ରକ୍ତହୀନତା

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।> ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, not + αἷμα haima, blood)। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ ।

ରକ୍ତହୀନତା
Anemias
ରକ୍ତହୀନତା
ଲୌହ ଅଭାବ ଜନିତ ମାନବ ଆନିମିଆ ରୋଗୀର ରକ୍ତ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*]
ଆଇସିଡ଼ି-୧୦D50.-D64.
ଆଇସିଡ଼ି-୯-ସିଏମ୍280-285
ରୋଗ ଡାଟାବେସ663
ମେଡ଼ିସିନ-ପ୍ଲସ000560
ଇ-ମେଡ଼ିସିନmed/132 emerg/808 emerg/734
MeSHD000740

ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।

ଗର୍ଭବତୀ ମହିଳାମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ । ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL)ରୁ କମ ଥିଲେ ଦିଆଯାଏ । ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ । ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।

ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି, ପିଲା ବୟସ୍କ ଓ ଗର୍ଭାବତୀ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") । ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା ।

ଚିହ୍ନ ଓ ଲକ୍ଷଣ

ରକ୍ତହୀନତା 
ଆନିମିଆ ରୋଗର ମୂଖ୍ୟ ଲକ୍ଷଣ ସମୂହ ।

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ୱାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ୱଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏ ଓ ହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆ ଓ ହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ଼ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।

କାରଣ

ରକ୍ତହୀନତା 
ଚିତ୍ରରେ ରକ୍ତନଳୀ ମଧ୍ୟରେ ସାଧାରଣ ଲୋହିତ ରକ୍ତ କଣିକା ବାଧାହୀନ ଭାବରେ ବୋହିଚାଲିଛି । ଭିତର ଚିତ୍ରରେ ସାଧାରଣ ହେମୋଗ୍ଲୋବିନ ଥିବା ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଉଛି ।

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା ଲୌହ ଅଭାବ ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।)

ତୃଟିଯୁକ୍ତ ତିଆରି

  • ସ୍ଟେମ ସେଲ ବିକାଶ ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।
    • ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା
    • ଆପ୍ଲାସ୍ଟିକ ଆନିମିଆ: ଏଥିରେ ସବୁ ପ୍ରକାର ରକ୍ତ କଣିକାରେ ତୃଟି ଥାଏ । ଫାଙ୍କୋନି ସିଣ୍ଡ୍ରୋମ ଏକ ବଂଶଗତ ରୋଗ ଓ ଏଥିରେରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।
    • ବୃକ୍‌କ ବିଫଳତା ଆନିମିଆ (Kidney failure): ସ୍ୱଳ୍ପ ଏରିଥ୍ରୋପଏଟିନ ତିଆରି ଯୋଗୁ ।
    • ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
  • ଏରିଥ୍ରୋବ୍ଲାଷ୍ଟ ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।
    • ପର୍ଣ୍ଣିସିଅସ ଆନିମିଆ (ଭିଟାମିନ ବି୧୨ ଅଭାବ)
    • ଫଲିକ ଏସିଡ ଅଭାବ ।
    • ପ୍ରିମାଚ୍ୟୁରିଟି ଆନିମିଆ
    • ଲୌହ ଅଭାବୀ ଆନିମିଆ
    • ଥାଲାସେମିଆ
    • କନଜେନିଟାଲ ଡିସଏରିଥ୍ରୋପଏଟିକ ଆନିମିଆ
    • ବୃକ୍‌କ ବିଫଳତା ଆନିମିଆ: ତୃଟି ପୂର୍ଣ୍ଣ ସ୍ଟେମ ସେଲ ତିଆରି ହୁଏ ।
  • ତୃଟିପୂର୍ଣ୍ଣ ଲୋହିତ ରକ୍ତ କଣିକା ତିଆରି ।
    • ମାଏଲଫଥିସିକ ଆନିମିଆ ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମାଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।
    • ମାଏଲୋଡିସପ୍ଲାସ୍ଟିକ୍ ସିଣ୍ଡ୍ରୋମ
    • ସ୍ଥାୟୀ ପ୍ରଦାହ ଜନିତ ଆନିମିଆ

ଅତ୍ୟଧିକ ନଷ୍ଟ

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।

  • ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା: ଏହାଦ୍ୱାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ ।
    • ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ ଥାଏ, ଏଣୁ ପ୍ଲିହାଦ୍ୱାରା ଲୋହିତ ରକ୍ତ କଣିକା ଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।
    • ହେରେଡିଟାରି ଏଲିପ୍ଟୋସାଇଟୋସିସ: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।
    • ଆବିଟାଲିପ୍ରୋଟିନେମିଆ: ଆସ୍ତରଣ ଲିପିଡ ଖରାପ ଥାଏ ।
    • ଏଞ୍ଜାଇମ ଅଭାବ
      • ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
      • ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଓ ଗ୍ଲୁଟାଥାୟୋନିନ୍ ସିନଥେଟେଜ୍ ଅଭାବ ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।
    • ହେମୋଗ୍ଲୋବିନୋପାଥିଜ
      • ସିକ୍ଲ ସେଲ ଆନିମିଆ
      • ହେମୋଗ୍ଲୋବିନୋପାଥିଜ୍ ଯୋଗୁ ଅସନ୍ତୁଳିତ ହେମୋଗ୍ଲୋବିନ ଥାଏ ।
    • ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ
  • ବାହ୍ୟ (ରକ୍ତ କଣିକା ବାହାରେ) ସମସ୍ୟା
    • ଆଣ୍ଟିବଡି-ମାଧ୍ୟମ
      • ଉଷୁମ ଅଟୋଇମ୍ମ୍ୟୁନ ହେମୋଲାଇଟିକ ଆନିମିଆ: ଲୋହିତ କଣିକା ପ୍ରତି ଅଟୋଇମ୍ମ୍ୟୁନ ଆକ୍ରମଣ ମୂଖ୍ୟତଃ ଆଇଜିଜି । ଅଟୋଇମ୍ମ୍ୟୁନ ହେମୋଲାଇଟିକ ରୋଗ ମଧ୍ୟରେ ଏହା ସବୁଠାରୁ ସାଧାରଣ ରୋଗ । ଏହା ଅଜ୍ଞାତ‌କାରଣ ବଶତଃ, ଔଷଧ ଯୋଗୁ, ସିସ୍ଟମିକ ଲୁପସ ଏରିଥେମାଟୋସସ, ମ୍ୟାଲିଗନାଣ୍ଟ ରୋଗ ଯେପରିକି କ୍ରନିକ ଲୋମ୍ଫୋସାଇଟିକ ଲିଉକେମିଆ ଯୋଗୁ ହୁଏ ।
      • କୋଲ୍ଡ ଆଗ୍ଲୁଟିନିନ ହେମୋଲାଇଟିକ ଆନିମିଆ ଆଇଜିଏମ ଯୋଗୁ । ଏହା ଅଜ୍ଞାତକାରଣ ଯୋଗୁ ହୋଇପାରେ, ବା କୌଣସି ଅନ୍ତର୍ନିହିତ କାରଣ ଯୋଗୁ ହୋଇପାରେ ।
      • ଆର ଏଚ ରୋଗ, ମୂଖ୍ୟତଃ ନବଜାତ ହେମୋଲାଇଟିକ ରୋଗର ଏକ କାରଣ ।
      • ଟ୍ରାନ୍ସଫ୍ୟୁଜନ ପ୍ରତିକ୍ରିୟା ରକ୍ତ ଟ୍ରାନ୍ସଫ୍ୟୁଜନ ଯୋଗୁ ।
    • ଲୋହିତ ରକ୍ତ କଣିକା ପ୍ରତି ଆଘାତ ।
      • ମାଇକ୍ରୋଆଞ୍ଜିଓପାଥିକ ହେମୋଲାଇଟିକ ଆନିମିଆ ସମୂହ, ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପର୍‌ପ୍ୟୁରା ଓ ଡିସସେମିନେଟେଦ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ ସ‌ହିତ ।
      • ମ୍ୟାଲେରିଆ ସ‌ହିତ ଅନ୍ୟାନ୍ୟ ସଂକ୍ରମଣ ।
      • ହୃତ୍‌ପିଣ୍ଡ ଅପରେଶନ
      • ହେମୋଡାଏଲିସିସ୍

ରକ୍ତ କ୍ଷୟ

  • ଅଣବିକଶିତ ଆନିମିଆ- ଅଭାବୀ ଲୋହିତ ରକ୍ତ କଣିକା ତିଆରି ସ‌ହିତ ପରୀକ୍ଷାଗାରରେ ବାରମ୍ବାର ରକ୍ତ ସଂଗ୍ରହ ।
  • ଆଘାତ ବା ଅପରେଶନ, ଯାହାଦ୍ୱାରା ଆକ୍ୟୁଟ ରକ୍ତ କ୍ଷୟ ହୁଏ ।
  • ପାକସ୍ଥଳୀ ଅନ୍ତନଳୀ ରୋଗଦ୍ୱାରା ହେଉଥିବା ଆକ୍ୟୁଟ ରକ୍ତ କ୍ଷୟ ଯଥା:- ଭାରିସିଆଲ ରୋଗ, ପେପଟିକ ଅଲସର ବା କ୍ରନିକ ରକ୍ତ କ୍ଷୟ ଯଥା:- ଆଞ୍ଜିଓଡିସପ୍ଲାସିଆ)
  • ମହିଳା ରୋଗ ଜନିତ କ୍ଷୟ, ସାଧାରଣ କ୍ରନିକ ରକ୍ତକ୍ଷୟ ।
  • ଋତୁସ୍ରାବ, ଅଳ୍ପବୟସ୍କା ଯୁବତୀମାନଙ୍କର ଓ ବୟସାଧିକ୍ୟ ମହିଳାଙ୍କର ଫାଇବ୍ରଏଡ଼ ଯୋଗୁ ହୁଏ ।
  • ରକ୍ତଶୋଷୀ ଅନ୍ତନଳୀ ନେମାଟୋଡ feeding on blood,ଯେପରିକି ଅଙ୍କୁଶକୃମି ଓ ହୁଇପ‌ୱର୍ମ ଟ୍ରାଇଚୁରିସ ଟ୍ରାଇଚୁରା.

ଅତ୍ୟଧିକ ତରଳ ପଦାର୍ଥ ଭାର

ଅତ୍ୟଧିକ ତରଳ ପଦାର୍ଥ ଭାର ବା (ହାଇପରଭଲ୍ୟୁମିଆ) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।

  • ହାଇପରଭଲ୍ୟୁମିଆର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତ‌ଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।
  • ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।

ରୋଗ ନିର୍ଣ୍ଣୟ

ରକ୍ତହୀନତା 
Peripheral blood smear microscopy of a patient with ଲୌହ ଅଭାବ ଆନିମିଆ

ସମ୍ପୁର୍ଣ୍ଣ ରକ୍ତ ଗଣନା(complete blood count) ଆଧାରରେ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।ଲୋହିତ ରକ୍ତ କଣିକା ସଂଖ୍ୟା ନିର୍ଣ୍ଣୟ ଓ ହେମୋଗ୍ଲୋବିନ ପରିମାନ ସ‌ହିତ ଅଟୋମେଟିକ କାଉଣ୍ଟରରେ ଫ୍ଲୋ ସାଇଟୋମେଟ୍ରି ସାହାଯ୍ୟରେ ଲୋହିତ ରକ୍ତ କଣିକାର ଆକାରର ମାପ ନେଇ ଆନିମିଆର କାରଣ ଜାଣିହୁଏ । ଯେଉଁ ସ୍ଥାନରେ ଏହିଭଳି ଯନ୍ତ୍ରର ସୁବିଧା ନାହିଁ, ସେଠାରେ ରକ୍ତ ସ୍ମିଅର ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯାଏ ।

ଆଧୁନିକ କାଉଣ୍ଟରରେ ୪ଟି ମାନ‌ଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତ‌ଥା ଲିଙ୍ଗ ଅନୁପାତରେ ମାନ‌କ ଥିବା ସଂଖ୍ୟା ସ‌ହ ତୁଳନା କରାଯାଏ ।

ଅନିମିଆ ନିମନ୍ତେ ଡବ୍ଲ୍ୟୁଏଚଓ ସୀମାରେଖା । (୧ ଗ୍ରା/ଡେଳି = ୦.୬୨୦୬ ମିମୋଲ/ଲି)
ବୟସ ବା ଲିଙ୍ଗ ଦଳ ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି) ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି)
ପିଲା (୦.୫–୫.୦ ବର୍ଷ) ୧୧.୦ ୬.୮
ପିଲା (୫–୧୨ ବର୍ଷ) ୧୧.୫ ୭.୧
କିଶୋର/ଟିନ (୧୨–୧୫ ବର୍ଷ) ୧୨.୦ ୭.୪
ମହିଳା, ଗର୍ଭ ନ ଥିବା (>୧୫ ବର୍ଷ) ୧୨.୦ ୭.୪
ଗର୍ଭବତୀ ମହିଳା ୧୧.୦ ୬.୮
ପୁରୁଷ (>୧୫ ବର୍ଷ) ୧୩.୦ ୮.୧

ଅଧୁନା ବଡ଼ ବଡ଼ ମେଡିକାଲରେ କେତେକ ଅଟୋମେଟିକ କାଉଣ୍ଟର ଉପଲବ୍ଧ ହେବା ଯୋଗୁ ରେଟିକୁଲୋସାଇଟ ଗଣନା ଓ ଆନିମିଆ ପ୍ରତି ଉନ୍ନତ ଆଭିମୁଖ୍ୟ ସମ୍ଭବ ହେଉଛି । ଅସ୍ଥିମଜ୍ଜାରେ ତିଆରି ହେଉଥିବା ନୂଆ ଲୋହିତ ରକ୍ତ କଣିକା ସଂଖ୍ୟାର ଗଣନାକୁ ରେଟିକୁଲୋସାଇଟ କାଉଣ୍ଟ କୁହାଯାଏ । ଆନିମିଆ ସ୍ତର ଓ ରେଟିକୁଲୋସାଇଟ ଗଣନାରେ ଉନ୍ନତିର ଅନୁପାତକୁ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ କୁହାଯାଏ । ଆନିମିଆ ସ୍ତର ଅଧିକ ଥିଲେ ସାଧାରଣ ରେଟିକୁଲୋସାଇଟ ଗଣନା ମଧ୍ୟ ଯଥେଷ୍ଟ ପ୍ରତିକ୍ରିୟା ନ ହେବା ଦର୍ଶାଏ । ଅଟୋମେଟେଡ କାଉଣ୍ଟର ନ ଥିଲେ ରକ୍ତ ଫିଲ୍ମକୁ ବିଶେଷ ପଦ୍ଧତିରେ ସ୍ଟେନ କରି ଗଣନା କରାଯାଏ । ଅଣୁବୀକ୍ଷଣ ଯନ୍ତ୍ରରେ ତିଆରି ହେଉଥିବା ଯୁବ ଲୋହିତ ରକ୍ତ କଣିକାମାନଙ୍କର ସଂଖ୍ୟା ଓ ଆକାର ଦେଖି ଅସ୍ଥିମଜ୍ଜାର କାର୍ଯ୍ୟକାରୀତା ଜାଣିହୁଏ । ନୂଆ ଲୋହିତ ରକ୍ତ କଣିକା ପୁରୁଣାମାନଙ୍କ ଅପେକ୍ଷା ସାମାନ୍ୟ ବଡ଼ ଓ ସେଥିରେ ପଲିକ୍ରୋମାସିଆ ଥାଏ । ରକ୍ତସ୍ରାବର ଉତ୍ସା ଜଣାଥିଲେ ଏରିଥ୍ରୋପଏସିସ ସାହାଯ୍ୟରେ ଅସ୍ଥିମଜ୍ଜା ଏହି କ୍ଷତିକୁ ଭରଣା କରିପାରିବା କି ନାହିଁ ଓ କେଉଁ ଅନୁପାତରେ କରିବ ତାହା ମୂଲ୍ୟାଙ୍କନ କରିହୁଏ । କାରଣ ଜଣା ନ ଥିବା କେଶରେ କରାଯାଉଥିବା ପରୀକ୍ଷା: ଇଏସଆର, ଫେରିଟିନ, ସେରମ ଲୌହ, ଟ୍ରନ୍ସଫେରିନ, ଲୋରକ ଫୋଲେଟ ସ୍ତର, ସେରମ ଭିଟାମିନ ବି୧୨, ହେମୋଗ୍ଲୋବିନ ଇଲେକ୍‌ଟ୍ରୋଫେରେସିସ, ବୃକ୍‌କ କାର୍ଯ୍ୟକାରୀତା ପରୀକ୍ଷା ଇତ୍ୟାଦି । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହେଉଥିଲେ ଅସ୍ଥିମଜ୍ଜା ପରୀକ୍ଷା କରାଯାଏ ଯାହା ଯନ୍ତ୍ରଣା ଦାୟକ ଓ କ୍ୱଚିତ କରାଯାଏ ।

ଲୋହିତ ରକ୍ତ କଣିକା ବିସ୍ତାର

ଲୋହିତ ରକ୍ତ କଣିକାର ଆକାର ଅନୁସାରେ ଆନିମିଆର ବର୍ଗୀକରଣ କରାଯାଏ । ମିନ କର୍ପସକୁଲାର ଭଲ୍ୟୁମ ଅନୁସାରେ ଆକାର ନିରୁପଣ କରାଯାଏ । ସାଧାରଣ (୮୦ଏଫଏଲ) ଆକାରଠାରୁ କମ ଥିଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼(୧୦୦ଏଫଏଲରୁ ବେଶି) ଥିଲେ ମାକ୍ରୋସାଇଟିକ ଅନିମିଆ ଓ ସାଧାରଣ(୮୦ରୁ୧୦୦ଏଫଏଲ) ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ । ଏହି ବର୍ଗୀକରଣର ଗୋଟିଏ ଅସୁବିଧା ହୁଏ ଯଦି ମିଶ୍ରିତ କାରଣ ଥାଏ ଯଥା:- ଲୌହ ଅଭାବ (ମାଇକ୍ରୋସାଇଟିକ) ସ‌ହିତ ଭିଟାମିନ ବି୧୨ ଅଭାବ (ମାକ୍ରୋସାଇଟିକ) ମିଶିଗଲେ ନର୍ମୋସାଇଟିକ ହୋଇଯାଏ ।

ତିଆରି ବନାମ ନଷ୍ଟ ବା କ୍ଷତି

ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନ‌ଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ‌-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ । କାଇନେଟିକ ଦୃଷ୍ଟିକୋଣ ନୈଦାନିକ ଅନୁସାରେ ସବୁଠାରୁ ନିର୍ଭର‌ଯୋଗ୍ୟ ବର୍ଗୀକରଣ । ଏଥିରେ ଅନେକ ଗୁଡ଼ିଏ ପାରାମିଟର ଦେଖାଯାଏ ବିଶେଷତଃ ରକ୍ତ ରେଟିକୁଲୋସାଇଟ ଗଣନା । ସାଧାରଣ ବର୍ଗୀକରଣ ନିମ୍ନରେ ଦିଆଗଲା ।

 
 
 
 
 
 
 
 

ଆନିମିଆ

 
 
 
 
 
 
 
 
 
 
 

ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ ଦେଖାଏ ଆନିମିଆରେ ସ୍ୱଳ୍ପ ତିଆରି ପ୍ରତିକ୍ରିୟା

 
 
 

ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ ଉପ‌ଯୁକ୍ତ ପ୍ରତିକ୍ରିୟା ଆନିମିଆ ନିମନ୍ତେ ଦେଖାଏ । = ହେମୋଲାଇସିସ ବା ରକ୍ତକ୍ଷୟ ଚାଲୁ ରହେ କୌଣସି ଲୋରକ ତିଆରି ସମସ୍ୟା ନ ଥାଇ

 
 
 
 

ରକ୍ତକ୍ଷୟ ବା ହେମୋଲାଇସିସ ଥାଇ ମଧ୍ୟ କ୍ଲିନିକାଲ ଜ୍ଞାତବ୍ୟ ବିଷୟ ରହେନି:ନିର୍ମଳ ତିଆରି ସମସ୍ୟା ।

 

କ୍ଲିନିକାଲ ନିସ୍କର୍ଷ ଅସାଧାରଣ ଏମସିଭି: ହେମୋଲାଇସିସ କିମ୍ବା କ୍ଷୟ କ୍ରନିକ ତିଆରି ସମସ୍ୟା *।

 

କ୍ଲିନିକାଲ ନିସ୍କର୍ଷ ସାଧାରଣ ଏମସିଭି= ଆକ୍ୟୁଟ ହେମୋଲାଇସିସ ବା ଅସ୍ଥିମଜ୍ଜାଦ୍ୱାରା ପୁନଃ ତିଆରି ପାଇଁ ସମୟ ଅଭାବ **।

 
 

ମାକ୍ରୋସାଇଟିକ ଆନିମିଆ (ଏମସିଭି>୧୦୦)

 

ନର୍ମୋସାଇଟିକ ଆନିମିଆ (୮୦<ଏମସିଭି<୧୦୦)

 
 

ମାଇକ୍ରୋସାଇଟିକ ଆନିମିଆ (ଏମସିଭି<୮୦)

 
 
 
 

* ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସ‌ହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସ‌ହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି ।
** ପୁନଶ୍ଚ ରେଟିକୁଲୋସାଇଟ ଗଣନା କରାଯାଏ: ଅଳ୍ପ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ, ସାଧାରଣ ଏମସିଭି ଓ ହେମୋଲାଇସିସ ବା ରକ୍ତକ୍ଷୟ ଦେଖାଯାଏ ଯଦି ଅସ୍ଥମଜ୍ଜା ଫେଲ ହେଉଥାଏ ବା କ୍ରନିକ ରୋଗ ଜନିତ ଆନିମିଆ ସ‌ହିତ ହେମୋଲାଇସିସ ବା ରକ୍ତକ୍ଷୟ । ଆନିମିଆ ସ‌ହିତ ଏମସିଭି ସ୍କିମର ଆରମ୍ଭ :

 
 
 
 
 
 
 
 
 
 
 
ଆନିମିଆ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ମାକ୍ରୋସାଇଟିକ ଆନିମିଆ (MCV>100)
 
 
 
 
 
ନର୍ମୋସାଇଟିକ ଆନିମିଆ (MCV 80–100)
 
 
 
 
 
ମାଇକ୍ରୋସାଇଟିକ ଆନିମିଆ (MCV<80)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଅଧିକ ରେଟିକୁଲୋସାଇଟ ଗଣନା
 
 
 
 
 
ଅଳ୍ପ ରେଟିକୁଲୋସାଇଟ ଗଣନା
 
 
 
 


ପେରିଫେରାଲ ସ୍ମିଅର କେତେକ ମୂଲ୍ୟବାନ ସଙ୍କେତ ଦିଏ ଯଥା ଅସାଧାରଣ ଶ୍ୱେତ ରଲ୍ତ କଣିକା ଥିଲେ ଅସ୍ଥିମଜ୍ଜାରେ କାରଣ ଥିବା ସନ୍ଦେହ କରାଯାଏ

ମାଇକ୍ରୋସାଇଟିକ

ମାଇକ୍ରୋସାଇଟିକ ଆନିମିଆ ରୋଗ ହେମୋଗ୍ଲୋବିନ ସଂଶ୍ଳେଷଣ ତୃଟି ବା ଅଭାବ ହେଲେ ହୁଏ ।ଏହାର କେତେ ଗୁଡ଼ିଏ କାରଣ ଦିଆଗଲା:

  • ହେମ ସଂଶ୍ଳେଷଣ ତୃଟି
    • ଲୌହ ଅଭାବ ଆନିମିଆ- ମାଇକ୍ରୋସାଇଟିକ ସର୍ବଦା ନ ଥାଇପାରେ ।
  • ଗ୍ଲୋବିନ ସଂଶ୍ଳେଷଣ ତୃଟି
    • ଆଲଫା-, ଓ ବିଟା- ଥାଲାସେମିଆ
    • ଏଚବିଇ ସିଣ୍ଡ୍ରୋମ (HbC syndrome)
    • ଅନେକ ଅସ୍ଥିର (unstable) ହେମୋଗ୍ଲୋବିନ ରୋଗ ।
  • ସିଡେରୋବ୍ଲାସ୍ଟିକ ତୃଟି
    • ହେରେଡିଟାରି ସିଡେରୋବ୍ଲାସ୍ଟିକ ଆନିମିଆ
    • ଆକ୍ୱାୟାର୍ଡ଼ ସିଡେରୋବ୍ଲାସ୍ଟିକ ଆନିମିଆ (ସୀସା ବିଷମୟ)
    • ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ

ଲୌହ ଅଭାବ ଆନିମିଆ ସର୍ବାଧିକ ସାଧାରଣ ଆନିମିଆ ଓ ଏହାର ଅନେକ ଗୁଡ଼ିଏ କାରଣ ଅଛି । ଅଣୁବୀକ୍ଷଣ ଯନ୍ତ୍ରରେ ଲୋହିତ ରକ୍ତ କଣିକା ଅଧିକାଂଶ ସମୟରେ ହାଇପୋକ୍ରୋମିକ (ଫିକା) ଓ ମାଇକ୍ରୋସାଇଟିକ (ଛୋଟ) ଦେଖାଯାଏ ।

  • ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ ଅତ୍ୟଧିକ ଋତୁସ୍ରାବ ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ । ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍‌ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ । ଅନୁଶୀଳନରେ ଦେଖାଯାଇଛି ଆନିମିଆ ନ ଥିଲେ ମଧ୍ୟ କିଶୋରୀଙ୍କର ସ୍କୁଲରେ ପ୍ରଦର୍ଶନ ଓ ଆଇକ୍ୟୁ (IQ) କମ ଥାଏ ଯଦିଓ ଏହା ସାମାଜିକ ଅର୍ଥନୈତିକ କାରଣ ଯୋଗୁ ହୁଏ । ଲୌହ ଅଭାବ ଏକ ପୃଥିବୀବ୍ୟାପି ସମସ୍ୟା । ଏହାଦ୍ୱାରା ବେଳେବେଳେ ଓଠ କଣ ଫାଟିଯାଏ ଯାହାକୁ ଆଙ୍ଗୁଲାର ସ୍ଟୋମାଟାଇଟିସ କୁହାଯାଏ ।
  • ଆମେରିକାରେ ଲୌହ ଅଭାବ ଆନିମିଆର ସବୁଠାରୁ ସାଧାରଣ କାରଣ ହେଉଛି ରକ୍ତକ୍ଷରଣ ବିଶେଷତଃ ପାକସ୍ଥଳୀଅନ୍ତନଳୀରୁ । ମଳ ଓକଲ୍ଟ ରକ୍ତ ପରୀକ୍ଷା, ଉର୍ଦ୍ଧ୍ୱ ଏଣ୍ଡୋସ୍କୋପି ଓ ନିମ୍ନ ଏଣ୍ଡୋସ୍କୋପି କରି ରକ୍ତ କ୍ଷରଣର ସଠିକ ସ୍ଥାନ ନିର୍ଣ୍ଣୟ କରାଯାଏ । ଅଧିକ ବୟସର ଲୋକଙ୍କର କଲୋନ ପଲିପ ବା କଲୋରେକ୍ଟାଲ ପଲିପ ବା କଲୋରେକ୍ଟାଲ କର୍କଟ ଯୋଗୁ ଏହି ରକ୍ତସ୍ରାବ ହୁଏ ।
  • ପୃଥିବୀରେ ଲୌହ ଅଭାବ ଆନିମିଆର ସବୁଠାରୁ ଅଧିକ କାରଣ ପରଜୀବୀମାନଙ୍କଦ୍ୱାର ହୁଏ ଯଥା:- ଅଙ୍କୁଶକୃମି, ଆମିବାୟାସିସ, ସିସ୍ଟୋସୋମିଆସିସ ଓ ଟ୍ରାଇଚୁରିସ ଟ୍ରାଇଚୁରିଆ ସଂକ୍ରମଣ ।

ଲୌହ ଅଭାବ ଯୋଗୁ ମାଇକ୍ରୋସାଇଟିକ ଆନିମିଆ ଥିବା ସମ୍ଭାବନା ମେଞ୍ଜର ଇଣ୍ଡେକ୍ସ (ମିନ କୋଷ ଆୟତନ ହରଣ ଲୋହିତ ରକ୍ତ କଣିକା) ପରୀକ୍ଷାଦ୍ୱାରା ଜଣାଗଲେ ମଧ୍ୟ ଅଧିକ ପରୀକ୍ଷା ନିଧର୍ଯ୍ୟ କରିବାକୁ ଆବଶ୍ୟକ ହୁଏ ।

ମାକ୍ରୋସାଇଟିକ

  • ମେଗାଲୋବ୍ଲାସ୍ଟିକ ଆନିମିଆ, ସବୁଠାରୁ ସାଧାରଣ ମାକ୍ରୋସାଇଟିକ ଆନିମିଆ, ଭିଟାମିନ ବି୧୨ ବା ଫୋଲିକ ଏସିଡ ବା ଉଭୟଙ୍କର ଅଭାବ ଯୋଗୁ ହୁଏ । ଏହା ସାଧାରଣତଃ ଖାଦ୍ୟରେ ଅଭାବ ବା ଖାଦ୍ୟନଳୀରେ ଅବଶୋଷଣ ତୃଟି ଯୋଗୁ ହୁଏ । ବି୧୨ ଯୋଗୁ ସ୍ନାୟୁ ଲକ୍ଷଣ ପ୍ରକାଶ ପାଏ କିନ୍ତୁ ଫୋଲିକ ଏସିଡ ଯୋଗୁ ହୁଏନାହିଁ ।
    • ପର୍ନିସିଅସ ଆନିମିଆ ଇଣ୍ଟ୍ରିନସିକ ଫ୍ୟାକ୍ଟରର ଅଭାବ ଯୋଗୁ ହୁଏ ଯାହା ଖାଦ୍ୟରୁ ବି୧୨ ଅବଶୋଷଣ କରିବାରେ ସାହାଯ୍ୟ କରେ । ଅଟୋଇମ୍ମ୍ୟୁନ ରୋଗରେ ପାରାଇଟାଲ ଜୀବକୋଷ ପ୍ରଭାବିତ ହୋଇ ଇଣ୍ଟ୍ରିନସିକ ଫ୍ୟାକ୍ଟର ପ୍ରସ୍ତୁତିରେ ବାଧା ବା ସିଧା ସଳଖ ଇଣ୍ଟ୍ରିନସିକ ଫ୍ୟାକ୍ଟର ପ୍ରଭାବିତ ହେଲେ ଇଣ୍ଟ୍ରିନସିକ ଫ୍ୟାକ୍ଟରର ଅଭାବ ହୁଏ । ଏହି ଅଭାବ ଫଳରେ ଭିଟାମିନ ବି୧୨ ଅବଶୋଷଣ ହୋଇପାରେ ନାହିଁ ।
    • ଗ୍ୟାସ୍ଟ୍ରିକ ବାଇପାସ ଅପରେଶନ କରାଗଲେ ପାକସ୍ଥଳୀର କାର୍ଯ୍ୟକାରୀ ଅଂଶ ବାହାରି ଯାଇପାରେ, ଫଳରେ ଭିଟାମିନ ବି୧୨/ଫୋଲେଟ ଅବଶୋଷଣ ହୋଇପାରେ ନାହିଁ । ତେଣୁ ଏହିଭଳି ଅପରେଶନ ପରେ ଅନିମିଆ ସମ୍ଭାବନା ରହେ ।
  • ହାଇପୋଥାଇରଏଡିଜ୍‌ମ
  • ଆଲକୋହୋଲିଜ୍ମ ରୋଗରେ ସାଧାରଣତଃ ମାଇକ୍ରୋସାଇଟୋସିସ ହୁଏ କିନ୍ତୁ ଅନିମିଆ ନ ହୋଇପାରେ । କେତେକ ଯକୃତ ରୋଗରେ ମାକ୍ରୋସାଇଟିସିସ ହୋଇପାରେ ।
  • ମେଥୋଟ୍ରେକ୍ସେଟ, ଜିଡୋଭୁଡିନ ତ‌ଥା ସୀସା ଭଳି ଆନେକ ପଦାର୍ଥ ଡିଏନଏ ରେପ୍ଲିକେସନ ବନ୍ଦ କରିଦେଇ ପାରେ ।

ଦୁଇ ପ୍ରକାର ମାକ୍ରୋସାଇଟିକ ଆନିମିଆ ଅଛି ଯଥା:- ମେଗାଲୋବ୍ଲାସ୍ଟିକ ଆନିମିଆ ଓ ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆ । ଆରଏନଏ ସଂଶ୍ଳେଷଣ ଠିକ ଥାଇ ଡିଏନଏ ତିଆରିରେ ତୃଟି ଥିଲେ ପ୍ରୋଜେନିଟର ଜୀବକୋଷ ବିଭାଜିତ ହୋଇ ନପାରି ସୀମିତ ମେଗାଲୋବ୍ଲାସ୍ଟିକ ଆନିମିଆ ହୁଏ । ମେଗାଲୋବ୍ଲାସ୍ଟିକ ଆନିମିଆରେ ନିଉଟ୍ରୋଫିଲ ୬ରୁ ୧୦ ଲୋବ ବିଶିଷ୍ଟ ହୁଏ । ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆର କାରଣ ପୃଥକ୍ ଯେପରିକି ଆଲକୋହୋଲିଜ୍ନ ।

ଅନିମିଆର ଅନିର୍ଦ୍ଦିଷ୍ଟ ଲକ୍ଷଣ ସହିତ ଅନେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ ଯେପରିକି ପେରିଫେରାଲ ନିଉରୋପାଥି ଓ ମେରୁଦଣ୍ଡର ସବ୍ଆକ୍ୟୁଟ କମ୍ବାଇଣ୍ଡ ଡିଜେନେରେସନ ଯେଉଁଥିରେ ପୋସ୍ଟିରିଅର କଲମର ଡିଜେନେରେସନ ଯୋଗୁ ବାଲାନ୍ସ ବା ଶରୀରର ସନ୍ତୁଳନ ରହେନି । ଏହା ବ୍ୟତୀତ ଚିକ୍କଣ, ଲାଲ ଜିଭ ଓ ଗ୍ଲୋସାଇଟିସ ହୁଏ । ଉଇଲିଅମ ମର୍ଫି, କୁକୁରମାନଙ୍କର ରକ୍ତସ୍ରାବ କରାଇବା ପରେ ବିଭିନ୍ନ ଖାଦ୍ୟ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କେଉଁ ଖାଦ୍ୟ ଉପକାର କରୁଛି ଜାଣିହେବ ଓ ସେ ଅବିଷ୍କାର କଲେ ଯକୃତ ଖାଇଲେ ଉପଶମ ହେଉଛି । ପରେ ଜର୍ଜ ମିନୋଟ ଓ ଜର୍ଜ ହୁଇପ୍ଲ ରାସାୟନିକ ପଦ୍ଧତିରେ ଏହାର ଆରୋଗ୍ୟକାରୀ ପଦାର୍ଥ ଭିଟାମିନ ବି୧୨ ଯକୃତରୁ ପୃଥକ କରିଥିଲେ । ସେହି ତନିଜଣ ସନ ୧୯୩୪ରେ ମେଡିସିନ ବିଭାଗରେ ନୋବେଲ ପୁରସ୍କାର ପାଇଥିଲେ ।

ନର୍ମୋସାଇଟିକ

ଏହି ପ୍ରାକାର ଆନିମିଆ ହୁଏ ଯେତେବେଳେ ଦେହର ସମୁଦାୟ ହେମଗ୍ଲୋବିନ ସ୍ତର କମିଯାଏ, କିନ୍ତୁ ଲୋରକ ଆକାର (ମିନ କର୍ପସ୍‌କୁଲାର ଭଲ୍ୟୁମ) ଅପରିବର୍ତ୍ତିତ ରହେ । ଏହାର କାରଣ ଗୁଡ଼ିକର ନାମ:

  • ରକ୍ତସ୍ରାବ ।
  • କ୍ରନିକ ରୋଗରେ ହେଉଥିବା ଆନିମିଆ
  • ଆପ୍ଲାସ୍ଟିକ ଆନିମିଆ (ଅସ୍ଥିମଜ୍ଜା ଫେଲ)
  • ହେମୋଲାଇଟିକ ଆନିମିଆ

ଡାଇମର୍ଫିକ

ବେଳେ ବେଳେ ରକ୍ତ ସ୍ମିଅରରେ ଦୁଇ ପ୍ରକାର ଲୋହିତ ରକ୍ତ କଣିକା ଦେଖାଯାଆନ୍ତି । ଉଦାହରଣ ସ୍ୱରୁପ ଲୌହ ଅଭାବ ଆନିମିଆ ରୋଗୀର ଛୋଟ, ଫିକା ଲୋରକ ସ‌ହିତ ରକ୍ତ ଟ୍ରାନ୍ସଫ୍ୟୁଜନ ନେଇଥିଲେ ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଏ । ଏହି ଭଳି ଅବସ୍ଥା ଫୋଲେଟ ବା ଭିଟାମିନ ବି୧୨ ଅଭାବ ଜନିତ ଆନିମିଆ(ରୋଗୀର ବଡ଼ ଓ ଫିକା ଲୋରକ ସ‌ହିତ ସାଧାରଣ ଲୋରକ) ଓ ସିଡେରୋବ୍ଲାସ୍ଟିକ(ହେମ ତିଆରି ତୃଟି) ଆନିମିଆରେ ମଧ୍ୟ ଦେଖାଯାଏ ।

ହେଞ୍ଜ ବଡ଼ି ଆନିମିଆ

ଏହି ରୋଗରେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକାର ସାଇଟୋପ୍ଲାଜ୍ମରେ କ୍ଷୁଦ୍ର କଳା ବିନ୍ଦୁ ଦେଖାଯାଏ । ଡ୍ରଗ ସେବନ, ଆସେଟାମିନୋଫେନ ଇତ୍ୟାଦି ଏହା ସୃଷ୍ଟି କରେ । କୁକୁର ପିଆଜ ବା ଜିଙ୍କ ଖାଇଲେ, ଘୋଡ଼ା ରେଡ ମ୍ୟାପ୍ଲ ପତ୍ର ଖାଇଲେ, ବିଲେଇ ପିଆଜ ଖାଇଲେ ସେମାନଙ୍କ ଦେହରେ ଏହା ସୃଷ୍ଟି ହୁଏ ।

ହାଇପରଆନିମିଆ

ହେମାଟୋକ୍ରିଟ ୧୦ %ରୁ କମ ଥାଏ ଓ ଏହା ଏକ ପ୍ରକାର ଗମ୍ଭୀର ଧରଣର ଆନିମିଆ ।

ରିଫ୍ରାକ୍‌ଟରି ଆନିମିଆ

ରିଫ୍ରାକ୍‌ଟରି ଆନିମିଆରେ ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳେନାହିଁ, ଏହା ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମର ଉପଲକ୍ଷଣ ହୋଇପାରେ । ପାକସ୍ଥଳୀ-ଅନ୍ତନଳୀ ରୋଗମାନଙ୍କରେ ଲୌହ ଅଂଶ ଅବଶୋଷଣ ହୋଇପାରୁ ନ ଥିବାରୁ ବା ଓକଲ୍ଟ ରକ୍ତସ୍ରାବ ଯୋଗୁ ହେଉଥିବା ଲୌହ ଅଭାବ ଆନିମିଆରେ ମଧ୍ୟ ଚିକିତ୍ସା ଫଳପ୍ରଦ ହୁଏନାହିଁ ।

ଚିକିତ୍ସା

ଆନିମିଆ ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ପାଟିରେ ଫଲିକ ଏସିଡ ଓ ଭିଟାମିନ ବି୧୨ ଦିଆଯାଏ । ମାଂସପେଶୀରେ ଭିଟାମିନ ବି୧୨ ଇଞ୍ଜେକସନ ଦିଆଯାଏ ।

ଲୌହ ପାଟିରେ

ବିକାଶଶୀଳ ଦେଶମାନଙ୍କରେ ପୌଷ୍ଟିକ ଲୌହ ଅଭାବ ବ‌ହୁଳ ଭାବରେ ଦେଖାଯାଏ । ଶିଶୁ ଓ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏହି ରୋଗରେ ପୀଡ଼ିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରୁ ୧/୩ ଭାଗ ଗମ୍ଭୀର ଧରଣର ଆନିମିଆର ଶିକାର ହୋଇଥାନ୍ତି । ପରୁଷମାନଙ୍କର ଓ ଋତୁବନ୍ଦ ମହିଳାଙ୍କର ଏହି ଲୌହ ଅଭାବ କ୍ୱଚିତ ଦେଖାଯାଏ । ଲୌହ ଅଭାବ ନିର୍ଣ୍ଣୟ କରିବା ପୂର୍ବରୁ ଏହାର ଉତ୍ସ ଖୋଜିବା ଆବଶ୍ୟକ ଯେପରିକି ଖାଦ୍ୟନଳୀ ଓ କୋଲୋନ କର୍କଟରୁ ରକ୍ତସ୍ରାବ । ସାମାନ୍ୟରୁ ମଧ୍ୟମ ଧରଣର ଆନିମିଆ ରୋଗୀଙ୍କୁ ଫେରସ୍ ସଲ୍‌ଫେଟ, ଫେରସ୍ ଫ୍ୟୁମାରେଟ ବା ଫେରସ୍ ଗ୍ଲୁକୋନେଟ ଦିଆଯାଏ । ଲୌହ ଅଧିକ ଖାଇଲେ ପେଟ ଗୋଳମାଳ ଓ କଳା ଝାଡ଼ା ଅନୁଭବ ହୋଇପାରେ । ପେଟ ଗୋଳମାଳ ନ ହେବା ନିମନ୍ତେ ଖାଦ୍ୟ ସ‌ହିତ ଲୌହ ବଟିକା ଖାଇବାକୁ ଉପଦେଶ ଦିଆଯାଏ କିନ୍ତୁ ଏହାଦ୍ୱାରା ଲୌହ ଅବଶୋଷଣ କମିଯାଏ । ଭିଟାମିନ ଗ ଏହି ଅବଶୋଷଣକୁ ସାହାଯ୍ୟ କରେ, ତେଣୁ ଲୌହ ଔଷଧ ସାଥିରେ କମଳା ଜୁସ୍ ଦେଲେ ଉପକାର ମିଳେ ।

କ୍ରନିକ ରୋଗରେ ଥିବା ଆନିମିଆରେ ଲୋହିତ ରକ୍ତ କଣିକା ତିଆରି ପ୍ରୋତ୍ସାହିତ କରିବା ନିମନ୍ତେ ରିକମ୍ବିଟାଣ୍ଟ ଏରିଥ୍ରୋପଏଟିନ ବା ଏପୋଏଟିନ ଆଲ୍‌ଫା ଦେବା ପରେ ମଧ୍ୟ ଲୌହ ଇଞ୍ଜେକସନ ଦିଆଯାଏ ।

ଲୌହ ଇଞ୍ଜେକସନ

ଇଞ୍ଜେକସନ ଆକାରରେ ଲୌହ ଦିଆଯାଏ ଯେତେବେଳେ ପାଟିବାଟେ ଦିଆଯାଉତିବା ଲୌହ ଫଳପ୍ରଦ ହୁଏନି, ଧୀରେ କାମ କରେ (ଅପରେଶନ ପୂର୍ବରୁ) ବା ତାହାର ଅବଶୋଷଣ ବାଧାପ୍ରାପ୍ତ(ପ୍ରଦାହ ଥିଲେ) ହୁଏ । ଶରୀର ଖାଦ୍ୟନଳୀରୁ ଦୈନିକ ୬ ମିଗ୍ରା ଲୌହ ଅବଶୋଷଣ କରିପାରେ । ରୋଗୀର ୧,୦୦୦ ମିଗ୍ରା ଲୌହ ଅଭାବ ଥିଲେ ପୂରଣ କରିବାକୁ ଅନେକ ମାସ ଲାଗିଯାଏ । ଅଧିକ ରକ୍ତକଣିକା ସୃଷ୍ଟି ନିମନ୍ତେ ଏହା ସ‌ହିତ ଏରିଥ୍ରୋପଏଟିନ ଦିଆଯାଏ ।

ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ

କୌଣସି ଲକ୍ଷଣ ନ ଥିଲେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ ନାହିଁ, ଦିଆଯାଏ ଯଦି ହେମୋଗ୍ଲୋବିନ ସ୍ତର ୬୦ରୁ ୮୦ ଗ୍ରା/ଲି (୬ରୁ ୮ ଗ୍ରା/ଡେଲି) କମ ଥାଏ । ହେମୋଗ୍ଲୋବିନ ସ୍ତର ୬୦ରୁ ୮୦ ଗ୍ରା/ଲି (୬ରୁ ୮ ଗ୍ରା/ଡେଲି) କମ ଥିଲେ କାରୋନାରି ହୃଦରୋଗରେ ରକ୍ତସ୍ରାବ ହେଉ ନ ଥିଲେ ମଧ୍ୟ ଦିଆଯାଏ । ପୂର୍ବରୁ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦେଲେ ମଧ୍ୟ ବଞ୍ଚିବା ଆଶା ବଢ଼ିଯାଏନି ।

ଅସନ୍ତୁଳିତ ହୃଦରକ୍ତନଳୀ ରୋଗରେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ ।

ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର

ରୋଗୀର ସର୍ବନିମ୍ନ ବ୍ୟକ୍ତିଗତ ହେମୋଗ୍ଲୋବିନ ଆବଶ୍ୟକତା ଓ ସର୍ବନିମ୍ନ ଟ୍ରାନ୍ସଫ୍ୟୁଜନ ଆବଶ୍ୟକତାକୁ ଲକ୍ଷ ରଖି ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର (ଇଏସଏ) ଦିଆଯାଏ । ଏହା ସାମାନ୍ୟ ବା ମଧ୍ୟମ ଧରଣର ଆନିମିଆରେ ଦିଆଯାଏ ନାହିଁ । କ୍ରନିକ ବୃକ୍‌କ ରୋଗରେ ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଡେଲିରୁ କମ ନ ଥିଲେ ବା ଆନିମିଆ ଲକ୍ଷଣ ନ ଥିଲେ ଦିଆଯାଏ ନାହିଁ । ଏହା ସ‌ହିତ ଲୌହ ଇଞ୍ଜେକସନ ଦିଆଯାଏ ।

ହାଇପର୍‌ବାରିକ ଅମ୍ଳଜାନ

ସମୁଦ୍ରଗର୍ଭ ଓ ହାଇପର୍‌ବାରିକ ମେଡିକାଲ ସୋସାଇଟି (ଏଚବିଓ)ଦ୍ୱାରା ଅତ୍ୟଧିକ ରକ୍ତସ୍ରାବକୁ ହାଇପର୍‌ବାରିକ ଅମ୍ଳଜାନ ଥେରାପି ଦେବା ନିମନ୍ତେ ଏକ ସୂଚକ ଭାବେ ସ୍ୱିକୃତି ଦିଆଯାଇଛି । ଯେତେବେଳେ ତନ୍ତୁ ସ୍ଥଳରେ ଅମ୍ଳଜାନ ଡେଲିଭରି ଯଥେଷ୍ଟ ହୁଏ ନାହିଁ ଓ ଡାକ୍ତରୀ ତ‌ଥା ଧାର୍ମିକ କାରଣରୁ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବା ସମ୍ଭବ ହୁଏ ନାହିଁ ସେତେବେଳେ ହାଇପର୍‌ବାରିକ ଅମ୍ଳଜାନ ଦେବାକୁ ସୁପାରିସ କରାଯାଏ । ଡାକ୍ତରୀ କାରଣ ମଧ୍ୟରେ ରକ୍ତ ବା ରକ୍ତ ପଦାର୍ଥ ଅସଙ୍ଗତ ଥିଲେ ବା ସଞ୍ଚାରକ୍ଷମ ରୋଗ ସମ୍ଭାବନା ମୂଖ୍ୟ ଅଟେ । କେତେକ ଧର୍ମରେ (ex: Jehovah's Witnesses) ଏହାର ବ୍ୟବ‌ହାରର ଆବଶ୍ୟକତାକୁ ବିଶ୍ୱାସ କରାଯାଇଛି । ସନ ୨୦୦୫ର ସମସ୍ତ ପ୍ରକାଶନମାନଙ୍କର ଏକ ସମୀକ୍ଷାରୁ ଜଣାଯାଇଛି ଗମ୍ଭୀର ଧରଣର ଆନିମିଆରେ ଏହା ଯୁକ୍ତାତ୍ମକ ଫଳ ଦେଇଛି ।


ରୋଗାନୁଶୀଳନ

ମଧ୍ୟମ ଧରଣର ଲୌହ ଅଭାବ ଆନିମିଆ ପୃଥିବୀର ୬୧୦ନିୟୁତ (ଜନସଂଖ୍ୟାର ୮.୮%) ଲୋକଙ୍କୁ ହୋଇଥଲେ । ଏହି ରୋଗ ପୁରୁଷମାନଙ୍କ(୭.୮%) ଅପେକ୍ଷା ମହିଳାମାନଙ୍କର(୯.୯%) ସାମାନ୍ୟ ଅଧିକ ହୁଏ । ସାମାନ୍ୟ ଧରଣର ଲୌହ ଅଭାବ ଆନିମିଆ ୩୭୫ନିୟୁତ ଅଧିକ ଲୋକଙ୍କୁ ହୁଏ ।

ଇତିହାସ

୪୦୦୦ ବର୍ଷ ପୂର୍ବରୁ ଆନିମିଆ ରୋଗ ପୃଥିବୀରେ ଥିବା ଜଣାଯାଏ ।

ଆଧାର

ବାହାର ଲିଙ୍କ

Tags:

ରକ୍ତହୀନତା ଚିହ୍ନ ଓ ଲକ୍ଷଣରକ୍ତହୀନତା କାରଣରକ୍ତହୀନତା ରୋଗ ନିର୍ଣ୍ଣୟରକ୍ତହୀନତା ଚିକିତ୍ସାରକ୍ତହୀନତା ରୋଗାନୁଶୀଳନରକ୍ତହୀନତା ଇତିହାସରକ୍ତହୀନତା ଆଧାରରକ୍ତହୀନତା ବାହାର ଲିଙ୍କରକ୍ତହୀନତାଅମ୍ଳଜାନଆନିମିଆ

🔥 Trending searches on Wiki ଓଡ଼ିଆ:

ପୋଟଳ ରସାବୈଜୟନ୍ତ ପଣ୍ଡାସରୋଜିନୀ ସାହୁନିର୍ମଳା (ଉପନ୍ୟାସ)ଅନ୍ନଦା ଶଙ୍କର ରାୟକୃଷ୍ଣପ୍ରସାଦ ମିଶ୍ରବାଇଶି ପାହାଚବାଙ୍କୀମେସିନ ଲର୍ଣ୍ଣିଙ୍ଗ୍ଅଚ୍ୟୁତାନନ୍ଦ ଦାସପୁରୀବିରାଟ କୋହଲୀରାଧାନାଥ ରଥରାଧାମୋହନ ଗଡ଼ନାୟକରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେମହାତ୍ମା ଗାନ୍ଧୀବେଦନେତୃତ୍ୱରାମାବତାରମ୍ଶ୍ରାଦ୍ଧଜହ୍ନଲଘିଷ୍ଠ ସାଧାରଣ ଗୁଣିତକଉଦୟନାଥ ଷଡ଼ଙ୍ଗୀଏଞ୍ଜେଲା ମେର୍କେଲ୍କୋଣାର୍କବ୍ୟଞ୍ଜନ ବର୍ଣ୍ଣଓଡ଼ିଆ ରାନ୍ଧଣାଫୋସିନୋପ୍ରିଲଓଡ଼ିଶାର ମାପ ବ୍ୟବସ୍ଥାwiki.phtmlଥାଲକୁଡ଼ିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନେପଚୁନପ୍ରତିଭା ଶତପଥୀପୂର୍ଣ୍ଣଚ୍ଛେଦହେପାଟାଇଟିସପ୍ରସନ୍ନ କୁମାର ପଣ୍ଡାରାଧାନାଥ ରାୟଦଗ୍ଧନୋବେଲ ପୁରସ୍କାରସୁନାମହିଳା ଯୌନାଙ୍ଗ ଛେଦନବେଲକାଗଜକାଞ୍ଚି ଅଭିଯାନ୦ (ସଂଖ୍ୟା)ମସ୍କୋବୀଣାପାଣି ମହାନ୍ତିପଠାଣି ସାମନ୍ତସମ୍ବଲପୁର ଜିଲ୍ଲାପ୍ରଥମ ବିଶ୍ୱଯୁଦ୍ଧଗଙ୍ଗାଧର ରଥଓଡ଼ିଆ ଉଇକିପିଡ଼ିଆହନୁମାନ ବାଟିକାମାଗୁଣିର ଶଗଡ଼ବଳ୧୭୪୬ହାଡ଼ଫୁଟିଉପେନ୍ଦ୍ର ଭଞ୍ଜ୨୦୧୨୨୦ ଅଗଷ୍ଟପ୍ଲୀହାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସବୁଧରାକ୍ଷୀ ପୂର୍ଣ୍ଣିମାଛାରପୋକଅଷ୍ଟ୍ରିଆ🡆 More