ବଡ଼ସିଂହାର ବେଶ

ଶ୍ରୀମନ୍ଦିରର ସ୍ୱତଲିପି ମୁତାବକ ଶ୍ରୀବିଗ୍ରହମାନଙ୍କ ବଡ଼ସିଂହାର ବେଶ ହୋଇଥାଏ । ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ୱିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି । ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା ।

ଇତିହାସ

ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଏହି ମନୋରମ ପୁଷ୍ପ ଶୃଙ୍ଗାର ବା ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ । ଏହି ପବିତ୍ର ପୁଷ୍ପ ବେଶ ପ୍ରତ୍ୟେହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଶ୍ରୀମନ୍ଦିର ସ୍ୱତଲିପିରେ ଉଲ୍ଲେଖ ହୋଇଛି ଯେ - "ରାତ୍ର ୧୦ଟା ୩୦ ମିନିଟ ସମୟରେ ବଡ଼ସିଂହାର ବେଶ ହେବାର ନିୟମ । ଏହି ବେଶ ପାଇଁ ଶ୍ରୀରାମ ଦାସ ମଠ ପୁଷ୍ପରେ ନିର୍ମିତ କରପଲ୍ଲବ, କୁଣ୍ଡଳ ଓ ତଡ଼ଗି ଯୋଗାଏ । ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାଏ । ଏହି ପୁଷ୍ପ ଅଳଙ୍କାର ଯୋଗାଇବା ସକାଶେ ଉକ୍ତ ଦୁଇ ମଠ ଖଞ୍ଜା ଜମି ଭୋଗ କରନ୍ତି । ଚାଙ୍ଗଡ଼ା ଘରୁ ଚାଙ୍ଗଡ଼ା ମେକାପ ବାରଲାଗି ପାଟ ଯୋଗାଏ । ଏହି ପାଟରେ ଗୀତଗୋବିନ୍ଦ ଶ୍ଲୋକ ବୁଣାଯାଇଥାଏ । କବି ଜୟଦେବଙ୍କ ସମୟରେ ଗୀତଗୋବିନ୍ଦର ପ୍ରଚଳନ ହୋଇ ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର (ଶୃଙ୍ଗାର) ବେଶରେ ଠାକୁରମାନଙ୍କୁ ଲାଗିହେଲା ।

ଆଭୂଷଣ

ଏହି ବେଶରେ ଠାକୁରମାନେ ଖଣ୍ଡୁଆ, ପହରଣ, ଫୁଟା, ଶିରକପଡ଼ା (ଶ୍ରୀକାପଡ଼ା ) ସୂତାଲୁଗା ଇତ୍ୟାଦି ପାରମ୍ପାରିକ ବସ୍ତ୍ରମାନ ପରିଧାନ କରିଥାନ୍ତି । ସୂଚନଯୋଗ୍ୟ ଯେ, ନୀଳଧଡ଼ିଯୁକ୍ତ ଧଳା ଶିରକପଡା ବଳଭଦ୍ରଙ୍କୁ, ହଳଦିଆ ରଙ୍ଗ ଧଡିର ଶିରକପଡ଼ା ପ୍ରଭୁ ଜଗନ୍ନାଥଙ୍କୁ ଓ ନାଲିଧଡିଆ ଧଳା ଶିରକପଡ଼ା ମା' ସୁଭଦ୍ରାଙ୍କୁ ଲାଗି ହୋଇଥାଏ । ଉକ୍ତ ବେଶରେ ଠାକୁରମାନେ ଲାଗି ହେଇଥିବା ବିଭିନ୍ନ ପୁଷ୍ପ ଅଳଙ୍କାର ମଧ୍ୟରେ ମୁଖ୍ୟତଃ ଗଭା,ଚନ୍ଦ୍ରିକା, ଅଳକା, ତିଳକ, ଝୁମ୍ଫା, ନାକୁଆସି, ଦଅଣା, ଅଧରମାଳ, ମକରକୁଣ୍ଡଳ, ଶ୍ରୀପୟର ମାଳା, ହୃଦୟପଦକ, କୌସ୍ତୁଭ ପଦକ, କରପଲ୍ଲବ ଆଦି ପ୍ରଧାନ ।

ବିଶେଷତା

ବଡ଼ସିଂହାର ବେଶ ହେଉଛି ବିଶେଷ ମାନସିକତା, ଭାବାବସ୍ତା ତଥା ପ୍ରକୃତିର ପ୍ରତିଫଳନ । ଜନଶ୍ରୁତି ଅନୁଯାୟୀ ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ୱାମୀ ପ୍ରତିଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରିବା ପରେ ଶୟନ କରୁଥିଲେ । ବଡ଼ସିଂହାର ବେଶ ପରେ ପରେ ଠାକୁରମାନଙ୍କ ବଡ଼ସିଂହାର ଭୋଗ ହୁଏ । ଏହି ବେଶରେ ଠାକୁରମାନଙ୍କ ପହୁଡ଼ ବା ଶୟନ ନୀତି ସମ୍ପାଦିତ ହୋଇଥାଏ ।

ଆଧାର

ବାହାର ତଥ୍ୟ

Tags:

ବଡ଼ସିଂହାର ବେଶ ଇତିହାସବଡ଼ସିଂହାର ବେଶ ଆଭୂଷଣବଡ଼ସିଂହାର ବେଶ ବିଶେଷତାବଡ଼ସିଂହାର ବେଶ ଆଧାରବଡ଼ସିଂହାର ବେଶ ବାହାର ତଥ୍ୟବଡ଼ସିଂହାର ବେଶଜଗନ୍ନାଥ ମନ୍ଦିର

🔥 Trending searches on Wiki ଓଡ଼ିଆ:

ନବକୃଷ୍ଣ ଚୌଧୁରୀଭାରତର ନଦୀ ସମୂହର ତାଲିକାବିଧାନ ସଭା ସଭ୍ୟକୃଷ୍ଣ ଜନ୍ମାଷ୍ଟମୀଯୁକ୍ତରାଜ୍ୟପ୍ଲୀହାଯୌନ ସମ୍ଭୋଗଜାଭା (ପ୍ରୋଗ୍ରାମିଂ ଭାଷା)ମନୋଜ ଦାସବେଣୁଧର ରାଉତକୁମ୍ଭାର ଚକଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା୩୦ ଅପ୍ରେଲବୈଷ୍ଣବ ପାଣିଛବିଳ ମଧୁ ବର୍ଣ୍ଣବୋଧମଦର ଟେରେସାଜଗନ୍ନାଥ ଦାସଭୂମିକା ଦାଶଅଂଶୁଘାତ୨୪ ଅପ୍ରେଲସପ୍ତମାତୃକା ମନ୍ଦିର, ଯାଜପୁରଓଡ଼ିଶୀଆଖିମହାତ୍ମା ଗାନ୍ଧୀଙ୍କ ପରିବାରଭୁବନେଶ୍ୱର ବେହେରାବିଭୂତି ପଟ୍ଟନାୟକହରପ୍ରସାଦ ଦାସପଞ୍ଚକନ୍ୟାଦେବସ୍ନାନ ପୂର୍ଣ୍ଣିମାପଣାକଳିଙ୍ଗ ଯୁଦ୍ଧରମାକାନ୍ତ ପଣ୍ଡାଗୋମୁହାଁ କୁମ୍ଭୀରହେନା ଫୁଲପାରାଦୀପ ବନ୍ଦରବଳରାମ ଦାସନୃସିଂହନାଥ ଖୁଣ୍ଟିଆଜୟୀରାମ ସାମଲରବି କାନୁନଗୋହରେକୃଷ୍ଣ ମହତାବଜନ ବୀମସସ୍ତନ୍ୟପାୟୀଗୀତଗୋବିନ୍ଦଶେର ଶାହ ସୁରୀପୂରଣବାଚକ ସଂଖ୍ୟାହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାରାମକୃଷ୍ଣ ନନ୍ଦ୧୯୯୯ ଓଡ଼ିଶା ମହାବାତ୍ୟାଶବ୍ଦ (ପଦ)ରାମକୃଷ୍ଣ ପରମହଂସଧଉଳିମାଣବସା ଗୁରୁବାରପର୍ଯ୍ୟାୟ ସାରଣୀଶିବ୭ ଅପ୍ରେଲରାଜେନ୍ଦ୍ର ନାରାୟଣ ସିଂହଦେଓବୌଦ୍ଧ ଧର୍ମକୃଷ୍ଣପ୍ରସାଦ ମିଶ୍ରଓଡ଼ିଆ କାବ୍ୟ କବିତାସାରଳା ଦାସଅଭିମନ୍ୟୁ ସାମନ୍ତସିଂହାରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଦେବୀପ୍ରସନ୍ନ ପଟ୍ଟନାୟକଓଡ଼ିଆ କଥାଚିତ୍ର ଜଗତଅନ୍ନପୂର୍ଣ୍ଣା ମହାରଣାଭାରତର ଜାତୀୟ ପତାକାସମ୍ବଲପୁର ଜିଲ୍ଲାଗୋବିନ୍ଦ ତ୍ରିପାଠୀଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅଖିଳ ମୋହନ ପଟ୍ଟନାୟକଚିଲିକା ହ୍ରଦ🡆 More