ଛାୟାପଥ

ଛାୟାପଥ (English: Galaxy), ମହାକର୍ଷଣ ଶକ୍ତିଦ୍ୱାରା ବନ୍ଧିତ ଅସଂଖ୍ୟ ତାରାପୁଞ୍ଜ, ତାରାଗୁଡ଼ିକର ଅବଶେଷ, ଅନ୍ତଷ୍ଟିଲାର ବାୟୁ (Interstellar gas), ଧୂଳି, ଅନ୍ଧାରୁଆ ପଦାର୍ଥ (Dark matter) ଗୁଡ଼ିକର ଏକ ସମୂହ ଅଟେ । ଆମେ ଅବସ୍ଥାନ କରୁଥିବା ଛାୟାପଥ, ଆକାଶଗଙ୍ଗା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ରୂପେ ଏବଂ ଝିଲମିଲ କମରବନ୍ଧ ବା ବେଲ୍ଟ ସମାନ ଦେଖାଯାଇଥାଏ । ଏହି ବେଲ୍ଟ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ, ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । ଭାରତରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ, ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ । ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ବିରୋଧରେ, ଆକାଶଗଙ୍ଗା ସୌରଜଗତ ଏବଂ ଅନ୍ୟମାନଙ୍କୁ ଏକାସଙ୍ଗେ ରଖିଥାଏ ।

ଛାୟାପଥ
ଏନଜୀସୀ ୪୪୧୪ ଏକ ୫୫,୦୦୦ ପ୍ରକାଶ ବର୍ଷ ବ୍ୟାସର ଛାୟାପଥ ଅଟେ

ପୃଥିବୀସୂର୍ଯ୍ୟ ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରାମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡ଼ିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିସ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁସାରେ ସମସ୍ତ ଛାୟାପଥ ନିଜ ନିଜଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି ।

ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ଼ମାତ୍ରାରେ ତାରା, ଗ୍ୟାସ ଓ ଖଗୋଳୀୟ ଧୂଳିକୁ ସାଉଣ୍ଟି ରଖିଛି । ଛାୟାପଥଗୁଡ଼ିକ ନିଜ ଜୀବନ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲେ ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଏହା ମୁଖ୍ୟତଃ ଗୁରୁତ୍ୱାକର୍ଷଣ ତାରାମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ ।

ପ୍ରାରମ୍ଭରେ ଖାଗୋଳିୟ ଶାସ୍ତ୍ରୀମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିସ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖାଗୋଳିୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିସ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥକୁ ଜନ୍ମ ଦେଇପାରେ ।

ଗୁରୁତ୍ୱାକର୍ଷଣ ଶକ୍ତିଦ୍ୱାରା ମୁଖ୍ୟତଃ ଛାୟାପଥଗୁଡ଼ିକ ବିଭିନ୍ନ ଗ୍ରୁପ, କ୍ଲଷ୍ଟର ଏବଂ ସୁପର କ୍ଲଷ୍ଟରରେ ବିଭାଜିତ ହୋଇଥାଏ । ଆମର ଆକାଶଗଙ୍ଗା ଏବଂ ନିକଟରେ ଥିବା ଆଣ୍ଡ୍ରୋମେଡା ଛାୟାପଥକୁ ନେଇ ଏକ ସ୍ଥାନୀୟ ଗ୍ରୁପ ଗଠିତ । ଏହି ସ୍ଥାନୀୟ ଗ୍ରୁପ ଏବଂ ଆମର ଛାୟାପଥ, ଲାନିଆକିଆ ସୁପରକ୍ଲଷ୍ଟରର ଅନ୍ତର୍ଭୁକ୍ତ । ଲାନିଆକିଆ ସୁପରକ୍ଲଷ୍ଟରରେ ଆମର ଆକାଶଗଙ୍ଗା ଛଡ଼ା ପାଖାପାଖି ୧୦୦,୦୦୦ ଆହୁରି ଛାୟାପଥ ରହିଛି ।

ଛାୟାପଥର ପ୍ରକାର

ଅଧିକାଂଶ ଛାୟାପଥର କେନ୍ଦ୍ର ତାରାମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭି କୁହାଯାଏ ଏବଂ ଏହି ନାଭି ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଳ ବିଜ୍ଞାନୀମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ ୨ ଟ୍ରିଲିୟନ (1012) ଆକାଶଗଙ୍ଗା ରହିଛନ୍ତି ଏବଂ ଅନୁମାନିତ (1 × 1024) ତାରା ରହିଛନ୍ତି । "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ଆକାଶଗଙ୍ଗା ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡ଼କୁ ଚମକ କମ ହୋଇଥାଏ । ଏହି ଛାୟାପଥରେସ୍ଥିତ ତାରାମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହିନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।

ଖାଗୋଳିୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ଆକାଶଗଙ୍ଗା ପାଇଁ କରାଯାଏ । ଆକାଶଗଙ୍ଗା ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।

    "See yonder, lo, the Galaxyë
     Which men clepeth the Milky Wey,
     For hit is whyt".
ଛାୟାପଥ 
ଚିଲିଠାରେ ଆକାଶଗଙ୍ଗାର ନିଆଯାଇଥିବା ଏକ ମାଛ ଆଖି ସଦୃଶ ଛବି

ଆଧାର

Tags:

ଭାରତ

🔥 Trending searches on Wiki ଓଡ଼ିଆ:

ମର୍ଦ୍ଦଳବାଇପୋଲାର ଡିଜଅଡରଯୌନ ସମ୍ଭୋଗବ୍ରହ୍ମୋତ୍ରୀ ମହାନ୍ତିନିର୍ମଳା (ଉପନ୍ୟାସ)ନାଟୋରାଜ୍ୟ ସଭାପୃଥିବୀର ବାୟୁମଣ୍ଡଳଇଟାମାଟି ଗ୍ରାମଭାରତୀୟ ଭୋଜନଡୁରେସ୍ନବୀନ ପଟ୍ଟନାୟକଋଷିଆଲଳିତା (୧୯୪୯ର ସିନେମା)ଫତୁରାନନ୍ଦସଂଘମିତ୍ରା ମିଶ୍ର୪ ଜୁନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକଳାହାଣ୍ଡି ଜିଲ୍ଲାପ୍ରଧାନମନ୍ତ୍ରୀ ଜନଧନ ଯୋଜନାରାଣୀ ମୁର୍ମୁବିଶ୍ୱ ତମାଖୁହୀନ ଦିବସହରିଶଙ୍କର ମନ୍ଦିରରବୀନ୍ଦ୍ରନାଥ ଠାକୁରବଳରାମ ଦାସଜୋଆନ ଅଫ ଆର୍କପ୍ରଧାନ ପୃଷ୍ଠାଉଇକିମିଡ଼ିଆ ମୁଭମେଣ୍ଟରବି ସିଂସମ୍ବାଦନ୍ୟାସନାଲ ଆଲୁମିନିୟମ କମ୍ପାନିରତି ରଞ୍ଜନ ମିଶ୍ରଇଣ୍ଡୋନେସିଆବରଗଛସୀତାକାନ୍ତ ମହାପାତ୍ରଖାରବେଳଦେବଦୀପାବଳିଜାକର୍ତା୧୫ ମାର୍ଚ୍ଚଗୁରୁରଥଯାତ୍ରାଇଣ୍ଡୋନେସିଆ ସରକାରହୃଦରକ୍ତନାଳୀ ରୋଗଦୀପାବଳୀଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)୧୭ ମାର୍ଚ୍ଚପୁରୀ୨୦ ମାର୍ଚ୍ଚଶାରଳା ପୁରସ୍କାରଚିନ୍ତାମଣି ବେହେରାହସ୍ତମୈଥୁନ୨୨ ମାର୍ଚ୍ଚକାବୋଟେଗ୍ରାଭିର/ରିଲପିଭିରିନସରସ୍ୱତୀନମିତା ଅଗ୍ରୱାଲଅଷ୍ଟ୍ରେଲିଆ (ମହାଦେଶ)୨ ଡିସେମ୍ବରଅଶୋକ (ସମ୍ରାଟ)ପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଇନ୍ଦ୍ରଅର୍ଜୁନ ଗଛଏ. ପି. ଜେ. ଅବଦୁଲ କଲାମବଣ୍ଡା ଜନଜାତିମଧୁମେହଦେଶରମାଦେବୀ ଚୌଧୁରୀଅଯୁଗ୍ମ ସଂଖ୍ୟାଷଠି ଓଷାକୋରାପୁଟ ଜିଲ୍ଲା🡆 More