ଜଗନ୍ନାଥ ମନ୍ଦିର, ଦିଲ୍ଲୀ

ଭାରତର ରାଜଧାନୀ ଦିଲ୍ଲୀର, ତ୍ୟାଗରାଜନଗରଠାରେ ଏହି ମନ୍ଦିରଟି ଅବସ୍ଥିତ । ୧୯୬୮ମସିହାରୁ ଏଠାରେ ଚତୁର୍ଦ୍ଧା ମୂର୍ତ୍ତୀ ପୂଜା ପାଇଆସୁଛନ୍ତି । ଦିଲ୍ଲୀର ହଉଜ ଖାସ ଅଞ୍ଚଳରେ ଥିବା ଏହି ମନ୍ଦିରଟି, ଉଭୟ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନଙ୍କ ପାଇଁ ଆରାଧନା ସ୍ଥଳୀ ହୋଇପାରିଛି ।

ଜଗନ୍ନାଥ ମନ୍ଦିର, ଦିଲ୍ଲୀ
ଜଗନ୍ନାଥ ମନ୍ଦିର, ଦିଲ୍ଲୀ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନତ୍ୟାଗରାଜନଗର, ଦିଲ୍ଲୀ
Stateଦିଲ୍ଲୀ
Countryଭାରତ
Architecture
Typeଉତ୍କଳୀୟ
Website
http://www.shrijagannathmandirdelhi.in/

ଇତିହାସ

ଦେଶ ସ୍ୱାଧୀନତା ପୂର୍ବରୁ ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ସରକାରୀ ଚାକିରିଆ, ଏକାଠି ହୋଇ ୧୯୪୬ମସିହାରେ ଉତ୍କଳ ଆସୋସିଏସନ ନାମରେ ଏକ ଗୋଷ୍ଠୀ କଲେ । ଦିଲ୍ଲୀରେ ଉତ୍କଳୀୟ କଳା ଓ ସଂସ୍କୃତିର ପ୍ରଚାର ଏହି ଗୋଷ୍ଠୀର ଆଭିମୁଖ୍ୟ ଥିଲା । କୃପାସିନ୍ଧୁ ମିଶ୍ର, ଏହି ଗୋଷ୍ଠୀର ଅଧ୍ୟକ୍ଷ ଓ କୃଷ୍ଣଚନ୍ଦ୍ର ପଲାଇ ସମ୍ପାଦକ ଥିଲେ । ସେତେବେଳେ ଅଳ୍ପ ଓଡ଼ିଆ ଲୋକ ଦିଲ୍ଲୀରେ ରହୁଥିଲେ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ । ୧୯୫୦ ମସିହା ବେଳକୁ ଦିଲ୍ଲୀରେ ଓଡ଼ିଆଙ୍କ ସଂଖ୍ୟା ବଢିବାସହ ଉତ୍କଳ ଆସୋସିଏସନ ଚଳଚଞ୍ଚଳ ହୋଇଉଠିଲା । କ୍ରମେ ଏହି ଗୋଷ୍ଠୀ ଦିଲ୍ଲୀ ସରକାରଙ୍କ ପାଖରେ ପଞ୍ଜିକୃତ ହୋଇ ପ୍ରଥମେ ଦି ଓଡ଼ିଆ ସମାଜ ଓ ପରେ ଦି ଓଡ଼ିଶା କ୍ଲବ, ଦିଲ୍ଲୀ ନାମରେ ନାମିତ ହେଲା । ହରେକୃଷ୍ଣ ମହତାବ, ଜଗନ୍ନାଥ ଦାସ ଓ ସୁକଦେବ ଦାସ ପ୍ରମୂଖ ଏହି ଗୋଷ୍ଠୀ ସହିତ ଜଡ଼ିତ ହୋଇ, କାର୍ଯ୍ୟପନ୍ଥା ଆଗେଇନେଲେ ।

୧୯୬୮ ମସିହାରେ ବୈକୁଣ୍ଠ ଦାସ ନାମକ ସନ୍ୟାସୀ, ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଜାଗା ସ୍ଥିର କରିଥିଲେ । ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତି ଦିନ ବୈକୁଣ୍ଠ ଦାସଙ୍କଦ୍ୱାରା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଓଡ଼ିଆ ଗୋଷ୍ଠୀ ଇତିମଧ୍ୟରେ ନାମ ପରିବର୍ତ୍ତନ କରି, ଶ୍ରୀ ଜଗନ୍ନାଥ ମନ୍ଦିର ଆଣ୍ଡ ଓଡ଼ିଶା ଆର୍ଟ ଆଣ୍ଡ କଲଚରାଲ ସେଣ୍ଟର, ଦିଲ୍ଲୀ ନାମରେ ପଞ୍ଜିକୃତ ହୋଇସାରିଥିଲା । ମନ୍ଦିର ନିର୍ମାଣ କାର୍ଯ୍ୟ ଫେବୃଆରୀ ୫ତାରିଖରୁ ଆରମ୍ଭ ହୋଇ ଚତୁର୍ଦ୍ଧା ମୂର୍ତ୍ତୀ ପ୍ରତିଷ୍ଠା କରାଯାଇଥିଲା । ୧୯୮୬ମସିହାରେ ଏହି ମନ୍ଦିର ପ୍ରାଙ୍ଗଣରେ ଏକ ୧୮ବଖରା ବିଶିଷ୍ଟ ଧର୍ମଶାଳା ନିର୍ମାଣ କରାଯାଇଥିଲା । ୧୯୯୧ମସିହା ଜାନୁଆରୀ ୨୩ତାରିଖରେ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କଦ୍ୱାରା ନୂତନ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ନୟାଗଡ଼ରୁ ଆସିଥିବା ଶିଳ୍ପୀମାନଙ୍କଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ୭ବର୍ଷ ଧରି ଚାଲିଲା । ୧୯୯୯ ମସିହା ଜାନୁଆରୀ ୨୮ତାରିଖରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କଦ୍ୱାରା ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।

ମନ୍ଦିରର ବ୍ୟବସ୍ଥା

ରଥଯାତ୍ରା ମୁଖ୍ୟ ପର୍ବ ହେଲେ ମଧ୍ୟ ଜଗାନ୍ନାଥ ପ୍ରଥା ଅନୁଯାୟୀ ବାର ମାସରେ ତେର ପର୍ବ ଏଠାରେ ପାଳନ କରାଯାଏ । ପର୍ବପର୍ବାଣି ବ୍ୟତିତ ଅନ୍ୟନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥାଏ । ମନ୍ଦିରରେ ଧର୍ମଶାଳା, ଗୋପବନ୍ଧୁ ପାଠାଗାର, ସଭାଗୃହ, କଲ୍ୟାଣ ମଣ୍ଡପ ଆଦିର ବ୍ୟବସ୍ଥା ରହିଛି । ଓଡ଼ିଶାରୁ ଦିଲ୍ଲୀ ଚିକିତ୍ସା ବା ଅନ୍ୟ କାର୍ଯ୍ୟରେ ଆସୁଥିବା ଲୋକମାନେ ଏହି ଧର୍ମଶାଳାରେ ରହିଥାନ୍ତି । ମନ୍ଦିର ପକ୍ଷରୁ ନାଚ, ଗୀତ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ପ୍ରତି ରବିବାର ଦରିଦ୍ର ନାରାୟଣଙ୍କୁ ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଚିତ୍ର ଗ୍ୟୋଲେରୀ

ଆଧାର

Tags:

ଜଗନ୍ନାଥ ମନ୍ଦିର, ଦିଲ୍ଲୀ ଇତିହାସଜଗନ୍ନାଥ ମନ୍ଦିର, ଦିଲ୍ଲୀ ମନ୍ଦିରର ବ୍ୟବସ୍ଥାଜଗନ୍ନାଥ ମନ୍ଦିର, ଦିଲ୍ଲୀ ଚିତ୍ର ଗ୍ୟୋଲେରୀଜଗନ୍ନାଥ ମନ୍ଦିର, ଦିଲ୍ଲୀ ଆଧାରଜଗନ୍ନାଥ ମନ୍ଦିର, ଦିଲ୍ଲୀ

🔥 Trending searches on Wiki ଓଡ଼ିଆ:

କଟକ ଜିଲ୍ଲାବଳରାମ ଦାସସାଇପ୍ରସଶିବମାଉସୀ ମା’ ମନ୍ଦିରସାରଳା ଦାସ୨୫ ମାର୍ଚ୍ଚମନୋଜ ଦାସହଳଧର ନାଗପିତ୍ତକୋଷକାହ୍ନୁଚରଣ ମହାନ୍ତିନରେନ୍ଦ୍ର ମୋଦୀନିର୍ମାଲ୍ୟଭାରତର ନ୍ୟାୟୀକ ବ୍ୟବସ୍ଥାଫିଲିପାଇନ୍ସଏଡ୍ ସିରନ୍ରମଜାନଦ୍ରୌପଦୀ ମୁର୍ମୁଦଶାବତାରମୁଣ୍ଡପିଛା ଆୟସୋମନାଥନରୱେକୁଞ୍ଜବିହାରୀ ଦାଶପୃଥିବୀ୧୯୨୭ଡମ୍ବରୁ ଶିଶାଚିକୁନ‌ଗୁନିଆମଧ୍ୟ ପ୍ରଦେଶମାଛମୁନ୍ନା ଖାଁଭାରତୀୟ ସ୍ୱାଧୀନତା ଆନ୍ଦୋଳନଚୀନଆଜରବୈଜାନସମ୍ବାଦହାକିମ ବାବୁରଥଯାତ୍ରାଫୁସଫୁସଚୁଡ଼ାଶତପୁରା ରେଞ୍ଜନେପାଳଓଡ଼ିଶାର ଭୂଗୋଳଭାରତୀୟ ମହିଳାସ୍ପେନ୨୮ ମାର୍ଚ୍ଚସୁନାଓଡ଼ିଆ ଖବରକାଗଜ ତାଲିକାଓଡ଼ିଆ ଭାଗବତଏ. ପି. ଜେ. ଅବଦୁଲ କଲାମୟୁକ୍ରେନନୃସିଂହମୟୂରଭଞ୍ଜ ଜିଲ୍ଲାରାମଶଙ୍କର ରାୟଦକ୍ଷିଣ କୋରିଆଗ୍ରହଜାପାନକୃଷ୍ଣଗୌତମ ବୁଦ୍ଧଫିନଲ୍ୟାଣ୍ଡଡେଭିଡ କାମେରନଅଷ୍ଟ୍ରିଆପରିସଂଖ୍ୟାନପଣା ସଂକ୍ରାନ୍ତିଲସ ଏଞ୍ଜଲେସ ଲେକର୍ସଭାରତୀୟ ମୁଦ୍ରାପ୍ରଧାନ ପୃଷ୍ଠାବ୍ରହ୍ମପୁରବସନ୍ତ କୁମାର ଶତପଥୀମିଆଁମାରବୌଦ୍ଧ ଧର୍ମଉଇକିମିଡ଼ିଆ ଫାଉଣ୍ଡେସନଓଡ଼ିଶାର ଦୋଳଯାତ୍ରା🡆 More