ଏମାର ମଠ

ଏମାର ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ଭିତରୁ ଗୋଟିଏ । ସନ୍ଥ ରାମାନୁଜ ପ୍ରଥମେ ସ୍ୱର୍ଗଦ୍ୱାରରେ ଛତା ପୋତି ରହିଥିଲେ । ତାପରେ ସେଠାରେ ସେ ମଠ କରିଥିଲେ । ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ । ସେହି ଛତାରୁ ସେଠାରେ ଏମାର ମଠ ହେଲା । ବିବାଦୀୟ ଭାବେ, ୨୦୧୧ ମସିହାରେ ଏଠାରେ ୯୦ କୋଟି ଟଙ୍କା ମୁଲ୍ୟର ୫୨୨ଟି ରୂପା ଦଣ୍ଡି (୧୮ କିଗ୍ରା) ମିଳିଥିଲା ।

ଏମାର ମଠ
ଏମାର ମଠ

ଇତିହାସ

ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କ

ଏହି ମଠ ପୁରୀ ପ୍ରସିଦ୍ଧ ଅଟେ।ଏହି ମଠରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନିଳାଦ୍ରୀ ବିଜେ ଦିନମାନଙ୍କରେ ପନ୍ତି ଭୋଗ କରାଯାଏ।ଏମାର ମଠରେ ଅଣସର ସମୟରେ ଚକଟା ଭୋଗ କରାଯାଇଥାଏ।ଏହି ମଠକୁ ଗୁଣ୍ଡିଚା ମନ୍ଦିରଠାରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି।ଏହି ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି।

ସମ୍ପତ୍ତି

୨୦୧୧ ମସିହାରେ ଓଡ଼ିଶା ପୋଲିସ ୧୮ କିଗ୍ରା ଓଜନର ୫୨୨ଟି ରୂପା ଇଟା ଏହି ମଠରୁ ଜବତ କରିଥିଲା । ଏକ ସିନ୍ଧୁକ ଭିତରେ ବନ୍ଦ ଥିବା ରୂପା ଇଟାଗୁଡ଼ିକର ମୂଲ୍ୟ ୯୦ କୋଟି ଅଧିକ ବୋଲି ପୋଲିସ ଜଣାଇଥିଲା । ସିନ୍ଧୁକଟି ଏକ ଘର ଭିତରେ ରଖାଯାଇଥାଏ । ରୂପାସବୁ ୧୦୦ ବର୍ଷ ବା ତହିଁରୁ ଅଧିକ ପୁରୁଣା । ଇଟାମାନଙ୍କ ଉପରେ ବ୍ୟାଙ୍କକ, ସାଙ୍ଘାଇ ଓ କାନାଡ଼ା ଆଦି ଲେଖାଥିଲା । ମଠ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ପୂର୍ବ ମହନ୍ତ ମଠରେ ଗୁପ୍ତଧନ ଥିବାର ସୂଚନା ଦେଇଥିଲେ ବୋଲି ପୋଲିସ ନିକଟରେ ଜଣାଇଥିଲେ । ଓଡ଼ିଶା ଧାର୍ମିକ ହିନ୍ଦୁ ଅଧିକାର ଆଇନ (Orissa Religious Hindu Endowment Act)ଦ୍ୱାରା ପରିଚାଳିତ ଓ ଏହି ଆଇନ ପରିସର ଭିତରେ ଏହି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇନଥିବାରୁ ରୂପାତକ ପୋଲିସ ହେପାଜତରେ ରଖାଯାଇଥିଲା ।

ଉଚ୍ଛେଦ

ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କର ଦର୍ଶନ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିରର ୭୫ ମିଟର ପରିସୀମାରେ ଅବସ୍ଥାନ କରୁଥିବାରୁ ଏମାର ମଠକୁ ଅଗଷ୍ଟ ମାସ ୨୦୧୯ ମସିହାରେ ଭଙ୍ଗାଯାଇଥିଲା । ଏମାର ମଠର କାନ୍ଥବାଡ଼ ଅସୁରକ୍ଷିତ ଥିବା ଦର୍ଶାଯାଇ ଏହାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ । ମଠ ଭାଙ୍ଗିବା ସମୟରେ ଏକ ଗୁପ୍ତ ଧାନକୋଠିର ସନ୍ଧାନ ମିଳିଥିଲା ।

ଆଧାର

ଅଧିକ ପଠନ

  • ପୁରୀରେ ଥିବା ମଠ ଓ ମନ୍ଦିରମାନଙ୍କ ତାଲିକା
  • ମଠ

Tags:

ଏମାର ମଠ ଇତିହାସଏମାର ମଠ ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କଏମାର ମଠ ସମ୍ପତ୍ତିଏମାର ମଠ ଉଚ୍ଛେଦଏମାର ମଠ ଆଧାରଏମାର ମଠ ଅଧିକ ପଠନଏମାର ମଠଓଡ଼ିଶାପୁରୀମଠରାମାନୁଜ

🔥 Trending searches on Wiki ଓଡ଼ିଆ:

ଗୋଲୋକ ବିହାରୀ ଧଳଭଦଭଦଳିଆଅଶୋକାଷ୍ଟମୀସ୍ୱାଧୀନତା ଦିବସ‌ (ଭାରତ)କଲମ୍ବିଆବି. ଆର. ଆମ୍ବେଦକରବାସନ୍ତୀମନମୋହନ ସାମଲଓଡ଼ିଶା ଆଦର୍ଶ ବିଦ୍ୟାଳୟଅମ୍ଳଜାନଓଡ଼ିଆ ଲିପିଲବଙ୍ଗଗୁଗଲୱିଲିଅମ ସେକ୍ସପିଅରଅକ୍ଷାଂଶଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରୋହିତ ପୂଜାରୀସାରଳା ସମ୍ମାନଗଣେଶ୍ୱର ବେହେରାଉଇକିପିଡ଼ିଆ ସମୂହର ତାଲିକାକଦଳୀଗଛଲସ ଏଞ୍ଜଲେସ ଲେକର୍ସଆର୍ଟିଫିସିଆଲ ଇଣ୍ଟେଲିଜେନ୍ସମନୋଜ ଦାସଗୋପାଳ ଛୋଟରାୟଓଡ଼ିଆ କଥାଚିତ୍ର ଜଗତଇଣ୍ଡୋନେସିଆଓକିଲ ଦିବସବିବାହମନୋଜ ପଟ୍ଟନାୟକ (ଗୀତିକାର)ବିଦୁସ୍ମିତାଅଂଶୁପା ହ୍ରଦବିରିଚନ୍ଦନ ଯାତ୍ରାଶିବ୧ (ସଂଖ୍ୟା)ସଚ୍ଚିଦାନନ୍ଦ ରାଉତରାୟଭଦ୍ରକ ଜିଲ୍ଲାଦୁର୍ଗାଅର୍ଜୁନ ଗଛଅଟିଜିମ୍‌ଓଡ଼ିଶା ସରକାରଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନମିତା ଅଗ୍ରୱାଲଓଡ଼ିଆ ସାହିତ୍ୟପଣା ସଂକ୍ରାନ୍ତିସୌଭାଗ୍ୟ କୁମାର ମିଶ୍ରଉତ୍କଳ ବ୍ରାହ୍ମଣଚନ୍ଦନ ବୋଡ଼ାକାଞ୍ଚନ ଅୱସ୍ତିଗଙ୍ଗଶିଉଳୀଶ୍ରୀ ଅରବିନ୍ଦରାସେଶ୍ୱରୀ ପାଣିଗ୍ରାହୀଉତ୍କଳ ଦିବସକେଶବ କୋଇଲିବିମ୍ବାଧର କୁଅଁରପଦ୍ମଚରଣ ପଟ୍ଟନାୟକମହାଭାରତ🡆 More