ଗରାବଡୁ: ଜଗନ୍ନାଥ ମନ୍ଦିରର ସେବକ

ଗର୍ଗବଟୁ ବା ଗରାବଡୁ ଜଗନ୍ନାଥ ମନ୍ଦିରର ଏକ ପ୍ରକାରର ସେବକ ଅଟନ୍ତି । ସେମାନେ ପୂଜା ଓ ନୀତି ସମୟରେ ଝରି (ଜାଳ)ରେ ଜଳ ଯୋଗାଇଥାନ୍ତି ।

କାର୍ଯ୍ୟ

ଗରାବଡୁ ସେବକ ଦୁଇ ପ୍ରକାର ଦେଖାଯାଆନ୍ତି । ଭିତର ଓ ବାହାର ଏଭଳି ଦୁଇ ଗୋଷ୍ଠୀର ଗରାବଡୁଙ୍କ ସମ୍ପର୍କରେ ସୂଚନା ରହିଛି । କୋଠଭୋଗ ପାଣିଆ ହେଉଛନ୍ତି ବାହାର ଗରାବଡୁ । ଭିତର ଗରାବଡୁ ମଙ୍ଗଳ ଆଳତି ଓ ମଇଲମ ଆରମ୍ଭରେ ପଶୁପାଳକଙ୍କୁ ହାତୁଆଣି ଦେବା, ଅବକାଶ ପୂଜାଠାରେ ଝରି, ପାଣିଗରା, ଗଣ୍ଡୁଷଜଳ ଯୋଗାଇବା, ଦହିଲାଗି ସମୟେ ଦର୍ପଣରେ ଜଳଲାଗି, ଅଁଳାଲାଗି ସମୟରେ ଜଳ, ପୂଜା ଓ ମଇଲମ ପରେ ହାତୁଆଣି, ରତ୍ନସିଂହାସନ ତଳେ ପାର୍ଶ୍ୱଦେବତାଙ୍କୁ ଜଳ, ସୂର୍ଯ୍ୟ, ଦ୍ୱାରପାଳ ପୂଜା, ବଲ୍ଲଭ, ସବୁ ଧୂପରେ ଝରି ଲଗାଇବା, ଘଷାଜଳ ରଖୁବା, ଭୋଗ ମଣ୍ଡପରେ ଝରି ଲଗାଇବା କାର୍ଯ୍ୟ କରନ୍ତି ।

ପ୍ରତ୍ୟେକ ମଇଲମରେ ପଶୁପାଳକଙ୍କୁ ହାତୁଆଣି, ଦିନ ପହୁଡ଼ରେ ପଲଙ୍କ ତଳେ ଘଷାଜଳ, ଆଳତିବେଳେ ହାତୁଆଣି, ସର୍ବାଙ୍ଗ, ରାତ୍ରି ପହୁଡ଼, ଶୀତଳ ମଣେହିମାନଙ୍କରେ ହାତୁଆଣି, ବଡ଼ବାଡ଼ ପାଳିଆ ସହ ପୁଷ୍ଠାଞ୍ଜଳି ଠାକୁରଙ୍କୁ ବିଜେ ଓ ଭିତରେ ପଲଙ୍କରେ ଶୟନ ଠାକୁର ବିମଳା ସେବକଙ୍କୁ ପଇଡ଼ ଚନ୍ଦନ ଦେବା, ନକ୍ଷତ୍ର ବନ୍ଦାପନା, ମଙ୍ଗଳାରୋପଣ, ଦ୍ୱାଦଶ ଯାତ୍ର। ବନ୍ଦାପନାରେ ହାତୁଆଣି ଦେବା, ସାଗର ବିଜେରେ ସମୁଦ୍ରରୁ ଜଳ ଆଣିବା, ପାଦୁକ ଓ ପ୍ରସାଦ ସମୁଦ୍ରରେ ଦେବା, ଯମେଶ୍ୱର ମନ୍ଦିରରେ ମାଜଣାବେଳେ ଜଳଲାଗି, ପୂଜାବେଳେ ଝରି ଓ ଘଷା ଲଗାଇବା, ପନ୍ତି ସ୍ଥାନରେ ଝରି, ସରକାରୀ ପନ୍ତିରେ ଘଷା, ଗୁରୁବାର ମାଜଣାରେ ଝରି ଓ ହାତୁଆଣି ଦେଇଥାନ୍ତି । ଗହ୍ମାବେଦୀରେ ଋଷିମାନଙ୍କ ତର୍ପଣ ନିମିତ୍ତ ଜଳ, ଚନ୍ଦନ ଚକଡ଼ାରେ ସୁବାସିତ ଜଳ, ତା'ପରେ ବିଡ଼ିଆ ମଣୋହିରେ ଝରି ଲଗାନ୍ତି ଓ ଜଳ ଦିଅନ୍ତି ।

ସ୍ନାନପୂର୍ଣ୍ଣମୀ, ନୀଳାଦ୍ରି ମହୋଦୟ ଓ ପୁଷ୍ୟାଭିଷେକ ଦିନ ଜଳବିଜେ, ସଂସ୍କାର ପରେ ଜଳଲାଗି, ଛେରାପହଁରାରେ ରାଜାଙ୍କୁ ହାତୁଆଣି, ଜନ୍ମ, ବିଜେ, ବଳିବେଳେ ହାତୁଆଣି, ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ, ନୂଆଲୁଗା ଲାଗି, ଚନ୍ଦନ, ଘୋଡ଼ ଲାଗି, ଖଇକୋରା ଭୋଗ, ରାଜନୀତି, ଦଇତାପତି ନୀତି କଲାବେଳେ ହାତୁଆଣି ଦିଅନ୍ତି ।

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

ଗରାବଡୁ କାର୍ଯ୍ୟଗରାବଡୁ ଆହୁରି ଦେଖନ୍ତୁଗରାବଡୁ ଆଧାରଗରାବଡୁ ଅଧିକ ତଥ୍ୟଗରାବଡୁଜଗନ୍ନାଥ ମନ୍ଦିର

🔥 Trending searches on Wiki ଓଡ଼ିଆ:

ଭାରତୀୟ ଡାକ ସେବାଚୈତନ୍ୟହୃତ୍‌ପିଣ୍ଡଗଙ୍ଗାଧର ରଥକୋଣାର୍କ ସୂର୍ଯ୍ୟ ମନ୍ଦିରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାରାମଚନ୍ଦ୍ର ମିଶ୍ରଜୟ ଜଗନ୍ନାଥଗଣନ ସଂଖ୍ୟାବେଣୁଧର ରାଉତvji40ଫାଇଲେରିଆଖାସି ମାଂସ ତରକାରୀରାଧାନାଥ ରାୟଜଗନ୍ନାଥଙ୍କ ଧୂପଯଦୁମଣି ମହାପାତ୍ରପଠାଣି ସାମନ୍ତରକ୍ତଫେବୃଆରୀ ୨୮କଟକ ଜିଲ୍ଲାକାଟୁଲୁ ରବି କୁମାରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଶ୍ରବଣ ( ରାମାୟଣ ର ଚରିତ୍ର )ମହାତ୍ମା ଗାନ୍ଧୀଦେବଗଡ଼ ଜିଲ୍ଲାସ୍ତନଫେବୃଆରୀବୌଦ୍ଧ ଧର୍ମଗୋପାଳ ଚନ୍ଦ୍ର ପ୍ରହରାଜଭୃସଙ୍ଗ ଗଛଶାସ୍ତି (ଓଡ଼ିଆ କଥାଚିତ୍ର)ମେହମୁଦ ହୁସେନଓଡ଼ିଆ ଭାଗବତଯଶୋବନ୍ତ ଦାସଭାରତଗୋଦର ରୋଗବନ୍ଦେ ଉତ୍କଳ ଜନନୀଏଣ୍ଡୋମେଟ୍ରିଓସିସଜାପାନ ସାଗରଗୋପାଳ ଛୋଟରାୟକବିସୂର୍ଯ୍ୟ ବଳଦେବ ରଥନବକଳେବରଜଗନ୍ନାଥ ମନ୍ଦିରବୈଜୟନ୍ତ ପଣ୍ଡାଓଡ଼ିଶା ବିଧାନ ସଭାମହାଦେଶଉଦୟନାଥ ଷଡ଼ଙ୍ଗୀହନୁମାନ ବାଟିକାଧନୁ (ରାଶି)ଆନ୍ଧ୍ର ପ୍ରଦେଶଓଡ଼ିଆ ରାନ୍ଧଣାଭକ୍ତ ଚରଣ ଦାସଯାଜପୁର ଜିଲ୍ଲାଅଣ୍ଡାଭ୍ୟାକୁମ୍ କ୍ଲିନର୍ନୀଳକଣ୍ଠ ଦାସଅଶ୍ରୁମୋଚନ ମହାନ୍ତିଦୀପା ସାହୁ (୧୯୮୫ ଜନ୍ମ)ବିଦ୍ୟାଳୟଗଙ୍ଗାଧର ମେହେରପ୍ରେମଭୂମିକମ୍ପଯକୃତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭାଷାଫରିନା ଆଜାଦସୁଭାଷ ଚନ୍ଦ୍ର ବୋଷଓଡ଼ିଶୀ ସଙ୍ଗୀତଅଷ୍ଟ୍ରିଆବିଷମ କଟକତରୁଣକାନ୍ତି ମିଶ୍ରଗିରିଜା କୁମାର ବଳୀୟାରସିଂହକାହ୍ନୁଚରଣ ମହାନ୍ତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି🡆 More