେ ପ୍ରଗତିର ପ୍ରଚାର କରିବା ସହ ସଂସାରକୁ ଏକ ନି...ସୀମ- ପ୍ରସରଣର ଉଦାତ୍ତ-ବାର୍ତ୍ତା ପ୍ରଦାନ କରୁଛନ୍ତି । ପହଣ୍ଡିଦ୍ୱାରା ମଧ୍ୟ ପ୍ରଭୁ ଉଭୟ ସ୍ଥାବର ଓ ଜଙ୍ଗମଙ୍କୁ ପରମ ପଦବା ମୋକ୍ଷଦାନ କରନ୍ତି ।

  • ଶବ୍ଦରେବ୍ରହ୍ମତ୍ୱର ଅବବୋଧଦ୍ୱାରା ସୁପ୍ତ ବିବେକରେ ଜାଗରଣ ସୃଷ୍ଟି

ପ୍ରଚଣ୍ଡ ଘଣ୍ଟଘୋଷ ପହଣ୍ଡିର ଏକବିଶେଷବିଭାବ । ଏହା ଏକ ସୂକ୍ଷ୍ମ- ପ୍ରକମ୍ପ ସୃଷ୍ଟିକରେ ଅନ୍ତଃକରଣ ଓ ମସ୍ତିଷ୍କରେ । ଏହାଦ୍ୱାରା ଭୟଭ୍ରାନ୍ତି ଆଦି ଅନ୍ତର୍ମଳ ସ୍ୱତଃ ଝଡିଯିବା ସହିତ ମନୀଷାମଣ୍ଡଳ ବିସ୍ପାରିତ ହୁଏ ଓ ଅଜ୍ଞାନରେ ମୋହଗ୍ରସ୍ତ ଜୀବର ସୁପ୍ତବିବେକରେ ତାତ୍କାଳିକ ଜାଗରଣ ସୃଷ୍ଟି ହୋଇଥାଏ । ଶବ୍ଦ ଓ ବ୍ରହ୍ମମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଶବ୍ଦ ଯେପରି ଲିପିତଃ ଏକ ହୋଇଥିଲେ ବି ଅର୍ଥ ଭେଦରେ ବ୍ୟବହାରଗତ-ଭିନ୍ନତାବହନ କରେ, ଠିକ୍ ସେହି ପରି ପରଂବ୍ରହ୍ମ ତତ୍ତ୍ୱତଃ ପରି ପ୍ରକାଶଗତ-ବିଭିନ୍ନତାଦ୍ୱାରା ବହୁଧା ରୂପାନ୍ୱିତ ହୋଇଥାନ୍ତି । ଏହି ଗୂଢାର୍ଥକୁ ଚିହ୍ନଉଥିବା ପହଣ୍ଡି ଗମ୍ଭୀର ନିର୍ଘୋଷ ମାଧ୍ୟମରେ ଶବ୍ଦକୁ ବ୍ରହ୍ମଜ୍ଞାନରେ ବ୍ୟବହାର କରି ଅନ୍ତର ପ୍ରଦେଶକୁ ଦ୍ୟୋତିତ କରିବା ସହିତ ନିଃଶଙ୍କ-ଜାଗରଣର ମୁନିସୁଲଭ ସିଦ୍ଧି ଲାଭ ପାଇଁ ପ୍ରେରିତ କରେ ।

  • ପରିଶ୍ରମ ପରାୟଣତାର ଅଭିନିବେଶ

ପ୍ରଭୁ ନିଜେ ପହଣ୍ଡିଦ୍ୱାରା ଶ୍ରମୋନ୍ମୁଖ-କର୍ମ ପ୍ରବଣତାକୁ ପ୍ରଦର୍ଶିତ କରୁଛନ୍ତି । ଲକ୍ଷ୍ୟସ୍ଥଳରେ ନ ପହଞ୍ଚିଲା ପର୍ଯ୍ୟନ୍ତ କର୍ମରୁ ବିଚ୍ୟୁତି ନାହିଁ । ଏହାକୁ ମସ୍ତକ-ଆନ୍ଦୋଳନ-ଭଙ୍ଗୀରେ ସୂଚିତ କରି ସେ ଭକ୍ତ ସମୁଦ୍ରର କଲ୍ଲୋଳକୁ ଧୀରେ ଧୀରେ ଅତିକ୍ରମ କରି ଆସୀନ ହୁଅନ୍ତି ରଥ ପୃଷ୍ଠରେ । ଯିଏ ନିଷ୍ଠାର ସହିତ କର୍ମ କରିବ, ସେ ସୁଫଳ ଅବଶ୍ୟ ପାଇବ-ଏହିବାର୍ତ୍ତାରେ ସମୃଦ୍ଧ ପହଣ୍ଡିର ପଟୁଆର ।

  • ବାସ୍ତବ ଜୀବନଦର୍ଶନର ଅଭିବ୍ୟକ୍ତି

ଜୀବନ ସର୍ବଦା ସମବା ସମରସଯୁକ୍ତ ନୁହେଁ । କେତେବେଳେ ଉତ୍ତରଣ ତ କେତେବେଳେ ଅବତରଣ, ପୁଣି କେତେବେଳେ ମିଳନ ତ କେବେ ଅବାବିରହ- ଏହିପରି ଦ୍ୱନ୍ଦଦେଇ ଜୀବନ-ଯମୁନା ହୁଏ ଗତିଶୀଳ । ଏହି ପରି ଜୀବନଦର୍ଶନର ଭିତ୍ତିଭୂମି ଉପରେ ପହଣ୍ଡି ପର୍ଯ୍ୟବସିତ । ପହଣ୍ଡିରେ ପ୍ରଭୁ ଅବତରନ୍ତି ରତ୍ନବେଦୀରୁ,ବିରହରେ ପୀଡ଼ିତ କରନ୍ତି ଶ୍ରୀମନ୍ଦିରକୁ, ଭକ୍ତ ସହିତ ମିଳନର ଉଳ୍ଲାସରେବିଭୋର ହୋଇ ପୁଣି ରଥ ଉ ପରକୁ ଉତ୍ତରିତ ହୁଅନ୍ତି । ସେହି ପରି ଫେରିବା ବେଳେ ରଥରୁ ଅବତରି ଭକ୍ତମାନଙ୍କୁବିରହ ପୀଡ଼ା ଦେଇ ରତ୍ନବେଦୀକୁ ଆରୋହନ୍ତି ।

  • ସମଦୃଷ୍ଟି ପୂର୍ଣ୍ଣ ସାମ୍ୟବାଦର ସମୁଚିତ ସଂସ୍କରଣ

ପହଣ୍ଡିବେଳେ ସବୁ ପ୍ରକାର ସେବାୟତ ସମ୍ମିଳିତ ହୋଇ ଏକ ଗୋଷ୍ଠୀଗତ-ସମନ୍ୱୟରେ ସେବା ଦେଉଥାନ୍ତି । ନା ସେଠି ମୁଖ୍ୟ-ଗୌଣାଦିର ଭେଦ ରହିଛି ନା ଆର୍ଯ୍ୟ-ଆର୍ଯୋତ୍ତର ପ୍ରଭୃତିର ବୈଷମ୍ୟ ଅଛି ନା ଅବା ଧନି-ଦରିଦ୍ର, ରାଜା- ପ୍ରଜାଦିର ପାର୍ଥକ୍ୟ ରହିଛି । ଜାତି-ଧର୍ମ-ବର୍ଣ୍ଣ-ସଂପ୍ରଦାୟାଦିର ସମସ୍ତ ବିଭେଦବଡଦାଣ୍ଡର ସେହି ଗଭୀର ସମତା-ସମୁଦ୍ରରେ ସତ୍ତା ହଜାଇ ଦିଅନ୍ତି । ସମସ୍ତେ ଏକାକାର ଓ ଗୋଟିଏ ଭକ୍ତି-ସୂତ୍ରରେ ବନ୍ଧା ହୋଇ ଅଚଳ ମହାମେରୁଙ୍କୁ ସଚଳ କରାଉଥାନ୍ତି । କାରଣ,ମହା ପ୍ରଭୁ ସମତାର ପ୍ରତୀକ । ଚକାଆଖି ତାଙ୍କର ସମଦୃଷ୍ଟିରେ ପରି ପୂର୍ଣ୍ଣ । ସେଥି ନିମନ୍ତେ କବିସୂର୍ଯ୍ୟ ବଳଦେବ ରଥ ଜଣାଣରେ କହିଲେ- ଟେକି ସମଦୃଷ୍ଟି-ପତାକାକୁ ପୁଣି ଏ କି ପକ୍ଷ ପାତ-ରୀତି ହେ ମହା ପ୍ରଭୁ ! ବଡଦାଣ୍ଡରେ କି ଗୃହୀ କି ସନ୍ନ୍ୟାସୀ ସମସ୍ତେ ସମବେତ ହୋଇ ଏକସ୍ଥିତିରେ ଓ ଏକମୁଖରେ କେବଳ ସ୍ତୁତିଗାନ ଛଳରେ ଏହି ସାମ୍ୟକୁ ପ୍ରଦର୍ଶିତ କରି ମହା ପ୍ରଭୁଙ୍କ ସମତାଗୁଣକୁ ପ୍ରଖ୍ୟାପିତ କରନ୍ତି । ଜଗତର ନାଥ ପଦକୁ ସାର୍ଥକ କରି ପ୍ରଭୁ ସମସ୍ତ ଜଗତବାସୀଙ୍କୁ ସମାନ ଦର୍ଶନର ସୁଯୋଗ ଦେଇ କରନ୍ତି କୃତାର୍ଥ । ସମଦ୍ରଷ୍ଟାଙ୍କ ସମଦୃଷ୍ଟିର ସମରସରେ ସମାଖ୍ୟାତ ପହଣ୍ଡିର ଧାରା ।

  • ନିଃସ୍ୱାର୍ଥ ପରତାର ନିର୍ମଳ ନିଦର୍ଶନ

ଭକ୍ତର ମିଳନଜନିତ-ସୁଖର ଆସ୍ୱାଦନ ପାଇଁ ଅତ୍ୟନ୍ତବ୍ୟଗ୍ର ଥିଲେ ସୁଦ୍ଧା ମହା ପ୍ରଭୁ ନିଜେ ଆଗରେ ପହଣ୍ଡିରେବାହାରି ଆସନ୍ତି ନାହିଁ ।ବରଂ ନିଜ ଆୟୁଧ-ଅଗ୍ରଜ-ଅନୁଜାଙ୍କୁ ଛାଡିବା ପରେ ନିବାସସ୍ଥଳର ସୁବିଧା-ଅସୁବିଧାକୁ ବୁଝି ସର୍ବଶେଷରେ ପହଣ୍ଡି ଯାତ୍ରା କରନ୍ତି ଏବଂ ସର୍ବଶେଷରେ ମଧ୍ୟ ରଥରେ ଯାତ୍ରା କରିଥାନ୍ତି । ଏହା ହିଁ ତ ନିଃସ୍ୱାର୍ଥତତା । ଏହି ଭାବରେ ଶ୍ରୀମଦ୍ ଭଗବଦ୍ଗୀତାରେ ନିଜେ ପ୍ରଭୁ ଭକ୍ତର ଲକ୍ଷଣରେ-ନିର୍ମମୋ ନିରହଙ୍କାରଃ ସମଦୁଃଖ ସୁଖଃ କ୍ଷମୀ-ବୋଲି କହିଛନ୍ତି । ଏଠାରେ ନିର୍ମମର ଅର୍ଥ ନିଃସ୍ୱାର୍ଥ ପର । ଏହି ପହଣ୍ଡି ଜରିଆରେ ଆପଣାର ଆଚରିତ କର୍ମକୁ ସଂସାରରେ ଶିକ୍ଷା ଦେବା ଛଳରେ ମହାପ୍ରଭୁ ନିଜେ ସ୍ୱାର୍ଥ ତ୍ୟାଗ କରି ଜଗତକୁ ସ୍ୱାର୍ଥଶୂନ୍ୟ-ଆଚରଣରବାର୍ତ୍ତା ଦେଉଛନ୍ତି । ଅନନ୍ତ-ହରିଙ୍କ ଲୀଳା ମଧ୍ୟ ଅନନ୍ତା, ଅହୈତୁକୀ ଓ ଆଶ୍ଚର୍ଯ୍ୟମୟୀ । ଶ୍ରୀଜଗନ୍ନାଥ ଚେତନା ଏହି ପରି ଅନେକ ଆଚରଣୀୟ-ଲୋକ ଶିକ୍ଷାର ମହାନ ଭଣ୍ଡାର । ପ୍ରଭୁ ନିଜେ ହେଉଛନ୍ତି ଗୁଣର ସାଗର । ତେଣୁ ପହଣ୍ଡି ପରି ତାଙ୍କର ପ୍ରତିଟି ଲୀଳାରୁ ଅନୁମିତ ସଂସ୍କାରକୁ ଜୀବନରେ ପ୍ରତିଫଳିତ କରିବା ହିଁ ପ୍ରକୃତ ଜଗନ୍ନାଥ ପ୍ରେମୀର ଏକମାତ୍ର କର୍ତ୍ତବ୍ୟ ମନେହୁଏ ।

ଆଧାର

Tags:

ଜଗନ୍ନାଥ ମନ୍ଦିର

🔥 Trending searches on Wiki ଓଡ଼ିଆ:

ଭୃସଙ୍ଗ ଗଛରଜଅଷ୍ଟ୍ରେଲିଆଗଙ୍ଗା ଦଶହରାଗଣ୍ଡାପ୍ରତିଭା ଶତପଥୀଉଇକିଅଭିଧାନଭୁବନେଶ୍ୱରନୋଟା (ଭାରତ)ଜଗନ୍ନାଥ ମନ୍ଦିର୪ ଜାନୁଆରୀମେଟ୍ରୋନିଡାଜୋଲସୀତାକାନ୍ତ ମହାପାତ୍ରସ୍ୱର ବର୍ଣ୍ଣ୨୦ ଅପ୍ରେଲଖ୍ରୀଷ୍ଟ ଧର୍ମବଲ୍ଲଭଭାଇ ପଟେଲକୃଷ୍ଣଚନ୍ଦ୍ର ପାଣିଗ୍ରାହୀଇଣ୍ଟରନେଟଅନନ୍ତ ପଟ୍ଟନାୟକଓଡ଼ିଆ କାବ୍ୟ କବିତାଆଜରବାଇଜାନରାଧାମୋହନ ଗଡ଼ନାୟକ୧୨ ଫେବୃଆରୀଓଡ଼ିଶାର ଲୋକନୃତ୍ୟବ୍ରଜନାଥ ବଡ଼ଜେନାବିନୋଦ ଚନ୍ଦ୍ର ନାୟକବର୍ଷା ପ୍ରିୟଦର୍ଶିନୀଉଇକିପିଡ଼ିଆନନ୍ଦିଘୋଷବଣ୍ଡ (ଅର୍ଥ)ସମ୍ବଲପୁରମହାଭାରତଚିନ୍ତାମଣି ମହାନ୍ତିଦେବଦୁର୍ଲ୍ଲଭ ଦାସଉପବାସଉଇକିକଥାପରିସଂଖ୍ୟାନ୧ ସେପ୍ଟେମ୍ବରସମୟମଣ୍ଡଳଆଚାର୍ଯ୍ୟ ହରିହରରବି ସିଂକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ କବି ମାନଙ୍କର ତାଲିକାସାତକଡ଼ି ହୋତାପ୍ରଥମ ବିଶ୍ୱଯୁଦ୍ଧସୌର ଜଗତମୁକ୍ତେଶ୍ୱର ଦେଉଳବିଷ୍ଣୁତରଳ ଝାଡ଼ାକୋଷବିଶ୍ୱନାଥ କରହନୁମାନ ଚାଳିଶାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବୁଦ୍ଧ ପୂର୍ଣ୍ଣିମାଶାରଳା ପୁରସ୍କାରସୁକୁମାର ସେନଲୋକ ସଭାହିନ୍ଦୁବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଶାନ୍ତ ସିଂହଇଂଲଣ୍ଡଉତ୍କଳ ଦିବସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦ୍ୱିତୀୟ ବିଶ୍ୱଯୁଦ୍ଧ🡆 More