ଚନ୍ଦକା ହାତୀ ଅଭୟାରଣ୍ୟ

ଚନ୍ଦକା ହାତୀ ଅଭୟାରଣ୍ୟ ଏକ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ଯାହା ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ । ପୂର୍ବଘାଟ ପର୍ବତମାଳା ଖୋର୍ଦ୍ଧା ପାର୍ବତ୍ୟ ଅଞ୍ଚଳର ଜୈବିକ କ୍ଷେତ୍ରକୁ ଲାଗିକରି ଚନ୍ଦକା ଅଭୟାରଣ୍ୟ ୧୭୫.୭୯ ବର୍ଗ କିଲୋମିଟର (୬୭.୮୭ ବର୍ଗ ମିଟର) ବ୍ୟାପୀ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜଙ୍ଗଲ ଜମି ଓ ଛୋଟବଡ ପାହାଡ଼କୁ ନେଇ ଗଠିତ । ଏହା ଡିସେମ୍ବର ୧୯୮୨ରେ ହାତୀ ଅଭୟାରଣ୍ୟ ଭାବେ ମାନ୍ୟତା ପାଇଥିଲା ।

ଚନ୍ଦକା ହାତୀ ଅଭୟାରଣ୍ୟ
ଚନ୍ଦକା ହାତୀ ଅଭୟାରଣ୍ୟ
Location of Chandaka Elephant Sanctuary
Location of Chandaka Elephant Sanctuary
ଚନ୍ଦକା ହାତୀ ଅଭୟାରଣ୍ୟର ଅବସ୍ଥାନ
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରଭୁବନେଶ୍ୱର
ଦିଗବାରେଣି20°22′N 85°46′E / 20.367°N 85.767°E / 20.367; 85.767
କ୍ଷେତ୍ରଫଳ175.79 square kilometres (67.87 sq mi).
ସ୍ଥାପିତ୧୯୮୨

ଉଦ୍ଭିଦ ସମ୍ପଦ

ଏଠାରେ ମୁଖ୍ୟତଃ ୬ ଜାତିର ଉଦ୍ଭିଦ ଦେଖାଯା'ନ୍ତି । ମାଧ୍ୟମିକ ଆର୍ଦ୍ର ଅର୍ଦ୍ଧ-ଚିରହରିତ ଅରଣ୍ୟ, ଆର୍ଦ୍ର କାଙ୍ଗଡା ଅରଣ୍ୟ, ଉପକୂଳିଆ ଶାଳ ଅରଣ୍ୟ, ସମସ୍ୟାବହୁଳ କଣ୍ଟକପୂର୍ଣ୍ଣ ବାଉଁଶ ଜଙ୍ଗଲ ଓ ଈଉପଟୋରିଅମ ଗୁଳ୍ମ । ବୃକ୍ଷମାନଙ୍କ ମଧ୍ୟରେ କୋଚିଲ, କାଳିଚ, ବେଲ, କାଙ୍ଗଡା, ଗିରଙ୍ଗା, ସୁନାରି, ଶାଳ, କୁମ୍ଭି, ଜାମୁ, କରଞ୍ଜ, ବେତ ଓ ଶିଧ ଇତ୍ୟାଦି ଦେଖିବାକୁ ମିଳେ । ପୁରୁଷ ବାଉଁଶ ଗଛମାନଙ୍କର ବହୁତ ସୀମିତ ସଂସ୍ଥାନ ରହିଛି । ଔଷଧୀୟ ଗଛମାନଙ୍କ ମଧ୍ୟରେ ଦୁରମାରୀ, ବାଇଡଙ୍କ, ବୃଦ୍ଧଦାରକ, ଭୁଇଁନିମ୍ବ, ଗୁଳୁଚି ଲତା, ସାଲପରନି, ଶତାବରୀ, ଭୁଇଁ-କଖାରୁ, ଇନ୍ଦ୍ରାଜବ, ଥଳକୁଡି, ଅପମାରଙ୍ଗ, କୁର୍ଚି, ପାତାଳ ଗରୁଡ ଇତ୍ୟାଦି ଦେଖାଯାଏ ।

ପ୍ରାଣୀ ସମ୍ପଦ

ଚନ୍ଦକା ହାତୀ ଅଭୟାରଣ୍ୟ 
ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଡେରାସ ବନ୍ଧ

ନଜର ଘଣ୍ଟି

ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି ।

ଏଠାରେ ଦୁଇଟି ଜଳ ଭଣ୍ଡାର ଅଛି - ଡେରାସ ବନ୍ଧ ଓ ଝୁମୁକା ବନ୍ଧ, ଯାହାକି ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ ।

ଗ୍ୟାଲେରି

ଆଧାର

ବାହାର ତଥ୍ୟ

Tags:

ଚନ୍ଦକା ହାତୀ ଅଭୟାରଣ୍ୟ ଉଦ୍ଭିଦ ସମ୍ପଦଚନ୍ଦକା ହାତୀ ଅଭୟାରଣ୍ୟ ପ୍ରାଣୀ ସମ୍ପଦଚନ୍ଦକା ହାତୀ ଅଭୟାରଣ୍ୟ ନଜର ଘଣ୍ଟିଚନ୍ଦକା ହାତୀ ଅଭୟାରଣ୍ୟ ଗ୍ୟାଲେରିଚନ୍ଦକା ହାତୀ ଅଭୟାରଣ୍ୟ ଆଧାରଚନ୍ଦକା ହାତୀ ଅଭୟାରଣ୍ୟ ବାହାର ତଥ୍ୟଚନ୍ଦକା ହାତୀ ଅଭୟାରଣ୍ୟଓଡ଼ିଶାକଟକ ଜିଲ୍ଲାଖୋର୍ଦ୍ଧାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

୩୧ ମାର୍ଚ୍ଚଅଚ୍ୟୁତାନନ୍ଦ ପ‌ତିଧର୍ମପଦଭାଷାସଚ୍ଚିଦାନନ୍ଦ ରାଉତରାୟବେଦଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)୫ ଅକ୍ଟୋବରବିଶ୍ୱନାଥ କରକଳାହାଣ୍ଡି ଜିଲ୍ଲାଏ ଭି ସ୍ୱାମୀଶଗୁନ୍ ଚୌଧୁରୀଭାରତୀୟ ଦଣ୍ଡ ସଂହିତା, ୧୮୬୦କାଶୀ ବିଶ୍ୱନାଥ ମନ୍ଦିର୧୯୭୯ସାମବେଦମନସ୍କପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକେନ୍ଦ୍ରାପଡ଼ାକଳିଙ୍ଗ, ଭାରତପଠାଣି ସାମନ୍ତ୨ ଜାନୁଆରୀ୧୧ ମାର୍ଚ୍ଚମନୋରଞ୍ଜନ ଦାସକେନ୍ଦୁଝର ଜିଲ୍ଲାଗଜପତି ମହାରାଜାଜଗନ୍ନାଥସିପାହୀ ବିଦ୍ରୋହକମଳା ଶତପଥୀମନମୋହନ ସାମଲ୧ ଅକ୍ଟୋବରଓଡ଼ିଶାର ଭୂଗୋଳଯୁକ୍ତରାଷ୍ଟ୍ର ଆମେରିକାଜଳ ପ୍ରଦୂଷଣଅକ୍ଷାଂଶରଣା ସାପନୂଆଖାଇଅଷ୍ଟ୍ରେଲିଆସମୟ (କାଳ)ପାରମିତା ଶତପଥୀଶ୍ରୀନିବାସ ଉଦ୍‌ଗାତାଧ୍ୱନି ପ୍ରତିଧ୍ୱନି୨୧କୁଲନ ବାଗେତେଜସ୍କ୍ରିୟ କ୍ଷୟହୃଷୀକେଶ ପଣ୍ଡାଓଡ଼ିଶା ବିଧାନ ସଭା୧୯୫୧ଦ୍ରୌପଦୀ ମୁର୍ମୁସନ୍ଧିପଦକର୍କଟ ରୋଗ୧୮୭୮ବଡ଼ଓଷାଜାପାନଦିଲ୍ଲୀରାଧାନାଥ ରାୟବିଭୂତି ପଟ୍ଟନାୟକରମେଶ ପ୍ରସାଦ ପାଣିଗ୍ରାହୀଓଡ଼ିଶାବ୍ୟଞ୍ଜନ ବର୍ଣ୍ଣବିଶ୍ୱ ଏଡ୍‌ସ ଦିବସଭାରତ ଛାଡ଼ ଆନ୍ଦୋଳନଲୁସାକହନୁମାନ ଜୟନ୍ତୀଓଡ଼ିଶାରେ ଶିଳ୍ପ୮୯୪🡆 More