ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆ (ଅନ୍ୟ ନାମ: ଚନ୍ଦନ ହଜୁରୀ, ୧୮୨୭ - ୧୮୭୦) ଓଡ଼ିଶାର ଜନ୍ମିତ ଓ ସିପାହୀ ବିଦ୍ରୋହରେ ନେତୃତ୍ତ୍ୱ ନେଇଥିବା ଜଣେ ଯୋଦ୍ଧା । ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଥିବା ନେପାଳୀ ଭକ୍ତମାନଙ୍କର ପଣ୍ଡା ଥିଲେ । ୧୮୫୭ ମସିହାରେ ସିପାହୀ ବିଦ୍ରୋହ ବେଳେ ସେ ଉତ୍ତର-ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରିଥିଲେ । ପରେ ସେ ଧରାପଡ଼ି ବ୍ରିଟିଶମାନଙ୍କଦ୍ୱାରା ନିହତ ହୋଇଥିଲେ ।

ଚାଖି ଖୁଣ୍ଟିଆ
ଚାଖି ଖୁଣ୍ଟିଆ
ଜନ୍ମ
ଚନ୍ଦନ ହଜୁରୀ

ଶାମ୍ବ ଦଶମୀ, ୧୮୨୭
ହରଚଣ୍ଡୀ ସାହି, ପୁରୀ, ପୁରୀ
ମୃତ୍ୟୁ୧୮୭୦
ପୁରୀ
ଜାତୀୟତାଭାରତୀୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ,
ବୈବାହିକ-ସାଥୀସୁନ୍ଦରମଣୀ
ପିତାମାତା(s)ଭୀମସେନ ହଜୁରୀ (ରଘୁନାଥ ଖୁଣ୍ଟିଆ),
କମଳାବତୀ ଦେବୀ

ପ୍ରାରମ୍ଭିକ ଜୀବନ

ଚାଖି ଖୁଣ୍ଟିଆ ୧୮୨୭ ମସିହା ଶାମ୍ବ ଦଶମୀ ତିଥିରେ ପୁରୀର ହରଚଣ୍ଡୀ ସାହିରେ ପିତା ରଘୁନାଥ ଖୁଣ୍ଟିଆଙ୍କ (ଭୀମସେନ ହଜୁରୀ) ଔରସ୍ୟରୁ ଓ ମାତା କମଳାବତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ଖୁଣ୍ଟିଆ ଜଗନ୍ନାଥଙ୍କର ଅଙ୍ଗଲାଗି ସେବକ ଥିଲେ । ସେବା ଛଡ଼ା ସେ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଗୁମାସ୍ତାଗିରି କରୁଥିଲେ । ସେ ଓଡ଼ିଶା ବାହାରୁ ଆସୁଥିବା ଯାତ୍ରୀଙ୍କର ଜଗନ୍ନାଥ ଦର୍ଶନ ଓ ରହିବାର ସେ ବନ୍ଦୋବସ୍ତ କରୁଥିଲେ । ଯାତ୍ରୀ ବ୍ୟବସାୟରେ ସେ ଉତ୍ତର ଓ ପଶ୍ଚିମ ଅନେକ ଅଞ୍ଚଳ ଯାଉଥିଲେ । ତାଙ୍କ ସମୟରେ "ବିଠୁର" (ବର୍ତ୍ତମାନର ଉତ୍ତର ପ୍ରଦେଶ) ମଧ୍ୟ ଥିଲା ତାଙ୍କ ଯିବା ଆସିବା ଅଞ୍ଚଳ । ତାଙ୍କର ଗସ୍ତ ସମୟରେ ସେ ବାଜିରାଓଙ୍କ ଭଳି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ପରିଚିତ ଥିଲେ ।

ଜନ୍ମ ସମ୍ବନ୍ଧିତ କିମ୍ବଦନ୍ତୀ

କିମ୍ବଦନ୍ତୀ ରହିଛି ଯେ ଭୀମସେନଙ୍କର ବଂଶରକ୍ଷା ପାଇଁ ସନ୍ତାନଟିଏ ନ ଥିବାରୁ ପତ୍ନୀ କମଳାବତୀ ବହୁତ ବ୍ରତ ମାନସିକ କରୁଥିଲେ । ଶେଷରେ ୧୮୨୭ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ଦିନ ଭୀମସେନ ଜଗନ୍ନାଥଙ୍କର ଚନ୍ଦନ ବେଶରେ ବ୍ୟସ୍ତ ଥିବା ବେଳେ ଖବର ପାଇଲେ ଯେ ତାଙ୍କର ପୁଅଟିଏ ହୋଇଛି । ସେଥି ଲାଗି ପୁଅର ନା ରଖିଲେ ଚନ୍ଦନ । ବୃଦ୍ଧ ବୟସରେ ଚନ୍ଦନ ଏକମାତ୍ର ସନ୍ତାନ ହୋଇଥିବାରୁ ଚନ୍ଦନ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଲାଭ କରି ତେଣୁ ବହୁତ ଦୁଷ୍ଟ ହେଲେ । ଛୁରୀ ପରି ତୀକ୍ଷ୍ଣ ହୋଇଥିବାରୁ ଛୁଆଟିକୁ କିଛି ଲୋକ ଛାଖୁ ବା ଚାଖି ଡାକିଲେ । ପରବର୍ତ୍ତୀ ସମୟରେ ସେ ନାମ ହୋଇଗଲା ଚାଖି ବା ଚାଖି ଖୁଣ୍ଟିଆ ।

ଆଧାର

Tags:

ଓଡ଼ିଶାଜଗନ୍ନାଥ ମନ୍ଦିରନେପାଳପୁରୀସିପାହୀ ବିଦ୍ରୋହ

🔥 Trending searches on Wiki ଓଡ଼ିଆ:

୧୫୭୯୨୮ ମାର୍ଚ୍ଚDarifenacinହରିଶଙ୍କର ମନ୍ଦିରଉଇକିକମନ୍ସପାଣିସ୍ୱାସ୍ଥ୍ୟଯୌନ ସମ୍ଭୋଗଓଡ଼ିଶାର ଲୋକନୃତ୍ୟଖାରବେଳଦେବଦୀପାବଳିମନୋରଞ୍ଜନ ଦାସଶୁଚିତ୍ୱଗଣିତସୁଦଶା ବ୍ରତତ୍ରିଭୁଜଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସ୍ନେହସାରଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଅଞ୍ଜଳି କିସ୍କୁଶଙ୍ଖ କ୍ଷେତ୍ରସାଧାରଣ ଆପେକ୍ଷିକ ତତ୍ତ୍ୱରବର୍ଟ ମୂଗରାମକୃଷ୍ଣ ନନ୍ଦଓଡ଼ିଶା ପ୍ରିମିଅର ଲିଗDebapriya Priyadarshi Chakraସକ୍ରେଟିସଚେକ୍ ଗଣରାଜ୍ୟଗୋଦାବରୀଶ ମିଶ୍ରଜୁଲିଅସ ସିଜରଚିତ୍ତରଞ୍ଜନ ଦାସବଳରାମ ଦାସହେପାଟାଇଟିସଲୋକ ସଭାମାୟାଧର ମାନସିଂହଜଳ ପ୍ରଦୂଷଣନାରୀବାଦବନ୍ଦେ ଉତ୍କଳ ଜନନୀଡେଭିଡ କାମେରନଭିକାରୀ ବଳବଲାଙ୍ଗୀରଚାଉଳ୧୯୮୧୧୩ ମାର୍ଚ୍ଚବ୍ରତୋପନୟନ୪ ସେପ୍ଟେମ୍ବରରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶା ବିଧାନ ସଭାଯୀଶୁଉଇକିଅଭିଧାନବଣ୍ଡ (ଅର୍ଥ)ସୁରେନ୍ଦ୍ର ମହାନ୍ତିଶିବଆନୋରେକସିଆ ନର୍ଭୋସାପରମାଣୁ କ୍ରମାଙ୍କଡାଲଖାଇହସ୍ତମୈଥୁନପ୍ଲାଟିପସଅଟିଜିମ୍‌ଇଲୋପେରିଡୋନବିଶ୍ୱ ଏଡ୍‌ସ ଦିବସସାରଦା ଦେବୀରୀତା ସାହୁଆଚାର୍ଯ୍ୟ ହରିହରମିଶେଲ ଓବାମା🡆 More