କାଶୀନାଥ ପୂଜାପଣ୍ଡା: ଓଡ଼ିଶୀ ସଙ୍ଗୀତଜ୍ଞ

କାଶୀନାଥ ପୂଜାପଣ୍ଡା(୧୫ ମାର୍ଚ୍ଚ ୧୯୨୧- ୨୮ ମାର୍ଚ୍ଚ ୨୦୦୯) ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗୁରୁ ଥିଲେ । ଓଡ଼ିଶୀ ସଙ୍ଗୀତରେ ଉତ୍କର୍ଷତା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

କାଶୀନାଥ ପୂଜାପଣ୍ଡା
ଜନ୍ମ(1921-03-15)୧୫ ମାର୍ଚ୍ଚ ୧୯୨୧
ମାଟିମଣ୍ଡପ ସାହି, ପୁରୀ
ମୃତ୍ୟୁ୨୮ ମାର୍ଚ୍ଚ ୨୦୦୯(2009-03-28) (ବୟସ ୮୮)
ବୃତ୍ତିଓଡ଼ିଶୀ ସଙ୍ଗୀତ ଗୁରୁ
ଶୈଳୀଓଡ଼ିଶୀ ସଙ୍ଗୀତ

ଜୀବନୀ

କାଶୀନାଥ, ୧୯୨୧ ମସିହାରେ ପୁରୀର ମାଟିମଣ୍ଡପ ସାହିର ଏକ ସେବାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅଜା ନୀଳକଣ୍ଠ ଖୁଣ୍ଟିଆ ଥିଲେ, ଚାଖି ଖୁଣ୍ଟିଆଙ୍କ ନାତି । ମାମୁଁ ବଳଭଦ୍ର ହଜୁରୀ, ପୁରୀରେ ହଜୁରୀ ଥିଏଟର୍ସ୍ ପ୍ରତିଷ୍ଠା କରିଥିଲେ । ଏହି ଥିଏଟରର ଆଖଡାଶାଳରେ କାଶୀନାଥଙ୍କ ଶୈଶବ ବିତିଥିଲା । ମାମୁଁ ପୁଅ ଭାଇ ରଘୁନାଥ ହାରମୋନିୟମ ଓ ବଂଶୀ ବଜଉଥିଲେ । ତାଙ୍କରି ପ୍ରଭାବ ପଡିଥିଲା କାଶୀନାଥଙ୍କ ଉପରେ । ନବମ ଶ୍ରେଣୀରେ ପାଠପଢ଼ା ଛାଡି ସଙ୍ଗୀତରେ ମାତିଥିଲେ କାଶୀନାଥ । ପିତାଙ୍କର ପୁତ୍ରର ସଙ୍ଗୀତ ଆସକ୍ତି ପ୍ରତି ସହମତି ନଥିଲା । କିନ୍ତୁ ମା ଓ ଭିଣୋଇଙ୍କ ସମର୍ଥନ ମିଳିଥିଲା କାଶୀନାଥଙ୍କୁ । ଭିଣୋଇ ପଦ୍ମତୋଳାଚନ୍ଦ୍ର ତାଙ୍କୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସହିତ ପରିଚିତ କରାଇଦେଇଥିଲେ । ପୁରୀର କାଳିକା କୋଟଠାରେ କାଶୀନାଥ, ସିଂହାରୀ ଶ୍ୟାମସୁନ୍ଦର କରଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ । ପିତା ତାଙ୍କର ସଙ୍ଗୀତ ଶିକ୍ଷା ପ୍ରତି ବିରକ୍ତ ହେବାରୁ, କାଶୀନାଥ ଘର ଛାଡି କଲିକତା ପଳେଇ ଯାଇଥିଲେ । କଲିକତାରେ ଏକ ଓଡ଼ିଆ ଭୋଜନାଳୟରେ ଚା ଦେବାନେବା କରି ପେଟ ପୋଷୁଥିଲେ କାଶୀନାଥ । ଭୋଜନାଳୟରେ ମାଲିକ ତାଙ୍କ ସଙ୍ଗୀତ ପ୍ରତି ଅନୁରକ୍ତି ଦେଖି, ତାଙ୍କ ପାଇଁ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା କରିଦେଇଥିଲେ । କଲିକତାରୁ କିଛି ସମୟ ପରେ ଫେରି ଆସି, ସେ କଟକର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଆଜୀବନ ସଙ୍ଗୀତ ସାଧନାରେ ବ୍ରତି ହୋଇ କାଶୀନାଥ ୨୦୦୯ ମସିହାରେ ହୃଦ୍‌ଘାତରେ ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ । ସ୍ତ୍ରୀ, ତିନି ପୁଅ ଓ ଦୁଇ ଝିଅଙ୍କୁ ନେଇ କାଶୀନାଥଙ୍କ ପରିବାର ଥିଲା ।

କାଶୀନାଥ, ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଓ ହରିହର ରାଜଗୁରୁଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଓ ମର୍ଦଳ ବାଦନ ତଥା କାଳିପଦ ମୁଖାର୍ଜୀ, ସୁଧୀର ମିତ୍ରଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ । ପରେ ସେ ପ୍ରୟାଗ ସଙ୍ଗୀତ ସମିତି, ଆହ୍ଲାବାଦରୁ ସଙ୍ଗୀତ ଶିକ୍ଷାକରି ସଙ୍ଗୀତ ପ୍ରଭାକର ଉପାଧୀ ଲାଭ କରିଥିଲେ । ସେ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ ଓ ୧୯୪୧ମସିହାରୁ ଆକାଶବାଣୀରେ ସଙ୍ଗୀତ ପରିବେଷଣ କରୁଥିଲେ । ସେ କଟକର ଉତ୍କଳ ସଙ୍ଗୀତ ସମାଜ, ଭୁବନେଶ୍ୱରର ଲଳିତ କଳାପିଠରାଗନ ଆଦି ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ ।

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
  • ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ

ଆଧାର

Tags:

ଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ଗୋଲୋକ ବିହାରୀ ଧଳମହାପାତ୍ର ନୀଳମଣି ସାହୁରାଧାନାଥ ରାୟମହମ୍ମଦ ମୋକିମ୍ଇଂଲଣ୍ଡଦାଶରଥି ଦାସବ୍ରାଉଜରପଲଉଶ୍ରୀନିବାସ ରାମାନୁଜନ୧୮ ଅକ୍ଟୋବରସରସ୍ୱତୀ ସମ୍ମାନମଟର ସାଇକେଲତୁଳସୀ ଗଛବିଜୁ ଜନତା ଦଳଯଶୋବନ୍ତ ଦାସକାଳିଚରଣ ପଟ୍ଟନାୟକଭୁବନେଶ୍ୱର ବେହେରାଅପରେଟିଙ୍ଗ ସିଷ୍ଟମରାଣୀ ଲକ୍ଷ୍ମୀବାଈ୧୯୮୪ରାମଚନ୍ଦ୍ର ବେହେରାବୈଶାଖପ୍ରଧାନ ପୃଷ୍ଠାହରେକୃଷ୍ଣ ମହତାବଭୂମିକମ୍ପମାସଗୁରୁ ପ୍ରସାଦ ମହାନ୍ତିଆଇଡେଲାଲିସିବଶ୍ରବଣ ( ରାମାୟଣ ର ଚରିତ୍ର )୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଫରିନା ଆଜାଦଭଦ୍ରକହାଡ଼ଫୁଟିଭାରତଅଚ୍ୟୁତ ଗୋକୁଳ ନାୟକପ୍ରତିଭା ରାୟତିଳ ଚତୁର୍ଥୀବିରାଟ କୋହଲୀବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଁ ପୀତାମ୍ବର ମନ୍ଦିରନେମାଳଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)vji40ଉତ୍କଳ ବ୍ରାହ୍ମଣଆଶୁତୋଷ ପରିଡ଼ାଚିଲିକା ହ୍ରଦଆପେଣ୍ଡିସାଇଟିସଦେବସ୍ନାନ ପୂର୍ଣ୍ଣିମାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା୫ ନଭେମ୍ବରଧନୁ (ରାଶି)ପୋଟଳ ରସାଆଉରଙ୍ଗଜେବଚାନ୍ଦ୍ରମାସଭୃସଙ୍ଗ ଗଛଇଣ୍ଡୋନେସିଆବେଣୁଧର ରାଉତମହିଳା ଯୌନାଙ୍ଗ ଛେଦନଫୋସିନୋପ୍ରିଲଲକ୍ଷ୍ମୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀଗୋପବନ୍ଧୁ ଚୌଧୁରୀରବୀନ୍ଦ୍ରନାଥ ଠାକୁରବ୍ରୁସେଲୋସିସପୁନମ ମିଶ୍ରମାଲେସିଆଦୀପକ ମିଶ୍ର୨୯ ମାର୍ଚ୍ଚଓଡ଼ିଆ ଭାଗବତପାଇକ ଆଖଡ଼ା🡆 More