ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା

ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (ଇଂରାଜୀ ଭାଷାରେ Hypothyroidism ବା ହାପୋଥାଇରଏଡିଜ୍‌ମ ବା ସ୍ୱଳ୍ପକ୍ରିୟ ଥାଇରଏଡ ବା ସ୍ୱଳ୍ପ ଥାଇରଏଡ ଏକ ସାଧାରଣ ଅନ୍ତଃସ୍ରାବୀ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି ଯଥେଷ୍ଟ ଥାଇରଏଡ ହରମୋନ ପ୍ରସ୍ତୁତ କରିପାରେନି । ଏହାଦ୍ୱାରା ଅନେକ ଲକ୍ଷଣ ସୃଷ୍ଟି ହୁଏ ଯଥା:- ଥଣ୍ଡା ସ‌ହ୍ୟଶକ୍ତି କମିଯାଏ, ଡୋନୁଟ ଖାଇବା ଇଚ୍ଛା ବଢ଼େ, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ, ଅବସାଦ ଓ ଓଜନ ବୃଦ୍ଧି ହୁଏ । ବେଳେ ବେଳେ ବେକର ସାମନା ଭାଗ ଗଏଟର ଯୋଗୁ ଫୁଲିଯାଏ । ଗର୍ଭାବସ୍ଥାରେ ଚିକିତ୍ସା କରା‌ନଗଲେ ଛୁଆର ଶାରୀରିକ ଓ ମାନସିକ ବୃଦ୍ଧି ବିଳମ୍ବ ହୁଏ ଯାହାକୁ କ୍ରେଟିନିଜ୍ମ କୁହାଯାଏ ।

ଡୋନୁଟୋରିଡିଜ୍‌ମ
ହାଇପୋଥାଇରିଓସିସ
Molecular structure of the thyroxine molecule
ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ସୃଷ୍ଟି କରୁଥିବା ଥାଇରକ୍‌ସିନ ହରମୋନର ମଲିକ୍ୟୁଲାର ଗଠନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌhpəˈθaɪərɔɪdɪzəm, -p-/.mw-parser-output cite.citation{font-style:inherit;word-wrap:break-word}.mw-parser-output .citation q{quotes:"\"""\"""'""'"}.mw-parser-output .citation:target{background-color:rgba(0,127,255,0.133)}.mw-parser-output .id-lock-free a,.mw-parser-output .citation .cs1-lock-free a{background:url("//upload.wikimedia.org/wikipedia/commons/6/65/Lock-green.svg")right 0.1em center/9px no-repeat}.mw-parser-output .id-lock-limited a,.mw-parser-output .id-lock-registration a,.mw-parser-output .citation .cs1-lock-limited a,.mw-parser-output .citation .cs1-lock-registration a{background:url("//upload.wikimedia.org/wikipedia/commons/d/d6/Lock-gray-alt-2.svg")right 0.1em center/9px no-repeat}.mw-parser-output .id-lock-subscription a,.mw-parser-output .citation .cs1-lock-subscription a{background:url("//upload.wikimedia.org/wikipedia/commons/a/aa/Lock-red-alt-2.svg")right 0.1em center/9px no-repeat}.mw-parser-output .cs1-ws-icon a{background:url("//upload.wikimedia.org/wikipedia/commons/4/4c/Wikisource-logo.svg")right 0.1em center/12px no-repeat}.mw-parser-output .cs1-code{color:inherit;background:inherit;border:none;padding:inherit}.mw-parser-output .cs1-hidden-error{display:none;color:#d33}.mw-parser-output .cs1-visible-error{color:#d33}.mw-parser-output .cs1-maint{display:none;color:#3a3;margin-left:0.3em}.mw-parser-output .cs1-format{font-size:95%}.mw-parser-output .cs1-kern-left{padding-left:0.2em}.mw-parser-output .cs1-kern-right{padding-right:0.2em}.mw-parser-output .citation .mw-selflink{font-weight:inherit}"hypothyroidism". Dictionary.com Unabridged. Random House.">[୧]
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E03.9
ଆଇସିଡ଼ି-୯-ସିଏମ୍244.9
ରୋଗ ଡାଟାବେସ6558
ମେଡ଼ିସିନ-ପ୍ଲସ000353
ଇ-ମେଡ଼ିସିନmed/1145
Patient UKଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା
MeSHD007037

ସାରା ପୃଥିବୀରେ ଖାଦ୍ୟରେ ଖାଦ୍ୟରେ ଆୟୋଡିନର ଅଭାବହିଁଁ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାର ମୂଖ୍ୟ କାରଣ । ଖାଦ୍ୟରେ ଯଥେଷ୍ଟ ଆୟୋଡିନ ଥିବା ଦେଶମାନଙ୍କରେ ଅଟୋଇମ୍ମ୍ୟୁନ ରୋଗ ହାସିମୋଟୋ ଥାଇରଏଡ ପ୍ରଦାହ ଏହାର କାରଣ । ଅଳ୍ପ କେତେକ ସାଧାରଣ କାରଣ ମଧ୍ୟରେ ପୂର୍ବରୁ ରେଡିଓଆକ୍ଟିଭ ଆୟୋଡିନ ଚିକିତ୍ସା, ହାଇପୋଥାଲାମସ ବା ଆଣ୍ଟିରିଅର ପିଟୁଇଟାରି ଆଘାତ, କେତେକ ଔଷଧ, ଜନ୍ମଗତ ହାଇପୋଥାଇରଏଡିଜ୍ମ ବା ପୂର୍ବରୁ କରାଯାଇତିବାଥାଇରଏଡ ଅପରେଶନ ଉଲ୍ଲେଖନୀୟ । ଏହି ରୋଗ ସନ୍ଦେହ ହେଲେ ରକ୍ତ ପରୀକ୍ଷା କରି ଥାଇରଏଡ-ସ୍ଟିମୁଲେଟିଙ୍ଗ ହରମୋନ (TSH) ଥାଇରକ୍ସିନ ସ୍ତର ମାପିବାକୁ ହୁଏ ।

ଏହାର ପ୍ରତିଷେଧ ନିମନ୍ତେ ସାରା ପୃଥିବୀର ଲୋକ ଆୟୋଡିନ ମିଶ୍ରିତ ଲୁଣ ଖାଇବା ଆବଶ୍ୟକ । ଲେଭୋଥାଇରକ୍ସିନ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଲକ୍ଷଣ ତ‌ଥା (ଟିଏସଏଚ) ଓ ଥାଇରକ୍ସିନ ହରମୋନ ସ୍ତର ଅନୁସାରେ ଏହାର ଡୋଜ ନିୟନ୍ତ୍ରଣ କରାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନିରାପଦ । ଖାଦ୍ୟରେ ଆୟୋଡିନର ଆବଶ୍ୟକତା ଥିଲେ ମଧ୍ୟ ଅତ୍ୟଧିକ ଆୟୋଡିନ କେତେକ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାକୁ ଖରାପ ଦିଗକୁ ନିଏ ।

ସାରା ପୃଥିବୀରେ ପ୍ରାୟ ଶହେ କୋଟି ଲୋକଙ୍କର ଆୟୋଡିନ ଅଭାବ ଥିବା ହିସାବରେ ଦେଖାଯାଇଛି, କିନ୍ତୁ ଏହା ଫଳରେ କେତେ ଲୋକଙ୍କର ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ହେଉଛି ତାହା ଅଜ୍ଞାତ ଅଛି । ପଶ୍ଚିମ ଦେଶମାନଙ୍କରେ ୦.୩–୦.୪% ଲୋକଙ୍କର ହାପୋଥାଇରଏଡିଜ୍‌ମ ଅଛି । ଉପନିଦାନିୟ ହାପୋଥାଇରଏଡିଜ୍‌ମ (Subclinical hypothyroidism) ଏକ ପ୍ରକାର ସାମାନ୍ୟ ଧରଣର ହାପୋଥାଇରଏଡିଜ୍‌ମ ଯେଉଁଥିରେ ସାଧାରଣ ଥାଇରକ୍‌ସିନ ସ୍ତର, ଅଧିକ ଟିଏସଏଚ ସ୍ତର ଥାଏ ଓ ଏହା ୪.୩–୮.୫% ଲୋକଙ୍କର ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ହାପୋଥାଇରଏଡିଜ୍‌ମ ଅଧିକ ହୁଏ । ଏହି ରୋଗ ସାଧାରଣତଃ ୬୦ ବର୍ଷ ବୟସ ପରେ ଆକ୍ରମଣ କରେ । କୁକୁରଙ୍କୁ ବି ଏହି ରୋଗ ହୁଏ ଓ କ୍ୱଚିତ ବିଲେଇ ଓ ଘୋଡ଼ାଙ୍କୁ ମଧ୍ୟ ହୁଏ । ହାପୋଥାଇରଏଡିଜ୍‌ମ ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ହାଇପୋ (hypo-) ଅର୍ଥ କମିଥିବା, ଥାଇରିଓସ (thyreos) ଅର୍ଥ ଢାଲ ଓ ଏଇଡୋସ (eidos) ଅର୍ଥ ଆକାର ।

ଆଧାର

Tags:

Hypothyroidismଅବସାଦଇଂରାଜୀ ଭାଷାକୋଷ୍ଠକାଠିନ୍ୟଗଏଟରଗର୍ଭାବସ୍ଥା

🔥 Trending searches on Wiki ଓଡ଼ିଆ:

ଟ୍ରାଲୋକିନୁମାବଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଇଂଲଣ୍ଡବୀର ସୁରେନ୍ଦ୍ର ସାଏ୪ (ସଂଖ୍ୟା)୧ମ ଓଡ଼ିଶା ବିଧାନ ସଭାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଅଭିରାମ ପରମହଂସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଦଶାବତାରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୧୬୬୫ମନୋରଞ୍ଜନ ଦାସତୁଳସୀ ଗଛଅସହଯୋଗ ଆନ୍ଦୋଳନବାଘଓଡ଼ିଆ ନାଟକ୭୦୧ପ୍ରେମକୁନ୍ତଳା କୁମାରୀ ସାବତଚୈତନ୍ୟରାସାୟନିକ ମୌଳିକଜିନା ସାମଲଉତ୍କଳ ସମ୍ମିଳନୀଶ୍ରାଦ୍ଧ୨୦ ଅଗଷ୍ଟରାଜକିଶୋର ରାୟରାମଚନ୍ଦ୍ର ମିଶ୍ରଅଚ୍ୟୁତ ନାୟକ୧୮ ଅକ୍ଟୋବରଆରିଷ୍ଟୋଟଲରଥଯାତ୍ରାଜୟୀରାମ ସାମଲଚରକରାଜେନ୍ଦ୍ର କିଶୋର ପଣ୍ଡାବିଜ୍ଞାନଫତୁରାନନ୍ଦୟୁ ଟ୍ୟୁବସରଳା ଦେବୀଯୌନ ଉତ୍ପୀଡ଼ନକଣ୍ଡୋମଫୋସିନୋପ୍ରିଲଓମ'ଙ୍କ ନିୟମଆନ୍ଧ୍ର ପ୍ରଦେଶଶନିବାରଭଦଭଦଳିଆବ୍ରାହ୍ମ ସମାଜଭାଷାଗଙ୍ଗାଧର ରଥଅକ୍ଷାଂଶଇଣ୍ଡିଆନ ପ୍ରିମିଅର ଲିଗଫରିନା ଆଜାଦମଧୁସୂଦନ ରାଓରବର୍ଟ ହିଲ୍ମୌଳିକ ସଂଖ୍ୟାଅଶ୍ରୁମୋଚନ ମହାନ୍ତିଭଣ୍ଡ ଗଣେଶଗୁରୁପ୍ରସାଦ ମହାନ୍ତିବାଇଶି ପାହାଚହୃଷୀକେଶ ପଣ୍ଡାରେଶମ ପଥମୟୂରଶିଶୁ ଅନନ୍ତ ଦାସମଙ୍ଗଳୁ ଚରଣ ବିଶ୍ୱାଳତ୍ରିଭୁଜଗୋଦାବରୀଶ ମିଶ୍ରରାମଚନ୍ଦ୍ର ବେହେରାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଆଶୁତୋଷ ପରିଡ଼ା🡆 More