ଖଣ୍ଡୁଆ

ଖଣ୍ଡୁଆ ଏକ ଉତ୍କଳୀୟ ବାନ୍ଧ କଳା । ସାରା ବିଶ୍ୱରେ ଏହାର ସ୍ୱତନ୍ତ୍ର ଚାହିଦା ରହିଛି । ତସର ବା ଟସର ସୂତାରେ ହସ୍ତଚାଳିତ ତନ୍ତଦ୍ୱାରା ଖଣ୍ଡୁଆ ବସ୍ତ୍ର ବୁଣାଯାଏ । ବସ୍ତ୍ର ଉପରେ ପଶୁ-ପକ୍ଷୀ ବୃକ୍ଷ-ଲତା ଦେବତା-ମନ୍ଦିର ଆଦିର ସୁନ୍ଦର ଚିତ୍ର କରାଯାଏ । ଏହି ବସ୍ତ୍ରରେ ମୁଖ୍ୟତଃ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ । ବିବାହବେଳେ ବ୍ୟବହୃତ ଖଣ୍ଡୁଆ ପାଟ ବୁଣିବା ପାଇଁ ଲାଲ ବା କମଳା ରଙ୍ଗ, ଶାଳଗଛରୁ ସଂଗ୍ରହ କରାଯାଇଥାଏ । କଟକର ମାଣିଆବନ୍ଧ ଓ ନୂଆପାଟଣା ଖଣ୍ଡୁଆ ଓ ଖଣ୍ଡୁଆ ପାଟ ପାଇଁ ପ୍ରସିଦ୍ଧ । ଏଠାରେ ଖଣ୍ଡୁଆ ବସ୍ତ୍ର ବୁଣିବା ପାଇଁ ବୁଣାକାରମାନେ ପୁରୁଶାନୁକ୍ରମିକ ଭାବରେ ତାଲିମ ପାଇଥାନ୍ତି ।

ଖଣ୍ଡୁଆ
ବଡ଼ସିଂହାର ବେଶରେ ଲାଗି ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ

ଉତ୍ପତ୍ତି

ଖଣ୍ଡୁଆ ଶବ୍ଦଟିର ଅର୍ଥ ମୁଖ୍ୟତଃ 'ଖଣ୍ଡ'ରୁ ହୋଇଥିବା କୁହାଯାଏ । ସେହି ଅନୁସାରେ ଏହି ବସ୍ତ୍ରକୁ ଶରୀରରେ ନିମ୍ନ ଅଂଶରେ ପରିଧାନ କରାଯାଉଥିବାରୁ ଏହାକୁ 'ଖଣ୍ଡୁଆ' କୁହାଯାଏ । ଶ୍ରୀଜଗନ୍ନାଥଙ୍କୁ ଅବକାଶବଡ଼ସିଂହାର ବେଶରେ ଖଣ୍ଡୁଆ ବସ୍ତ୍ରଲାଗି କରାଯାଏ । ଏହି ଖଣ୍ଡୁଆକୁ କେନ୍ଦୁଲି ଖଣ୍ଡୁଆ କୁହାଯାଏ । କଟକ ଓ ମାଣିଆବନ୍ଧକୁ ଏହାର ଉତ୍ପତ୍ତିସ୍ଥଳ ବିଶ୍ୱାସ କରାଯାଉଥିବାରୁ ଏହି ବାନ୍ଧକଳାକୁ 'କଟକୀ' ଓ 'ମାଣିଆବନ୍ଧୀ' ମଧ୍ୟ କୁହାଯାଏ ।

ଇତିହାସ

ଏହି ପ୍ରକାର ପାଟ ଶାଢ଼ୀକୁ ସାଧାରଣତଃ ମାଣିଆବନ୍ଧ ଓ ନୂଆପାଟଣା ଅଂଚଳର ବୁଣାକାର (ତନ୍ତୀ) ସଂପ୍ରଦାୟର ବୁଣାକାରମାନେ ବୁଣିବାର ନଜିର ରହିଛି । ଉତ୍କଳରେ ଗଜପତି ରାଜାମାନଙ୍କର ରାଜୁତି ସମୟରେ ସ୍ୱତନ୍ତ୍ର ବୁଣାକାରମାନଙ୍କଦ୍ୱାରା ପ୍ରସ୍ତୁତ କେନ୍ଦୁଲି ଖଣ୍ଡୁଆକୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପଠାଯାଉଥିଲା । ସେବାଲାଗି ବ୍ୟବହୃତ ଏହି ପାଟଗୁଡ଼ିକୁ ପାରମ୍ପରିକ ପଦ୍ଧତିରେ ବୁଣାଯାଏ । ଏହାର ଲମ୍ବ ବାର ଫୁଟ ଦୁଇ କାଣି (କହୁଣିଠାରୁ କାଣି ଆଙ୍ଗୁଠି ପର୍ଯ୍ୟନ୍ତ ଦୂରତ୍ୱ) ହୋଇଥାଏ ।

ଆଧାର

Tags:

କଟକ

🔥 Trending searches on Wiki ଓଡ଼ିଆ:

କାଶୀ ବିଶ୍ୱନାଥ ମନ୍ଦିର୧ (ସଂଖ୍ୟା)ଶୈଳବାଳା ଦାସତରୁଣକାନ୍ତି ମିଶ୍ରସାରଥୀ ବାବାଜଣ୍ଡିସ୍ଶ୍ରୀଯୁକ୍ତରାଷ୍ଟ୍ର ଆମେରିକାଇଣ୍ଡିଆନ ପ୍ରିମିଅର ଲିଗନବକଳେବରଭାଷା୨୪ ଅପ୍ରେଲରାଧାମୋହନ ଗଡ଼ନାୟକରାଜ୍ୟ ସଭାପୁଷ୍ଟିସାରୟୁକ୍ରେନପ୍ଲୀହାପଠାଣି ସାମନ୍ତଯୌନ ସମ୍ଭୋଗଉତ୍କଳ ବିଶ୍ୱବିଦ୍ୟାଳୟତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଶ୍ରବଣା (ନକ୍ଷତ୍ର)ପଙ୍କଜ ଉଧାସମହାପ୍ରସାଦଓମ'ଙ୍କ ନିୟମଜନ୍ମ ନିରୋଧଗୌରହରି ଦାସମହାନଦୀଗୋପବନ୍ଧୁ ଦାସସରସ୍ୱତୀ ସମ୍ମାନଜଗନ୍ନାଥଙ୍କ ଧୂପମହାବିଦ୍ୟାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନଇ ଆରପାରିସମ୍ବଲପୁରଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଆ ଖାଦ୍ୟବିଶ୍ୱ ଏଡ୍‌ସ ଦିବସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତମନ୍ନା ବ୍ୟାସଧରିତ୍ରୀ (ଖବରକାଗଜ)ରଥଯାତ୍ରାଅନ୍ନଦା ଶଙ୍କର ରାୟବୌଦ୍ଧ ଧର୍ମଶ୍ରବଣ ( ରାମାୟଣ ର ଚରିତ୍ର )ହନୁମାନ ବାଟିକାଭୂମିକମ୍ପରାଜାରାଣୀ ମନ୍ଦିରମସ୍କୋଟ୍ରାପିଜିଅମଭଣ୍ଡ ଗଣେଶଉଇକିପିଡ଼ିଆଇଣ୍ଟରନେଟ୨୦ ଅଗଷ୍ଟହନୁମାନ ଚାଳିଶାହେମନ୍ତ କୁମାର ଦାସଦ୍ୱିତୀୟ ଭାସ୍କରମାଗୁଣିର ଶଗଡ଼ (କଥାଚିତ୍ର)ବିଜ୍ଞାନପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)କାଞ୍ଚି ଅଭିଯାନସିନ୍ଧୁ ନଦୀଶ୍ରାଦ୍ଧଜୀବସାର ଗବଉଳଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଧାତୁବୈଶାଖତପନ କୁମାର ପ୍ରଧାନଅର୍ଚ୍ଚିତା ସାହୁ🡆 More