ଅଙ୍କୁଶକୃମି: ମାନବ ରୋଗ

ଅଙ୍କୁଶକୃମି (ହୁକ୍‌ୱାର୍ମ/ hookworm) ଏକ ପ୍ରକାର ଗୋଲକୃମି (roundworm) ଓ ଅନ୍ତ୍ରନଳୀ ପରଜୀବୀ, ଇଂରାଜୀରେ ତାହାକୁ ନେମାଟୋଡ Nematode ଦଳରେ ଅନ୍ତର୍ଭୁକ୍ତ କରାଯାଏ । ଏହି ରୋଗ ଆରମ୍ଭ ସମୟରେ ସାମାନ୍ୟ ଗଲୁ ଓ ରାସ ଦେଖାଯାଏ । ଏହା ଆଶ୍ରୟଦାତାର ବା ହୋଷ୍ଟର କ୍ଷୁଦ୍ର ଅନ୍ତ୍ରନଳୀରେ ବାସ କରେ, ଏହି ହୋଷ୍ଟମାନେ ସ୍ତନ୍ୟପାୟୀ ଜୀବ ଯଥା ମଣିଷ, କୁକୁର ବା ବିଲେଇ ହୋଇପାରନ୍ତି । ଅନେକ ଗୁଡ଼ିଏ କୃମିଦ୍ୱାରା ଆକ୍ରାନ୍ତ ହେଲେ ପେଟ ଯନ୍ତ୍ରଣା (abdominal pain), ତରଳ ଝାଡ଼ା, ଓଜନ ହ୍ରାସ, ଥକ୍କା ଅନୁଭବ ହୋଇପାରେ । ଶିଶୁର ମାନସିକ ତ‌ଥା ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇପାରେ । ଆନିମିଆ ହୋଇପାରେ ।

ଅଙ୍କୁଶକୃମି ସଂକ୍ରମଣ/ Hookworm infection
ହୁକ‌ୱାର୍ମ ରୋଗ/ Hookworm disease
ଅଙ୍କୁଶକୃମି: ଚିହ୍ନ ଓ ଲକ୍ଷଣ, ବିକାରୀ ଶରୀର କ୍ରିୟା, ରୋଗ ନିର୍ଣ୍ଣୟ
ଅଙ୍କୁଶକୃମି
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଗଲୁ, ସ୍ଥାନୀୟ ରାସ୍, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ।
କାରଣଆଙ୍କିଲୋସ୍ଟୋମା ଡୁଓଡେନେଲ/ (Ancylostoma duodenale), ନେକାଟର ଆମେରିକାନ୍‌ସ (Necator americanus)
ବିପଦ କାରକଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ହୋଇପାରେ ।
ରୋଗ ନିର୍ଣ୍ଣୟ ପଦ୍ଧତିମଳ ନମୁନା (Stool sample)
ପ୍ରତିକାରଖାଲି ପାଦରେ ନ‌ଚାଲିବା, ଖୋଲା ପଡ଼ିଆରେ (outdoor defecation) ମଳତ୍ୟାଗ ବନ୍ଦ ।
ଔଷଧଆଲବେଣ୍ଡାଜୋଲ, ମେବେଣ୍ଡାଜୋଲ, ଲୌହ ପରିପୂରକ
ପୁନଃପୌନିକସନ ୨୦୧୫ରେ ୪୨୮ ନିୟୁତ

ଦୁଇ ପ୍ରକାର ଅଙ୍କୁଶକୃମି ସାଧାରଣତଃ ମନୁଷ୍ୟ ଦେହରେ ଦେଖାଯାଆନ୍ତି, ଯଥା:- ଆଙ୍କିଲୋସ୍ଟୋମା ଡୁଓଡେନେଲ (Ancylostoma duodenale) ପ ନେକାଟର ଆମେରିକାନ୍‌ସ (Necator americanus) ।ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଭାରତ ଓ ଦ୍ୱିତୀୟଟି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚୀନଇଣ୍ଡୋନେସିଆରେ ଦେଖାଯାଆନ୍ତି । ଅଙ୍କୁଶ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରେ ଦେଖାଯାଏ । ଏହାର ଅଣ୍ଡାରୁ ଅପରିପକ୍ୱ ଲାର୍ଭା (immature worms) ବାହାରି ମାନବ ଚର୍ମକୁ ଫୁଟେଇ ପଶିଯାଆନ୍ତି । ପରଜୀବୀ ଅପମିଶ୍ରିତ ଖାଦ୍ୟ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପେ । ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ଏହି ରୋଗ ସମ୍ଭାବନା ରହେ । ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ମଳ ନମୁନାରେ ଲାର୍ଭା ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । ଆଙ୍କିଲୋଷ୍ଟୋମା କ୍ୟାନିଅମ୍ ମନୁଷ୍ୟକୁ ଆକ୍ରମଣ କରିପାରେ ଓ ଅଷ୍ଟେଲିଆର ବ୍ରିସ୍‌ବେନ୍‌ଠାରେ ୧୯୮୮ରୁ ୧୯୯୨ ମସିହା ମଧ୍ୟରେ ୧୫୦ ଜଣ ମନୁଷ୍ୟଙ୍କୁ ଆକ୍ରମଣ କରିଥିଲା ।
ଜିଆ ବା ରାଉଣ୍ଡୱର୍ମ ଅପେକ୍ଷା ଅଙ୍କୁଶକୃମି ଆକାରରେ ଛୋଟ । ଏହି ଅଙ୍କୁଶକୃମି ସଂକ୍ରମଣ ଯୋଗୁ ଦେହର ଲୌହ ଅଂଶ ଓ ପୁଷ୍ଟିସାର କ୍ଷୟ ଯୋଗୁ ରୋଗୀର ଆନିମିଆ ହୁଏ । ଅଙ୍କୁଶକୃମି ବହୁତ ତୃଷାର୍ତ୍ତ ଭଳି ରକ୍ତ ଶୋଷିନିଏ ଓ ଅନ୍ତନଳୀର ମ୍ୟୁକୋସାକୁ ନଷ୍ଟ କରିଦିଏ, କିନ୍ତୁ ମଳରେ ଏହି ରକ୍ତ ଦେଖାଯାଏ ନାହିଁ ।

ରୋଗ ଦେଖାଯାଉଥିବା ସ୍ଥାନରେ ଖାଲି ପାଦରେ ନଚାଲିଲେ ପ୍ରତିଷେଧ ହୋଇପାରିବ । ପଡ଼ିଆରେ (outdoor defecation) ଖାଲି ପାଦରେ ଯାଇ ମଳତ୍ୟାଗ ନ କରିବା, ମଳ ଭଳି ଜିନିଷ ସାର (fertilizer) ଭାବରେ ବ୍ୟବ‌ହାର ବନ୍ଦ କରିବା ଓ ସାମୂହିକ ଅଙ୍କୁଶ କୃମି ନାଶକ (mass deworming) ବ୍ୟବ‌ହାର କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ । ରୋଗୀକୁ ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଔଷଧ ଏକରୁ ତିନି ଦିନ ପର୍ଯ୍ୟନ୍ତ ଦିଆଯାଏ । ଆନିମିଆ ହେଉଥିଲେ ଲୌହ ପରିପୂରକ ଦିଆଯାଏ ।

ସନ ୨୦୧୫ରେ ଏହି ରୋଗରେ ପ୍ରାୟ ୪୨୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ପିଲା ଓ ବଡ଼ ମଣିଷଙ୍କୁ ଅତ୍ୟଧିକ ସଂକ୍ରମଣ ହୋଇପାରେ କିନ୍ତୁ ବଡ଼ ମଣିଷ କମ୍ ଆକ୍ରାନ୍ତ ହୁଅନ୍ତି । ଏହା କ୍ୱଚିତ୍ ଘାତକ ହୁଏ । ଏହା ଏକ ମାଟି ସଞ୍ଚାରିତ ହେଲମିନ୍ଥିଆସିସ (soil-transmitted helminthiasis) ରୋଗ ଓ ଏହାକୁ ଉପେକ୍ଷିତ ଟ୍ରପିକାଲ ରୋଗ (neglected tropical disease) ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।

ଚିହ୍ନ ଓ ଲକ୍ଷଣ

ଅଙ୍କୁଶକୃମି ସଂକ୍ରମଣରେ କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ବା ଲକ୍ଷଣ ଦେଖାଯାଏ ନାହିଁ । ଅନ୍ତନଳୀ ପ୍ରଦାହ ଓ ବର୍ଦ୍ଧନଶୀଳ ପ୍ରୋଟିନ୍/ଲୌହ ଅଭାବ ଜନିତ ଆନିମିଆ ଦେଖାଯାଏ । ଏହାର ଲାର୍ଭା ଚର୍ମରେ ବିଶେଷତଃ ପାଦ ବା ଗୋଡ଼ର ନିମ୍ନ ଭାଗରେ ରହିଲେ ଲାର୍ଭା ଥିବା ସ୍ଥାନରେ ପ୍ରବଳ ଗଲୁ ହୁଏ । ଏହା ପୋକ କାମୁଡ଼ା ଭଳି ଦେଖାଯାଏ, ଫୋଟକା ହୁଏ ଓ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହେ ।
ଅଙ୍କୁଶକୃମିର ଲାର୍ଭା ମନୁଷ୍ୟ ଚର୍ମର ସ୍ଟ୍ରାଟମ ବାସାଲ୍ ଓ ସ୍ଟ୍ରାଟମ୍ କର୍ନିଅମ୍ ସ୍ତରରେ ମଝିରେ ଅଙ୍କାବଙ୍କା ସୁଡ଼ଙ୍ଗ କରି ଚାଲେ । ଏଥି ଯୋଗୁ କେତେକ ଅଙ୍କାବଙ୍କା ଫୋଟକା ଭଳି ଚିହ୍ନ ଦେଖାଯାଏ । ଲାର୍ଭା ଆଗକୁ ଗତି କଲେ ପଛ ଅଂଶ ଶୁଖିଯାଏ ଓ ଗୋଟିଏ ଆସ୍ତରଣ (crust) ତିଆରି ହୁଏ । ଏହି ସ୍ଥାନରେ ଗଲୁ ହୁଏ ।
ରୋଗୀର ସମୟ ସମୟରେ କାଶ, ଛାତି ଯନ୍ତ୍ରଣା ସହ ସଁସଁ ଶବ୍ଦ ବାହାରେ ଓ ଏହା ଅତ୍ୟଧିକ ଲାର୍ଭା ଥିଲେ ହୁଏ । ଏପିଗ୍ୟାସ୍ଟ୍ରିକ ଯନ୍ତ୍ରଣା, ବଦହଜମୀ, ଓକାଳ ଲାଗିବା, କଠିନ ଝାଡ଼ା ଓ ତରଳ ଝାଡ଼ା ହୋଇପାରେ । ପେଟ ଲକ୍ଷଣ ସମୟକ୍ରମେ ଉନ୍ନତି କରେ । ରୋଗ ଅଗ୍ରଗତି କଲେ ଆନିମିଆ, ପ୍ରୋଟିନ ଅଭାବ, ଇମାସିଏସନ୍, ହୃତ୍‌ପିଣ୍ଡ ଫେଲ ଓ ପେଟ ଫୁଲି ଆସାଇଟିସ୍ ରୋଗ ହୁଏ ।

ବିକାରୀ ଶରୀର କ୍ରିୟା

ଆକୃତି

ଆଙ୍କିଲୋସ୍ଟୋମା ଡୁଓଡେନେଲ୍ ପୋକ ଦେଖିବାକୁ ପାଉଁଶିଆ ଧଳା କିମ୍ବା ପିଙ୍କ ରଙ୍ଗର, ମୁଣ୍ଡ ଦେହଠାରୁ ସାମାନ୍ୟ ବଙ୍କା । ଏହି ବଙ୍କା ଗଠନ ହୁକ୍ (hook) ଭଳି ଦେଖାଯାଉଥିବା ଯୋଗୁ ଏହାକୁ ଇଂରାଜୀରେ ହୁକ୍‌ୱର୍ମ (Hookworm) କୁହାଯାଏ । ଏହାର ମୁହଁ ଭଲ ଭାବରେ ଗଠିତ ଓ ଦୁଇ ଧାଡ଼ି ଦାନ୍ତ ଥାଏ । ଅଣ୍ଡିରା ପୋକର ଆକାର ୧ ସେ.ମି. X୦.୫ ମି.ମି. ଓ ଏହାର କୋପୁଲଟରି ବର୍ସା ଥାଏ କିନ୍ତୁ ମାଈ ଏହାଠାରୁ ଦୀର୍ଘ ଓ ମୋଟା ।
ଆଙ୍କିଲୋସ୍ଟୋମା ଆମେରିକାନସ୍‌ର ଆକାର ପ୍ରାୟ ସମାନ, ଅଣ୍ଡିରାର ଲମ୍ବ ୫ ରୋ ୯ ମି.ମି. ଲମ୍ବ ଓ ମାଈ ପ୍ରାୟ ୧ ସେ.ମି. ଲମ୍ବ । ଏହାର ଦାନ୍ତ ନ ଥାଇ ଗୋଟିଏ ଜୋଡ଼ା କତୁରି ପ୍ଲେଟ (cutting plates) ଥାଏ । ଏହାର ହୁକ ଆକାର ଅଧିକ ସ୍ପଷ୍ଟ ।

ନିଦାନ ଶାସ୍ତ୍ର

ଅଙ୍କୁଶକୃମି ସଂକ୍ରମଣ ଲକ୍ଷଣବିହୀନ ବୋଲି ଧରାଯାଏ, କିନ୍ତୁ ୧୯୬୨ ମସିହାରେ ନର୍ମାନ ସ୍ଟଲ (Norman Stoll) ଏହାକୁ ଶବ୍ଦହୀନ ଆକ୍ରମଣକାରୀ ବୋଲି ଅଭିହିତ କରିଥିଲେ । ସଂକ୍ରମଣ ପରେ ପରେ ଗ୍ରାଉଣ୍ଡ-ଗଲୁ ଅନୁଭୁତ ହୁଏ ଅର୍ଥାତ୍ ପୋକ ଦେହକୁ ପଶିଥିବା ସ୍ଥାନରେ ଆଲର୍ଜୀ ହୁଏ ଓ ଏହା ଆମେରିକାନସ୍ ପୋକରେ ଅଧିକ ଦେଖାଯାଏ ।

ଜୀବନ ଚକ୍ର

ଅଙ୍କୁଶକୃମି: ଚିହ୍ନ ଓ ଲକ୍ଷଣ, ବିକାରୀ ଶରୀର କ୍ରିୟା, ରୋଗ ନିର୍ଣ୍ଣୟ 
ଅଙ୍କୁଶକୃମି ଜୀବନ ଚକ୍ର

ଯେଉଁ ସ୍ଥାନମାନଙ୍କରେ ଗରିବ ଲୋକମାନେ ପଡ଼ିଆରେ ମଳତ୍ୟାଗ କରନ୍ତି, ସେହି ସ୍ଥାନ ମାନଙ୍କରେ ମାଟିରେ ଅଙ୍କୁଶକୃମି ଅଣ୍ଡା ମଳରୁ ଯାଇ ମାଟିରେ ମିଶିଯାଏ । ମାଟିର ଉତ୍ତାପ ୧୮ରୁ ଅଧିକ ଥିବା ସ୍ଥାନରେ ଅଣ୍ଡା ଓ ଲାର୍ଭା ରହନ୍ତି । ଶୁଖିଲା ସ୍ଥାନରେ ଓ ସିଧା ସୂର୍ଯ୍ୟାଲିକରେ ସେମାନେ ମରିଯାଆନ୍ତି । ସାଧାରଣତଃ ବାଲିଆ ମାଟି ତଥା ବାଲି, ପଟୁ ଓ କାଦୁଆ ମିଶା ମାଟିରେ ରହନ୍ତି । ସେମାନେ ବଞ୍ଚିବା ନିମିତ୍ତ ବର୍ଷକୁ ୧୦୦ ମି.ମି. ବର୍ଷା ଆବଶ୍ୟକ ହୁଏ ।
ମାଟିରେ ଅଣ୍ଡା ଫୁଟି ଅଣସଂକ୍ରମଣକାରୀ ପ୍ରଥମ ସ୍ଟେଜ ଲାର୍ଭା (L1. L2) ବାହାରି ମାଟିରେ ଥିବା ଜୀବଙ୍କୁ ଖାଆନ୍ତି ଓ ପରେ ମୋଲ୍ଟ ହୋଇ ୨ୟ ସ୍ଟେଜ ଲାର୍ଭା (L2.L2)ରେ ପରିଣତ ହୁଅନ୍ତି । ଏହାର ୭ ଦିନ ପରେ ଏହା ସଂକ୍ରମଣକାରୀ ୩ୟ ସ୍ଟେଜ ଲାର୍ଭାରେ ପରିଣତ ହୋଇ ଭୂମି ଉପରକୁ ଆସି ରହନ୍ତି । ଏହି ସ୍ଟେଜର ଲାର୍ଭା ମାଟିର ଖାଦ୍ୟ ଗ୍ରହଣ କରେ ନାହିଁ । ଅଙ୍କୁଶକୃମି ସଂକ୍ରମଣ ଅଣ୍ଡାଦ୍ୱାରା ନ ହୋଇ ଲାର୍ଭାଦ୍ୱାରା ହୁଏ ଓ ଖାଦ୍ୟ ମାଧ୍ୟମରେ ମଧ୍ୟ ହୋଇପାରେ । ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି । ଏହା ଲିମ୍ଫାଟିକ୍ସ ଓ ଛୋଟ ଶୀରାର ରକ୍ତରେ ଯାଇ ଫୁସ୍‌ଫୁସ୍‌ରେ ପ୍ରବେଶ କରନ୍ତି ଓ ସେଠାରୁ ଟ୍ରାକିଆ ବାଟ ଦେଇ ଖାଦ୍ୟ ନଳୀରେ ଯାଇ ଅନ୍ତନଳୀରେ ପହଞ୍ଚି ବୟଷ୍କ ପୋକରେ (L4) ସ୍ଟେଜରେ ପରିଣତ ହୁଅନ୍ତି ।

ଅଙ୍କୁଶକୃମି: ଚିହ୍ନ ଓ ଲକ୍ଷଣ, ବିକାରୀ ଶରୀର କ୍ରିୟା, ରୋଗ ନିର୍ଣ୍ଣୟ 
Civilian Public Service workers built and installed 2065 outhouses for hookworm eradication in Mississippi and Florida from 1943 to 1947.

ବୟସ୍କ ଆଙ୍କିଲୋସ୍ଟୋମା କେବଳ ୬ ମାସ ବଞ୍ଚନ୍ତି । ଲାର୍ଭା ଦେହରେ ସୁପ୍ତ ଅବସ୍ଥାରେ ଷ୍ଟୋର ହୋଇ ରହି ପାରନ୍ତି ଓ ପରେ ବାହାରି ବହୁ ବର୍ଷ ଧରି ରୋଗ କରେଇ ପାରନ୍ତି । ଏହା ଫଳରେ ଋତୁ ବାରି ରୋଗ ହୁଏ । ହୋଷ୍ଟ ଦେହରେ ଅଣ୍ଡିରା ଓ ମାଈ ପୋକ ସଙ୍ଗମ ପରେ ମାଈ ଦୈନିକ ୩୦,୦୦୦ ଅଣ୍ଡା ଦିଏ ଓ ୧୮ରୁ ୫୪ ନିୟୁତ ଅଣ୍ଡା ଜୀବନ କାଳ ମଧ୍ୟରେ ଦିଏ । ଏହି ଅଣ୍ଡା ଫୁଟି ବୟସ୍କ ଅବସ୍ଥାକୁ ଆସିବାକୁ ୫ରୁ ୭ ସପ୍ତାହ ଲାଗ । ଏଣୁ ରୋଗୀର ପ୍ରାଥମିକ ଅବସ୍ଥାରେ ମଳରେ ଅଣ୍ଡା ଆସେ ନାହିଁ, ତେଣୁ ରୋଗ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୁଏ । ଏହି ଅଣ୍ଡା ଫୁଟି ମାଟିରେ ଲାର୍ଭା ହେବାକୁ କିଛି ଦିନ ଲାଗେ ଓ ଜୀବନ ଚକ୍ର ନୂଆରେ ଆରମ୍ଭ ହୁଏ ।

ରୋଗପୁଷ୍ଟି ସମୟ

ସଂକ୍ରମଣ କରୁଥିବା ଲାର୍ଭା ସଂଖ୍ୟା ଅନୁପାତରେ ରୋଗପୁଷ୍ଟି ସମୟ ବା ଇକ୍ୟୁବେସନ ପିରିଅଡ କିଛି ସପ୍ତାହରୁ କିଛି ମାସ ଲାଗେ ।

ରୋଗ ନିର୍ଣ୍ଣୟ

ଅଙ୍କୁଶକୃମି: ଚିହ୍ନ ଓ ଲକ୍ଷଣ, ବିକାରୀ ଶରୀର କ୍ରିୟା, ରୋଗ ନିର୍ଣ୍ଣୟ 
Hookworm egg

ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ରୋଗୀର ମଳ ପରୀକ୍ଷା କରି ତାହା ମଧ୍ୟରେ ଉଷୁମ ଅଣ୍ଡା ପାଇଲେ ଏହି ରୋଗ ନିର୍ଣ୍ଣୟ ହୁଏ କିନ୍ତୁ ଏହା ପ୍ରାରମ୍ଭିକ ଅବସ୍ଥାରେ ମିଳେ ନାହିଁ । ଅଙ୍କୁଶ କୃମିର ଆକାର ଅଣ୍ଡା ଅଣ୍ଡାକୃତି ବା ଏଲିପ୍ଟିକାଲ ଥାଏ, ମାପ ୬0 µm X ୪0 µm, ରଙ୍ଗ‌ହୀନ, ପିତ୍ତ ଜଡ଼ିତ ନୁହେଁ ଓ ତାହାର ଗୋଟିଏ ପତଳା ହ୍ୟାଲିନ କୋଷ ପରଦା(hyaline shell membrane) ଥାଏ । ଅନ୍ତନଳୀରେ ଏହା ପୋକ ଶରୀରରୁ ଏହା ନିର୍ଗତ ହେବା ସମୟରେ ଅଣ୍ଡାର ବିଭାଗ ବା ସେଗମେଣ୍ଟ ନ ଥାଏ । ଅନ୍ତନଳୀ ଭିତରେ ଏହା ଗତି କରିବା ସମୟରେ ଏହାର ସେଗମେଣ୍ଟ ତିଆରି ହୁଏ ଓ ଏଥିରେ ୪ରୁ ୮ ବ୍ଲାସ୍ଟୋମିଅର ଥାଏ । ଅଣ୍ଡାଗୁଡ଼ିକ ଏହା ପ୍ରକାର ଦେଖାଯାଏ ଓ ସେଥିରୁ ଲାର୍ଭା ନ ବାହାରିଲା ଯାଏ କେଉଁ ପ୍ରକାର କୃମି ତାହା ଅଣୁବୀକ୍ଷଣ ଯନ୍ତ୍ରରେ ଜାଣିହୁଏ ନାହିଁ ।
ସାମ୍ପ୍ରତିକ ଗବେଷଣାଦ୍ୱାରା ଡି.ଏନ.ଏ ଆଧାର‌ଯୁକ୍ତ ଟୁଲ ବ୍ୟବ‌ହାର କରି ବିଭିନ୍ନ ପ୍ରକାରର ଅଙ୍କୁଶକୃମି ଓ ସେମାନଙ୍କର ଜେନେଟିକ ଭାରିଏସନ ଚିହ୍ନିବାକୁ ଚେଷ୍ଟା ଚାଲିଛି । ଏହି ଅଣ୍ଡାଗୁଡ଼ିକ ଅନେକ ସମୟରେ ଅନ୍ୟ ପରଜୀବୀ ଅଣ୍ଡାଠାରୁ ମଧ୍ୟ ପୃଥକ ଜଣାପଡ଼େ ନାହିଁ । ନିଧାର୍ଯ୍ୟ ନିର୍ଣ୍ଣୟ ନିମନ୍ତେ ପି.ସି.ଆର. ଆସେ ପ୍ରୟୋଗ ଚେଷ୍ଟା ଚାଲିଛି ।

ପ୍ରତିଷେଧ

ଓଦା, ବାଲୁକାମୟ ମଇଳା ମାଟିରେ ସଂକ୍ରମଣକାରୀ ଲାର୍ଭା ବଞ୍ଚିପାରନ୍ତି; କାଦୁଆ ଓ ଖତ ବା ନାଳପାଖ ଜାଗାରେ ରହିପାରନ୍ତି ନାହିଁ । ଏଣୁ ସତର୍କତା ଅବଲମ୍ବନ କରିବା ନିମନ୍ତେ କେତେକ ଉପାୟ ଦିଆଗଲା

  • ପାଇଖାନା ବ୍ୟତୀତ ଅନ୍ୟ ଜାଗାରେ ମଳତ୍ୟାକ କରନ୍ତୁ ନାହିଁ ।
  • କୃଷି କାମରେ ମାନବ ମଳ ମିଶ୍ରିତ ସାର ବ୍ୟବ‌ହାର କରନ୍ତୁ ନାହିଁ ।
  • ଖାଲି ପାଦରେ ସଂକ୍ରମଣ ଶଂସୟ ଜାଗାରେ ଚଲାବୁଲା କରନ୍ତୁ ନାହିଁ ।
  • କୁକୁର ପାଳିଥିଲେ ଡିୱର୍ମ କରନ୍ତୁ ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ

Tags:

ଅଙ୍କୁଶକୃମି ଚିହ୍ନ ଓ ଲକ୍ଷଣଅଙ୍କୁଶକୃମି ବିକାରୀ ଶରୀର କ୍ରିୟାଅଙ୍କୁଶକୃମି ରୋଗ ନିର୍ଣ୍ଣୟଅଙ୍କୁଶକୃମି ପ୍ରତିଷେଧଅଙ୍କୁଶକୃମି ଆଧାରଅଙ୍କୁଶକୃମି ବାହ୍ୟ ଲିଙ୍କଅଙ୍କୁଶକୃମିen:Nematodeen:abdominal painen:roundwormଆନିମିଆ

🔥 Trending searches on Wiki ଓଡ଼ିଆ:

ଐଶ୍ୱର୍ଯ୍ୟା ରାୟରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେତାରାତାରିଣୀ ମନ୍ଦିରପ୍ରତିଭା ଶତପଥୀଇଲେକ୍ଟ୍ରୋନିକ କମର୍ସରାଶି ଓ ନକ୍ଷତ୍ରଉଦୟନାଥ ଷଡ଼ଙ୍ଗୀ୨୯ ଅପ୍ରେଲ୧୯୮୧ବିଜୟ ମିଶ୍ରହିନ୍ଦୁ ସମୟ ଗଣନାଲବଣ ସତ୍ୟାଗ୍ରହପ୍ରତୀକ୍ଷାଯେମ୍ସ ୱେବ ମହାକାଶ ଦୁରବୀକ୍ଷଣନୀଲ ଆର୍ମଷ୍ଟ୍ରଙ୍ଗଶାନ୍ତନୁ କୁମାର ଆଚାର୍ଯ୍ୟଭାରତୀୟ ଡାକ ସେବାପଞ୍ଜାବୀ ଭାଷାସୂଚନା ପ୍ରଯୁକ୍ତିବିଦ୍ୟାଉଇକିକଥା୧୯୯୪ଦ୍ୱିତୀୟ ବିଶ୍ୱଯୁଦ୍ଧ୨ (ସଂଖ୍ୟା)ବାଞ୍ଛାନିଧି ମହାନ୍ତିଏକ୍ସକ୍ୟୁଜ ମିନରେନ୍ଦ୍ର ମୋଦୀଜର୍ମାନୀଘିମିରିଧଉଳିନବୀନ ପଟ୍ଟନାୟକମହାବଳ ବାଘକ୍ୟୁ. ଆର. କୋଡ଼କପିଳେନ୍ଦ୍ର ଦେବଗୁପଚୁପମୁଚୁକୁନ୍ଦଜାପାନwiki.phtmlଜୟଦେବଚାଣକ୍ୟ୨୦୨୪ ଭାରତୀୟ ସାଧାରଣ ନିର୍ବାଚନଅମ୍ଳରୋଗରସାୟନ ବିଜ୍ଞାନମଣିଷମହାଦେଶଅଚିହ୍ନା ବାସଭୂମିମହେନ୍ଦ୍ରଗିରିବାଲିଯାତ୍ରାମୋହନ ସୁନ୍ଦର ଦେବ ଗୋସ୍ୱାମୀବୀର ସୁରେନ୍ଦ୍ର ସାଏଅଶୋକାଷ୍ଟମୀବିଜୁ କୃଷକ କଲ୍ୟାଣ ଯୋଜନାପାଲାନିତ୍ୟାନନ୍ଦ ମହାପାତ୍ରQR codeଅସହଯୋଗ ଆନ୍ଦୋଳନସଜନାଜହ୍ନି ଚୋପା ଚଟଣୀଜ୍ଞାନକୋଷଓଡ଼ିଶାର ପର୍ବପର୍ବାଣିଆକବରଭାରତ ଲୀଳାଭାରତୀୟ ମୁଦ୍ରାସତ୍ୟବାଦୀ ବନ ବିଦ୍ୟାଳୟଯାଜପୁରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବ୍ରାଉଜର🡆 More